Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କୋଭିଡ ପରିସ୍ଥିତିରେ ଭାରତର ଭୂମିକା ଅତୁଳନୀୟ: ପୂର୍ବତନ ରାଷ୍ଟ୍ରଦୂତ ଦୀପକ ଭୋରା
ଆଜିର ଖବର

କୋଭିଡ ପରିସ୍ଥିତିରେ ଭାରତର ଭୂମିକା ଅତୁଳନୀୟ: ପୂର୍ବତନ ରାଷ୍ଟ୍ରଦୂତ ଦୀପକ ଭୋରା

February 26, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: କୋଭିଡ-୧୯ର ବିଭୀଷିକା ପୃଥିବୀରେ ଅନେକ କିଛି ପରିବର୍ତ୍ତନ ଆଣିଛି ମାତ୍ର ଏହି ସମୟରେ ଭାରତର ଆନ୍ତର୍ଜାତିକ ଭୂମିକା ନିଶ୍ଚିତ ଭାବେ ପ୍ରଶଂସନୀୟ ବୋଲି ପୋଲାଣ୍ଡରେ ଅବସ୍ଥାପିତ ଭାରତର ପୂର୍ବତନ ରାଷ୍ଟ୍ରଦୂତ ଡକ୍ଟର ଦୀପକ ଭୋରା କହିଛନ୍ତି।
କୋଭିଡ୍‌ର ଆକ୍ରମଣ ଫଳରେ ଏହା ପରେ ପୃଥିବୀର ସମୟକୁ କୋଭିଡ୍ ପୂର୍ବ ଓ କୋଭିଡ ପର ଭାବେ ଜଣାଯିବ ବୋଲି ଶନିବାର ସୋଆ ବିଶ୍ୱବିଦ୍ୟାଳୟ ଦ୍ୱାରା ଭର୍ଚୁଆଲି ଆୟୋଜିତ ଫୋର୍ଟନାଇଟଲି ଏକାଡେମିକ ଲେକ୍‌ଚର ପ୍ରଦାନ କରି ଡ: ଭୋରା କହିଛନ୍ତି।

ବର୍ତ୍ତମାନ ପରିସ୍ଥିତିରେ ପୃଥିବୀ ୪ଟି ବିଷୟକୁ ଗୁରୁତ୍ୱ ପ୍ରଦାନ କରୁଛି। ସେଗୁଡ଼ିକ ହେଲା ସ୍ୱାସ୍ଥ୍ୟସେବା, ଜଳବାୟୁରେ ସ୍ଥିରତା, ଅର୍ଥନୈତିକ ପୂର୍ନଃଜାଗରଣ ଓ ସନ୍ତ୍ରାସବାଦର ମୂଳତ୍ପାଟନ। କୋଭିଡ୍‌ର ବିଭୀଷିକା ମଧ୍ୟରେ ଭାରତ ଟୀକା ଉତ୍ପାଦନ କରି ୬୦ଟି ଦେଶକୁ ଯୋଗାଇ ପାରିବା କମ୍ କଥା ନୁହେଁ ବୋଲି ସେ କହିଥିଲେ। ସେ କହିଥିଲେ ଏହି ଟୀକା ଉତ୍ପାଦନ କ୍ଷମତା ଭାରତ ପକ୍ଷରେ ଏକ ବିଶେଷ ସଫଳତା ଓ ନିରାଶାବାଦୀ ନ ହୋଇ ଦେଶର ସଫଳତା ଉପରେ ଦୃଷ୍ଟିପାତ କରିବା ଆବଶ୍ୟକ।

ଜଳବାୟୁ ପରିବର୍ତନ ଏକ ବିଶେଷ ଆହ୍ୱାନ ବୋଲି ବର୍ଣ୍ଣନା କରି ଡ: ଭୋରା କହିଥିଲେ ଯେ ସୂର୍ଯ୍ୟାଲୋକ ବ୍ୟବହାର କରି ଶକ୍ତି ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଭାରତ ଆଗରେ ରହିଛି। ଏହା ଛଡ଼ା ୧୯୪୭ ମସିହାରେ ଭାରତର ସ୍ୱାକ୍ଷର ସଂଖ୍ୟା ଜନସଂଖ୍ୟାର ୧୨ ପ୍ରତିଶତ ହୋଇଥିବା ବେଳେ ଶୀଘ୍ର ଏହା ଶତ ପ୍ରତିଶତରେ ପହଂଚିବ।

ସୋଆ କୁଳପତି ପ୍ରଫେସର (ଡ) ଅଶୋକ କୁମାର ମହାପାତ୍ର ବିଶ୍ୱବିଦ୍ୟାଳୟ ବିଷୟରେ ବିବରଣୀ ରଖିଥିଲେ। ସୋଆର ୟୁନିଭର୍ସିଟି ଆଉଟ୍‌ରିଚ୍ ପ୍ରୋଗ୍ରାମ୍ ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ବକ୍ତାଙ୍କ ପରିଚୟ ପ୍ରଦାନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସୋଆର ପ୍ରୋ ଚାନ୍‌ସେଲର ପ୍ରଫେସର (ଡ) ଅମିତ ବାନାର୍ଜୀ, ପ୍ରୋ ଭାଇସ୍ ଚାନ୍‌ସେଲର ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଡିନ୍‌, ଫାକଲ୍ଟି ମେମ୍ବର, ଛାତ୍ରଛାତ୍ରୀ, ୟୁନିଭର୍ସିଟି ଆଉଟ୍‌ରିଚ୍ ସେଲର କର୍ମକର୍ତା ଓ ଅତିଥିମାନେ ଯୋଗ ଦେଇଥିଲେ। ଆସନ୍ତା ଅଗଷ୍ଟ-ସେପ୍ଟେମ୍ବର ମାସରେ ଡ: ଭୋରା ସୋଆ ପରିଦର୍ଶନରେ ଆସି ଏକ ଦୁଇ ଦିନିଆ କର୍ମଶାଳାରେ ଯୋଗ ଦେବାକୁ ସମ୍ମତି ପ୍ରଦାନ କରିଥିଲେ। ଇଥିଓପିଆରୁ ଆସି ସୋଆରେ ଡକ୍ଟରେଟ୍ କରୁଥିବା ଛାତ୍ରୀ ସେଗ୍‌ନେଟ ମେନଜିତସୁ ଆବେବେ ଧନ୍ୟବାଦ ଅର୍ପଣ କରିଥିଲେ।

କୋଭିଡ଼-୧୯
Share. Facebook Twitter LinkedIn Email WhatsApp Copy Link

Related Posts

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026

ଚାଷ କାମ ସାରି ଫେରୁଥିବାବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ୨ ଚାଷୀ ମୃତ

August 24, 2026

ମା’ଙ୍କୁ ମାରି ଘରେ ପୋତିଦେଲା ପୁଅ, ପଚା ଗନ୍ଧରୁ ଖୋଲିଲା ରହସ୍ୟ

August 24, 2026
Latest News

ଏନ୍‌ଆଇସିୟୁରେ ଅଗ୍ନିକାଣ୍ଡ: ୩ ଶିଶୁ ମୃତ

August 24, 2026

ବଡ଼ ମାଓ ଡମ୍ପ୍‌ ଠାବ: ମାଟି ତଳୁ ମିଳିଲା ୨୩ ବନ୍ଧୁକ, ୪୯୨ ଗୁଳି

August 24, 2026

ଚାଷ କାମ ସାରି ଫେରୁଥିବାବେଳେ ଅଘଟଣ: ବିଦ୍ୟୁତ୍ ଆଘାତରେ ୨ ଚାଷୀ ମୃତ

August 24, 2026

ମା’ଙ୍କୁ ମାରି ଘରେ ପୋତିଦେଲା ପୁଅ, ପଚା ଗନ୍ଧରୁ ଖୋଲିଲା ରହସ୍ୟ

August 24, 2026

ଓଡ଼ିଶା ଲୋକାୟୁକ୍ତ ଚୟନ କମିଟିର ସଦସ୍ୟ ହେଲେ ପୂର୍ବତନ CJI ଜଷ୍ଟିସ୍‌ ଗୋପାଳ ବଲ୍ଲଭ ପଟ୍ଟନାୟକ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.