Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ସତରଟି ପଞ୍ଚାୟତରେ ହେବ ନିର୍ବାଚନ
ଆଜିର ଖବର

ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ସତରଟି ପଞ୍ଚାୟତରେ ହେବ ନିର୍ବାଚନ

February 17, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ସତରଟି ପଞ୍ଚାୟତରେ ହେବ ନିର୍ବାଚନ

ରିପୋର୍ଟ- ସୀତାରାମ ଅଗ୍ରୱାଲା

ବାଣପୁର: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ସତjଟି ପଞ୍ଚାୟତରେ ଅନୁଷ୍ଠିତ ହେବ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ ସ୍ଥିତି ପରଖିବାକୁ ଆଜି ବାଣପୁର ବ୍ଲକ ପରିଦର୍ଶନରେ ଆସିଥିଲେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର।

ଶ୍ରୀ ମହାପାତ୍ର ବାଣପୁର ବ୍ଲକ କାର୍ଯ୍ୟାଳୟରେ ସ୍ଥାନୀୟ ତହସିଲଦାର, ବିଡ଼ିଓ ଏବଂ ଆଇଆଇସିଙ୍କ ସହ ଏକ ବୈଠକ କରିଥିଲେ। ବ୍ଲକ, ତହସିଲ ଓ ପୋଲିସ ପ୍ରଶାସନ ପକ୍ଷରୁ ବାଣପୁରରେ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ନିଆଯାଇଥିବା ପଦକ୍ଷେପ ଗୁଡିକ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ଜିଲ୍ଲାପାଳ। ପରିଶେଷରେ ନିର୍ବାଚନ ଶେଷ ହେବା ପରେ ବ୍ୟାଲଟ ବାକ୍ସ ରଖିବା ନିମନ୍ତେ ବ୍ଲକ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମ ପରିଦର୍ଶନ କରିଥିଲେ ଜିଲ୍ଲାପାଳ।

ତେବେ ବାଣପୁର ବ୍ଲକରେ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ କଣ ପଦକ୍ଷେପ ନିଆଯାଇଛି ବୋଲି ଆମ ପ୍ରତିନିଧି ପ୍ରଶ୍ନ ପଚାରିବାରୁ ଏଥି ନିମନ୍ତେ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବାର ଜିଲ୍ଲାପାଳ କହିଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ମତଦାନ ଶାନ୍ତିଶୃଙ୍ଖଳା ସହ ସମାପ୍ତ ହୋଇଥିବାରୁ ଏଥି ପାଇଁ ସମସ୍ତ ସରକାରୀ ଅଧିକାରୀ, ବ୍ଲକ ପ୍ରଶାସନ, ପୋଲିସ ପ୍ରଶାସନ ଏବଂ ଭୋଟରଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାପାଳ।

ତେବେ ଆସନ୍ତାକାଲି ଜିଲ୍ଲାର ବେଗୁନିଆ ଏବଂ ବାଣପୁର ବ୍ଲକରେ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ସବୁ ସ୍ଥାନରେ ପୋଲିଙ୍ଗ ପାର୍ଟି ପହଁଚିସାରିଥିବାର କହିଛନ୍ତି ଜିଲ୍ଲାପାଳ। ଏଥିସହିତ ପୋଲିସ ପକ୍ଷରୁ ବ୍ୟାପକ ପାଟ୍ରୋଲିଂ ବ୍ୟବସ୍ଥା କରାଯିବା ସହ ସ୍ପର୍ଶକାତର ବୁଥକୁ ବିଶେଷ ଦୃଷ୍ଟି ଦିଆଯାଇଛି।

ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି l ମହିଳାଙ୍କ ପାଇଁ ବାଣପୁରରେ ପିଙ୍କ ବୁଥ ବ୍ୟବସ୍ଥା କରାଯାଇଛି। ମୋଟାମୋଟି କହିବାକୁ ଗଲେ ସ୍ଥାନୀୟ ପ୍ରଶାସନ ଦ୍ୱାରା କରାଯାଇଥିବା ବ୍ୟବସ୍ଥା ଉପରେ ଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିବା ସହ ଆସନ୍ତାକାଲି ବାଣପୁରରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ସମାପ୍ତ ହେବ ବୋଲି ଆଶା ପ୍ରକଟ କରିଛନ୍ତି।

PanchayatElection ଓଡିଶା ପଞ୍ଚାୟତ ନିର୍ବାଚନ ପଞ୍ଚାୟତ ନିର୍ବାଚନ ବାଣପୁର ସୀତାରାମ ଅଗ୍ରୱାଲା
Share. Facebook Twitter LinkedIn Email WhatsApp Copy Link

Related Posts

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ, ଜାଣନ୍ତୁ କେବେ?

March 15, 2026

ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ପଦ୍ମଶ୍ରୀ ପ୍ରଫେସର ହର୍‍ମାନ କୁଲ୍‍କେଙ୍କ ସ୍ମୃତିସଭା

March 15, 2026

ରାଜ୍ୟସଭା ନିର୍ବାଚନ: ମିଳୁ ନାହାଁନ୍ତି କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, କାରଣ ଦର୍ଶା ନୋଟିସ ଜାରୀ କଲା ଦଳ

March 15, 2026

ଦ୍ଵିତୀୟ ପର୍ଯ୍ୟାୟ ‘’ଉଲ୍ଲାସ” ପରୀକ୍ଷାରେ ଯୋଗ ଦେଲେ ୧୫୦୦ ନିରକ୍ଷର ପୁରୁଷ ଓ ମହିଳା

March 15, 2026
Latest News

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଦୁଇଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ, ଜାଣନ୍ତୁ କେବେ?

March 15, 2026

ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ପଦ୍ମଶ୍ରୀ ପ୍ରଫେସର ହର୍‍ମାନ କୁଲ୍‍କେଙ୍କ ସ୍ମୃତିସଭା

March 15, 2026

ରାଜ୍ୟସଭା ନିର୍ବାଚନ: ମିଳୁ ନାହାଁନ୍ତି କଂଗ୍ରେସ ବିଧାୟକ ଦାଶରଥି ଗମାଙ୍ଗ, କାରଣ ଦର୍ଶା ନୋଟିସ ଜାରୀ କଲା ଦଳ

March 15, 2026

ଦ୍ଵିତୀୟ ପର୍ଯ୍ୟାୟ ‘’ଉଲ୍ଲାସ” ପରୀକ୍ଷାରେ ଯୋଗ ଦେଲେ ୧୫୦୦ ନିରକ୍ଷର ପୁରୁଷ ଓ ମହିଳା

March 15, 2026

୭୦୦ ରୁ ଅଧିକ ପଦବୀ ପାଇଁ HPCL ରେ ନିଯୁକ୍ତି: ଶୀଘ୍ର କରନ୍ତୁ ଆବେଦନ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.