
ଭୁବନେଶ୍ୱର : ଉତ୍କଳ ଗୌରବ ମଧୁସୁଦନ ଦାସଙ୍କୁ ମରଣୋତର ଭାରତ ରତ୍ନ ପ୍ରଦାନ ଦାବି ଯୋର ଧରିଛି। ଏନେଇ ଶ୍ରୀକ୍ଷେତ୍ରରେ ଜଗନ୍ନାଥ ମନ୍ଦିର ନିକଟରେ ଓ ପୁରୀ କୋର୍ଟ ନିକଟରେ ଓକିଲ ସଂଘ ସହଯୋଗରେ ଅଲ୍ ଓଡ଼ିଶା ଲୟର୍ସ ଗୃପ ଓଡ଼ିଶା ପକ୍ଷରୁ ଦସ୍ତଖତ ସଂଗ୍ରହ କରାଯାଇଛି।
ହାଇକୋର୍ଟ ଆଇନଜୀବୀ ସରୋଜ କୁମାର ସାହୁ, ଦସ୍ତଖତ ଅଭିଯାନର ଆବାହକ ଲିଙ୍ଗରାଜ ସାହୁ, ସଂଯୋଜକ ସଂଗୀତା ପଟ୍ଟନାୟକ, ଖାରବେଳ ଐର, ପୁରୀ ଓକିଲ ସଂଘର ସମ୍ପାଦକ ସାରଦା ସାମଲ ଓ ଶତାଧିକ ଆଇନଜୀବୀ ସାମିଲ ହୋଇଥିଲେ।
ମଧୁବାବୁଙ୍କ ପ୍ରଥମ କର୍ମକ୍ଷେତ୍ର କୋଲକତାରୁ ଆରମ୍ଭ ହୋଇଥିବା ଏହି ଦସ୍ତଖତ ଅଭିଯାନ ପରେ ଆଣ୍ଡାମାନ, ଚେନ୍ନାଇ, କର୍ଣ୍ଣାଟକ, ପଞ୍ଜାବ, ଉତରପ୍ରଦେଶ, ଉତରାଖଣ୍ଡ ସମେତ ବିଭିନ୍ନ ରାଜ୍ୟରୁ ଦସ୍ତଖତ ସଂଗ୍ରହ କରାଯାଇଛି।
Tags: ଉତ୍କଳ ଗୌରବ ମଧୁସୁଦନ ଦାସ, ଭାରତ ରତ୍ନ