Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ଵତନ୍ତ୍ର ଅଦାଲତରୁ କୌଣସି ଆଶ୍ଵସ୍ତି ନାହିଁ, ମାର୍ଚ୍ଚ ୭ ପର୍ଯ୍ୟନ୍ତ ଇଡି ହେପାଜତରେ ରହିବେ ନବାବ ମଲିକ
ଆଜିର ଖବର

ସ୍ଵତନ୍ତ୍ର ଅଦାଲତରୁ କୌଣସି ଆଶ୍ଵସ୍ତି ନାହିଁ, ମାର୍ଚ୍ଚ ୭ ପର୍ଯ୍ୟନ୍ତ ଇଡି ହେପାଜତରେ ରହିବେ ନବାବ ମଲିକ

March 3, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ଅର୍ଥ ହେରଫେର ମାମଲାରେ ଗିରଫ ହୋଇଥିବା ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନବାବ ମଲିକଙ୍କୁ ସ୍ଵତନ୍ତ୍ର ଅଦାଲତ ଝଟକା ଦେଇଛନ୍ତି। ସ୍ଵତନ୍ତ୍ର କୋର୍ଟ ନବାବ ମଲିକଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହେପାଜତକୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ଫେବୃଆରୀ ୨୩ ତାରିଖରେ ଦାଉଦ ଇବ୍ରାହିମଙ୍କ ସହିତ ହୋଇଥିବା ମନି ଲଣ୍ଡରିଂ ମାମଲାରେ ନବାବ ମଲିକଙ୍କୁ ଇଡି ଦ୍ୱାରା ଗିରଫ କରାଯାଇଥିଲା। ଏହା ପରେ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇଥିଲେ। ଆଜି ତାଙ୍କର ହେପାଜତ ଶେଷ ହେବାର ଥିଲା। କିନ୍ତୁ ନବାବ ମଲିକଙ୍କ ହେପାଜତକୁ ମାର୍ଚ୍ଚ ୭ ତାରିଖ ପର୍ଯ୍ୟନ୍ତ କୋର୍ଟ ବୃଦ୍ଧି କରିଛନ୍ତି।

ଇଡି ଅଭିଯୋଗ କରିଛି ଯେ, ନବାବ ମଲିକ, ଦାଉଦ ଇବ୍ରାହିମଙ୍କ ସହଯୋଗୀ- ହସେନା ପାର୍କର, ସଲିମ ପଟେଲ ଏବଂ ସରଦାର ଖାନଙ୍କ ସହିତ ମିଶି ମୁମ୍ବାଇର କୁର୍ଲାସ୍ଥିତ ମୁନିରା ପ୍ଲମ୍ବରର ପୈତୃକ ସମ୍ପତ୍ତି ଲୁଟିବା ପାଇଁ ଏକ ଅପରାଧିକ ଯୋଜନା କରିଥିଲେ। ଏହି ପୈତୃକ ସମ୍ପତ୍ତିର ମୂଲ୍ୟ ପ୍ରାୟ ୩୦୦ କୋଟି ଟଙ୍କା। ଅର୍ଥ ହେରଫେର ମାଧ୍ୟମରେ ଏହି ଅପରାଧ ହୋଇଛି ବୋଲି ଇଡି ଦାବି କରିଛି। ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନ୍ଆଇଏ) ଦ୍ୱାରା ଦାଉଦ ଇବ୍ରାହିମ ଏବଂ ଅନ୍ୟମାନଙ୍କ ବିରୋଧରେ ପଞ୍ଜୀକୃତ ହୋଇଥିବା ଏକ ଏଫଆଇଆର ଉପରେ ଇଡି ମାମଲା ଆଧାରିତ। UAPA ବିଭାଗ ଅଧୀନରେ NIA ଏକ ଅପରାଧିକ ଅଭିଯୋଗ ଦାଖଲ କରିଥିଲା। ମହାରାଷ୍ଟ୍ରର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀଙ୍କ ବିବୃତ୍ତି PMLA ଅଧୀନରେ ରେକର୍ଡ କରାଯାଇଛି।

ଅର୍ଥ ହେରଫେର ଏନସିପି ନେତା ଗିରଫ ନବାବ ମଲିକ ମହାରାଷ୍ଟ୍ର ମନ୍ତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଓଡିଶାର ଗ୍ରାମାଞ୍ଚଳରେ ମୋବାଇଲ୍ ସଂଯୋଗକୁ ସୁଦୃଢ଼ ​​କରିବା ପାଇଁ ୨୨୨୯ କୋଟିର ଆବଣ୍ଟନ

March 13, 2026

ପଶ୍ଚିମ ଏସିଆ ଘଟଣାକ୍ରମ ସମ୍ପର୍କରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 13, 2026

ଏସଆଇଆର ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 13, 2026

ଆଜି ମାର୍ଚ୍ଚ ୧୩ ତାରିଖ ଶୁକ୍ରବାରରେ ଏହି ରାଶି ଉପରେ ଖୁସି ରହିବେ ମା’ ଲକ୍ଷ୍ମୀ

March 13, 2026
Latest News

ଓଡିଶାର ଗ୍ରାମାଞ୍ଚଳରେ ମୋବାଇଲ୍ ସଂଯୋଗକୁ ସୁଦୃଢ଼ ​​କରିବା ପାଇଁ ୨୨୨୯ କୋଟିର ଆବଣ୍ଟନ

March 13, 2026

ପଶ୍ଚିମ ଏସିଆ ଘଟଣାକ୍ରମ ସମ୍ପର୍କରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 13, 2026

ଏସଆଇଆର ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 13, 2026

ଆଜି ମାର୍ଚ୍ଚ ୧୩ ତାରିଖ ଶୁକ୍ରବାରରେ ଏହି ରାଶି ଉପରେ ଖୁସି ରହିବେ ମା’ ଲକ୍ଷ୍ମୀ

March 13, 2026

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.