Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସର୍ବଭାରତୀୟ ଉଠାଦୋକାନୀ ସମ୍ମିଳନୀରେ ଓଡ଼ିଶାରୁ ଯୋଗ ଦେଲେ ପ୍ରତାପ ସାହୁ
ଆଜିର ଖବର

ସର୍ବଭାରତୀୟ ଉଠାଦୋକାନୀ ସମ୍ମିଳନୀରେ ଓଡ଼ିଶାରୁ ଯୋଗ ଦେଲେ ପ୍ରତାପ ସାହୁ

March 13, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଗତ ୧୧ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଗୁଜୁରାଟ ପର୍ଯ୍ୟଟନ ବିଭାଗ ଅଧିନସ୍ଥ ନାରାୟଣ ସରୋବର କଚ୍‌ଠାରେ ଚାଲିଥିବା ଜାତୀୟ ଉଠାଦୋକାନୀ ସମ୍ମିଳନୀରେ ଓଡ଼ିଶାରୁ ଉଠାଦୋକାନୀ ମହାସଂଘର ପ୍ରତିଷ୍ଠାତା ସଭାପତି ପ୍ରତାପ ସାହୁ, ଜୟନ୍ତ ଦାସଙ୍କ ସମେତ ଅନୁଜ ପ୍ରଧାନ, ଅନୁ ମିଶ୍ର, ଅଳକାନାଥ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ସମ୍ମିଳନୀକୁ ସର୍ବ ଭାରତୀୟ ଉଠାଦୋକାନୀ ମହାସଂଘର ସଭାପତି କୋଲିନ୍ ଗୋନ୍‌ସାଲ୍ ଭେସ୍ ଯୋଗ ଦେଇ ଉଦ୍‌ଘାଟନ କରି କହିଲେ ଯେ, ସୁପ୍ରିମ କୋର୍ଟ ବହୁ ରାଜ୍ୟକୁ ଉଠାଦୋକାନୀ ମାନଙ୍କୁ ଥଇଥାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏହାକୁ କାର୍ଯ୍ୟକାରୀ କରିବା ଆବଶ୍ୟକ। ଏଥିସହିତ ସୋଧନ ସିଂ ମାମଲା ଉପରେ ମଧ୍ୟ ସେ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମକୁ ସର୍ବ ଭାରତୀୟ ଉଠାଦୋକାନୀ ମହାସଂଘ ସାଧାରଣ ସମ୍ପାଦକ ଶକ୍ତିମାନ ଘୋଷ ପରିଚାଳନା କରି ଉଠାଦୋକାନୀ ଆଇନ ୨୦୧୪ ସାରା ଦେଶରେ ଲାଗୁ କରିବା, ପ୍ରଧାନମନ୍ତ୍ରୀ ସ୍ୱରୋଜଗାର ଯୋଜନା, ଦେଶରେ ଉଠାଦୋକାନୀମାନଙ୍କ ସମସ୍ୟା, ଟାଉନ ଭେଣ୍ଡିଂ କମିଟି ସମସ୍ୟା, ମାନ୍ୟବର ସୁପ୍ରମିକୋର୍ଟ ଓ ପ୍ରତ୍ୟେକ ରାଜ୍ୟର ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ କିଭଳି ଭାବରେ କାର୍ଯ୍ୟକାରୀ କରାଯିବ, ନୂତନ ଭେଣ୍ଡିଂଜୋନ ପ୍ରତିଷ୍ଠା କରାଯାଇ ପାରିବ, ଉଠାଦୋକାନୀମାନଙ୍କ ସାମାଜିକ ସୁରକ୍ଷା, ଦୋକାନ ଇନସ୍ୟୁରାନ୍ସ, ପେନସନ ଯୋଜନା, ପରିବାର ପେନସନ ଯୋଜନା, ଦୋକାନୀମାନଙ୍କୁ କିଭଳି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିପାରିବ, ସେ ଦିଗରେ ବହୁ ଆଲୋଚନା କରିଥିଲେ। ଏତଦ୍‌ବ୍ୟତୀତ ସମ୍ବିଧାନର ଧାରା ୧୯ (୧) (ଛ)କୁ ପ୍ରତ୍ୟେକ ରାଜ୍ୟ କାର୍ଯ୍ୟକାରୀ କରି ଉଠାଦୋକାନୀ ଆଇନରେ ଥିବା ୨.୫ ଜମି ପ୍ରତ୍ୟେକ ଫୁଟପାଥକୁ ପ୍ରଦାନ କରିବା ପାଇଁ ଆଲୋଚନା କରିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଆଇ.ଜି.ଏସ୍‌.ଏସ୍‌.ର ଅର୍ବାନ ଟିମ୍ ଲିଡ଼ର ଅରବିନ୍ଦ ଉନେ ଯୋଗଦେଇ କହିଲେ ଯେ, ଉଠାଦୋକାନୀମାନଙ୍କ ପାଇଁ ମାଷ୍ଟର ପ୍ଲାନ, ସିଟି ପ୍ଲାନ ଓ ଲୋକାଲ ପ୍ଲାନରେ ଉଠାଦୋକାନୀଙ୍କ ପାଇଁ ୨.୫ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯିବା ଦରକାର। ପ୍ଲାଷ୍ଟିକ ବୋତଲ, ବର୍ଜ୍ୟବସ୍ତୁ, ପରିବେଶ ପ୍ରଦୂଷଣ ଉପରେମ ମଧ୍ୟ ଆଲୋକପାତ କରିଥିଲେ।

ଏହି ସର୍ବଭାରତୀୟ ସମ୍ମିଳନୀରେ ୨୮ଟି ରାଜ୍ୟରୁ ପାଖାପାଖି ୨୦୦ ପ୍ରତିନିଧି ଯୋଗ ଦେଇଥିଲେ। ସଂଗଠନର କାର୍ଯ୍ୟକାରୀ ସଭାପତି ଅଲ୍ଲି ବକ୍ରି, ମହିଳା ସଭାନେତ୍ରୀ ଅନିତା ଦାସ, ଜମୁ ଆନନ୍ଦ, ସୁପ୍ରିମକୋର୍ଟର ଆଇନଜୀବୀ କମେଲ୍‌ସ ମିଶ୍ର, ବିହାରର ଅମ୍ରିତ ପ୍ରସାଦ, ଉତ୍ତର ପ୍ରଦେଶର ରବି ଶଙ୍କର ଦ୍ୱିବେଦୀ, ଗୁଜୁରାଟର ଅସିମ ମିଶ୍ର, ଦିଲ୍ଲୀର ମହିତ ଭାଲ୍‌ଚା, ସନ୍ଦିପ ବର୍ମା, ଅମ୍ରିତା ଠାକୁର-ଜାଗୋରୀ, ବନିତା ବାଲକୁନ୍ଦେ, ଖେତ୍ୟାଜି, ସର୍ବେଶ୍ୱର ମିଶ୍ର ଓ ସୁବାସ ଚନ୍ଦ୍ର ଫାର୍ଗରଙ୍କ ସମେତ ବହୁ ରାଜ୍ୟର ସରକାରୀ ପ୍ରତିନିଧି ଯୋଗ ଦେଇଥିଲେ।

ଓଡିଶା ପ୍ରତାପ ସାହୁ
Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରିକ୍ସ ସମ୍ମିଳନୀ ଅବସରରେ ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପିଏମ ମୋଦୀ

September 12, 2026

ସୋଆରେ ଓଡ଼ିଶାର ଖାଦ୍ୟ ଐତିହ୍ୟ ଓ ପରଂପରାକୁ ନେଇ କୁଇଜ ପ୍ରତିଯୋଗିତା ଆୟୋଜିତ

September 12, 2026

ସ୍କୁଲରେ ଭିନ୍ନକ୍ଷମ ଛାତ୍ରୀଙ୍କୁ ମାଡ଼! ଶିକ୍ଷୟତ୍ରୀଙ୍କ ନାଁରେ ଥାନାରେ ଅଭିଯୋଗ

September 12, 2026

ବିକାଶର ବାସ୍ତବ ଚିତ୍ର: ଗର୍ଭବତୀଙ୍କ ପାଇଁ ଆମ୍ବୁଲାନ୍ସ ନୁହେଁ, ଭରସା ଖଟିଆ

September 12, 2026
Latest News

ବ୍ରିକ୍ସ ସମ୍ମିଳନୀ ଅବସରରେ ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପିଏମ ମୋଦୀ

September 12, 2026

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026

ସୋଆରେ ଓଡ଼ିଶାର ଖାଦ୍ୟ ଐତିହ୍ୟ ଓ ପରଂପରାକୁ ନେଇ କୁଇଜ ପ୍ରତିଯୋଗିତା ଆୟୋଜିତ

September 12, 2026

ସ୍କୁଲରେ ଭିନ୍ନକ୍ଷମ ଛାତ୍ରୀଙ୍କୁ ମାଡ଼! ଶିକ୍ଷୟତ୍ରୀଙ୍କ ନାଁରେ ଥାନାରେ ଅଭିଯୋଗ

September 12, 2026

ବିକାଶର ବାସ୍ତବ ଚିତ୍ର: ଗର୍ଭବତୀଙ୍କ ପାଇଁ ଆମ୍ବୁଲାନ୍ସ ନୁହେଁ, ଭରସା ଖଟିଆ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.