
ସୀତାରାମ ଅଗ୍ରୱାଲ
ଟାଙ୍ଗୀ: ଆସନ୍ତାକାଲି ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଅନୁଷ୍ଠିତ ହେବ। ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ପ୍ରଥ। ଏହି ନିର୍ବାଚନରେ ୧ ଲକ୍ଷ ୩୨ ହଜାର ଭୋଟର ଅଂଶ ଗ୍ରହଣ କରି ସେମାନଙ୍କର ମୁଲ୍ୟବାନ ମତ ସାବ୍ୟସ୍ତ କରିବେ।
ବ୍ଲକର ୩୪୫ ବୁଥ୍ ରେ ହେବ ନିର୍ବାଚନ। ସେଥି ମଧ୍ୟରୁ ୧୫୫ ଟି ବୁଥ୍ ଉତ୍ତେଜନା ପ୍ରବଣ ବୁଥ୍ ସହ ୮୯ ଟି ଅତି ଉତ୍ତେଜନା ପ୍ରବଣ ବୁଥ୍ ବୋଲି ଚିହ୍ନଟ କରାଯାଇଛି। ତେଣୁ ନିର୍ବାଚନକୁ ଶାନ୍ତି ଶ୍ରୁଙ୍ଖଳାର ସହ ଅନୁଷ୍ଠିତ କରିବା ପାଇଁ ଟାଙ୍ଗୀ ଥାନା ପୋଲିସ୍ ପକ୍ଷରୁ ଆଜି ସଂଧ୍ୟ୍ୟାରେ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି।
ଟାଙ୍ଗୀ ଥାନା ଉଜ୍ଜଳା ଗୋପୀନାଥ ପୁର, କନ୍ତଳ ବାଇ, ବାଲିପାଟ ପୁର, ଭୁଷଣ୍ଡ ପୁର ପଂଚାୟତରେ ପୋଲିସ୍ ର ଫ୍ଲାଗ୍ ମାର୍ଚ୍ଚ କରାଯାଇଛି।
ଏହି ଫ୍ଲାଗ୍ ମାର୍ଚ୍ଚ ସମୟରେ ପୋଲିସ୍ ଏସଡିପିଓ ମାନସ ରଂଜନ ବାରିକ୍, ଟାଙ୍ଗୀ ତହସିଲଦାର ସ୍ମୁତି ରଞ୍ଜନ ଶତପଥୀ, ଟାଙ୍ଗୀ ଥାନା ଆଇଆଇସି ବିଜୟ କୁମାର ମଲିକ, ଭୂଷଣ୍ଡ ପୁର ଫାଣ୍ଡି ଅଧିକାରୀ ମାଧବାନନ୍ଦ ବସ୍ତିଆଙ୍କ ସମେତ ୨ ଶହରୁ ଅଧୀକ ପୋଲିସ୍ ଫୋର୍ସ ସାମିଲ ଥିଲେ।