ବାଲେଶ୍ବରରେ ମୋଦିଙ୍କୁ ଟାର୍ଗେଟ୍‌ କଲେ ରାହୁଲ, ଦାରିଦ୍ର୍ୟ ବିରୋଧରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିବ ‘ନ୍ୟାୟ’

Published: Apr 26, 2019, 5:44 pm IST

ବାଲେଶ୍ୱର ରେମୁଣାରେ ପରିବର୍ତନ ସଂକଳ୍ପ ସଭାରେ ଯୋଗ ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏହି ପରିପ୍ରେକ୍ଷୀରେ ସେ କେନ୍ଦ୍ର ସରକାର ଏବଂ ବିଜେପିକୁ ସମାଲୋଚନା କରିଛନ୍ତି। ଏହା ସହିତ ଚଳିତ ନିର୍ବାଚନରେ କଂଗ୍ରେସର ଇସ୍ତାହାର ନ୍ୟାୟ ଦାରିଦ୍ର୍ୟ ବିପକ୍ଷରେ ଦଳର ସର୍ଜିକାଲ ଷ୍ଟ୍ରାଇକ୍‌ ବୋଲି ରାହୁଲ କହିଛନ୍ତି। ରାହୁଲ କହିଛନ୍ତି ଯେ, ଦେଶର ସବୁଠାରୁ ବଡ ସମସ୍ୟା ହେଉଛି ବେରୋଜଗାରୀ। ଏହା ଉପରେ କଂଗ୍ରେସ ସର୍ଜିକାଲ ଷ୍ଟ୍ରାଇକ କରିବ। ଗରିବଙ୍କ ବ୍ୟାଙ୍କ ଖାତାକୁ ମାସକୁ ନ୍ୟାୟ ଯୋଜନାରେ ୭୨ହଜାର ଟଙ୍କା ଦିଆଯିବ। ୫ କୋଟି ଗରିବ ପରିବାରର ପ୍ରାୟ ୨୫ କୋଟି ଲୋକ ଏଥିରେ ଉପକୃତ ହେବେ। ବେରୋଜଗାରୀ ପାଇଁ ଜିଏସଟି ଏବଂ ନୋଟବନ୍ଦୀ ଦାୟୀ। ଦେଶର ଧନୀ ଲୋକେ ଟଙ୍କା ନେଇ ବିଦେଶ ପଳାଇଛନ୍ତି। ଅନିଲ ଅମ୍ବାନୀ, ମେହୁଲ ଚୌକସୀ, ନୀରବ ମୋଦୀ, ମାଲ୍ୟାଙ୍କୁ କେନ୍ଦ୍ର ସରକାର ଜେଲ ପଠାଇ ପାରୁନାହାନ୍ତି। ସେମାନଙ୍କ ପକେଟକୁ ଜନତାଙ୍କ ଟଙ୍କା ଯାଉଛି। କଂଗ୍ରେସ ସରକାର ହେଲେ ସେମାନଙ୍କ ପକେଟରୁ ଟଙ୍କା ଅଣାଯିବ। କଂଗ୍ରେସ ସରକାରକୁ ଆସିଲେ ଧାନର ସର୍ବନିମ୍ନ କ୍ରୟ ମୂଲ୍ୟ ୨୬୦୦ ଟଙ୍କା ହେବ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ୨ କୋଟି ରୋଜଗାର ଦେବେ ବୋଲି କହିଥିଲେ। କିନ୍ତୁ ତାହା ହେଲା ନାହିଁ। କଂଗ୍ରେସ ସର୍ବଦା ଆଦିବାସୀଙ୍କ ସହ ରହିଛି। ଜମି ଅଧିଗ୍ରହଣ ଆଇନ ୟୁପିଏ ସରକାର ଆଣିଥିଲା। ମୋଦୀ ଏ ସବୁ ବିଲ ରବ୍ଦ କରିବାକୁ ଚେଷ୍ଟା କରୁଛନ୍ତି। ସରକାର ଆସିଲେ ଆଦିବାସୀଙ୍କ ଜଙ୍ଗଲ ଜମି ରକ୍ଷା କରାଯିବ। ଦେଶରେ ୨୨ ଲକ୍ଷ ସରକାରୀ ଚାକିରୀ ଖାଲି ପଡିଛି।

Related posts