ଆଜି ରାଜ୍ୟରୁ ସୁସ୍ଥ ହେଲେ ୨୨୫ ଉର୍ଦ୍ଧ୍ଵ ଆକ୍ରାନ୍ତ: ଅନୁଗୁଳରୁ ସର୍ବାଧିକ

Published: Mar 7, 2022, 9:30 pm IST

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨୨୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଅନୁଗୁଳ ଜିଲ୍ଲାରୁ ୩୫, ସମ୍ବଲପୁରରୁ ୩୧, ଝାରସୁଗୁଡାରୁ ୨୫, ଖୋର୍ଦ୍ଧା ଜିଲ୍ଲାରୁ ୨୧, ଗଜପତି ଜିଲ୍ଲାରୁ ୨୦, ଯାଜପୁର ଜିଲ୍ଲାରୁ ୧୮, ସୁନ୍ଦରଗଡରୁ ୧୪, କେନ୍ଦ୍ରାପଡାରୁ ୧୦, ବରଗଡରୁ ୮, କଟକରୁ ୮, ଗଞ୍ଜାମରୁ ୭, ମୟୂରଭଞ୍ଜରୁ ୬, କୋରାପୁଟରୁ ୫, ଭଦ୍ରକରୁ ୪, ନବରଙ୍ଗପୁରରୁ ୨, ବାଲେଶ୍ବରରୁ ୧, ବଲାଙ୍ଗୀରିରୁ ୧, ଜଗତସିଂହପୁରରୁ ୧, କଳାହାଣ୍ଡିରୁ ୧, ନୟାଗଡରୁ ୧, ପୁରୀରୁ ୧ ଓ ଷ୍ଟେଟପୁଲରୁ ୫ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୨ ଲକ୍ଷ ୭୫ ହଜାର ୭୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୬ ହଜାର ୯ ରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ୧ ହଜାର ୮୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

Related posts