ଭୁବନେଶ୍ବର: ଭୁବନେଶ୍ଵର ୟୁନିଟ-୧ ପରିବା ହୋଲସେଲ ବଜାରକୁ ସ୍ଥାନାନ୍ତରିତ କରାଯିବ। ଏହି ବଜାରକୁ ଭୁବନେଶ୍ଵର ଉପକଣ୍ଠ ଭଗବାନପୁରକୁ ସ୍ଥାନାନ୍ତର କରାଯିବା ନେଇ ସୂଚନା ରହିଛି।
ସେଥିପାଇଁ ଭଗବାନପୁରରେ ୧୦ ଏକର ଜାଗା ଚିହ୍ନଟ ହୋଇଥିବା ଜଣାପଡିଛି। ନୂଆ ବଜାରରେ ହୋଲସେଲ ଲାଗି ସବୁ ପ୍ରକାର ସୁବିଧା ସୁଯୋଗ ଏବଂ ଭିତ୍ତିଭୂମି ରହିବ। ବର୍ତ୍ତମାନ ମାର୍କେଟରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ତେବେ ଏହାକୁ ନେଇ ବିଏମସି ପକ୍ଷରୁ ଏକ ବୈଠକ ନିଷ୍ପତ୍ତି ହୋଇଥିଲା। ପ୍ରାରମ୍ଭିକ ବୈଠକରେ ଏହା ଉପରେ ନିଷ୍ପତ୍ତି ହୋଇଥିବା ବିଏମସି କମିଶନର ସୂଚନା ଦେଇଛନ୍ତି।



