ଆଜି ରାଜ୍ୟରେ ଆଉ ୨୨ ଆକ୍ରାନ୍ତଙ୍କ ପ୍ରାଣହାନୀ, ମୃତ୍ୟୁ ସଂଖ୍ୟା ୮ ହଜାର ୯୨୬ କୁ ବୃଦ୍ଧି

Published: Feb 15, 2022, 10:55 am IST

ଭୁବନେଶ୍ଵର: ଆଜି ରାଜ୍ୟରେ ୨୨ ଜଣ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ଏହି ୨୨ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ହଜାର ୯୨୬ ଜଣଙ୍କ ମୃତ୍ୟୁ ହୋଇଛି। ବାଲେଶ୍ଵର ଜିଲ୍ଲାରୁ ସର୍ବାଧିକ ୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧା  ଜିଲ୍ଲାରୁ ୫ ଜଣ, କଟକ, ଢେଙ୍କାନାଳ ଜିଲ୍ଲାରୁ ୩ ଜଣ ଲେଖାଏଁ ଓ ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସେହିଭଳି ଭଦ୍ରକ, ନୟାଗଡ ଓ ଯାଜପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି।

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୯ ହଜାର ୪୬ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୯ ହଜାର ୭୯୬ ଏବଂ ବର୍ତ୍ତମାନ ୧୦ ହଜାର ୨୭୧ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts