Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ
ଆଜିର ଖବର

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
Induction Training for New Assistant Labour Officers Launched at GAA
Induction Training for New Assistant Labour Officers Launched at GAA

ଭୁବନେଶ୍ଵର: ଗୋପବନ୍ଧୁ ପ୍ରଶାସନ ଏକାଡେମୀ ପରିସରରେ ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା ବିଭାଗ ଅଧୀନରେ ନବନିଯୁକ୍ତ ହୋଇଥିବା ସହକାରୀ ଶ୍ରମ ଅଧିକାରୀମାନଙ୍କ (ଓସିଏସ୍ ୨୦୨୩ ବ୍ୟାଚ୍) ପାଇଁ ଏକ ତିନି ମାସିଆ ସ୍ୱତନ୍ତ୍ର ତାଲିମ୍ କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବିମା ବିଭାଗର ମାନ୍ୟବର ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେ ନିଜ ଅଭିଭାଷଣରେ ନବନିଯୁକ୍ତ ଅଧିକାରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଏହି ପ୍ରତିଷ୍ଠିତ ଅନୁଷ୍ଠାନରୁ ଉପଯୁକ୍ତ ତାଲିମ୍ ଗ୍ରହଣ କରି ଆଗାମୀ ଦିନରେ ନିଷ୍ଠା ଓ ସମର୍ପଣର ସହ ଜନସାଧାରଣଙ୍କ ସେବା କରିବାକୁ ପରାମର୍ଶ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଗୋପବନ୍ଧୁ ପ୍ରଶାସନ ଏକାଡେମୀର ମହାନିର୍ଦ୍ଦେଶକ ତଥା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଆରୁମୁଗମ୍ ଯୋଗ ଦେଇ ଅଧିକାରୀମାନଙ୍କୁ ସମ୍ବୋଧିତ କରିଥିଲେ। ସେ କାର୍ଯ୍ୟକ୍ଷେତ୍ରରେ ସ୍ୱଚ୍ଛତା ଓ ସାଧୁତା ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିବା ସହ ନିଜର ବ୍ୟକ୍ତିଗତ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ଉପଦେଶ ଦେଇଥିଲେ। ପୂର୍ବରୁ ଅନୁଷ୍ଠାନର ଉପ-ମହାନିର୍ଦ୍ଦେଶକ ମୋନାଲିସା ଲେଙ୍କା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ରୂପରେଖ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିବା ବେଳେ ଶେଷରେ ଶ୍ରମ ଆୟୁକ୍ତ ଇନ୍ଦ୍ରମଣୀ ତ୍ରିପାଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଉକ୍ତ ସମାରୋହରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମଧୁମିତା ନାଏକ, ଅତିରିକ୍ତ ଶାସନ ସଚିବ ରାଜେଶ ଅଗ୍ରୱାଲ ଏବଂ ଅତିରିକ୍ତ ଶ୍ରମ କମିଶନର ମଦନ ମୋହନ ପାଇକଙ୍କ ସମେତ ବିଭାଗର ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ନବନିଯୁକ୍ତ ଅଧିକାରୀମାନଙ୍କୁ ଉତ୍ସାହିତ କରିଥିଲେ।

Assistant Labour Officers Induction Training ଗୋପବନ୍ଧୁ ପ୍ରଶାସନ ଏକାଡେମୀ
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ୟା ବିପନ୍ନଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ମିଳିବ ନୂଆ ଘର, ୫ ଦିନରେ ସରିବ କ୍ଷୟକ୍ଷତି ଆକଳନ : ମନ୍ତ୍ରୀ

September 26, 2026

ନିଶାମୁକ୍ତ ଯୁବପିଢ଼ି ହିଁ ବିକଶିତ ଭାରତର ଆଧାର

September 26, 2026

ଫାର୍ମାସିଷ୍ଟଙ୍କ ସଶକ୍ତୀକରଣ ନିମନ୍ତେ ଉନ୍ନତ ମାନର ଶିକ୍ଷା ଓ ନବସୃଜନର ଆବଶ୍ୟକତା: ସୋଆ ଉପସଭାପତି

September 26, 2026

ପ୍ରବଳ ବର୍ଷା ସତ୍ତ୍ୱେ ପୂର୍ବ ତଟ ରେଳପଥ ଦ୍ୱାରା ପୁନରୁଦ୍ଧାର କାର୍ଯ୍ୟ ଓ ଯାତ୍ରୀ ସୁବିଧାକୁ ଗୁରୁତ୍ୱ

September 26, 2026
Latest News

ବନ୍ୟା ବିପନ୍ନଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ମିଳିବ ନୂଆ ଘର, ୫ ଦିନରେ ସରିବ କ୍ଷୟକ୍ଷତି ଆକଳନ : ମନ୍ତ୍ରୀ

September 26, 2026

ନିଶାମୁକ୍ତ ଯୁବପିଢ଼ି ହିଁ ବିକଶିତ ଭାରତର ଆଧାର

September 26, 2026

ୟୁଏନ୍‌ଜିଏରେ ଅପଦସ୍ତ ପାକ୍ ପ୍ରଧାନମନ୍ତ୍ରୀ: ହାଫିଜ୍ ସୟିଦ୍ ଓ ଆତଙ୍କବାଦ ପ୍ରଶ୍ନରେ ମୁହଁ ବନ୍ଦ ରଖିଲେ ଶେହବାଜ

September 26, 2026

ଫାର୍ମାସିଷ୍ଟଙ୍କ ସଶକ୍ତୀକରଣ ନିମନ୍ତେ ଉନ୍ନତ ମାନର ଶିକ୍ଷା ଓ ନବସୃଜନର ଆବଶ୍ୟକତା: ସୋଆ ଉପସଭାପତି

September 26, 2026

ସଦସ୍ୟତା ରଦ୍ଦ ମାମଲା: ଅକ୍ଟୋବର ୮ ସୁଦ୍ଧା ଉତ୍ତର ରଖିବେ ସାୟୋନୀ ଘୋଷଙ୍କ ସମେତ ୨୦ ବିଦ୍ରୋହୀ ସାଂସଦ

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.