Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚିଲିକା ବିଜେଡ଼ିରେ ଉଗ୍ରରୂପ ନେଲା ଗୋଷ୍ଠୀକନ୍ଦଳ: ପୂର୍ବତନ ବିଧାୟକଙ୍କ ସହ ମୁହାଁମୁହିଁ ହେଲ ଦଳୀୟ କର୍ମୀ
ଆଜିର ଖବର

ଚିଲିକା ବିଜେଡ଼ିରେ ଉଗ୍ରରୂପ ନେଲା ଗୋଷ୍ଠୀକନ୍ଦଳ: ପୂର୍ବତନ ବିଧାୟକଙ୍କ ସହ ମୁହାଁମୁହିଁ ହେଲ ଦଳୀୟ କର୍ମୀ

February 10, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ପଞ୍ଚାୟତ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଛି। ବର୍ତ୍ତମାନ ବିଜେଡିରୁ ନିଲମ୍ବିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବଂ ପୂର୍ବତନ ଚିଲିକା ବିଜେଡି ବିଧାୟକ ରଘୁନାଥ ସାହୁଙ୍କ ମଧ୍ୟରେ ତିକ୍ତତା ଶୀର୍ଷରେ ଥିବାବେଳେ ଆଜି ତାହା ବିସ୍ଫୋରଣର ରୂପ ନେଇଥିବା ଦେଖିବାକୁ ମିଳିଛି।

ଗତ ବିଧାନସଭା ନିର୍ବାଚନରେ ରଘୁନାଥ ସାହୁଙ୍କ ସହଯୋଗରେ ପ୍ରଶାନ୍ତ ଜଗଦ୍ଦେବ ଚିଲିକା ବିଧାୟକ ହୋଇଥିବାବେଳେ ଧୀରେ ଧୀରେ ରଘୁନାଥ ସାହୁଙ୍କୁ ଶ୍ରୀ ଜଗଦେବ କଣଠେସା କରୁଥିବା ଅଭିଯୋଗ ହେଉଥିଲା। ପରିସ୍ଥିତି ଏପରି ହେଲା ଯେ, ପଞ୍ଚାୟତ ନିର୍ବାଚନ ଟିକେଟ ବଣ୍ଟନର ଶେଷ ମୁହୂର୍ତ୍ତ ଯାଏଁ ରଘୁନାଥ ସାହୁ ତାଙ୍କ ସମର୍ଥକଙ୍କୁ ଟିକେଟ ପାଇଁ ଭରସା ଦେଇଥିଲେ ସୁଦ୍ଧା ତାହାବି ଫସର ଫାଟିଗଲା। ଦଳ ପକ୍ଷରୁ ବିଧାୟକଙ୍କ ସମର୍ଥିତ ପ୍ରାର୍ଥୀମାନେ ଟିକେଟ ପାଇଲେ।

ତେବେ ଦଳ ମଧ୍ୟ ରଘୁନାଥ ସାହୁଙ୍କୁ ଅଣଦେଖା କରୁଥିବା ବେଳେ ବର୍ତ୍ତମାନ ରଘୁନାଥ ସାହୁ ନିରବ ଅଛନ୍ତି। କିନ୍ତୁ ଆଜି ବାଣପୁର ବ୍ଲକ ଅନ୍ତର୍ଗତ ମାଳି ଗୋବିନ୍ଦପୁର ଗ୍ରାମକୁ ରଘୁନାଥ ସାହୁ ଆସିଥିବା ବେଳେ ତାଙ୍କୁ ବିଜେଡିର ପ୍ରାଥୀମାନେ ପ୍ରବଳ ବିରୋଧ କରିଥିଲେ। ସେମାନଙ୍କ ଅଭିଯୋଗ ଯେ, ରଘୁନାଥ ସାହୁ ଦଳରେ ଥାଇ ବିଜେପି ପାଇଁ ପ୍ରଚାର କରୁଛନ୍ତି ଏବଂ ଘର ଶତ୍ରୁ ବିଭୀଷଣ ଭୂମିକା ନିଭାଉଛନ୍ତି।

ତେବେ ରଘୁନାଥ ସାହୁଙ୍କୁ ପଚାରିବାରୁ ସେ ଏହାକୁ ଖଣ୍ଡନ କରିସନ୍ତି। ଜନସାଧାରଣଙ୍କୁ ଭେଟିବା ତାଙ୍କର ମୌଳିକ ଅଧିକାର। ତାଙ୍କୁ ଏଥିରୁ କଣ ପାଇଁ ବାରଣ କରାଯାଉଛି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି।

ଅନୁରୂପ ଭାବେ ତାଙ୍କ ନିକଟକୁ ବିଜେଡି ପ୍ରାର୍ଥି ଏଯାବତ ଆସିନଥିବାର କିମ୍ବା ଜଣାଇନଥିବାର କହିଛନ୍ତି ରଘୁନାଥ ସାହୁ। ହେଲେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେବା ସହ ମୁହଁମୁହିଁ ପରିସ୍ଥିତି ହେବା କ୍ଷଣି ବାଲୁଗାଁ ଏସଡିପିଓ ଏବଂ ବାଣପୁର ଆଇଆଇସି ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିବାର ଦେଖାଯାଇଛି।

ତେବେ ସେ ଯାହା ବି ହେଉନି ନା କାହିଁକି ଚିଲିକାରେ ବର୍ତ୍ତମାନ ନିର୍ବାଚନ ରାଜନୀତି ରୋଚକ ମୋଡନେବାରେ ଲାଗିଛି। ଅଲୋଡ଼ା ରଘୁନାଥ ସାହୁ ପୁଣି ଥରେ ଚଳିତ ପଞ୍ଚାୟତ ନିର୍ବାଚନରେ କିଙ୍ଗମେକର ସାବ୍ୟସ୍ତ ହେବେ ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି।

ଚିଲିକା ବିଜେଡି ପୂର୍ବତନ ବିଧାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026
Latest News

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026

ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ବଡ଼ ଘୋଷଣା: ୮୧ ଦିନ ପାଇଁ କରିବେ ଉତ୍ତର ପ୍ରଦେଶ ପରିକ୍ରମା

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.