ଏଲିଭେଟର ତାର ଛିଡି ୧୧ ମୃତ, ୪ ଆହତ

Published: Apr 25, 2019, 3:12 pm IST

ଚୀନ୍‌ରେ ଏକ ନିର୍ମାଣଧୀନ କୋଠାର ଏଲିଭେଟର ତାର ଛିଡି ୧୧ ଜଣଙ୍କମର ମୃତ୍ୟୁ ଘଟିଛି। ଏହି ଘଟଣାରେ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଦୁଇ ଜଣଙ୍କ ସ୍ଥିତି ଗୁରୁତର ରହିଛି। ଚୀନ୍‌ର ହେବେଇ ପ୍ରଦେଶରେ ଗୁରୁବାର ସକାଳ ୮ଟା(ସ୍ଥାନୀୟ ସମୟ)ରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାଟି ଟାଓଚେଙ୍ଗମର ହେଙ୍ଗସୁଇ ସହରରେ ଘଟିଥିଲା। ଆହତ ମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜିନ୍‌ ହୁଆରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଘଟଣାର ତଦନ୍ତ ଜାରି ରହିଛି। ନିକଟରେ ଘଟିଥିବା ଦୁର୍ଘଟଣା ମଧ୍ୟରେ ଏହ ଅନ୍ୟତମ ବଡ ଦୁର୍ଘଟଣା। ନିକଟରେ ଏକ ରାସାୟନିକ କାରଖାନାରେ ନିଆଁଲାଗି ୧୬୦ ଲୋକଙ୍କ ପ୍ରାଣହାନି ଘଟିଥିଲା।

Related posts