ଆଜି ରାଜ୍ୟରେ ଆଉ ୨୪ ଆକ୍ରାନ୍ତଙ୍କ ପ୍ରାଣହାନୀ, ମୃତ୍ୟୁ ସଂଖ୍ୟା ୮ ହଜାର ୮୬୨ କୁ ବୃଦ୍ଧି

Published: Feb 12, 2022, 11:05 am IST

ଭୁବନେଶ୍ଵର: ଆଜି ରାଜ୍ୟରେ ୨୪ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହି ୨୪ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ହଜାର ୮୬୨ ଜଣଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ବାଲେଶ୍ଵର ଜିଲ୍ଲାରୁ ୬ ଜଣ, ଯାଜପୁର ଜିଲ୍ଲାରୁ ୩ ଜଣ ଏବଂ ଭଦ୍ରକ ଓ ମୟୂରଭଞ୍ଜରୁ  ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିଭଳି ବରଗଡ, ପୁରୀ, ନବରଙ୍ଗପୁର ଓ ଅନୁଗୁଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୬ ହଜାର ୧୧୪ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୩ ହଜାର ୯୧୪ ଏବଂ ବର୍ତ୍ତମାନ ୧୩ ହଜାର ୨୮୫ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts