ପଞ୍ଚାୟତ ଭୋଟ ପ୍ରଦାନ ପାଇଁ କର୍ମଚାରୀଙ୍କ ସବୈତନିକ ଛୁଟି ଘୋଷଣା

Published: Feb 15, 2022, 1:25 pm IST

ଭୁବନେଶ୍ବର: ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଦିନ ସବୈତନିକ ଛୁଟି ଘୋଷଣା କରାଯାଇଛି। ଆଜି ରାଜ୍ୟ ସରକାରଙ୍କ ଶ୍ରମ ବିଭାଗ ଏ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହା ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ସେହି ଅନୁସାରେ ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟର ସମସ୍ତ ସରକାରୀ, ଘରୋଇ ଏବଂ ଅନୁଷ୍ଠାନଗୁଡିକରେ କାର୍ଯ୍ୟରତ କର୍ମଚାରୀଙ୍କୁ ବେତନ ସହ ଏହି ଛୁଟି ପ୍ରଦାନ କରାଯିବ।

ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଭୋଟ ଗ୍ରହଣ ଆରମ୍ଭ ହେଉଛି। ଦିନଛଡା ଦିନେ ହିସାବରେ ଏହି ଭୋଟ ଗ୍ରହଣ 24 ତାରିଖରେ ଶେଷ ହେବ। ଯେଉଁ କର୍ମଚାରୀଙ୍କ ଯେଉଁ ଅଞ୍ଚଳରେ ଭୋଟ ଗ୍ରହଣ ଥିବ ସେମାନେ ସେହି ଦିନ ଏହି ଛୁଟି ପାଇପାରିବେ। ଏଥିରେ କୌଣସି ସଂସ୍ଥା ଖିଲାପ କଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

Related posts