ଏଥର ଭୋଟ ଦେବା ଲାଗି ମିଳିବ ୩ ଦିନ ଛୁଟି: ଏହି କର୍ମଚାରୀଙ୍କୁ ମିଳିବ ସୁଯୋଗ

Published: Feb 8, 2022, 6:51 pm IST

ଭୁବନେଶ୍ଵର: ପଞ୍ଚାୟତ ନିର୍ବାଚନରେ ଭୋଟ ଦେବା ଲାଗି ସରକାରୀ କର୍ମଚାରୀଙ୍କୁ ଛୁଟି ମିଳିବ। ଭୋଟ ଦେବା ଲାଗି ସେମାନଙ୍କୁ ୩ ଦିନ ଛୁଟି ମିଳିବ। ଭୋଟ ପୂର୍ବଦିନ, ଭୋଟ ଦିନ ଏବଂ ଭୋଟ ପରଦିନକୁ ମିଶାଇ ମୋଟ ୩ ଦିନ ଛୁଟି ମିଳିବ। ସରକାରୀ, ସରକାରୀ ଅନୁବନ୍ଧିତ, ନିଗମ, ବୋର୍ଡ କର୍ମଚାରୀଙ୍କୁ ଛୁଟି ମିଳିବ। ଯଦି ଭୋଟ ଦେବା ଲାଗି ଛୁଟି ଆବେଦନ କରିବେ, ତେବେ ସେମାନଙ୍କୁ ସ୍ପେଶାଲ କାଜୁଆଲ ଲିଭ ଦିଆଯିବ। ଏନେଇ ସବୁ ସଚିବ, ଆରଡିସି ଓ ଜିଲ୍ଲାପାଳମାନଙ୍କୁ ପଞ୍ଚାୟତରାଜ ସଚିବ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।

Related posts