ଦେଶରେ ୧ ଲକ୍ଷ ତଳକୁ ଖସିଲା ସଂକ୍ରମଣ, କିନ୍ତୁ ଆଜି ୮୯୫ ଆକ୍ରାନ୍ତଙ୍କ ମୃତ୍ୟୁ

Published: Feb 7, 2022, 10:13 am IST

ନୂଆଦିଲ୍ଲୀ: ଗତକାଲି ଦେଶରେ ୧ ଲକ୍ଷ ୨୭ ହଜାର ୯୫୨ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୮୩ ହଜାର ୮୭୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତକାଲି ୮୬୫ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆଜି ଆଉ ୮୯୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ତେବେ ଏହି ସମୟ ମଧ୍ୟରେ ୧ ଲକ୍ଷ ୯୯ ହଜାର ୫୪ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୨୨ ଲକ୍ଷ ୮ ହଜାର ୬୧୬ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ୨ ହଜାର ୮୭୪ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି।

ତେବେ ଏପର୍ଯ୍ୟନ୍ତ ୪ କୋଟି ୪ ଲକ୍ଷ ୪୬ ହଜାର ୯୫୬ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୧୧ ଲକ୍ଷ ୮ ହଜାରକୁ ୯୩୮ ବୃଦ୍ଧି ପାଇଛି।

Related posts