Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏସିଆନ୍‌ ରେସ୍‌ଲିଂ ଚାମ୍ପିୟନ୍‌ସିପ୍‌ : ବଜରଙ୍ଗଙ୍କୁ ସ୍ବର୍ଣ୍ଣ, ରାଣାଙ୍କୁ ରୌପ୍ୟ
ଆଜିର ଖବର

ଏସିଆନ୍‌ ରେସ୍‌ଲିଂ ଚାମ୍ପିୟନ୍‌ସିପ୍‌ : ବଜରଙ୍ଗଙ୍କୁ ସ୍ବର୍ଣ୍ଣ, ରାଣାଙ୍କୁ ରୌପ୍ୟ

April 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବିଶ୍ୱର ଏକ ନମ୍ବର କୁସ୍ତି ଖେଳାଳି ବଜରଙ୍ଗ ପୁନିଆ ଏସିଆନ କୁସ୍ତି ଚ୍ୟାମ୍ପିୟନସିପ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଏହା ସହିତ ଅନ୍ୟ ଦୁଇ ଭାରତୀୟ ଖେଳାଳି ପ୍ରବୀଣ ରାଣା ରୌପ୍ୟ ପଦକ ଏବଂ ସତ୍ୟବ୍ରତ କାଡିଆନ୍‌ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ବଜରଙ୍ଗ ପୁରୁଷ ୬୫ କେଜି ଫାଇନାଲରେ କଜାଖସ୍ତାନର ସୟାତବେକ ଓକାସୋବଙ୍କୁ ୧୨-୭ ପଏଣ୍ଟରେ ପରାସ୍ତ କରିଛନ୍ତି। ଏକଦା ବଜରଙ୍ଗ ୨-୭ ପଏଣ୍ଟରେ ପଛୁଆ ଥିଲେ ମାତ୍ର ଚମତ୍କାର ପ୍ରତ୍ୟାବର୍ତ୍ତନ ସହ ବିଜୟୀ ହୋଇଥିଲେ। ଶେଷ ୬୦ ସେକେଣ୍ଡ ବାକିଥିବା ବେଳେ ବଜରଙ୍ଗ ୩ ଏଣ୍ଟ ହାସଲ କରି ମ୍ୟାଚ ନିଜ ନାମରେ କରିଛନ୍ତି। ଅନ୍ୟତମ ଫାଇନାଲିଷ୍ଟ ପ୍ରବୀଣ ରାଣା (୭୯ କିଗ୍ରା) ଇରାନ୍‌ର ମହମ୍ମଦ ତୈମୁରୀଙ୍କ ନିକଟରୁ ୩-୦ ରେ ପରାସ୍ତ ହୋଇ ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି। ବ୍ରୋଞ୍ଜ ପଦକ ପ୍ଲେ ଅଫ୍‌ରେ ରହିଥିବା ଦୁଇ ଭାରତୀୟ ଖେଳାଳିଙ୍କ ମଧ୍ୟରୁ ସତ୍ୟବ୍ରତ କାଡିଆନ୍‌ (୯୭) ପଦକ ହାସଲରେ ସଫଳ ହୋଇଥିବା ବେଳେ ୫୭ କିଗ୍ରା ବିଭାଗରେ ରବି କୁମାରଙ୍କୁ ନିରାଶ ହେବାକୁ ପଡିଥିଲା।

asian championship gold thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଗୋପାଳପୁର ବେଳାଭୂମି ସଫେଇ କାର୍ଯ୍ୟକ୍ରମ: ଯୋଗଦେଲେ ଗଞ୍ଜାମ ଜିଲ୍ଲାପାଳ

July 7, 2026

ଏଡିଜି ଅଖିଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଇଏମପିସିସି ବୈଠକ

July 7, 2026

ବିଜେପିରେ ଯୋଗଦେବେ ଶରଦ ପାୱାର?: ମହାରାଷ୍ଟ୍ରରେ ବଢିଲା ରାଜନୈତିକ ଉଷ୍ମତା

July 7, 2026

ରାଜସ୍ଥାନ ATS ର ବଡ଼ କାର୍ଯ୍ୟାନୁଷ୍ଠାନ!: ଆତଙ୍କବାଦୀ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗରେ ମହିଳା ଗିରଫ

July 7, 2026
Latest News

ଗୋପାଳପୁର ବେଳାଭୂମି ସଫେଇ କାର୍ଯ୍ୟକ୍ରମ: ଯୋଗଦେଲେ ଗଞ୍ଜାମ ଜିଲ୍ଲାପାଳ

July 7, 2026

ପରିସୀମନ ବିଲ୍ ଉପରେ ନିଜର ମତ ବଦଳାଇଲେ ଅଖିଳେଶ ଯାଦବ?: ରଖିଲେ ଏହି ତିନୋଟି ସର୍ତ୍ତ

July 7, 2026

ଭାରତୀୟ ରେଳପଥର ବଡ଼ ନିଷ୍ପତ୍ତି: ଏବେ ନିୟମିତ ଚଳାଚଳ କରିବ ପୁରୀ–କୋରାପୁଟ ତ୍ରି-ସାପ୍ତାହିକ ଏକ୍ସପ୍ରେସ

July 7, 2026

ଏଡିଜି ଅଖିଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆଇଏମପିସିସି ବୈଠକ

July 7, 2026

ଇଣ୍ଡୋନେସିଆ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ୱିପାକ୍ଷିକ ଆଲୋଚନା

July 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.