ହାଇଦ୍ରାବାଦରେ ଏକ ଦୁଃଖଦ ଦୁର୍ଘଟଣା: ଅଗ୍ନିକାଣ୍ଡ ଯୋଗୁଁ ୧୧ ଶ୍ରମିକ ଜୀବନ୍ତ ଦଗ୍ଧ

Published: Mar 23, 2022, 11:46 am IST

ହାଇଦ୍ରାବାଦ: ହାଇଦ୍ରାବାଦର ଭୋଇଗୁଡା ଅଡିର ଏକ ସ୍କ୍ରାପ ଗୋଦାମରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ପ୍ରାୟ ୧୨ ଜଣ ଲୋକ ଫାଶରେ ପଡ଼ିଯିବାର ଆଶଙ୍କା ଥିବାବେଳେ ଏପର୍ଯ୍ୟନ୍ତ ୧୧ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଲୋକମାନେ ଘଟଣା ସମୟରେ ଗୋଦାମ ଭିତରେ ଶୋଇଥିଲେ। ପ୍ରବଳ ଅଗ୍ନିକାଣ୍ଡ ହେତୁ ଏକ କାନ୍ଥ ଭୁଶୁଡ଼ି ପଡ଼ିଲା, ଯେଉଁ କାରଣରୁ ସେଠାରେ ଫସି ରହିଥିବା ଲୋକମାନେ ବାହାରକୁ ଯାଇ ପାରିନଥିଲେ। ବର୍ତ୍ତମାନ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି, ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଏଥିସହିତ ନିଆଁ ଲିଭାଇବା ପାଇଁ ପ୍ରାୟ ୮ ଟି ଅଗ୍ନିଶମ ଗାଡି ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ ବିଭାଗର ଜଣେ ଅଧିକାରୀଙ୍କ ଅନୁଯାୟୀ, ଏପର୍ଯ୍ୟନ୍ତ ୧୧ ଟି ମୃତଦେହ ଉଦ୍ଧାର କରାଯାଇଛି। ସେ କହିଛନ୍ତି ଯେ ନିଆଁ ଏତେ ଭୟଙ୍କର ଥିଲା ଯେ ଏହାକୁ ନିୟନ୍ତ୍ରଣକୁ ଆଣିବାକୁ ସମୟ ଲାଗିଥିଲା। ତେବେ ନିଆଁ ଲିଭାଇ ଦିଆଯାଇଛି। ଏହି ଗୋଦାମରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକ ବିହାରର ବାସିନ୍ଦା ବୋଲି ଜଣାପଡିଛି।

Related posts