ଆଜି ରାଜ୍ୟରୁ ସୁସ୍ଥ ହେଲେ ୩  ହଜାରରୁ ଉର୍ଦ୍ଧ୍ଵ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ

Published: Feb 8, 2022, 10:12 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩ ହଜାର ୪୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୬୫୫, ସୁନ୍ଦରଗଡରୁ ୨୮୫, କଟକରୁ ୨୧୫, ମୟୂରଭଞ୍ଜରୁ ୧୭୮, ଯାଜପୁରରୁ ୧୬୫, କେନ୍ଦ୍ରାପଡାରୁ ୧୪୮, ଗଜପତିରୁ ୧୩୬, ସମ୍ବଲପୁରରୁ ୧୦୧, ନବରଙ୍ଗପୁରରୁ ୯୭, ନୟାଗଡରୁ ୯୧, ବଲାଙ୍ଗୀରିରୁ ୮୭, ଝାରସୁଗୁଡାରୁ ୮୬, ନୂଆପଡାରୁ ୮୩, ଅନୁଗୁଳରୁ ୮୨, କଳାହାଣ୍ଡିରୁ ୮୦, ରାୟଗଡାରୁ ୮୦, ବାଲେଶ୍ବରରୁ ୭୫, ବରଗଡରୁ ୭୨, ଜଗତସିଂହପୁରରୁ ୭୨, ବୌଦ୍ଧରୁ ୬୮, ଦେବଗଡରୁ ୬୮, ଗଞ୍ଜାମରୁ ୬୪, ଭଦ୍ରକରୁ ୫୮, କେନ୍ଦୁଝରରୁ ୫୬, ପୁରୀରୁ ୫୬, କନ୍ଧମାଳରୁ ୪୩, କୋରାପୁଟରୁ ୪୦, ମାଲକାନଗିରିରୁ ୩୯, ଢେଙ୍କାନାଳରୁ ୨୧, ସୋନପୁରରୁ ୩ ଏବଂ ଷ୍ଟେଟ ପୁଲରୁ ୧୨୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୨ ଲକ୍ଷ ୪୫ ହଜାର ୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୬୯ ହଜାର ୮୧୧ ରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ୧୯ ହଜାର ୩୮୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts