Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସମ୍ କୋଭିଡ୍ ଯୋଦ୍ଧା କମଳିନୀ ମଲ୍ଲିକ୍‌ଙ୍କୁ କଳିଙ୍ଗ ବିରାଙ୍ଗନା ସମ୍ମାନ ପ୍ରଦାନ
ଆଜିର ଖବର

ସମ୍ କୋଭିଡ୍ ଯୋଦ୍ଧା କମଳିନୀ ମଲ୍ଲିକ୍‌ଙ୍କୁ କଳିଙ୍ଗ ବିରାଙ୍ଗନା ସମ୍ମାନ ପ୍ରଦାନ

March 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ସମ୍ କୋଭିଡ୍ ହସ୍ପିଟାଲ୍‌ର କୋଭିଡ୍ ଯୋଦ୍ଧା ଶ୍ରୀମତି କମଳିନୀ ମଲ୍ଲିକଙ୍କୁ “କଳିଙ୍ଗ ବିରାଙ୍ଗନା” ସମ୍ମାନରେ ସମ୍ମାନିତ କରାଯାଇଛି। ସେବା ପ୍ରୟାସ ଫାଉଣ୍ଡେସନ୍  ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିଥିବା ଓ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନିଃସ୍ୱାର୍ଥପର କାର୍ଯ୍ୟ ନିମନ୍ତେ ସମ୍ କୋଭିଡ୍‌ର ନର୍ସିଂ ଇନ୍‌ଚାର୍ଜ ଶ୍ରୀମତି ମଲ୍ଲିକଙ୍କୁ ରବିବାର ପୁରୀ ୱଣ୍ଡର ୱାର୍ଲ୍ଡ ୱାଟର ପାର୍କ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି।

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରିଜିଓନାଲ୍ ମେଡିକାଲ୍ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶିକା ଡକ୍ଟର ସଂଘମିତ୍ରା ପତି ଯୋଗ ଦେଇ କମଳିନୀଙ୍କୁ କୋଭିଡ୍ ଯୋଦ୍ଧା ଭାବେ ସମ୍ମାନିତ କରିଥିଲେ। କୋଭିଡ ମହାମାରୀ ଆରମ୍ଭ ହେବା ପରେ ଓ ସମ୍ କୋଭିଡ ହସ୍ପିଟାଲ୍ କାର୍ଯ୍ୟାରମ୍ଭ ହେବା ପର ଠାରୁ ଦୀର୍ଘ ୨ ବର୍ଷ ହେବ ନିରନ୍ତର ଭାବେ କରୋନା ରୋଗୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଛନ୍ତି କମଳିନୀ।

ଏହି ଅବସରରେ ସମାଜ ସେବୀ ସନ୍ଧ୍ୟାରାଣୀ ମଲ୍ଲିକଙ୍କୁ କଳିଙ୍ଗ ବିରାଙ୍ଗନା ସମ୍ମାନ ପ୍ରଦାନ କରାଯାଇଥିବା ବେଳେ, ସାମ୍ବାଦିକତା କ୍ଷେତ୍ରରେ ସାମ୍ବାଦିକା ମିନତୀ ସିଂହ, ସାହିତ୍ୟ କ୍ଷେତ୍ରରେ ହିରଣ୍ମୟୀ ମିଶ୍ର, ରାଜନୀତି କ୍ଷେତ୍ରରେ ସସ୍ମିତା ସାହାଣୀ, ସମାଜ ସେବା କ୍ଷେତ୍ରରେ ରିନା ସାହୁ, ଶିକ୍ଷା କ୍ଷେତ୍ରରେ ଝିଲ୍‌ମିଲ୍ ସାହୁ ଏବଂ ଅଭିନୟ କ୍ଷେତ୍ରରେ କୁମାରୀ ଜାଗୃତି ରଥଙ୍କୁ ସମ୍ମାନିତ କରାଯାଇଥିଲା।

ସମ୍ମାନିତ ଅତିଥି ଭାବେ ଅଲିମ୍ପିଆନ୍ ଅନୁରାଧା ବିଶ୍ୱାଳ, ନୃତ୍ୟ ଶୀଳ୍ପି ଶାଶ୍ୱତ ଯୋଶୀ ଏବଂ କଳିଙ୍ଗ ବିରାଙ୍ଗନା ପୁରସ୍କାରର ଉପଦେଷ୍ଟା ପ୍ରିତିଛନ୍ଦା ଧଳ ଯୋଗ ଦେଇ ଏହି ବିଶିଷ୍ଟ ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

ସେହିପରି ସେବା ପ୍ରୟାସ ଫାଉଣ୍ଡେସନ୍ ପକ୍ଷରୁ ମହିଳା କାର୍ ର‌୍ୟାଲିର ୫ମ ସଂସ୍କରଣ ଆୟୋଜନ କରାଯାଇଥିଲା। ଭୁବନେଶ୍ୱର ଉପକଣ୍ଠ ଫୁଲନଖରା ଓଭରବ୍ରିଜ୍ ନିକଟରୁ ଆରମ୍ଭ ହୋଇଥିବା ଏହି ର‌୍ୟାଲିରେ ସ୍ୱତନ୍ତ୍ର ଅତିଥି ଭାବେ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ଖଣ୍ଡପଡାର ଯୁବରାଜ ତଥା ପୂର୍ବତନ ବିଧାୟକ ସିଦ୍ଧାର୍ଥ ଶେଖର ସିଂହ ଓ ସେବା ପ୍ରୟାସ
ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ଲିଙ୍କନ୍ ସୁବୁଦ୍ଧି ଯୋଗ ଦେଇ ଏହି କାର୍ ର‌୍ୟାଲିର ଫ୍ଲାଗ୍ ଅଫ୍ କରିବା ସହ ମହିଳା ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିଥିଲେ।

କାର୍ ର‌୍ୟାଲି ଫୁଲନଖରା ଠାରୁ ଆରମ୍ଭ ହୋଇ ପୁରୀ ସାତସଙ୍ଖ ଦେଇ ୱଣ୍ଡର୍ ୱାର୍ଲ୍ଡ ୱାଟର ପାର୍କଠାରେ ଶେଷ ହୋଇଥିଲା। ଦୀର୍ଘ ୮୦ କିମି ଅତିକ୍ରମ କରି ଏହି କାର୍ ର‌୍ୟାଲି ପ୍ରତିଯୋଗିତାରେ ସାମିଲ୍ ହୋଇଥିଲେ ୫୦ ଜଣ ମହିଳା।

ସେମାନଙ୍କ ମଧ୍ୟରୁ କର୍ଣ୍ଣେଲ୍ ସୋନାଲି ରଥ ବିଜୟୀ ହୋଇଥିବା ବେଳେ ସନ୍ତୋଷି ସାହୁ ଫାଷ୍ଟ ରନର୍‌ଅପ୍ ଏବଂ ଅର୍ଚ୍ଚନା ପଟ୍ଟନାୟକ ସେକେଣ୍ଡ ରନର୍‌ଅପ୍ ଭାବେ ବିଜୟ ହାସଲ କରିଥିଲେ। ଶ୍ରଦ୍ଧା ମହାପାତ୍ର ଓ ମୀତା ମାନାଙ୍କୁ ସାନ୍ତ୍ୱନାମୂଳକ ସମ୍ମାନ ପ୍ରଦାନ କରାଯାଇଥିଲା।

ଏହି କାର୍ ର‌୍ୟାଲି ପ୍ରତିଯୋଗିତାର ଜୁରୀ ଥିଲେ ସିଦ୍ଧାର୍ଥ ଶେଖର ସିଂହ, ରୋଟାରିଆନ୍ ଜୟଶ୍ରୀ ମହାନ୍ତି, ସିନି ମହାନ୍ତି ଏବଂ ରଞ୍ଜନ ଜୟଶ୍ୱାଲ୍। ବିଜୟୀ ପ୍ରତିଯୋଗୀମାନଙ୍କୁ ଡକ୍ଟର ପତି, ଶ୍ରୀ ସିଂହ, ଶ୍ରୀମତି ବିଶ୍ୱାଳ ଓ ଶ୍ରୀ ଯୋଶୀ ପୁରସ୍କାର ପ୍ରଦାନ କରିଥିଲେ।

ଏହି ଅବସରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ସମ୍ ଅଲ୍ଟିମେଟ୍ ମେଡିକେୟାରକୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସେବା ପ୍ରୟାସ ଫାଉଣ୍ଡେସନ୍‌ର ଉପଦେଷ୍ଟା ଅହଲ୍ୟା ସୁବୁଦ୍ଧି ଉପସ୍ଥିତ ଥିବା ବେଳେ ପ୍ରତିଷ୍ଠାତା ଲିଙ୍କନ୍ ସୁବୁଦ୍ଧି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

କମଳିନୀ ମଲ୍ଲିକ୍
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରତ୍ନତତ୍ତ୍ଵ ବିଭାଗ ଦ୍ୱାରା ଛତାଗଡ଼ ଓ ବେତଗଡ଼ର ଗବେଷଣା କରାଯାଉ: ଦାବିପତ୍ର ପ୍ରଦାନ

April 3, 2026

ଗରିବ ଓ ମଧ୍ୟବିତ୍ତଙ୍କୁ ଆରାମଦାୟକ ଯାତ୍ରା ଦେବା ରେଳବାଇର ପ୍ରାଥମିକତା: ଅଶ୍ୱିନୀ ବୈଷ୍ଣବ

April 3, 2026

ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?

April 3, 2026

ଆମେରିକୀୟ ଏଫ-୩୫ ଲଢ଼ୁଆ ବିମାନକୁ ଖସାଇଲା ଇରାନ: ପାଇଲଟ୍‌ ଅଟକ

April 3, 2026
Latest News

ପ୍ରତ୍ନତତ୍ତ୍ଵ ବିଭାଗ ଦ୍ୱାରା ଛତାଗଡ଼ ଓ ବେତଗଡ଼ର ଗବେଷଣା କରାଯାଉ: ଦାବିପତ୍ର ପ୍ରଦାନ

April 3, 2026

ଗରିବ ଓ ମଧ୍ୟବିତ୍ତଙ୍କୁ ଆରାମଦାୟକ ଯାତ୍ରା ଦେବା ରେଳବାଇର ପ୍ରାଥମିକତା: ଅଶ୍ୱିନୀ ବୈଷ୍ଣବ

April 3, 2026

ଇନ୍ଧନ ଯୋଗାଣ ସ୍ଥିତି ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସହ ପେଟ୍ରୋଲିୟମ ସଚିବଙ୍କ ସମୀକ୍ଷା ବୈଠକ 

April 3, 2026

ଇରାନରୁ ଭାରତ ଆସୁଥିବା ତେଲ ଜାହାଜ ଏବେ ଚୀନ ଅଭିମୁଖେ: ଜାଣନ୍ତୁ କାହିଁକି?

April 3, 2026

ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.