Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସୋଆର ନୂତନ ଚାନ୍ସଲର ଭାବେ ଦାୟିତ୍ଵ ନେଲେ ପ୍ରଫେସର ଦେବୀ ପ୍ରସାଦ ରାୟ 
ଆଜିର ଖବର

ସୋଆର ନୂତନ ଚାନ୍ସଲର ଭାବେ ଦାୟିତ୍ଵ ନେଲେ ପ୍ରଫେସର ଦେବୀ ପ୍ରସାଦ ରାୟ 

March 1, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିଶିଷ୍ଟ କୃଷି ବିଜ୍ଞାନୀ ପ୍ରଫେସର (ଡ଼ଃ ) ଦେବୀ ପ୍ରସାଦ ରାୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ ) ଡିମ୍ଡ ବିଶ୍ୱବିଦ୍ୟାଳୟ ର ନୂତନ ଚାନ୍ସଲର ଭାବେ ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି।

ସୋଆ ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋଜରଞ୍ଜନ ନାୟକ ଙ୍କ ପ୍ରମୁଖ ଉପଦେଷ୍ଟା ଭାବେ କାର୍ଯ୍ୟରତ ଥିବା ପ୍ରଫେସର ରାୟ ପୂର୍ବରୁ ଭୁବନେଶ୍ୱରସ୍ଥିତ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ର କୁଳପତି ଭାବେ ଦୁଇ ଥର ଦାୟିତ୍ୱ ତୁଲାଇଛନ୍ତି।  ୨୦୧୧ ମସିହାରୁ ପ୍ରଫେସର ଖଗେଶ୍ବର ପ୍ରଧାନ ସୋଆ ର ଚାନ୍ସଲର ଭାବେ କାର୍ଯ୍ୟ କରୁଥିଲେ।

ମଙ୍ଗଳବାର ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓ ସୋଆ ର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡ଼ଃ ) ମନୋଜରଞ୍ଜନ ନାୟକଙ୍କ ଉପସ୍ଥିତିରେ ପ୍ରଫେସର ରାୟ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି।

ଏହି ଅବସରରେ ବିଶ୍ଵବିଦ୍ୟାଳୟକୁ ପ୍ରଫେସର ରାୟ ସଫଳତାର ଶିଖରକୁ ନେବା ନିମନ୍ତେ ନେତୃତ୍ୱ ଓ ଦିଗଦର୍ଶନ ଦେବେ ବୋଲି ପ୍ରଫେସର ନାୟକ କହିଥିଲେ।

ପ୍ରଫେସର ରାୟ ୧୯୭୧ ମସିହାରେ ଓୟୁଏଟି ରୁ ଵିଏସସି (ଏଗ୍ରିକଲଚର) ଶିକ୍ଷା ଗ୍ରହଣ ପରେ କଲିକତା ବିଶ୍ୱବିଦ୍ୟାଳୟ ରୁ ଏମଏସସି (ଏଜି) ଓ ୧୯୮୧ ମସିହାରେ ପିଏଚଡି ଡ଼ିଗ୍ରୀ ହାସଲ କରିଥିଲେ।

କଲିକତା ବିଶ୍ୱବିଦ୍ୟାଳୟ ରେ ହର୍ଟିକଲ୍ଚର ବିଭାଗ ରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ ଓ ଓୟୁଏଟି ରେ ଆସୋସିଏଟ ପ୍ରଫେସର ଭାବେ କାର୍ଯ୍ୟ ତୁଲାଇବା ସହ ଆସୋସିଏଟ ଡାଇରେକଟର (ରିସର୍ଚ୍ଚ ), ହର୍ଟିକଲ୍ଚର ବିଭାଗର ପ୍ରଫେସର ଓ ବିଭାଗୀୟ ମୁଖ୍ୟ, ଏକ୍ସଟେନସନ ଏଡୁକେସନ ଡିନ ଏବଂ ରେଜିଷ୍ଟ୍ରାର ଭାବେ ଦାୟିତ୍ୱ ତୁଲାଇଥିଲେ। ପ୍ରଫେସର ରାୟ ୨୦୦୬ ରେ ଓୟୁଏଟି ର କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ଓ ୨୦୧୨ପର୍ଯ୍ୟନ୍ତ ଏହି ପଦବୀ ରେ ଅବସ୍ଥାପିତ ଥିଲେ।

ସେ ଫଳ, ବିଭିନ୍ନ ବୃକ୍ଷ ରୋପଣ ଓ ଫସଲ ର ଉନ୍ନତି, ଅରକାର୍ଡ ମ୍ୟାନେଜେମେଣ୍ଟ ଓ ଜଳ ପରିଚାଳନା ଭଳି ବିଭିନ୍ନ କ୍ଷେତ୍ରରେ ଗବେଷଣା କରିଛନ୍ତି।

ସେ ୫୦ରୁ ଅଧିକ ପୋଷ୍ଟ ଗ୍ରାଜୁଏଟ ଓ ପିଏଚଡି ଛାତ୍ରଛାତ୍ରୀଙ୍କୁ ଗାଇଡ଼ କରିଥିବା ବେଳେ ଜାତୀୟ ଓ ଆନ୍ତର୍ଜାତକ ସ୍ତରରେ ତାଙ୍କର ୨୦୦ ରୁ ଅଧିକ ସନ୍ଦର୍ଭ ପ୍ରକାଶ ପାଇଛି।

ପ୍ରଫେସର ରାୟ ଇଣ୍ଡିଆନ କାଉନସିଲ ଅଫ ଆଗ୍ରିକଲଚରାଲ ରିସର୍ଚ୍ଚ, ଡିପାର୍ଟମେଣ୍ଟ ଅଫ ବାୟୋଟେକ୍ନୋଲୋଜି, ଡିପାର୍ଟମେଣ୍ଟ ଅଫ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଏବଂ ଭାରତ ସରକାରଙ୍କ ଯୋଜନା କମିଶନ ଅଧୀନରେ ଥିବା ବିଭିନ୍ନ ଜାତୀୟ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇଛନ୍ତି।

ନାସନାଲ ଏକାଡେମି ଅଫ ଏଗ୍ରିକଲଚରାଲ ସାଇନ୍ସ, ନୂଆଦିଲ୍ଲୀ ସ୍ଥିତ ହର୍ଟିକଲଚର ସୋସାଇଟି ଅଫ ଇଣ୍ଡିଆ, ଚେନ୍ନାଇ ସ୍ଥିତ ନାସନାଲ ଏକାଡେମି ଅଫ ବାୟୋଲୋଜିକାଲ ସାଇନ୍ସେସ, ବାରଣାସୀ ସ୍ଥିତ ଇଣ୍ଡିଆନ ସୋସାଇଟି ଅଫ ଭେଜିଟେବୁଲ ସାଇନ୍ସ, ନୂଆଦିଲ୍ଲୀ ସ୍ଥିତ କନଫେଡେରେସନ ଅଫ ହର୍ଟିକଲଚର ଆସୋସିଏସନ ଅଫ ଇଣ୍ଡିଆ ଏବଂ ଭୁବନେଶ୍ୱର ସ୍ଥିତ ଓଡିଶା ପରିବେଶ ସମାଜ ର ଫେଲୋ ରହିଥିବା ପ୍ରଫେସର ରାୟ ୨୦୦୯ ରେ ଡ଼ଃ ଏମ ଏଚ ମାରିଗୌଡା ଜାତୀୟ ପୁରସ୍କାର, ୨୦୧୦ରେ ରାଜ୍ୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଥୀଙ୍କ ଓଡିଶା ଲିଡରସିପ ସମ୍ନାନ, ୨୦୧୧ରେ ଲାଇଫ ଟାଇମ ଅ।ଚିଭମେଣ୍ଟ ଇନ ଭେଜିଟେବୁଲ କ୍ରପ୍ସ ଆୱାର୍ଡ, ୨୦୧୧ ରେ ଲାଇଫ ଟାଇମ କଣ୍ଟ୍ରିବ୍ୟୁସନ ଫର ପ୍ରମୋସନ ଅଫ ଏଗ୍ରିକଲଚର ସାଇନ୍ସ, ୨୦୧୬ ରେ ସିନିଅର ସାଇନଟିଷ୍ଟ ଆୱାର୍ଡ ଏବଂ ୨୦୧୯ ରେ ପନିପରିବା ଓ ଶିକ୍ଷା କ୍ଷେତ୍ରରେ ଅବଦାନ ନିମନ୍ତେ ଓଡିଶା ବିଜ୍ଞାନ ଏକାଡେମି ସମ୍ମାନ ରେ ସମ୍ମାନିତ ହୋଇଛନ୍ତି।

ସେ ବାରଣାସୀ ସ୍ଥିତ ଇଣ୍ଡିଆନ ସୋସାଇଟି ଅଫ ଭେଜିଟେବୁଲ ସାଇନ୍ସ, କୋଲକାତା ସ୍ଥିତ ଏଗ୍ରିକଲଚର ସୋସାଇଟି ଅଫ ଇଣ୍ଡିଆ, ଭୁବନେଶ୍ୱର ସ୍ଥିତ ଓଡିଶା ହର୍ଟିକଲଚର ସୋସାଇଟି ଓ କନଫେଡେରେସନ ଅଫ ହର୍ଟିକଲଚର ଆସୋସିଏସନ ଅଫ ଇଣ୍ଡିଆ ର ସଭାପତି ଭାବେ ଦାୟିତ୍ୱ ତୁଲାଇ ଥିବା ବେଳେ ନୂଆଦିଲ୍ଲୀ ସ୍ଥିତ ହର୍ଟିକଲଚର ସୋସାଇଟି ଅଫ ଇଣ୍ଡିଆ ଓ କନଫେଡେରେରେସନ ଅଫ ହର୍ଟିକଲଚର ଆସୋସିଏସନ ଅଫ ଇଣ୍ଡିଆ ର ଉପ ସଭାପତି ଭାବେ କାର୍ଯ୍ୟ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ସୋଆର ଉପ କୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ, ଉପ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ, ଉପ କୁଳପତି ତଥା ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ର ଡିନ ପ୍ରଫେସର ଗଙ୍ଗାଧର ସାହୁ, ନିର୍ଦେଶକ ଡ଼ଃ ମହେନ୍ଦ୍ର ପ୍ରସାଦ, ଫାକଲ୍ଟି ଅଫ ଭେଟେରିନାରୀ ସାଇନ୍ସେସର ଡ଼ଃ ବ୍ରହ୍ମଦେବ ପଟନାୟକ, ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ପ୍ରଫେସର ଜୟଦେବ ପତି, ସିଭିଓ ତଥା ନିର୍ଦ୍ଦେଶକ (ରିସୋରସେସ ଯୁଗଳ କିଶୋର ଦାସ, ଚିଫ କନ୍ସଲଟାଣ୍ଟ (ଇଁଫ୍ରାଷ୍ଟ୍ରକଚର) ସତ୍ୟରଞ୍ଜନ ସେଠୀ, ସୁମା ରିଅଲ ମିଡ଼ିଆ ପ୍ରାଇଭେଟ ଲିମିଟେଡ଼ ର ସିଇଓ ସୁନୀଲ ଦାସ, ପ୍ରମେୟ ନିଉଜ ସେଭେନ ର ଏଡିଟର ଦେବନାରାୟଣ ସେଠୀ, ସମ ହସ୍ପିଟାଲର ଡେପୁଟି ମେଡିକାଲ ସୁପରିଟେଣ୍ଡେଣ୍ଟ ଡ଼ଃ ରାଜେଶ ଲେଙ୍କା ଓ ପ୍ରମେୟ (ଭୁବନେଶ୍ୱର )ର ବୁରୋ ଚିଫ ଦେବେନ୍ଦ୍ର ସୁଆର ପ୍ରମୁଖ ଉପସ୍ଥିତ ଥିଲେ।

ସୋଆ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026

ଏମ୍ସ ଭୁବନେଶ୍ବରରେ ଅତ୍ୟାଧୁନିକ ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ଏବଂ ରୋବୋଟିକ୍ ସର୍ଜରୀ ସିଷ୍ଟମକୁ ଉଦ୍ଘାଟିତ

February 23, 2026

ସୁରକ୍ଷିତ ଟ୍ରେନ୍ ପରିଚାଳନା ସୁନିଶ୍ଚିତ କରିଥିବା ଚାରି ରେଳ କର୍ମଚାରୀଙ୍କୁ ପୂର୍ବତଟ ରେଳପଥର ସମ୍ମାନ

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.