ଦେଶରେ ହ୍ରାସ ପାଇଲା କରୋନା ମାମଲା, ୪୦ ହଜାର ତଳକୁ ଖସିଲା ସକ୍ରିୟ ଆକ୍ରାନ୍ତ

Published: Mar 13, 2022, 10:46 am IST

ନୂଆଦିଲ୍ଲୀ: ଭାରତରେ କରୋନା ମାମଲାରେ ହ୍ରାସ ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ୩ ୧୧୬ ଟି ନୂଆ ମାମଲା ଚିହ୍ନଟ ହୋଇଛି। ସେହିଭଳି ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ କରୋନା ମହାମାରୀ ଯୋଗୁଁ ୪୭ ଜଣଙ୍କର ମୃତ୍ୟୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦେଶରେ ୪୭ ଜଣ ମୃତ୍ୟୁ ପଞ୍ଜିକରଣ କରିବା ପରେ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୧୫ ହଜାର ୮୫୦ କୁ ବୃଦ୍ଧି ପାଇଛି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୨୯ ଲକ୍ଷ ୯୦ ହଜାର ୯୯୧ କୁ ବୃଦ୍ଧି ହୋଇଥିବା ବେଳେ ସକ୍ରିୟ ମାମଲା ୫୦ ହଜାରରୁ କମ ହୋଇଯାଇଛି। ବର୍ତ୍ତମାନ ଦେଶରେ ୩୮ ହଜାର ୬୯ ମାମଲା ସକ୍ରିୟ ଅଛି। ତେବେ କୋଭିଡ଼ରୁ ମୋଟ ୪ କୋଟି ୨୪ ଲକ୍ଷ ୩୭ ହଜାର ୭୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Related posts