ଦେଶରେ କମୁଛି ସକ୍ରିୟ ଆକ୍ରାନ୍ତ ସଂଖ୍ୟା, କିନ୍ତୁ ଚିନ୍ତା ବଢାଉଛି କୋରୋନଜନିତ ମୃତ୍ୟୁ

Published: Feb 10, 2022, 10:13 am IST

ନୂଆଦିଲ୍ଲୀ: ଗତକାଲି ଦେଶରେ ୭୧ ହଜାର ୩୬୫ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ ଆଜି ୬୭ ହଜାର ୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗତକାଲି ୧୨୧୭ ଜଣଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆଜି ଆଉ ୧୨୪୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ତେବେ ଏହି ସମୟ ମଧ୍ୟରେ ୧ ଲକ୍ଷ ୬୭ ହଜାର ୮୮୨ ଜଣ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏହି ନୂତନ ମାମଲା ଚିହ୍ନଟ ପରେ ଦେଶରେ କରୋନା ସଂକ୍ରମିତ ସମୁଦାୟ ମାମଲା ୪ କୋଟି ୨୪ ଲକ୍ଷ ୭୮ ହଜାର ୬୦ କୁ ବୃଦ୍ଧି ପାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୫ ଲକ୍ଷ ୬ ହଜାର ୪୯୬ ଲୋକ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଛନ୍ତି।

ତେବେ ଏପର୍ଯ୍ୟନ୍ତ ୪ କୋଟି ୧୦ ଲକ୍ଷ ୧୨ ହଜାର ୮୬୯ ଜଣ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୭ ଲକ୍ଷ ୯୦ ହଜାରକୁ ୭୮୯ ବୃଦ୍ଧି ପାଇଛି।

Related posts