ସାଇକ୍ଲୋନିକ୍ ଝଡ ଆସାନି: କେତେକ ଅଞ୍ଚଳରେ ଆରମ୍ଭ ହେଲା ବର୍ଷା ଓ ପ୍ରବଳ ପବନ

Published: Mar 20, 2022, 5:12 pm IST

ପୋର୍ଟ ବ୍ଲେୟାର: ଆଜି ସାଇକ୍ଲୋନିକ୍ ଝଡ ‘ଆସାନି’ର ପ୍ରଭାବ ଯୋଗୁଁ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳରେ ସାଧାରଣ ଜୀବନ ପ୍ରଭାବିତ ହୋଇଛି। ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଛନ୍ତି। ସେମାନେ କହିଛନ୍ତି ଯେ, ବର୍ଷର ପ୍ରଥମ ସାଇକ୍ଲୋନିକ୍ ଝଡର ଦ୍ରୁତ ଅଗ୍ରଗତିକୁ ଦୃଷ୍ଟିରେ ରଖି ଆନ୍ତ ଦ୍ୱୀପ ଜାହାଜ ସେବା ସ୍ଥଗିତ ରଖାଯାଇଛି ଏବଂ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ଚେତାବନୀ ଦିଆଯାଇଛି।

ଅଧିକାରୀଙ୍କ ଅନୁଯାୟୀ, ପ୍ରାୟ ୧୦୦ ଟି ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (NDRF) କର୍ମଚାରୀ ନିୟୋଜିତ ହୋଇଛନ୍ତି ଏବଂ ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ଦ୍ୱୀପପୁଞ୍ଜର ବିଭିନ୍ନ ସ୍ଥାନରେ ୬ ଟି ରିଲିଫ୍ କ୍ୟାମ୍ପ ମଧ୍ୟ ଗଠନ କରାଯାଇଛି। ଉତ୍ତର ଏବଂ କେନ୍ଦ୍ରୀୟ ଆଣ୍ଡାମାନରେ ବର୍ଷା ସହିତ ପ୍ରବଳ ପବନ ହୋଇଛି। କିନ୍ତୁ ପୋର୍ଟ ବ୍ଲେୟାରରେ ଜୀବନ ସ୍ୱାଭାବିକ ରହିଛି।

ଭାରତ ପାଣିପାଗ ବିଭାଗ (ଆଇଏମଡି) ରବିବାର ଦିନ ଏକ ଟ୍ୱିଟର ପୋଷ୍ଟରେ କହିଛି ଯେ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଞ୍ଚଳ ପୂର୍ବ-ଉତ୍ତର-ପୂର୍ବ ଦିଗକୁ ଗତି କରିଛି ଏବଂ ମାର୍ଚ୍ଚ ୨୦ ରେ ଅଧିକ ଶକ୍ତି ସଞ୍ଜୟ କରିବା ସହିତ ମାର୍ଚ୍ଚ ୨୧ ରେ ସାଇକ୍ଲୋନିକ ଝଡ ଆସାନି ହେବାର ସମ୍ଭାବନା ରହିଛି।

ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ ଏହି ଘୂର୍ଣ୍ଣିବଳୟ ବାଂଲାଦେଶ ଏବଂ ମିଆଁମାର ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ରହିଛି।

Related posts