ଆଜି ରାଜ୍ୟରେ ମଧ୍ୟ ୧୫୦ ତଳେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ ରାଜ୍ୟରେ କେଉଁ ଜିଲ୍ଲାରେ କେତେ ସଂକ୍ରମିତ

Published: Mar 5, 2022, 12:01 pm IST

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୨୮ ଜଣ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷର ୩୭ ଜଣ ଅଛନ୍ତି। ସେହିପରି ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୮୪ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୧  ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା…

ଅନୁଗୁଳ ଜିଲ୍ଲାରୁ- ୫

ବାଲେଶ୍ଵର ଜିଲ୍ଲାରୁ- ୧୨

ଭଦ୍ରକ ଜିଲ୍ଲାରୁ- ୧

ବଲାଙ୍ଗୀରି ଜିଲ୍ଲାରୁ- ୨

ବୌଦ୍ଧ ଜିଲ୍ଲାରୁ- ୪

କଟକ ଜିଲ୍ଲାରୁ- ୧

ଦେବଗଡ ଜିଲ୍ଲାରୁ- ୧

ଗଜପତି ଜିଲ୍ଲାରୁ- ୧୬

ଗଞ୍ଜାମ ଜିଲ୍ଲାରୁ- ୬

ଜଗତସିଂହପୁର ଜିଲ୍ଲାରୁ- ୧

ଯାଜପୁର ଜିଲ୍ଲାରୁ- ୪

ଝାରସୁଗୁଡା ଜିଲ୍ଲାରୁ- ୮

କଳାହାଣ୍ଡି ଜିଲ୍ଲାରୁ- ୧

କନ୍ଧମାଳ ଜିଲ୍ଲାରୁ- ୧

କେନ୍ଦ୍ରାପଡା ଜିଲ୍ଲାରୁ- ୩

ଖୋର୍ଦ୍ଧା ଜିଲ୍ଲାରୁ- ୨୫

କୋରାପୁଟ ଜିଲ୍ଲାରୁ- ୨

ମୟୂରଭଞ୍ଜ ଜିଲ୍ଲାରୁ- ୪

ନବରଙ୍ଗପୁର ଜିଲ୍ଲାରୁ- ୪

ନୂଆପଡା ଜିଲ୍ଲାରୁ- ୨

ସମ୍ବଲପୁର ଜିଲ୍ଲାରୁ- ୧୭

ସୁନ୍ଦରଗଡ ଜିଲ୍ଲାରୁ- ୧୬

ଷ୍ଟେଟ ପୁଲରୁ- ୬

ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୫ ହଜାର ୭୬୦ ରେ ପହଞ୍ଚିଥିବା ବେଳେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୭୫ ହଜାର ୧୯ ଏବଂ ବର୍ତ୍ତମାନ ୧ ହଜାର ୫୯୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts