Categories
ଆଜିର ଖବର ଜାତୀୟ ଖବର

ପୂର୍ବତନ ବିଧାୟକଙ୍କ ଘରେ ଇଡି ର ଚଢାଉ: ବିଦେଶୀ ବନ୍ଧୁକ, ସୁନା ବିସ୍କୁଟ, ବହୁ କାର୍ଟନ ମଦ ଜବତ

ନୂଆଦିଲ୍ଲୀ: ବେଆଇନ ଖଣି ଖନନ ସହ ଜଡିତ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହରିୟାଣା କଂଗ୍ରେସ ବିଧାୟକ ସୁରେନ୍ଦ୍ର ପଂବାର ଏବଂ ପୂର୍ବତନ INLD ବିଧାୟକ ଦିଲବାଗ ସିଂଙ୍କ ଘରେ ଚଢାଉ କରିଛି। ଦିଲବାଗ ସିଂଙ୍କ ଗୁପ୍ତ ସ୍ଥାନରୁ ବହୁ ପରିମାଣର ବେଆଇନ ଜିନିଷ ଜବତ କରାଯାଇଛି।

ଇଡି ସୂତ୍ର ଅନୁଯାୟୀ ତାଙ୍କ ଘରୁ ବହୁ ପରିମାଣର ବେଆଇନ ବିଦେଶୀ ଅସ୍ତ୍ରଶସ୍ତ୍ର, ୩୦୦ କାର୍ଟନରେ ବେଆଇନ ସାମଗ୍ରୀ, ୧୦୦ ରୁ ଅଧିକ ମଦ ବୋତଲ, ୫ କୋଟି ଟଙ୍କା ଜବତ କରାଯାଇଛି। ଦିଲବାଗ ସିଂଙ୍କ ଗୁପ୍ତ ସ୍ଥାନରୁ ବିପୁଳ ପରିମାଣର ସମ୍ପତ୍ତି ଦଲିଲ ମଧ୍ୟ ମିଳିଛି।

Categories
ଆଞ୍ଚଳିକ

ଡାକ୍ତର ଦାମୋଦର ରାଉତଙ୍କ ୮୨ ତମ ଜନ୍ମ ଦିବସ ପାଳିତ, ସୁସ୍ଥତା ଓ ଦୀର୍ଘାୟୁ କାମନା କରି ଦ୍ୱିପଦାନ

କୁଜଙ୍ଗ: ପୂର୍ବତନ ମନ୍ତ୍ରୀ ତଥା ପାରାଦୀପ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଡାକ୍ତର ଦାମୋଦର ରାଉତଙ୍କ ୮୨ ତମ ଜନ୍ମ ଦିନ ଆଜି କୁଜଙ୍ଗ ଠାରେ ନୀରାଡମ୍ବର ଭାବେ ପାଳିତ ହୋଇ ଯାଇଛି। ଡାକ୍ତର ଦାମୋଦର ରାଉତ ଜୟନ୍ତୀ କମିଟିର ସଭାପତି ତଥା ସାମ୍ବାଦିକ ବିଚିତ୍ରାନନ୍ଦ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ଦାମୋଦର ପ୍ରେମୀ ଆଜି ସକାଳ ୮ଟା ସମୟରେ ଏକ ଶୋଭାଯାତ୍ରାରେ ଆଜି ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ୮୨ଟି ଦ୍ୱୀପଦାନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ କୁଜଙ୍ଗ ପଂଚାୟତ ସମିତି ଅଧ୍ୟକ୍ଷା ନୀନାରାଣୀ ସାହୁ, କୁଜଙ୍ଗ ସରପଂଚ ବନ୍ଦିତା ଦାସ, ବରିଷ୍ଠ ଡାକ୍ତର ରାଉତଙ୍କ ରାଜନୈତିକ ସହଯୋଗୀ ସୁରେନ୍ଦ୍ରନାଥ ସ୍ୱାଇଁ, ବିଜୟ କୁମାର ଖଟେଇ, କୈଳାଶ ଷଡଙ୍ଗୀ, ଯୁବନେତା ଅରୁପସାଦ ମହାନ୍ତି, ପୂର୍ବତନ ସରପଂଚ କୈଳାଶ ଚନ୍ଦ୍ର ବେହେରା, ଯୋଗେନ୍ଦ୍ରନାଥ ଦାଶ, ନନ୍ଦିନୀ ପଣ୍ଡା, ଅବନ୍ତୀ ମାଝୀ, ରଞ୍ଜୁଲତା ବେହେରା, ଶୁଭ୍ରକାନ୍ତ ସାମନ୍ତରାୟ, କାର୍ତ୍ତିକ ଚନ୍ଦ୍ର ଦାସ, ମଙ୍ଗରାଜପୁର ପଂଚାୟତର ଯୁବ ସଙ୍ଗଠନ ଦୁଷ୍ମନ୍ତ ମାଝୀ, ପୂର୍ବତନ ସମିତି ସଭ୍ୟ କବିରଞ୍ଜନ ବେହେରା, ପ୍ରେମାନନ୍ଦ ସ୍ୱାଇଁ, ପ୍ରଭାଷ ଗୋଛାୟତ, ଯୋଗେନ୍ଦ୍ର ନାଥ ସ୍ୱାଇଁ, ଟିକନ ଖଟୁଆ, ପରୀକ୍ଷିତ ରାଉତ, ନୀରଞ୍ଜନ ପ୍ରଧାନ, ବିଶ୍ୱନାଥ ପରିଡା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Categories
ଆଞ୍ଚଳିକ

ବାଲୁଗାଁ: ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ପୌରାହିତ୍ୟରେ ବିଜେଡ଼ିର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଆଜି ପୂର୍ବାହ୍ନରେ ବାଲୁଗାଁ ବିଜେଡି କାର୍ଯ୍ୟାଳୟ ଠାରେ ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ପୌରାହିତ୍ୟରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜନେତା ଏବଂ କର୍ମୀମାନେ ଏବେଠାରୁ ନିଜ ମଇଦାନରେ ସକ୍ରିୟ ହେଉଥିବାବେଳେ ସାଧାରଣ ଜନତାଙ୍କ ନିକଟତର ହେଉଥିବା ଦେଖିବାକୁ ମିଳୁଛି।

ଏହିପରିପ୍ରେକ୍ଷୀରେ ଆଜି ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରଘୁନାଥ ସାହୁ ବିଜେଡି ଦଳକୁ ସୁସଙ୍ଗଠିତ ତଥା ସୁଦୃଢ କରିବା ନେଇ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ କରିଛନ୍ତି।ଏହି ବନ୍ଧୁ ମିଳନରେ ଚିଲିକାର ପୂର୍ବତନ ବିଧାୟକ ଶ୍ରୀ ସାହୁ ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କୁ ଅଭିଭାଷଣ ଦେବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ।

ଏଥିସହିତ ଆଗକୁ ଆସୁଥିବା ୨୦୨୪ ସାଧାରଣ ନିର୍ବାଚନରେ ନିଶ୍ଚିତ ଭାବେ ବିରୋଧୀ ଦଳକୁ ଝଟକା ଦେବା ସହ ଶେଷ ଥର ପାଇଁ ନିର୍ବାଚନ ଲଢ଼ିବେ ଓ ଚିଲିକା ନିର୍ବାଚନମଣ୍ଡଳୀ ବାସୀଙ୍କ ସୁଖଦୁଃଖରେ ସଦାସର୍ବଦା ରହିବେ ବୋଲି ଜନସାଧାରଣଙ୍କୁ ଆଶ୍ୱାସନା ଦେଇଥିଲେ।

ସାରା ଓଡ଼ିଶା ବିଜେଡିର ବିକାଶ ଧାରାରେ ଅନୁପ୍ରାଣିତ ହେବ ଏବଂ ଆଗାମୀ ଦିନରେ ଚିଲିକା ନିର୍ବାଚନମଣ୍ଡଳୀରେ ବିଜେଡିର ବିଜୟ ଧ୍ବଜା ନିଶ୍ଚିତ ଉଡିବ ବୋଲି କହିଥିଲେ ଶ୍ରୀ ସାହୁ। ଅନୁଷ୍ଠିତ ଉତ୍ସବରେ ଉଭୟ ଚିଲିକା ଓ ବାଣପୁର ବ୍ଲକର ବହୁ ଆଗ ଧାଡ଼ିର କର୍ମୀ ଯୋଗଦେଇଥିବା ବେଳେ ଆଖପାଖ ଅଞ୍ଚଳର ଶତାଧିକ ଜନସାଧାରଣଙ୍କୁ ଦେଖିବାକୁ ମିଳିଥିଲା।

Categories
ଆଜିର ଖବର ଜାତୀୟ ଖବର

ବିଜେପିରେ ଯୋଗ ଦେଲେ ପୂର୍ବତନ ଅକାଳୀ ଦଳ ବିଧାୟକ ଅମରପାଲ ସିଂ ବୋନି ଅଜନାଲା

ଚଣ୍ଡିଗଡ: ଆଜି ଅଜନାଲାର ପୂର୍ବତନ ଶିରୋମଣି ଅକାଳୀ ଦଳ ବିଧାୟକ ଅମରପାଲ ସିଂ ବୋନି ଅଜନାଲାର ବିଜେପିରେ ଯୋଗ ଦେଇଛନ୍ତି। ନିକଟରେ ସେ ଅକାଳୀ ଦଳ ଛାଡିଥିଲେ। କୁହାଯାଉଛି ଯେ, ସେ ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲଙ୍କ ଉପରେ ଅସନ୍ତୋଷ ଥିଲେ। କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖୱାତ ଅକାଳୀ ଦଳର ପୂର୍ବତନ ବିଧାୟକଙ୍କୁ ଦଳର ସଦସ୍ୟତା ପ୍ରଦାନ କରିଥିଲେ।

Categories
ଆଞ୍ଚଳିକ

ପୂର୍ବତନ ବିଧାୟକ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୯ ତମ ଜନ୍ମଜୟନ୍ତୀ

ଭୁବନେଶ୍ୱର: ପୂର୍ବତନ ବିଧାୟକ, ଯୁବନେତା, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ କାର୍ଯ୍ୟକାରୀ ସଭାପତି ସ୍ୱର୍ଗତ ଲଲଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ୫୯ତମ ଜନ୍ମଜୟନ୍ତୀ କାର୍ଯ୍ୟକ୍ରମ ଆଜି ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ପକ୍ଷରୁ ଭୁବେନେଶ୍ୱର ୟୁନିଟ୍‌-୯ ସ୍ଥିତ ରାଧାକୃଷ୍ଣ ମନ୍ଦିର ଠାରେ ପାଳିତ ହୋଇଥିଲା। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ମୃତି କମିଟିର ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି ଅଧ୍ୟକ୍ଷତା କରିଥିଲେ ଏବଂ କମିଟିର ସଭାପତି ଶ୍ରୀ ଚିନ୍ମୟ ପ୍ରସାଦ ବେହୁରା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭଉଦଘାଟନ କରିଥିଲେ। ଉପସ୍ଥିତ ଅତିଥି ମାନଙ୍କୁ ସ୍ୱର୍ଗତ ଲୁଲୁ ବାବୁଙ୍କ ଜୀବନୀ, ବ୍ୟକ୍ତିତ୍ୱ ଓ ଆଦର୍ଶକୁ ଆଜିର ଯୁବ ସମାଜ ଅନୁକରଣ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ କରିଥିଲେ। ଦିବା ୧୦ ଘଟିକା ସମୟରେ ମନ୍ଦିର ପ୍ରାଙ୍ଗଣରେ ୨୦୦ ଛାତ୍ରଛାତ୍ରୀଙ୍କୁ ସ୍ମୃତି କମିଟିର ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି ଫଳ ବଂଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ  ବିଜୟଲକ୍ଷ୍ମୀ ସାହୁ, ଶିବାନନ୍ଦ ରାୟ, ପ୍ରକାଶ ଜେନା, ମନୋରଞ୍ଜନ ଦାଶ, ଶ୍ରୀନିବାସ ରାଉତରାୟ,ଲୋକନାଥ ମହାରଥି, ମାନସ ଆଚାର୍ଯ୍ୟ, ତରୁଣକାନ୍ତ ମିଶ୍ର, ଘନଶ୍ୟାମ ମହାନ୍ତି, ମନୋଜ ସାହୁ, ପ୍ରଦୀପ ମହାପାତ୍ର, ହିମାଂଶୁ ଲେଙ୍କା, ସତ୍ୟବ୍ରତ ନାୟକ, ହେମନ୍ତ ବିଶ୍ୱାଳ, ଯୋଗୀନାଥ ବାହୁବଳେନ୍ଦ୍ର, ବୃନ୍ଦାବନ ସ୍ୱାଇଁ, ସଂକୁନା କହଁର, ପ୍ରଦୀପ ନାୟକ, ସରୋଜ ପରିଡ଼ା, ମନତୋଷ ମହାପାତ୍ର, ନିରଞ୍ଜନ ରାଉତ, ରାଜୀବ ପଟ୍ଟନାୟକ, ଚିନ୍ମୟ ମହାପାତ୍ର, ବୁନା ମହାନ୍ତି, ଅଶୋକ ଦାସ, ସେକ ମୁସ୍ତାଫା, ସାରଦା ପ୍ରଧାନ, ତ୍ରିଲୋଚନ ମହାନ୍ତି, ନିରଞ୍ଜନ ଲେଙ୍କା, ପ୍ରତାପ ଜେନା, ରଣଜିତ ଦାସ, ଦେବଦତ ଜେନା, ମଙ୍ଗୁଳି ଶତପଥି, ତୋଫାନ ସ୍ୱାଇଁ, ରମାକାନ୍ତ ପରିଡା, ଗଗନ ସ୍ୱାଇଁ, ଦିଲ୍ଳୀପ ସ୍ୱାଇଁ, ଦେବାଶିଷ ଭୂୟାଁ, ସନ୍ତୋଷ ବାରିକ, ରିଜୁଆନ ଅଲ୍ଲି ଖାନ, ମିହିର ଆଚାର୍ଯ୍ୟ, ମଂଟୁ ମଲ୍ଲିକ, ଜୟକୃଷ୍ଣ ସୁବୁଦ୍ଧି, ମଙ୍ଗୁଳି ସିଂ, ଜ୍ୟୋତିଷ ସାହୁ, କୁଳମଣି ସାହୁ, ଆଲୋକ ମହାନ୍ତି, ଜ୍ଞାନ ରଞ୍ଜନ ପଟ୍ଟନାୟକ, ଖଗେଶ୍ୱର ମଲ୍ଲିକ, କୈଳାସ ସାହୁ, ରମେଶ ପରିଡ଼ା, ପୂର୍ଣ୍ଣଚନ୍ଦ୍ର ଶ୍ରୀଚନ୍ଦନ ପ୍ରମୁଖ ବହୁ ଯୁବନେତା ସ୍ୱର୍ଗତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ଏହି କାର୍ଯ୍ୟକ୍ରମକୁ ସ୍ମତି କମିଟିର ସାଧାରଣ ସଂପାଦକ ଦୀପକ କୁମାର ସାହୁ ପରିଚାଳନା କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ବହୁତ ଦିନ ପରେ ମୁହଁ ଖୋଲିଲେ ଚିଲିକା ବିଧାୟକ: ପୂର୍ବତନ ବିଧାୟକଙ୍କୁ କଲେ କଡା ସମାଲୋଚନା

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ପରିସରରେ ଲୋକଙ୍କ ଉପରକୁ ଗାଡି ଚଢାଇବା ମାମଲାରେ ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏକ ବିସ୍ପୋରକ ବୟାନ ଦେଇଛନ୍ତି। ବହୁତ ଦିନ ପରେ ସେ ଆଜି ମୁହଁ ଖୋଲିଛନ୍ତି। ମକର ସଂକ୍ରାନ୍ତି ଅବସରରେ ଅଟ୍ରି ହଟକେଶ୍ୱରଙ୍କ ପୀଠକୁ ବାବାଙ୍କ ଦର୍ଶନ କରିବାକୁ ଆସିବା ବେଳେ ସେ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।

ପ୍ରଶାନ୍ତ ଜଗଦ୍ଦେବ କହିଛନ୍ତି ଯେ, ମୁଁ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଷଡଯନ୍ତ୍ର ଶିକାର ହୋଇଛି। ଯାହା ଯୋଗୁଁ ମୁଁ ଦଳରୁ ନିଲମ୍ବିତ ହୋଇଛି। ହେଲେ ମୋ ଉପରୁ ନିଲମ୍ବନ ଉଠିବ। ମତେ ବିଜେଡି ରୁ ପୁଣି ଟିକେଟ ମିଳିବ ଓ ମୁଁ ନିର୍ବାଚନ ଜିତିବି।”

ସେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ବିଧାୟକ ହେବାପାଇ ଜାଣିଶୁଣି ମୋ ବିରୁଦ୍ଧରେ ରଘୁନାଥ ସାହୁ ଷଡଯନ୍ତ୍ର କରିଥିଲେ। ରଘୁ ରାଜନୀତିକୁ ଆସିବା ପୂର୍ବରୁ ଜଣେ ଷ୍ଟୋରେଜ ଏଜେଣ୍ଟ ଥିଲେ ଏବଂ ଚାଉଳ ଚୋରି କରି ବିକୁଥିଲେ। ସେହିପରି ପାମ ଅଏଲ ଯୋଗାଣ କରୁଥିବା ବେଳେ ତେଲ ଚୋରି କରୁଥିବା ବିଧାୟକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି। ରଘୁ କାଠ ଚୋରି ଓ ଚୋରା ମଦ କାରବାରରେ ସମ୍ପୃକ୍ତି ଥିଲେ ବୋଲି ପ୍ରଶାନ୍ତ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ରଘୁ ନାଥ ସାହୁ ଭୋକ ବିକଳରେ ତାଟିଆ କାମୁଡୁଛନ୍ତି। ତେଣୁ ପାଗଳର ପ୍ରଳାପ ପରି ସେ ବିଧାୟକ, ସାଂସଦ, ଜିଲ୍ଲା ସଭାପତିଙ୍କୁ ଅଯୋଗ୍ୟ ବୋଲି କହୁଛନ୍ତି। ସେ ସୈତାନ ହୋଇ ତାଙ୍କ ଗୋଦମରେ ବେଦ ପାଠ କରୁଛନ୍ତି। ସେ କଂଗ୍ରେସ ଦଳରୁ ଆସି ଆମ ଦଳରେ ମିଶିଥିବା ବେଳେ ନିଜକୁ ବିଜୁ ଜନତା ଦଳର ବରିଷ୍ଠ ନେତା ବୋଲି କହୁଛନ୍ତି।

ଏହି ସମୟରେ ଚିଲିକା ବିଧାୟକ କହିଛନ୍ତି ଯେ, ଯେତେବେଳେ ମୁଁ ଚିଲିକା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ଲଢିବା ପାଇଁ ଯାଇଥିଲି, ସେତେବେଳେ ପୂର୍ବତନ ବିଧାୟକ ହିସାବରେ ରଘୁନାଥ ସାହୁଙ୍କର ବହୁତ ସ୍ଵପ୍ନ ଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକଙ୍କ ସମ୍ମୁଖରେ ଚିଲିକାରେ ବହୁତ କିଛି କାମ କରିବାର ବାକି ଅଛି ବୋଲି ସେ କହିଥିଲେ। ତେଣୁ ମୁଁ ତାଙ୍କୁ ରାମଚନ୍ଦ୍ର ହୋଇ ପାଖରେ ରହିବାକୁ କହିଥିଲି ଏବଂ ମୁଁ ହନୁମାନ ହୋଇ ବିକାଶର ସେତୁ ବାନ୍ଧିବା ପାଇଁ ଚେଷ୍ଟା କରିବି ବୋଲି କହିଥିଲି। ହେଲେ ସେ ରାମ ପରିବର୍ତ୍ତେ ରାବଣ ହୋଇଗଲେ, ଆଉ ମୁଁ ହନୁମାନ ହୋଇ ତାଙ୍କ ଲଙ୍କା ପୁରୀକୁ ଧ୍ଵଂସ କରିଦେଲି। ବର୍ତ୍ତମାନ ତାଙ୍କ ସଂଗଠନ ମୋ ହାତରେ ଏବଂ ତାଙ୍କର ସଂଗଠନ ଭାଙ୍ଗିଯାଇଛି।

ପ୍ରଶାନ୍ତ କହିଛନ୍ତି ଯେ, ଯେଉଁଭଳି ଭାବେ ଷଡଯନ୍ତ୍ର କରି ମୋ ଉପରେ ଆକ୍ରମଣ କରାଯାଇଛି ଏବଂ ମୋ ଦେହରୁ ୨ ଲିଟର ରକ୍ତ ଯାଇଛି, ପାଇକ ପୁଅର ରକ୍ତ କେବେ ବ୍ୟର୍ଥ ଯିବ ନାହିଁ।

Categories
ଆଜିର ଖବର ରାଜ୍ୟ ଖବର

ରଘୁନାଥ ସାହୁଙ୍କ ବାଣପୁର ବ୍ଲକ ‘ବିଜେଡି ମହିଳା ସମାବେଶ’: ଏଥର ଏହିମାନଙ୍କୁ କଲେ ଟାର୍ଗେଟ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ବିଜେଡିରେ ଗୋଷ୍ଠୀ କନ୍ଦଳ ଲାଗି ରହିଥିବା ବେଳେ ଆଜି ପୁଣିଥରେ ପୂର୍ବତନ ବିଧାୟକ ରଘୁନାଥ ସାହୁ ଏକ ମହିଳା କର୍ମୀ ସମ୍ମିଳନୀ କରିଛନ୍ତି। ଯେଉଁଥିରେ ହଜାର ହଜାର ମହିଳା କର୍ମୀ ଯୋଗ ଦେଇଛନ୍ତି।

ବିଗତ ୧୦ ଦିନ ମଧ୍ୟରେ ଚିଲିକା ନିର୍ବାଚନମଣ୍ଡଳୀରେ ତିନି ଗୋଟି କର୍ମୀ ସମ୍ମିଳନୀ କରି ବିରୋଧୀ ଗୋଷ୍ଠୀଙ୍କୁ ରଘୁନାଥ କଡା ଜବାବ ଦେଉଛନ୍ତି। ଗତ ମାସ ୨୩ ତାରିଖରେ ବାଣପୁର ବ୍ଲକ ବିଜେଡି ପୁରୁଷ କର୍ମୀ ସମ୍ମିଳନୀ, ୩୦ ତାରିଖରେ ଚିଲିକା ବ୍ଲକ ବିଜେଡି ପୁରୁଷ କର୍ମୀ ସମ୍ମିଳନୀ ଏବଂ ଆଜି ପୁଣି ବାଣପୁର ବ୍ଲକ ବିଜେଡି ବିଶାଳ ମହିଳା ସମାବେଶର ଆୟୋଜନ ରାମପୁର ରୋଡସ୍ଥିତ ଦଳୀୟ କାର୍ଯ୍ୟାଳୟରେ ରଘୁନାଥ ସାହୁ କରିଛନ୍ତି।

ଆଜିର ମହିଳା ସମାବେଶରେ ୨ ହଜାରରୁ ଉର୍ଦ୍ଧ୍ଵ ମହିଳା ଯୋଗଦେଇଥିବାର ଦେଖିବାକୁ ମିଳିଛି। ଲଗାତାର ପୃଥକ ପୃଥକ ବ୍ଲକ ୱାରୀ ପୁରୁଷ ଓ ମହିଳା କର୍ମୀ ସମ୍ମିଳନୀ କରି ବିରୋଧିଙ୍କୁ ଭାବିବା ପାଇଁ ରଘୁନାଥ ସାହୁ ବାଧ୍ୟ କରିଦେଇଛନ୍ତି।

ତେବେ ଚିଲିକା ବିଜେଡିର ଗୋଷ୍ଠୀ କନ୍ଦଳ ଦିନକୁ ଦିନ ଉଗ୍ର ହେଉଥିବା ବେଳେ ବିଜେଡ଼ି କର୍ମୀମାନଙ୍କୁ ନିଜ ଆଡକୁ ଟାଣିବା ପାଇଁ ରଘୁନାଥ ସାହୁ ପୁରା ଦମ ଲଗାଇଦେଇଛନ୍ତି।  ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ସଭାପତିତ୍ୱରେ ପୂର୍ବତନ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ରଞ୍ଜିତା ସେଠି, ସଙ୍ଗଠିକା ଲିଲି ବାଳା ସୁବୁଦ୍ଧି, ପ୍ରମୋଦ ବରାଳ, ବୈଜୟନ୍ତି ଖୁଣ୍ଟିଆ, ସସ୍ମିତା ପରିଡା, ଦେବେନ୍ଦ୍ର ସମାନ୍ତସିଂହର, ରମେଶ ଚନ୍ଦ୍ର ମହାପାତ୍ର ଆଦି ପୁରୁଖା କର୍ମୀମାନେ ଉପସ୍ଥିତ ଥିଲେ। ତେବେ ବାଣପୁର ବ୍ଲକର ମିଶନ ଶକ୍ତି ଦାୟିତ୍ୱରେ ଥିବା ଅଧିକାରୀମାନେ ଦୁର୍ନୀତିଗ୍ରସ୍ତ ଏବଂ ଏ ନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଲିଖିତ ଭାବେ କାର୍ଯ୍ୟାନୁଷ୍ଠାନ ପାଇଁ ରଘୁନାଥ ସାହୁ ଦାବି କରିଥିବା ମଧ୍ୟ ସେ କହିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, କିଛି ଦିନ ପୂର୍ବରୁ ମଧ୍ୟ ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣାଙ୍କ ନେତୃତ୍ଵରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ବିରୋଧରେ ଏକ ଶୋଭାଯାତ୍ରା କରଯାଇଥିଲା। ଯେଉଁଥିରେ ପୂର୍ବତନ ବିଧାୟକ ବିଜେପି ସହିତ ମିଶି ଦଳକୁ କ୍ଷତି ପହଞ୍ଚାଉଛନ୍ତି ବୋଲି ଅଭିଯୋଗ ହୋଇଥିଲା। ତାଙ୍କୁ ଦଳରୁ ବହିଷ୍କାର କରାଯାଉ ବୋଲି ଏହି ଶୋଭାଯାତ୍ରାରେ ଦାବୀ ହୋଇଥିଲା। ଏବଂ ବାଲୁଗାଁରେ ତାଙ୍କର କୁଶପୁତ୍ତଳିକା ଦାହ ମଧ୍ୟ କରାଯାଇଥିଲା।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ବିଜେଡି ବନାମ ବିଜେଡି: ପ୍ରତିବାଦ ଶୋଭାଯାତ୍ରାର ଜବାବ ଦେଲେ ପୂର୍ବତନ ବିଧାୟକ ରଘୁନାଥ

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ବିଜେଡ଼ି ଗୋଷ୍ଠୀ କନ୍ଦଳ ଥମିବାର ନାଁ ନେଉ ନାହିଁ। ବିଜେଡ଼ିର ପୂର୍ବତନ ବିଧାୟକ ରଘୁନାଥ ସାହୁ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜ ଦଳର କିଛି କର୍ମୀ ଏବଂ ବିଜେଡ଼ିରୁ ନିଲମ୍ବିତ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ପରେ ଗୋଷ୍ଠୀ କନ୍ଦଳ ସାମ୍ନାକୁ ଆସିଥିଲା। ତେବେ ରଘୁନାଥଙ୍କ ଏହି ଦୁର୍ନୀତି ଅଭିଯୋଗ ପରେ ଗତକାଲି ଖୋର୍ଦ୍ଧା ଜିଲ୍ଲାପରିଷଦ ଉପ ସଭାପତି ଗୋପୀନାଥ ମହାରଣାଙ୍କ ନେତୃତ୍ଵରେ ବାଲୁଗାଁରେ ଏକ ଶୋଭାଯାତ୍ରା କରାଯାଇଥିଲା। ଯେଉଁଥିରେ ଶତାଧିକ ବିଜେଡ଼ି କର୍ମୀ ଯୋଗ ଦେଇଥିଲେ। ଏହି ଶୋଭାଯାତ୍ରାରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ତାଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ଦାବି କରାଯାଇଥିଲା। ଶ୍ରୀଯୁକ୍ତ ସାହୁ ବିଜେପି ସହିତ ସାଲିସ କରି ବିଜେଡ଼ି ବିରୋଧରେ କାର୍ଯ୍ୟ କରୁଛନ୍ତି ବୋଲି ଶୋଭାଯାତ୍ରାରେ ଉପସ୍ଥିତ କର୍ମୀମାନେ ଅଭିଯୋଗ କରିଥିଲେ।

ସେହିଭଳି ଗୋପୀନାଥ ମହାରଣା ମଧ୍ୟ ରଘୁନାଥ ସାହୁଙ୍କ ଅଭିଯୋଗ ଉପରେ କଡା ପ୍ରତିକ୍ରିୟା ରଖିଥିଲେ। ଗୋପୀନାଥ କହିଥିଲେ ଯେ, ରଘୁନାଥ ସାହୁ ବିଜେପିର ଏଜେଣ୍ଟ ଭଳି କାମ କରୁଛନ୍ତି ଏବଂ ଦଳବିରୋଧୀ କାର୍ଯ୍ୟ କରୁଛନ୍ତି। ଅନୁରୂପ ଭାବେ ତାଙ୍କ ପରିବାରବର୍ଗଙ୍କ ନାମରେ କୋଟି କୋଟି ଟଙ୍କାର କାମ ନେଇଥିବାର ଅଭିଯୋଗକୁ ମଧ୍ୟ ସେ ଖଣ୍ଡନ କରିଥିଲେ। ଯଦି ପୂର୍ବତନ ବିଧାୟକ ଏହାର ପ୍ରମାଣ ଦେବେ, ତେବେ ଲଣ୍ଡା ହୋଇ ନିର୍ବାଚନମଣ୍ଡଳୀ ଜନସାଧାରଣଙ୍କୁ କ୍ଷମା ମାଗିବା ସହ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ଗଣମାଧ୍ୟମ ସମ୍ମୁଖରେ ଗୋପୀନାଥ ଘୋଷଣା କରିଥିଲେ।

ତେବେ ଏହି ପ୍ରତିବାଦ ସଭାର କିଛି ଘଣ୍ଟା ନପୁରୁଣୁ ପୂର୍ବତନ ବିଧାୟକ ରଘୁନାଥ ସାହୁ ପୁଣିଥରେ ଏକ କର୍ମୀ ସମ୍ମିଳନୀ କରି ଚିଲିକା ବିଧାୟକ ଏବଂ ଅନ୍ୟ କିଛି ନେତାଙ୍କୁ ଆକ୍ରମଣ କରିଥିଲେ। ଗତକାଲି ତାଙ୍କ ବିରୋଧରେ ହୋଇଥିବା ଶୋଭାଯାତ୍ରା କେବଳ ଠିକାଦାରମାନେ କରିଥିଲେ ବୋଲି ରଘୁନାଥ କହିଥିଲେ। ନିଜକୁ ଦୁର୍ନୀତି ଅଭିଯୋଗରୁ ରକ୍ଷା କରିବା ପାଇଁ ଏହି ସବୁ ଠିକାଦାରମାନେ ବିଜେଡ଼ି କର୍ମୀ ନାମରେ ଏକତ୍ରିତ ହୋଇ ପ୍ରତିବାଦ କରୁଥିଲେ ବୋଲି ସେ କହିଥିଲେ। ଚିଲିକାରୁ ଦୁର୍ନୀତି ହଟାଇବା ତାଙ୍କ ଉଦ୍ଦେଶ୍ୟ ଏବଂ ସେ ଏହା ବିରୋଧରେ ସ୍ଵର ଉତ୍ତୋଳନ କରିବେ ବୋଲି ପୂର୍ବତନ ବିଧାୟକ କହିଥିଲେ।

ସେହିଭଳି ଚିଲିକାରେ ବିଜେଡ଼ି ପୁଣିଥରେ ବିଜୟ ଲାଭ କରିବ ଏବଂ ଆଗାମୀ ନିର୍ବାଚନରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପ୍ରାର୍ଥୀ କରିବେ ବୋଲି ସେ ଆଶା ରଖିଛନ୍ତି। ତେବେ ଚିଲିକା ବିଜେଡ଼ିର ଏଭଳି କନ୍ଦଳ ଦିନକୁ ଦିନ ବଢିବାରେ ଲାଗିଛି। ତେବେ ତାଙ୍କ ସହିତ ୮୦ ପ୍ରତିଶତ କର୍ମୀଙ୍କ ସମର୍ଥନ ରହିଥିବା ନେଇ ପୂର୍ବତନ ବିଧାୟକ ରଘୁନାଥ ସାହୁ ଦାବି କରୁଥିବା ବେଳେ ସେପଟେ ଅନ୍ୟ ଏକ ଗ୍ରୁପ ରଘୁନାଥଙ୍କୁ ବିଜେଡ଼ି ବିରୋଧୀ ବୋଲି କହୁଛନ୍ତି।

ତେଣୁ ଏହା ଭିତରେ ଚିଲିକା ବିଜେଡ଼ିରେ ଏଭଳି ପରିସ୍ଥିତିକୁ ଦେଖି ଅନ୍ୟ କିଛି ପୁରୁଖା କର୍ମୀମାନେ ଚିନ୍ତା ପ୍ରକଟ କରିଛନ୍ତି। ଯଦି ଏଭଳି ବିଜେଡ଼ିରେ ଅନ୍ତଃ କନ୍ଦଳ ଲାଗିରହିବ, ତେବେ ଆଗାମୀ ନିର୍ବାଚନରେ ବିରୋଧୀଦଳର ପ୍ରାର୍ଥୀଙ୍କୁ ଫାଇଦା ହେବ ବୋଲି କିଛି କର୍ମୀ ସନ୍ଦେହ ପ୍ରକାଶ କରୁଛନ୍ତି। ତେଣୁ ଏହା ଉପରେ ଦଳର ଶୀର୍ଷ ନେତୃତ୍ଵ ତୁରନ୍ତ ହସ୍ତକ୍ଷେପ କରି ଏହାର ସମାଧାନ କରାଯାଉ ବୋଲି ଅନେକ କର୍ମୀ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଉଗ୍ରରୂପ ନେଲା ଚିଲିକା ବିଜେଡିର ଗୋଷ୍ଠୀ କନ୍ଦଳ: ପୂର୍ବତନ ବିଧାୟକଙ୍କ କୁଶ ପୁତ୍ତଳିକା ଦାହ କଲେ ଦଳୀୟ କର୍ମୀ

ସୀତାରାମ ଅଗ୍ରୱାଲ

ଚିଲିକା: ଉଗ୍ରରୂପ ନେଲା ଚିଲିକା ବିଜେଡିର ଗୋଷ୍ଠୀ କନ୍ଦଳ। ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁଙ୍କ ବିରୁଦ୍ଧରେ ଦଳୀୟ ନେତାମାନେ ଆଜି ରଣ ହୁଙ୍କାର ଦେଇଛନ୍ତି। ପୂର୍ବତନ ବିଧାୟକଙ୍କ ବିରୋଧରେ ଆଜି ଚିଲିକାରେ ଏକ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି। ଯେଉଁଥିରେ ତାଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ଉପସ୍ଥିତ କର୍ମୀମାନେ ଦାବି କରିଛନ୍ତି।

ସୂଚନା ଥାଉକି ଗତ ୨୩ ତାରିଖ ଦିନ ଚିଲିକା ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁ ନିଜ ବାସଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ଚିଲିକା ବିଧାୟକ, ଜିଲ୍ଲା ପରିଷଦ ଉପସଭାପତି, ସାଂସଦ ପ୍ରତିନିଧି ଏବଂ ଅନ୍ୟ ଦଳୀୟ ନେତାଙ୍କ ବିରୁଦ୍ଧରେ ବିସ୍ଫୋରକ ବୟାନ ଦେଇଥିବା ବେଳେ ରାଜ୍ୟ ରାଜନୀତିରେ ଭୁକମ୍ପନ ସୃଷ୍ଟି ହୋଇଥିଲା।  ସେ ସିଧାସଳଖ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦୁର୍ନୀତିଗ୍ରସ୍ତ ବିଧାୟକ କହିବା ସହ ତାଙ୍କୁ ୫ ପ୍ରତିଶତ ପିସି ନଦେଲେ କିଛି କାମ ହେଉନି ବୋଲି କହିଥିଲେ। ଅନୁରୂପ ଭାବେ ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା ଏବଂ ସାଂସଦ ପ୍ରତିନିଧି ମାନସ ପ୍ରଧାନଙ୍କ ବିରୁଦ୍ଧରେ ମଧ୍ୟ ସାଙ୍ଘାତିକ ଅଭିଯୋଗ ଆଣିଥିଲେ।

ତେବେ ଏହାର ଜବାବରେ ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣାଙ୍କ ନେତୃତ୍ୱରେ ଆଜି ଏକ ପ୍ରତିବାଦ ଶୋଭାଯାତ୍ରା ବାଲୁଗାଁରେ ଅନୁଷ୍ଠିତ ହୋଇଥିଲା।  ବିଜେଡିର ଶତାଧିକ କର୍ମୀ ସ୍ଥାନୀୟ ମା’ ଉତ୍ତରାୟଣୀ ମନ୍ଦିର ନିକଟରୁ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ଗାନ୍ଧୀ ଛକ ପର୍ଯ୍ୟନ୍ତ ଯାଇଥିଲେ ଏବଂ ସେଠାରେ ରଘୁନାଥ ସାହୁଙ୍କୁ ବିଜେଡିରୁ ବହିଷ୍କାର ଦାବିରେ ତାଙ୍କର କୁଶ ପୁତ୍ତଳିକା ମଧ୍ୟ ଦାହ କରିଥିଲେ।

ରଘୁନାଥ ସାହୁ ବିଜେପିର ଏଜେଣ୍ଟ ଭଳି କାମ କରୁଛନ୍ତି ଏବଂ ଦଳବିରୋଧୀ କାର୍ଯ୍ୟ କରୁଛନ୍ତି ବୋଲି ଗୋପୀନାଥ କହିଥିଲେ। ଅନୁରୂପ ଭାବେ ଗୋପୀନାଥ ନିଜ ପରିବାରବର୍ଗଙ୍କ ନାମରେ କୋଟି କୋଟି ଟଙ୍କାର କାମ ନେଇଥିବାର ଅଭିଯୋଗକୁ ମଧ୍ୟ ଖଣ୍ଡନ କରିଥିଲେ।  ଯଦି ପୂର୍ବତନ ବିଧାୟକ ଏହାର ପ୍ରମାଣ ଦେଇଦେବେ, ତେବେ ଗୋପୀନାଥ ଲଣ୍ଡା ହୋଇ ନିର୍ବାଚନମଣ୍ଡଳୀ ଜନସାଧାରଣଙ୍କୁ କ୍ଷମା ମାଗିବା ସହ ରାଜନୀତିରୁ ସନ୍ନ୍ୟାସ ନେବେ ବୋଲି ଗଣମାଧ୍ୟମ ସମ୍ମୁଖରେ ଘୋଷଣା କରିଥିଲେ।

ସେହିପରି ଭାବେ ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନ ମଧ୍ୟ ପୂର୍ବତନ ବିଧାୟକଙ୍କ ଉପରେ ବର୍ଷିଥିଲେ। ତେବେ ଉକ୍ତ ପ୍ରତିବାଦ ଶୋଭାଯାତ୍ରାରେ କିଛି ତୁଙ୍ଗ ବିଜେଡି ନେତା ଉପସ୍ଥିତ ଥିବାବେଳେ ଏଠାରେ ବାଣପୁର ଓ ବାଲୁଗାଁ ଏନଏସିର ଅଧ୍ୟକ୍ଷଙ୍କ ଅନୁପସ୍ଥିତି ଚର୍ଚ୍ଚାର ବିଷୟ ପାଲଟିଛି।

ତେବେ ଏ ନେଇ ପୂର୍ବତନ ଚିଲିକା ବିଧାୟକ ରଘୁନାଥ ସାହୁଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ଆସନ୍ତାକାଲି ଚିଲିକା ବ୍ଲକ ବିଜେଡି କର୍ମୀ ସମ୍ମିଳନୀରେ ସେ ଉକ୍ତ ପ୍ରତିବାଦ ଶୋଭାଯାତ୍ରାର ଉତ୍ତର ଦେବେ ବୋଲି କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକାରେ ରାଜନୈତିକ ଲଢେଇ ଜାରି: ପୂର୍ବତନ ବିଧାୟକଙ୍କ ଦଳ ବିରୋଧୀ ବିବୃତ୍ତିର ପ୍ରତିବାଦ କରିବ ବିଜେଡି

ସୀତାରାମ ଅଗ୍ରୱାଲ

ଚିଲିକା: ଚିଲିକା ନିର୍ବାଚନମଣ୍ଡଳୀ ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ଗତ ୨୩ ତାରିଖ ଦିନ ଚିଲିକାର ପୂର୍ବତନ ବିଜେଡି ବିଧାୟକ ରଘୁନାଥ ସାହୁ ନିଜ ବାସଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ଜରିଆରେ ଚିଲିକା ବିଧାୟକ, ଜିଲ୍ଲା ପରିଷଦ ଉପସଭାପତି, ସାଂସଦ ପ୍ରତିନିଧି ଏବଂ ଅନ୍ୟ ଦଳୀୟ ନେତାଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଥିଲେ। ତାଙ୍କର ବିସ୍ଫୋରକ ବୟାନ ଯୋଗୁଁ ରାଜ୍ୟ ରାଜନୀତିରେ ଭୁକମ୍ପନ ସୃଷ୍ଟି ହୋଇଥିଲା।

ସେ ସିଧାସଳଖ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦୁର୍ନୀତିଗ୍ରସ୍ତ ବିଧାୟକ ବୋଲି କହିଥିଲେ। ଏହା ସହ ବିଧାୟକଙ୍କୁ ୫ ପ୍ରତିଶତ ପିସି ନଦେଲେ କିଛି କାମ ହେଉନି ବୋଲି ଶ୍ରୀଯୁକ୍ତ ସାହୁ କହିଥିଲେ।

ଅନୁରୂପ ଭାବେ ଜିଲ୍ଲା ପରିଷଦ ଉପସଭାପତି ଗୋପୀନାଥ ମହାରଣା ଏବଂ ସାଂସଦ ପ୍ରତିନିଧି ମାନସ ରଞ୍ଜନ ପ୍ରଧାନଙ୍କ ବିରୁଦ୍ଧରେ ମଧ୍ୟ ସାଙ୍ଘାତିକ ଅଭିଯୋଗ ଆଣିଥିଲେ।

ତେବେ ପାଞ୍ଚ ଦିନର ବିରତି ପରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ନିଜ ଦଳର ନେତାମାନେ କଡା ଜବାବ ଦେବେ ବୋଲି ଘୋଷଣା କରିଛନ୍ତି।

ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଦଳ ବିରୋଧୀ ବିବୃତ୍ତିକୁ ନେଇ ଏକ ପ୍ରତିବାଦ ସଭା କରାଯିବ ବୋଲି ଘୋଷଣା କରାଯାଇଛି। ଏହି ପ୍ରରିପ୍ରେକ୍ଷୀରେ ରଘୁନାଥ ସାହୁଙ୍କ ମିଥ୍ୟା ଓ ଭିତ୍ତିହୀନ ଆରୋପର ପ୍ରତିବାଦରେ ଆସନ୍ତାକାଲି ପୂର୍ବାହ୍ନ ୧୦ ଘଟିକାରେ ବିଜେଡ଼ି ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାଲୁଗାଁ ମା’ ଉତ୍ତରାଯଣୀ ମନ୍ଦିର ଠାରୁ ବାହାରି ଗାନ୍ଧୀ ଛକରେ ସମାପ୍ତ ହେବ ବୋଲି ସୂଚନା ମିଳିଛି। ଜିଲ୍ଲା ପରିଷଦ ଉପ ସଭାପତି ଗୋପୀନାଥ ମହାରଣା  ଏନେଇ ସୂଚନା ଦେଇଛନ୍ତି।

Categories
ଅପରାଧ ଆଜିର ଖବର ଜାତୀୟ ଖବର

ପୋଲିସକୁ ଧମକ ଦେବା ଅଭିଯୋଗରେ ଗିରଫ ହେଲେ କଂଗ୍ରେସର ପୂର୍ବତନ ବିଧାୟକ ଆସିଫ ଖାନ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ବିଧାୟକ ଆସିଫ ଖାନଙ୍କୁ ଦିଲ୍ଲୀରେ ପୋଲିସ ଗିରଫ କରିଛି। ଜଣେ ସବ୍-ଇନ୍ସପେକ୍ଟରଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ପୂର୍ବତନ ବିଧାୟକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ଜଣେ ସବ୍-ଇନ୍ସପେକ୍ଟରଙ୍କୁ ଦୁର୍ବ୍ୟବହାର କରିବା, ଠେଲିଦେବା ଏବଂ ଘୋଡ଼ାଇବା ଏବଂ ତାଙ୍କୁ ଭୂତରେ ପରିଣତ କରିବା ବିଷୟରେ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା।

ବାସ୍ତବରେ, ଆସିଫ ଖାନ ଶାହିନ ବାଗରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରୁଥିଲେ। ଏହି ସମୟରେ ଜଣେ ଏସଆଇ ନିର୍ବାଚନ ଆୟୋଗଙ୍କ ଅନୁମତି ବିଷୟରେ ପଚାରିଥିଲେ। ଏସଆଇଙ୍କ ଏହି କଥାରେ ଅସୀଫ ଖାନ କ୍ରୋଧିତ ହୋଇ ତାଙ୍କ ସହ ଅସଦାଚରଣ କରିଥିଲେ। ପୂର୍ବତନ ବିଧାୟକ କେବଳ ଦୁର୍ବ୍ୟବହାର କରିନାହାଁନ୍ତି ବରଂ ତାଙ୍କୁ ଠେଲିଦେଇଥିଲେ ଏବଂ କହିଥିଲେ ଯେ, ସେ ତାଙ୍କୁ ଭୂତରେ ପରିଣତ କରିବେ।

ଏତଦବ୍ୟତୀତ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି ଯେ ,ଏସଆଇ ସମେତ ତିନିଜଣ ପୋଲିସ ଲୋକଙ୍କ ମଝିରେ ଠିଆ ହୋଇଛନ୍ତି ଏବଂ ଆସିଫ ସେମାନଙ୍କୁ ଲାଉଡ ସ୍ପିକର ମାଧ୍ୟମରେ ଧମକ ଦେଉଛନ୍ତି। ଏହି ସମୟରେ ଆସିଫଙ୍କ ସମର୍ଥକମାନେ ମଧ୍ୟ ଏହି ପୋଲିସ କର୍ମଚାରୀଙ୍କୁ ଠେଲିଥିବାର ନଜର ଆସିଥିଲେ। ଭିଡିଓ ପଦାକୁ ଆସିବା ପରେ ସହିନବାଗ ପୋଲିସ ସବ୍-ଇନ୍ସପେକ୍ଟର ସଭାପତିଙ୍କ ଅଭିଯୋଗରେ ଆସିଫ୍ ଖାନ ଏବଂ ଅନ୍ୟ କେତେକଙ୍କ ବିରୋଧରେ ଧାରା 186, 353 ଅନୁଯାୟୀ ମାମଲା ରୁଜୁ କରିଥିଲା।

Categories
ଆଞ୍ଚଳିକ

ସାମ୍ବାଦିକଙ୍କ ପିତୃ ବିୟୋଗ: ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ପୂର୍ବତନ ଚିଲିକା ବିଧାୟକ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ-ବାଣପୁର ଅଞ୍ଚଳର ଜଣେ ପ୍ରତିଷ୍ଠିତ ସାମ୍ବାଦିକ ତଥା ଆଇନଜୀବୀ ସିତାରାମ ଅଗ୍ରୱାଲଙ୍କ ପିତା ଗଣେଶ ପ୍ରସାଦ ଅଗ୍ରୱାଲଙ୍କର ଅକାଳ ବିୟୋଗ ଘଟିଯାଇଛି। ମାତ୍ର ୬୧ ବର୍ଷ ବୟସରେ ଗଣେଶଙ୍କ ପରଲୋକ ହୋଇଯାଇଛି। ଗତ ୧୮ ତାରିଖ ସକାଳ ୯ ଟା ସମୟରେ ଗଣେଶ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ।

୧୮ ତାରିଖ ସକାଳୁ ତାଙ୍କର ହଠାତ୍ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ୱର ଏମ୍ସ ହସ୍ପିଟାଲକୁ ନିଆଯାଉଥିଲା। କିନ୍ତୁ ଟାଙ୍ଗି ନିକଟରେ ତାଙ୍କର ହଠାତ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିବା ଦେଖି ତାଙ୍କ ପୁଅ ସୀତାରାମ ନିକଟସ୍ଥ ଟାଙ୍ଗି ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେଠାରୁ ତାଙ୍କର ମର ଶରୀରକୁ ବାଣପୁର ନିଜ ବାସଭବନକୁ ଆଣିବା ପରେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ସମାଜସେବୀ, ଆରଏସଏସ, ଏବିଭିପି କର୍ମକର୍ତ୍ତା, ରାଜନେତା, ସାମ୍ବାଦିକ ଏବଂ ଓକିଲ ବନ୍ଧୁମାନେ ଶେଷ ଦର୍ଶନ କରି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ୧୯ ତାରିଖ ଦିନ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା।

ସ୍ଥାନୀୟ ଅଞ୍ଚଳରେ ସେ ଜଣେ ସୁନାମଧନ୍ୟ ବ୍ୟବସାୟୀ ଭାବରେ ପରିଚିତ ଥିଲେ। ସ୍ବର୍ଗତ ଗଣେଶ ପ୍ରସାଦ ଅଗ୍ରୱାଲ ଜଣେ ମିଷ୍ଟଭାଷୀ, ପରୋଉପକାରୀ ବ୍ୟକ୍ତି ଭାବରେ ବାଣପୁର-ବାଲୁଗାଁ ଅଞ୍ଚଳରେ ବେଶ୍ ଜଣାଶୁଣା ଥିଲେ। ବାଲୁଗାଁରେ ତାଙ୍କର ବ୍ୟବସାୟ ପ୍ରତିଷ୍ଠାନ ‘ବିଦ୍ୟା ମନ୍ଦିର’ ବହୁ ଲୋକପ୍ରିୟ ଥିଲା। ସ୍ବର୍ଗତ ଗଣେଶ ଅଗ୍ରୱାଲଙ୍କ ବିୟୋଗରେ ସମ୍ପୃକ୍ତି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ତେବେ ବିୟୋଗ ଖବର ଶୁଣି ସ୍ଥାନୀୟ ଏବଂ ବହୁ ଦୂର ଦୂରାନ୍ତରୁ ରାଜନେତା, ସମାଜସେବୀ, ଏବିଭିପି ଓ ଆରଏସଏସ କର୍ମକର୍ତ୍ତାମାନେ ଆସି ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛନ୍ତି। ଆଜି ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ସ୍ବର୍ଗତ ଗଣେଶଙ୍କ ଘରକୁ ଆସି ପରିବାର ବର୍ଗକୁ ସମବେଦନା ଜଣାଇଥିବା ବେଳେ ପୂର୍ବରୁ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ଖୋର୍ଦ୍ଧା ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ଭେଟେଶ୍ୱର ସରପଞ୍ଚଙ୍କ ପ୍ରତିନିଧି ଜିତେନ୍ଦ୍ର ଭୋଳ, ଗାଲୁଆ ସରପଞ୍ଚ ସୁରେଶ ଚନ୍ଦ୍ର ବାରିକି ଏବଂ ଏକାଧିକ ଜନପ୍ରତିନିଧି ସ୍ବର୍ଗତ ଅଗ୍ରୱାଲଙ୍କ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇଛନ୍ତି।

Categories
ଆଞ୍ଚଳିକ

ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ଚିଲିକାର ପୂର୍ବତନ ବିଧାୟକଙ୍କ ବନ୍ଧୁ ମିଳନ

ସୀତାରାମ ଅଗ୍ରୱାଲ

ଚିଲିକା: ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ନେତା ଏବେଠାରୁ ସଜବାଜ ହେଲେଣି। ସେହିଭଳି ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ଚିଲିକା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ରଘୁନାଥ ସାହୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ହରିପୁର ପଞ୍ଚାୟତ ପରବଳ ଗ୍ରାମ ବାତ୍ୟା ଆଶ୍ରୟ ସ୍ତଳୀ ଠାରେ ଆଜି ଦୁଇ ଶହରୁ ଉର୍ଦ୍ଧ୍ବ ଲୋକ ଯୋଗଦେଇଛନ୍ତି।

ଏହି ବନ୍ଧୁ ମିଳନରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ ସେଠାରେ ପହଁଚି ଲୋକଙ୍କୁ ଅଭିଭାଷଣ ଦେବା ସହ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଲୋକଙ୍କ ପାଖରେ ସବୁବେଳେ ରହିଛି ବୋଲି କହିଛନ୍ତି। ଆଗକୁ ଆସୁଥିବା ୨୦୨୪ ନିର୍ବାଚନ ନିଶ୍ଚିତ ଭାବରେ ବିରୋଧୀ ଦଳକୁ ଝଟକା ଦେବା ସହ ଶେଷ ଥର ପାଇଁ ନିର୍ବାଚନ ଲଢିବେ ଓ ଚିଲିକା ବାସୀଙ୍କ ଦୁଃଖ ଦୂର କରିବେ ବୋଲି ଜନସାଧାରଣଙ୍କୁ ମନ୍ତବ୍ୟ ଦେଇଛନ୍ତି।

ପରବଳ ଗ୍ରାମରେ ଆଜି ବନ୍ଧୁ ମିଳନରେ ଅଞ୍ଚଳ ବାସୀ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହ ଅନେକ ଆଲୋଚନା କରିଛନ୍ତି। ଉପସ୍ଥିତ ଥିବା ରାଜନୈତିକ ବ୍ୟକ୍ତି ମାନେ ହେଲେ ସନ୍ତୋଷ କୁମାର ଦାସ, ରବିନାରାୟଣ ପଟ୍ଟନାୟକ, ସୁବାସ ଚନ୍ଦ୍ର ବେଣୁଧର ଶତପଥୀ, ଅଭିମନୁ ସ୍ୱାଇଁ, ସଦା ସାମନ୍ତରାୟ, କବି ତାଡ଼, ନବଘନ ଦଳାଇ, ରାମଚନ୍ଦ୍ର ଜେନା, ଜନାର୍ଦ୍ଦନ ଦଳାଇ, ଭ୍ରମର ସୁନ୍ଦରାୟ, ବୃନ୍ଦାବନ ଦାସ, ଭରତ ପଲାଇ, ରବୀନ୍ଦ୍ର ଦଳାଇ, ମହିଳା ନେତ୍ରୀ ପ୍ରଭାତୀ ସେଠି ଓ ଅନେକ ସ୍ୱୟଂ ସହାୟକ ମହିଳା ଗୋଷ୍ଟି ସହଯୋଗ କରିଥିଲେ।

Categories
ଆଞ୍ଚଳିକ

ଚିଲିକାର ପୂର୍ବତନ ବିଧାୟକ ଓ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଜାଗାବାଡ଼ି ବିବାଦ ମାମଲା: ହୋଇପାରିଲାନି ମାପ

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଚିଲିକା ପୂର୍ବତନ ବିଧାୟକ ରଘୁନାଥ ସାହୁ ଏବଂ ୧୦ ନଂ ୱାର୍ଡ ରାମପୁର ଗ୍ରାମବାସୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଜାଗାବାଡ଼ି ବିବାଦ ଲାଗିରହିଛି। ଏନେଇ ଶ୍ରୀ ସାହୁଙ୍କ ବିରୋଧରେ ବାଲୁଗାଁ ଏନଏସି କାର୍ଯ୍ୟାଳୟରେ ରାମପୁର ଗ୍ରାମର ଶତାଧିକ ବାସିନ୍ଦା ଜୁଲାଇ ୨୦ ତାରିଖରେ ଅଭିଯୋଗ କରିଥିଲେ। ଯାହାକି ଅଭିଯୋଗ ମୁତାବକ ରାମପୁର ଗ୍ରାମ ଦେଇ ଯାଇଥିବା ସରକାରୀ ନାଳ ପାର୍ଶ୍ୱରେ ପୂର୍ବତନ ବିଧାୟକ ଶ୍ରୀ ସାହୁଙ୍କ କାର୍ଯ୍ୟାଳୟ ଓ ଭଡ଼ା ଦେଇଥିବା ଗୋଦାମ ଗୃହ ଅବସ୍ଥିତ ହୋଇଥିବା ବେଳେ ଶ୍ରୀ ସାହୁ ଉକ୍ତ ନାଳକୁ ଜବରଦଖଲ କରି ଏକ ପ୍ରାଚୀର ନିର୍ମାଣ କରାଇଛନ୍ତି। ଯାହା ଦ୍ଵାରା ବର୍ଷା ଜଳ ନିଷ୍କାସନରେ ବାଧାପ୍ରାପ୍ତ ହେବାଯୋଗୁଁ ୱାର୍ଡବାସୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଏଥିସହିତ ୱାର୍ଡର ସରକାରୀ କଂକ୍ରିଟ ରୋଡ଼କୁ ଭାଙ୍ଗି ବେଆଇନ ଭାବେ ନିଜ କାର୍ଯ୍ୟାଳୟ ଓ ଗୋଦାମ ପାଇଁ ସ୍ଲାଇଡିଙ୍ଗ ଗେଟ ନିର୍ମାଣ କରୁଥିବାର ଅଭିଯୋଗ ମଧ୍ୟ ହୋଇଥିଲା।

ଅପରପକ୍ଷେ ଏ ନେଇ ପୂର୍ବତନ ବିଧାୟକ ଶ୍ରୀ ସାହୁ ଏହାକୁ ଖଣ୍ଡନ କରିବାସହ ସମସ୍ତ କାର୍ଯ୍ୟ ଆଇନ ଅନୁଯାୟୀ ହୋଇଛି ଏବଂ କୌଣସି ସରକାରୀ ଯାଗା ଜବରଦଖଲ ହୋଇନଥିବାର କହିଥିଲେ। ଯାହାଫଳରେ ବାଦ ବିବାଦ ଯୋଗୁଁ ଉଭୟ ପକ୍ଷଙ୍କ ସହମତି କ୍ରମେ ଆଜି ଡିମାର୍କେସନ ନୋଟିସ ଅନୁଯାଇ ଜାଗା ଚିହ୍ନଟ ପାଇଁ ଧାର୍ଯ୍ୟ କରାଯାଇଥିଲା।

ଉକ୍ତ ଡିମାର୍କେସନ ପାଇଁ ଚିଲିକା ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡା, ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡାଙ୍ଗୁଆ, ବାଲୁଗାଁ ରାଜସ୍ବ ନିରୀକ୍ଷକ ନିକୁଞ୍ଜ ପ୍ରଧାନ ଏବଂ ତହସିଲ, ରାଜସ୍ୱ ଓ ଏନଏସି ଅମିନ ଆଦି ଉପସ୍ଥିତ ରହି ମାପଚୁପ କରିଥିଲେ।

ମାତ୍ର ଉକ୍ତ ଜାଗା ମଧ୍ୟରେ ଅତ୍ୟଧିକ ପାଣି ଥିବାରୁ ଏହାକୁ ସ୍ଥଗିତ କରାଯାଇ ଆସନ୍ତା ନଭେମ୍ବର ମାସରେ ମାପ ଚୁପ ହେବା ନେଇ ତହସିଲଦାର ଶ୍ରୀ ପଣ୍ଡା କହିଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଘଟଣା ସ୍ଥଳରେ ବାଲୁଗାଁ ଏସଡିପିଓ, ଆଇଆଇସି ଙ୍କ ସମେତ ଦେଢ଼ ପ୍ଲାଟୁନ ଫୋର୍ସ ଉପସ୍ଥିତ ଥିଲେ।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା: ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଗାଡ଼ିକୁ ପିଟିଲା ଟ୍ରଲର, ଅଳ୍ପକେ ବର୍ତ୍ତିଲେ ପରିବାର

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ସଂନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ୧୬ ନମ୍ବର ଜାତୀୟ ରାଜପଥରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ହସ୍ତଗତ ହୋଇଛି। ତେବେ ସୌଭାଗ୍ୟବଶତଃ ଗାଡ଼ିରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ସୁରକ୍ଷିତ ଥିବା ବେଳେ ଗାଡ଼ିଟି ଭାଙ୍ଗି ରୁଜି ଯାଇଛି।

ଖବର ମୁତାବକ ପୂର୍ବତନ ବିଧାୟକଙ୍କ ଗାଡିଟି ସଂନ୍ଧ୍ୟାରେ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଯେଉଁଥିରେ ତାଙ୍କ ପୁତ୍ର, ଝିଅ ଏବଂ ନାତୁଣୀ ଯାତ୍ରା କରୁଥିଲେ। ତେବେ ହରିକୁଣ୍ଡବରଡ଼ି ଢ଼ାବା ନିକଟରେ ଗାଡିଟି ଛିଡା ହୋଇଥିବା ବେଳେ ହଠାତ ପଛପଟୁ ସମାନ ଦିଗରେ ଯାଉଥିବା ଏକ ଟ୍ରଲର ଟି ଧକ୍କା ଦେଇଥିଲା।

ତେବେ ସୌଭାଗ୍ୟବଶତଃ ଗାଡ଼ି ଭିତରେ ଥିବା ପୂର୍ବତନ ବିଧାୟକ ଶ୍ରୀ ସାହୁଙ୍କ ପରିବାରବର୍ଗଙ୍କ କୌଣସି କ୍ଷତି ହୋଇନଥିବା ବେଳେ ଗାଡ଼ିଟି ଭାଙ୍ଗି ରୁଜି ଯାଇଛି। ଖବର ପାଇ ନାଚୁଣୀ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଜବତ କରିବା ସହ ଟ୍ରଲର ଚାଳକଙ୍କୁ ଅଟକ ରଖିଛନ୍ତି।

ତେବେ ଏ ନେଇ ପୂର୍ବତନ ବିଧାୟକଙ୍କ ପ୍ରତିକ୍ରିୟା ନିଆଯାଇଥିବା ବେଳେ ତାଙ୍କ ପରିବାର ବର୍ଗ ସୁରକ୍ଷିତ ଥିବାରୁ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଚଢାଉ

ଭୁବନେଶ୍ଵର: ଖଣି ମାଲିକ ତଥା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଛି। ଅର୍ଥ ହଡପ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚଢାଉ କରିଛି। ଭୁବନେଶ୍ଵରର ୨ ଟି ସ୍ଥାନରେ ଚଢାଉ କରାଯାଇଥିବା ବେଳେ ଯୋଡାର ୨ ଟି ସ୍ଥାନରେ ଇଡି ଚଢାଉ ଜାରି ରଖିଛି। ଭୁବନେଶ୍ଵରର ସୂର୍ଯ୍ୟନଗର ଏବଂ ରସୁଲଗଡରେ ଚଢାଉ ଜାରି ରହିଥିବା ସୂଚନା ରହିଛି। କିନ୍ତୁ ଏପର୍ଯ୍ୟନ୍ତ ଇଡି ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଚଢାଉ ପରେ ଇଡି ପକ୍ଷରୁ ସଂପୂର୍ଣ୍ଣ ବିବରଣୀ ଦିଆଯିବ ବୋଲି ଆଶା କରାଯାଉଛି।

Categories
ଆଞ୍ଚଳିକ

ବାଲୁଗାଁ ଏନଏସିରେ ନିର୍ବାଚନୀ ପ୍ରସ୍ତୁତି ବୈଠକ, ବିଜେଡି ମଙ୍ଗ ଧରିଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ

ସୀତାରାମ ଅଗ୍ରୱାଲ
ବଲୁଗାଁ: ଆସନ୍ତା ୨୪ ତାରିଖରେ ପୌର ନିର୍ବାଚନ ନେଇ ସାରା ରାଜ୍ୟରେ ରାଜନୀତି ପ୍ରଚାର ଉଷ୍ମତା ଦେଖାଦେଉଛି। ସେହିଭଳି ବାଲୁଗାଁ ଏନଏସିରେ ମଧ୍ୟ ପ୍ରଚାର ପ୍ରସାରକୁ ଜୋର କରିବାରେ ରାଜନୈତିକ ଦଳର ପ୍ରାର୍ଥୀମାନେ ଲାଗିପଡିଛନ୍ତି। କିନ୍ତୁ ପ୍ରଚାର ମୈଦାନରେ ବିରୋଧୀ ଦଳ ବିଜେପି ଆଗୁଆ ଥିବା ଭଳି ମନେ ହେଉଥିବା ବେଳେ ଶାସକ ଦଳର ଗୋଷ୍ଠୀ କନ୍ଦଳ ଯୋଗୁଁ କର୍ମୀମାନେ ହତୋତ୍ସାହିତ ହେଉଥିବା ଦେଖିବାକୁ ମିଳୁଛି। ସାରା ରାଜ୍ୟରେ ଶାସକ ବିଜେଡି ତ୍ରିସ୍ତରୀୟ ପଞ୍ଚୟତରେ ବାଜିମାତ କରିଥିବା ବେଳେ ପୌର ନିର୍ବାଚନରେ ବିଜୟ ଧାରା ବଜାୟ ରଖିବାକୁ ପ୍ରୟାସ ଜାରି ରଖିଛି। ସେଥିପାଇଁ ବାଲୁଗାଁ ଏନଏସିରେ ବିଜେଡ଼ି ବାଜିମାତ କରିବା ପାଇଁ ଦଳ ଅଣ୍ଟା ଭିଡିଛି। ଦଳୀୟ ସଙ୍ଗଠନକୁ ସୁଦୃଢ଼ କରିବା ପାଇଁ ଆଜି ଅପରାହ୍ନରେ ବାଲୁଗାଁ ହନୁମାନ ପରିବା ଆସୋସିଏସନ ପ୍ରାଙ୍ଗଣରେ ବିଜେଡି ପକ୍ଷରୁ ଏନଏସି ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ବିଜେଡି ପର୍ଯ୍ୟବେକ୍ଷିକା ପ୍ରମିଳା ମଲ୍ଲିକ, ସମ୍ମାନୀୟ ଅତିଥି ଭାବେ ଦେବୀ ପ୍ରସାଦ ମିଶ୍ର, ପୂର୍ବତନ ବିଧାୟକ ରଘୁନାଥ ସାହୁ, ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ମାନସିଂହ, ବିସିଜେଡ଼ି ଜିଲ୍ଲା ସଭାପତି ବିଶ୍ୱଦୀପ ପ୍ରଧାନ, ଏମପି ପ୍ରତିନିଧି ଭଗବାନ ପ୍ରଧାନ, ବିଧାୟକ ପ୍ରତିନିଧି ପ୍ରକାଶ ପ୍ରଧାନ, ସମାଜସେବୀ ଶଙ୍କର ପାଇକରାୟ ଏବଂ ଏନଏସି ପ୍ରାର୍ଥୀନୀ ସୁକାନ୍ତି ପାଇକରାୟଙ୍କ ସମେତ ସମସ୍ତ ୧୧ ୱାର୍ଡର କାଉନସିଲର ଉପସ୍ଥିତ ଥିଲେ।

ଅନୁଷ୍ଠିତ ସଭାରେ ଚିଲିକା ନିର୍ବାଚନମଣ୍ଡଳିରେ ପୌର ନିର୍ବାଚନ ପାଇଁ ବିଜେଡି ମଙ୍ଗ ଧରିଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ। ଏ ନେଇ ଶ୍ରୀ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଏହି ଦାଇତ୍ୱ ଦେଇଥିବା ସେ କହିଛନ୍ତି। ଆସନ୍ତା ପୌର ନିର୍ବାଚନରେ ଉଭୟ ବାଣପୁର ଓ ବାଲୁଗାଁ ଏନଏସିରେ ବିଜେଡିର ବିଜୟ ହେବ ବୋଲି କହିଛନ୍ତି ଶ୍ରୀ ସାହୁ।

Categories
PanchayatElection ଆଜିର ଖବର ରାଜ୍ୟ ଖବର

ଚିଲିକା ନିର୍ବାଚନମଣ୍ଡଳୀର ଭୋଟରଙ୍କୁ କ୍ଷମା ପ୍ରାର୍ଥନା କଲେ ପୂର୍ବତନ ବିଧାୟକ ରଘୁନାଥ ସାହୁ

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ବିଜେଡିର ଗୋଷ୍ଠୀ କନ୍ଦଳ ବର୍ତ୍ତମାନ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ଗତକାଲି ପୂର୍ବତନ ଚିଲିକା ବିଜେଡି ବିଧାୟକ ରଘୁନାଥ ସାହୁ କୌଣସି କାର୍ଯ୍ୟରେ ଗୋବିନ୍ଦପୁର ଗ୍ରାମକୁ ଯାଇଥିବା ବେଳେ ତାଙ୍କୁ ଯେଉଁ ପ୍ରକାର ଦଳୀୟ କର୍ମୀ ବିରୋଧ କଲେ ତାହାକୁ ନେଇ ଜନସାଧାରଣମାନେ ଭିନ୍ନ ଭିନ୍ନ ମତ ଦେଉଛନ୍ତି।

କିନ୍ତୁ ଏଥିରେ ମର୍ମାହତ ହୋଇ ଗତକାଲି ରାତିରେ ରଘୁନାଥ ସାହୁ ଏକ ପ୍ରେସ ମିଟ ଯୋଗେ ଚିଲିକା ନିର୍ବାଚନମଣ୍ଡଳୀର ସମସ୍ତ ଭୋଟର ମାନଙ୍କୁ ହାତ ଯୋଡି କ୍ଷମାପ୍ରାର୍ଥନା କରିଥିବାର ଦେଖିବାକୁ ମିଳିଛି। ଶ୍ରୀ ସାହୁ କହିଛନ୍ତି ଯେ ସେ ୨୦୧୯ ବିଧାନସଭା ନିର୍ବାଚନରେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସପକ୍ଷରେ ଭୋଟରମାନଙ୍କୁ ଭୋଟ ଭିକ୍ଷା କରିଥିଲେ। ଏବଂ ତାହାକୁ ସମ୍ମାନ ଜଣାଇ ଭୋଟରମାନେ ଶ୍ରୀ ଜଗଦ୍ଦେବଙ୍କୁ ବିଜୟୀ ମଧ୍ୟ କରାଇଥିଲେ।

ତେବେ ବର୍ତ୍ତମାନ ଦୀର୍ଘ ୩ ବର୍ଷ ହେଲା ଚିଲିକା ନିର୍ବାଚନମଣ୍ଡଳୀ ଅଶାନ୍ତ ରହୁଥିବା ବେଳେ ଏଠି ବିକାଶର ଚି଼ହ୍ନ ବର୍ଣ୍ଣ ଦେଖିବାକୁ ମିଳିନି। ବିଶେଷକରି ଭୋଟର ମାନେ ଅବହେଳିତ ହୋଇଛନ୍ତି। ତେଣୁ ଏଥିନିମନ୍ତେ ଭୋଟର ମାନଙ୍କୁ ଯୋଡ଼ହସ୍ତରେ କ୍ଷମାପ୍ରାର୍ଥନା କରିବା ସହ ଆଗାମୀ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଉପରୋକ୍ତ ଘଟଣାଗୁଡିକୁ ବିଚାର ଏବଂ ହୃଦୟଙ୍ଗମ କରି ନିଜର ମତ ସାବ୍ୟସ୍ତ କରିବା ପାଇଁ ରଘୁନାଥ ସାହୁ ଅନୁରୋଧ କରିଛନ୍ତି।

ଅପରପକ୍ଷରେ ବିଜେଡିର ମଧ୍ୟ କର୍ମୀମାନେ ଦଳବିରୋଧୀ କାର୍ଯ୍ୟଲାଗି ରଘୁନାଥ ସାହୁଙ୍କୁ ଦଳରୁ ନିଲମ୍ବିତ କରାଯାଉ ବୋଲି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ଦାବି କରିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ଚିଲିକା ବିଜେଡ଼ିରେ ଉଗ୍ରରୂପ ନେଲା ଗୋଷ୍ଠୀକନ୍ଦଳ: ପୂର୍ବତନ ବିଧାୟକଙ୍କ ସହ ମୁହାଁମୁହିଁ ହେଲ ଦଳୀୟ କର୍ମୀ

ସୀତାରାମ ଅଗ୍ରୱାଲ

ବାଣପୁର: ପଞ୍ଚାୟତ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଛି। ବର୍ତ୍ତମାନ ବିଜେଡିରୁ ନିଲମ୍ବିତ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଏବଂ ପୂର୍ବତନ ଚିଲିକା ବିଜେଡି ବିଧାୟକ ରଘୁନାଥ ସାହୁଙ୍କ ମଧ୍ୟରେ ତିକ୍ତତା ଶୀର୍ଷରେ ଥିବାବେଳେ ଆଜି ତାହା ବିସ୍ଫୋରଣର ରୂପ ନେଇଥିବା ଦେଖିବାକୁ ମିଳିଛି।

ଗତ ବିଧାନସଭା ନିର୍ବାଚନରେ ରଘୁନାଥ ସାହୁଙ୍କ ସହଯୋଗରେ ପ୍ରଶାନ୍ତ ଜଗଦ୍ଦେବ ଚିଲିକା ବିଧାୟକ ହୋଇଥିବାବେଳେ ଧୀରେ ଧୀରେ ରଘୁନାଥ ସାହୁଙ୍କୁ ଶ୍ରୀ ଜଗଦେବ କଣଠେସା କରୁଥିବା ଅଭିଯୋଗ ହେଉଥିଲା। ପରିସ୍ଥିତି ଏପରି ହେଲା ଯେ, ପଞ୍ଚାୟତ ନିର୍ବାଚନ ଟିକେଟ ବଣ୍ଟନର ଶେଷ ମୁହୂର୍ତ୍ତ ଯାଏଁ ରଘୁନାଥ ସାହୁ ତାଙ୍କ ସମର୍ଥକଙ୍କୁ ଟିକେଟ ପାଇଁ ଭରସା ଦେଇଥିଲେ ସୁଦ୍ଧା ତାହାବି ଫସର ଫାଟିଗଲା। ଦଳ ପକ୍ଷରୁ ବିଧାୟକଙ୍କ ସମର୍ଥିତ ପ୍ରାର୍ଥୀମାନେ ଟିକେଟ ପାଇଲେ।

ତେବେ ଦଳ ମଧ୍ୟ ରଘୁନାଥ ସାହୁଙ୍କୁ ଅଣଦେଖା କରୁଥିବା ବେଳେ ବର୍ତ୍ତମାନ ରଘୁନାଥ ସାହୁ ନିରବ ଅଛନ୍ତି। କିନ୍ତୁ ଆଜି ବାଣପୁର ବ୍ଲକ ଅନ୍ତର୍ଗତ ମାଳି ଗୋବିନ୍ଦପୁର ଗ୍ରାମକୁ ରଘୁନାଥ ସାହୁ ଆସିଥିବା ବେଳେ ତାଙ୍କୁ ବିଜେଡିର ପ୍ରାଥୀମାନେ ପ୍ରବଳ ବିରୋଧ କରିଥିଲେ। ସେମାନଙ୍କ ଅଭିଯୋଗ ଯେ, ରଘୁନାଥ ସାହୁ ଦଳରେ ଥାଇ ବିଜେପି ପାଇଁ ପ୍ରଚାର କରୁଛନ୍ତି ଏବଂ ଘର ଶତ୍ରୁ ବିଭୀଷଣ ଭୂମିକା ନିଭାଉଛନ୍ତି।

ତେବେ ରଘୁନାଥ ସାହୁଙ୍କୁ ପଚାରିବାରୁ ସେ ଏହାକୁ ଖଣ୍ଡନ କରିସନ୍ତି। ଜନସାଧାରଣଙ୍କୁ ଭେଟିବା ତାଙ୍କର ମୌଳିକ ଅଧିକାର। ତାଙ୍କୁ ଏଥିରୁ କଣ ପାଇଁ ବାରଣ କରାଯାଉଛି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି।

ଅନୁରୂପ ଭାବେ ତାଙ୍କ ନିକଟକୁ ବିଜେଡି ପ୍ରାର୍ଥି ଏଯାବତ ଆସିନଥିବାର କିମ୍ବା ଜଣାଇନଥିବାର କହିଛନ୍ତି ରଘୁନାଥ ସାହୁ। ହେଲେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେବା ସହ ମୁହଁମୁହିଁ ପରିସ୍ଥିତି ହେବା କ୍ଷଣି ବାଲୁଗାଁ ଏସଡିପିଓ ଏବଂ ବାଣପୁର ଆଇଆଇସି ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ୍ତ କରିଥିବାର ଦେଖାଯାଇଛି।

ତେବେ ସେ ଯାହା ବି ହେଉନି ନା କାହିଁକି ଚିଲିକାରେ ବର୍ତ୍ତମାନ ନିର୍ବାଚନ ରାଜନୀତି ରୋଚକ ମୋଡନେବାରେ ଲାଗିଛି। ଅଲୋଡ଼ା ରଘୁନାଥ ସାହୁ ପୁଣି ଥରେ ଚଳିତ ପଞ୍ଚାୟତ ନିର୍ବାଚନରେ କିଙ୍ଗମେକର ସାବ୍ୟସ୍ତ ହେବେ ବୋଲି ରାଜନୀତି ମହଲରେ ଚର୍ଚ୍ଚା ହେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଦୋଛକିରେ ଚିଲିକା ନିର୍ବାଚନ ମଣ୍ଡଳୀର ବିଜେଡି, ପ୍ରଶାନ୍ତ ଜଗଦେବ ବନାମ ରଘୁନାଥ ସାହୁ

ସୀତାରାମ ଅଗ୍ରୱାଲ

ଚିଲିକା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ନାନାଦି କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ଚିଲିକା ନିର୍ବାଚନମଣ୍ଡଳିରେ ଶାସକ ଦଳର ଅନ୍ତକନ୍ଦଳ ସାମ୍ନାକୁ ଆସୁଛି। କିନ୍ତୁ ସେପଟେ  ବିରୋଧୀ ଦଳଗୁଡିକ ମଧ୍ୟ ଏକରକମ ନିଷ୍କ୍ରିୟ ହୋଇଯାଇଥିବା ପରିଲକ୍ଷିତ ହେଉଛି। ମାତ୍ର  ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଳକ ବିରିବାଡ଼ି ଗ୍ରାମ ପଞ୍ଚାୟତର ମା’ ରତ୍ନମାଳି ଦେବୀଙ୍କ ପ୍ରାଙ୍ଗଣରେ ଚିଲିକାର ପୂର୍ବତନ ବିଜେଡ଼ି ବିଧାୟକ ରଘୁନାଥ ସାହୁ ଶତାଧିକ କର୍ମୀଙ୍କୁ ନେଇ କର୍ମୀ ସମ୍ମିଳନୀ ଆରମ୍ଭ କରିଛନ୍ତି। ଯାହାକି ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁଜନତା ଦଳର ପୂର୍ବତନ ବିଧାୟକ ରଘୁନାଥ ସାହୁ ସକ୍ରିୟ ହୋଇଥିବାର ସୂଚନା ଦେଉଛି।

ଚିଲିକା ନିର୍ବାଚନମଣ୍ଡଳୀରେ ବିଜେଡିର ବିବାଦ ଥମି ନ ଥିବାବେଳେ ଆଗାମି ଦିନରେ ପୁଣି ଶଙ୍ଖ ବାଜିମାତ କରିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପୂର୍ବତନ ବିଧାୟକ ଶ୍ରୀ ସାହୁ। ଏପରିକି ନିର୍ବାଚନମଣ୍ଡଳୀର ପ୍ରତିଟି ଜନସାଧାରଣଙ୍କ ହୃଦୟରେ ସେ ଅଛନ୍ତି ଏବଂ ଆଗକୁ ମଧ୍ୟ ଯେ କୋୖଣସି ପରିସ୍ଥିତିରେ ରହିବେ ବୋଲି ଗଣମାଧ୍ୟମ ସମ୍ମୁଖରେ ପରିପ୍ରକାଶ କରିଛନ୍ତି। ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ଉପରେ ତାଙ୍କର ସଂପୂର୍ଣ୍ଣ ଆଶାଭରସା ଅଛି ଏବଂ ଅଦ୍ୟାବଧି ଦଳରେ ଥାଇ ମଧ୍ୟ କୌଣସି ପଦପଦବୀରେ ନରହି ଦଳ ମଜଭୁତ ପାଇଁ ନିଜ ପ୍ରଚେଷ୍ଟାରେ ଉଦ୍ୟମ ଜାରି ରଖିଥିବା ଶ୍ରୀ ସାହୁ କହିଛନ୍ତି।

ଉକ୍ତ କର୍ମୀ ସମ୍ମିଳନୀରେ ଚିଲିକା ବ୍ଲକ ବିଜେଡ଼ି ସଭାପତି ଦେବେନ୍ଦ୍ର ସାମନ୍ତସିଂହାର, ସାଂସଦ ପ୍ରତିନିଧି ରମେଶ ମହାପାତ୍ରଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀମାନେ ଯୋଗଦେଇଥିଲେ।

ଅପରପକ୍ଷେ ଗତ କିଛି ଦିନ ତଳେ ଦଳରୁ ନିଲମ୍ବିତ ହୋଇଥିବା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମଧ୍ୟ ଦଳୀୟ କର୍ମୀଙ୍କୁ ନେଇ ଚିଲିକାରେ ଏକ ବଡ ରାଲି କରିଥିଲେ। ଯେଉଁଥିରେ ଶହ ଶହ କର୍ମୀ ଯୋଗ ଦେଇଥିଲେ। ଏହି ବୈଠକରେ ବିରୋଧୀଙ୍କୁ ବିଧାୟକ ଶ୍ରୀ ଜଗଦ୍ଦେବ ଟାର୍ଗେଟ କରିଥିଲେ। ଏହି ଅବସରରେ ବିରୋଧୀ ଦଳ ନେତାମାନଙ୍କୁ ୱାର୍ଡ ମେମ୍ବର ହେବା ପାଇଁ ଯୋଗ୍ୟ ନୁହଁନ୍ତି ବୋଲି ସେ କଟାକ୍ଷ କରିଥିଲେ। ସେହିଭଳି ନିଜ ଦଳର କିଛି ନେତାଙ୍କୁ ‘ଢୋଲ ଭିତରେ ମୂଷା’ କହିବା ସହ ଦଳକୁ କ୍ଷତି ପହଞ୍ଚାଉଥିବା ସେଭଳି ନେତାଙ୍କୁ ଉଚିତ ଶିକ୍ଷା ଦିଆଯିବ ବୋଲି ସେ ଚେତାବନୀ ଦେଇଥିଲେ।

ତେବେ ଏଭଳି ବାକ୍ୟ ପ୍ରଶାନ୍ତ ଜଗଦ୍ଦେବ କାହା ଉଦ୍ଦେଶ୍ୟରେ ବ୍ୟବହାର କରିଥିଲେ ବୋଲି ଲୋକଙ୍କ ମନରେ ସସ୍ପେନ୍ସ ଲାଗି ରହିଥିଲା। କିନ୍ତୁ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଏହି ବୈଠକରେ ଜଣେ କର୍ମୀ ଏହି ବାକ୍ୟକୁ ଦୋହରାଇଥିବା ଦେଖାଯାଇଥିଲା। ରଘୁ ସାହୁଙ୍କ ଉପସ୍ଥିତିରେ ଉକ୍ତ କର୍ମୀଜଣଙ୍କ ପରୋକ୍ଷରେ ସମାଲୋଚନା କରୁଥିବା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ଯାହା ଫଳରେ ବର୍ତ୍ତମାନ ପରିସ୍ଥିତିରେ ଚିଲିକାରେ ବିଜେଡ଼ିର ସବୁ ଠିକ ଚାଲିଥିବା ଭଳି ମନେ ହେଉନାହିଁ।

ତେଣୁ ଏଭଳି ଘଟଣାକୁ ଦେଖି ବିଜେଡ଼ି କାର୍ଯ୍ୟକର୍ତ୍ତାଙ୍କ ମନରେ ଅନେକ ପ୍ରଶ୍ନ ଉଠୁଛି। ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳର କିଏ ମଙ୍ଗ ଧରିବ, ତାହାକୁ ନେଇ କର୍ମୀମାନଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି।

ଅନ୍ୟପଟେ ଏଭଳି ରାଜନୈତିକ ବିରୋଧାଭାଷ ଯୋଗୁଁ ଚିଲିକାର ଉନ୍ନତିମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ବୋଲି ସାଧାରଣ ଜନତା ଅଭିଯୋଗ କରୁଛନ୍ତି। ଚିଲିକାବାସୀଙ୍କ ସମସ୍ୟା ଶୁଣିବା ପରିବର୍ତ୍ତେ ନିଜର ରାଜନୈତିକ ଲାଭ ଉଠାଇବା ପାଇଁ ନେତାମାନେ ତତ୍ପରତା ଦେଖାଉଛନ୍ତି ବୋଲି ଅଭିଯୋଗ ହେଉଛି। ଗତ ଲଘୁଚାପଜନିତ ବର୍ଷାରେ ଚାଷୀମାନଙ୍କ ଧାନ ଫସଲ ଉଜୁଡିଯାଇଥିବା ବେଳେ ସେମାନଙ୍କ ଦୁଃଖ ବୁଝିବା ପାଇଁ ଉଭୟ ସରକାରୀ ଦଳର ନେତା କିମ୍ବା ବିରୋଧୀ ଦଳର ନେତାମାନେ ଆଗ୍ରହ ଦେଖାଉନଥିବା ଅଭିଯୋଗ ହେଉଛି। କେବଳ ନିର୍ବାଚନ ଆସିଲେ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେବାକୁ ନେତାମାନେ ଦୁଆର ଦୁଆର ବୁଲିବେ ବୋଲି ଚିଲିକାବାସୀ କହିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

୬ ଦଫା ଦାବିନେଇ ପ୍ରେରଣା ସଙ୍ଗଠନ ପକ୍ଷରୁ ବାଲୁଗାଁ ବନ ବିଭାଗ ରେଞ୍ଜ ଅଫିସ ସମ୍ମୁଖରେ ଗଣଧାରଣା

ସୀତାରାମ ଅଗ୍ରୱାଲ

ବାଲୁଗାଁ: ଖୋର୍ଦ୍ଧା ପୂର୍ବତନ ବିଧାୟକ ତଥା ଗ୍ରୀନ ଆର୍ମି ମୁଖ୍ୟ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ନେତୃତ୍ୱରେ ଆଜି ପୂର୍ବାହ୍ନରେ ପ୍ରେରଣା ସଙ୍ଗଠନ ପକ୍ଷରୁ ବାଲୁଗାଁ ବନ ବିଭାଗ ରେଞ୍ଜ ଅଫିସ ସମ୍ମୁଖରେ ୬ଦଫା ଦାବିନେଇ ଗଣଧାରଣା ଦିଆଯାଇଛି। ଏସିଆ ମହାଦେଶର ସର୍ବବୃହତ ଶାଳ ଶାଗୁଆନ ଜଙ୍ଗଲ ଭାବେ ବାଣପୁରସ୍ଥିତ ଦାମିଆ-ବରବରା ଜଙ୍ଗଲ ପରିଚିତ। ମାତ୍ର ପଶ୍ଚାତାପର ବିଷୟ ଏହି ଜଙ୍ଗଲରୁ ବାଲୁଗାଁ ବନ ବିଭାଗ କିଛି କାଠ ମାଫିଆଙ୍କ ସହ ମିଲିଭଗତରେ ଅନବରତ ବହୁ ମୂଲ୍ୟବାନ ଶାଳ ଶାଗୁଆନ ଗଛ କାଟି ବିକ୍ରି କରୁଥିବାବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜୁଥିବା ସହ ରାଜ୍ୟ ସରକାର ନିଷ୍କ୍ରିୟ ପନ୍ଥା ଅବଲମ୍ବନ କରୁଥିବା ନେଇ ସାଧାରଣ ଜନତା ଅଭିଯୋଗ କରୁଛନ୍ତି।

ଗତ ୦୧/୧୦/୨୦୨୧ ରିଖରେ ଅଭିଯୋଗ ମୁତାବକ ଦାମିଆ ବରବରା ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର ଗଛ କାଟି ବନବିଭାଗ କର୍ମଚାରୀ ବିକ୍ରି କରୁଥିବା ବେଳେ ସ୍ଥାନୀୟ ଗ୍ରାମବାସୀ ଏବଂ ଜଙ୍ଗଲ ସୁରକ୍ଷା କମିଟି ଦ୍ୱାରା ତିନିଜଣ ବନ କର୍ମଚାରୀ ଧରାପଡି ଆଣ୍ଠେଇବା ଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ବନ ବିଭାଗ ଏଥିରେ ପ୍ରତିଶୋଧ ପରାୟଣ ହୋଇ ଘଟଣାର ମୋଡ଼ ବଦଳାଇବା ପାଇଁ ବାଣପୁର ପୋଲିସ ସହଯୋଗରେ ଜଙ୍ଗଲ ସୁରକ୍ଷା କମିଟିର କିଛି ସଦସ୍ୟ ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଜେଲ ହାଜତକୁ ପଠାଇଦେଇଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ପୋଲିସର ପକ୍ଷପାତ ତଦନ୍ତ ଏବଂ ବନ ବିଭାଗର ଜଙ୍ଗଲ ଧ୍ବଂସ ଚକ୍ରାନ୍ତ ବିରୁଦ୍ଧରେ ଆଜି ପ୍ରେରଣା ସଙ୍ଗଠନ ପକ୍ଷରୁ ଏହାର ପ୍ରତିବାଦ ସ୍ବରୂପ ୬ଦଫା ଦାବି ଯଥା ନିରପେକ୍ଷ ତଦନ୍ତ କରି ଦୋଷୀକୁ ଦଣ୍ଡ, ବିନା ଦୋଷରେ ଜେଲ ପଠାଇଥିବା ବ୍ୟକ୍ତିଙ୍କୁ ତୁରନ୍ତ ଖଲାସ, ପୂର୍ବରୁ ଜଙ୍ଗଲ ସୁରକ୍ଷାରେ ନିୟୋଜିତ ସି ଆର ପି ଏଫ ଯବାନଙ୍କୁ ପୁନଃ ନିଯୁକ୍ତି ପାଇଁ ସୁପାରିଶ, ସି ଆର ପି ଏଫ ଯବାନ ନ ଆସିବା ପର୍ଯ୍ୟନ୍ତ ଓଏସଏପିଙ୍କୁ ଦାୟିତ୍ୱ, ବନ ବିଭାଗରୁ ଆସୁଥିବା ଅର୍ଥକୁ ବିଭାଗୀୟ ଅଧିକାରୀ ଓ ଭିଏସଏସ ର ମିଳିତ ଜ୍ଞାତସାରରେ ବ୍ୟୟ, ଜଙ୍ଗଲ ମଧ୍ୟରେ ପଡିଥିବା କାଠ ଗଣ୍ଡିକୁ ବନ ବିଭାଗ ଅନୁମତିରେ ଆଣିବା ନେଇ ବାଲୁଗାଁ ବନ ବିଭାଗ ରେଞ୍ଜ ଅଫିସ ସମ୍ମୁଖରେ ଶାନ୍ତିପୂର୍ଣ ଗଣଧାରଣା ଦେବା ସହ ରେଞ୍ଜର ପ୍ରତାପ କୁମାର ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ରେଞ୍ଜର ଶ୍ରୀ ମହାନ୍ତି ଏବଂ ପ୍ରେରଣା ସଙ୍ଗଠନର କର୍ମକର୍ତ୍ତାଙ୍କ ଆପୋଷ ଆଲୋଚନା ପରେ ଏ ସମ୍ବନ୍ଧରେ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବା ନେଇ ଶ୍ରୀ ମହାନ୍ତି ପ୍ରତିଶୃତି ଦେବା ପରେ ଗଣଧାରଣାରୁ କର୍ମୀମାନେ ଉଠିଥିଲେ ଏବଂ ଯଦି ଏହାର ସ୍ଥାୟୀ ସମାଧାନ ନହୁଏ ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ତୀବ୍ରତର କରାଯିବା ନେଇ ପ୍ରେରଣା ସଙ୍ଗଠନର ସଭାପତି ଦିଲ୍ଲୀପ ଶ୍ରୀଚନ୍ଦନ ଚେତାବନୀ ଦେଇଛନ୍ତି।

ଏଥି ସହିତ ଘଟିଯାଇଥିବା ଘଟଣା ସମ୍ବନ୍ଧରେ ଅବଗତ ଏବଂ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ନେଇ ବାଲୁଗାଁ ଏସ ଡି ପି ଓ ମାନସ ରଞ୍ଜନ ବାରିକଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରାଯାଇଛି।