ଆଜି ରାଜ୍ୟରୁ ସୁସ୍ଥ ହେଲେ ୨୦୯ ଉର୍ଦ୍ଧ୍ଵ ଆକ୍ରାନ୍ତ: ଗଜପତିରୁ ସର୍ବାଧିକ

Published: Mar 5, 2022, 7:35 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଗଜପତି ଜିଲ୍ଲାରୁ ୩୯, ଖୋର୍ଦ୍ଧା ଜିଲ୍ଲାରୁ ୨୭, ସମ୍ବଲପୁରରୁ ୨୩, ଯାଜପୁରରୁ ୧୪, କଟକରୁ ୧୨, ଝାରସୁଗୁଡାରୁ ୧୧, ମୟୂରଭଞ୍ଜରୁ ୧୧, ବାଲେଶ୍ବରରୁ ୯, ବରଗଡରୁ ୯, ଗଞ୍ଜାମରୁ ୮, ସୁନ୍ଦରଗଡରୁ ୮, କେନ୍ଦ୍ରାପଡାରୁ ୬, ସୋନପୁରରୁ ୬, ଭଦ୍ରକରୁ ୪, ବଲାଙ୍ଗୀରିରୁ ୨, ଦେବଗଡରୁ ୨, ଜଗତସିଂହପୁରରୁ ୨, କୋରାପୁଟରୁ ୨, ମାଲକାନଗିରିରୁ ୨, ନବରଙ୍ଗପୁରରୁ ୧, କଳାହାଣ୍ଡିରୁ ୧, କେନ୍ଦୁଝରରୁ ୧, ପୁରୀରୁ ୧ ଓ ଷ୍ଟେଟପୁଲରୁ ୭ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୨ ଲକ୍ଷ ୭୫ ହଜାର ୨୨୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୫ ହଜାର ୭୬୦ ରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ୧ ହଜାର ୩୮୧ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts