Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭଗବାନ ବୁଦ୍ଧଙ୍କ ବାଣୀ ବଶ୍ୱ ପାଇଁ ସବୁ ସମୟରେ ମଙ୍ଗଳମୟ: ବାବା ବଳିଆ
ଆଜିର ଖବର

ଭଗବାନ ବୁଦ୍ଧଙ୍କ ବାଣୀ ବଶ୍ୱ ପାଇଁ ସବୁ ସମୟରେ ମଙ୍ଗଳମୟ: ବାବା ବଳିଆ

March 24, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ବିଶିଷ୍ଟ ଧର୍ମଗୁରୁ, ସଂସ୍କାରକ ତଥା ପ୍ରକୃତି ମିତ୍ର ଶ୍ରୀମଦ୍ ବାବା ବଳିଆଙ୍କୁ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ପ୍ରଦାନ ଅବସରରେ ମହାବୋଧି ସୋସାଇଟି, ଓଡ଼ିଶା ଶାଖା ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ସଭାପତି ଡଃ ବିମଳେନ୍ଦୁ ମହାନ୍ତିଙ୍କ ପୌରହିତ୍ୟରେ ମହା ସମାରୋହରେ ପାଳିତ ହୋଇଯାଇଛି।

କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ବାବା କହିଲେ ଯେ, ଭଗବାନ ବୁଦ୍ଧଙ୍କ ପବିତ୍ର ବୃକ୍ଷ ବୋଧିଦ୍ରୁମଠାରେ ପହଞ୍ôଚ ମୁଁ ନିଜକୁ ଧନ୍ୟ ମନେ କରୁଛି। ଭଗବାନ ତଥାଗତ ବୁଦ୍ଧଙ୍କ ପ୍ରଦତ୍ତ ବାଣୀ ବିଶ୍ୱ ପାଇଁ ସବୁବେଳେ ମଙ୍ଗଳମୟ। ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ସମସ୍ତ ସାଧୁସନ୍ଥମାନେ ପରାମାତ୍ମାଙ୍କୁ ପ୍ରାର୍ଥନା କରିବାକୁ ବାବା ଆହ୍ୱାନ ଦେଇଥିଲେ।

ବିଶିଷ୍ଟ ଅତିଥି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ବାବାଙ୍କୁ ସମ୍ବର୍ଦ୍ଧିତ କରି କହିଲେ ଯେ, ବାବା ସମାଜ ସୁଧାର ପାଇଁ ଧର୍ମ ସହ ବିଜ୍ଞାନକୁ ସଂଯୋଗ କରି ସମାଜକୁ ଏକ ନୂତନ ବାର୍ତ୍ତା ଦେଉଛନ୍ତି। ପୂର୍ବତନ ବିଧାୟକ ଯଜେ୍ଞଶ୍ୱର ବାବୁ କହିଲେ ଯେ, ଗଣତନ୍ତ୍ର ଜ୍ଞାନଯଜ୍ଞ ଭଳି ଏକ ଅଭିନବ ପରିକଳ୍ପନା ବାବା ୨୦୦୭ ମସିହାରେ କରି ଗୋଟିଏ ମଞ୍ଚରେ ବିଭିନ୍ନ ରାଜନୈତିକ ଦଳକୁ ବସାଇ ପାରିଥିଲେ। ବିଶିଷ୍ଟ ସଂସ୍କୃତ ବିଦ୍ୱାନ ପୂର୍ବତନ କୁଳପତି ଡଃ ହରେକୃଷ୍ଣ ଶତପଥୀ କହିଲେ ଯେ, ବାବା ସମନ୍ୱୟବାଦୀ ସନ୍ଥ। ବାବା ସର୍ବଧର୍ମ ସମନ୍ୱୟର ପ୍ରତୀକ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ମହାବୋଧିର କେନ୍ଦ୍ରୀୟ ଉପସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ୱାଗତ ଭାଷଣ ଦେବା ପରେ ବାବାଙ୍କୁ ଉତ୍ତରୀୟ ଓ ଭଗବାନ ବୁଦ୍ଧଙ୍କ ଫଟୋଚିତ୍ର ସହ ଅନୁଷ୍ଠାନର ସମ୍ପାଦକ ଡଃ ସୌରେନ୍ଦ୍ର କୁମାର ମହାପାତ୍ର ସମ୍ବର୍ଦ୍ଧିତ କରିଥିଲେ। କଳିଙ୍ଗ ଟ୍ରଷ୍ଟ ପକ୍ଷରୁ ଡଃ ବଦ୍ରୀନାଥ ପଟ୍ଟନାୟକ, ହାପି ଲିଭିଂ ଫାଉଣ୍ଡେସନ ପକ୍ଷରୁ ବାସ୍ତୁବିତ ଡଃ ମନୋଜ ଲେଙ୍କା, ମହତାବ ଏକାଡ଼େମୀ ପକ୍ଷରୁ ସମାଜସେବୀ ପାରେଶ୍ୱର ଖଣ୍ଡାୟତରାୟ, ବିଶିଷ୍ଟ ବୁଦ୍ଧିଜୀବୀ ଗୋପାଳକୃଷ୍ଣ ମହାପାତ୍ର, ମହାତ୍ମା ଗାନ୍ଧୀ ଟ୍ରଷ୍ଟ ପକ୍ଷରୁ ଡଃ ବୁଦ୍ଧଦେବ ମିଶ୍ର, ଆର୍ଯ୍ୟସମାଜ ଓଡ଼ିଶା ପକ୍ଷରୁ ଇଂ ବିବେକାନନ୍ଦ ପାତ୍ର, ଓଡ଼ିଶା ପ୍ରଦେଶ କଂଗ୍ରେସର ବରିଷ୍ଠ ନେତା ଜ୍ଞାନଦେବ ବେଉରା, ଭୁବନେଶ୍ୱର ବାର୍ ସଦସ୍ୟ ଶାନ୍ତନୁ କୁମାର ସାହୁ, ଓଡ଼ିଶା ମହିଳା ବୁଦ୍ଧିଜୀବୀ ମଞ୍ଚ ପକ୍ଷରୁ ଡଃ ମଧୁସ୍ମିତା ସାହୁ, ମିଡ଼ିଆ ଏକାଡ଼େମୀ ପକ୍ଷରୁ ପ୍ରଜ୍ଞାରାଜ ପ୍ରଧାନ ଓ ପୁଷ୍ପରାଜ ପ୍ରଧାନ ପ୍ରମୁଖ ଉତ୍ତରୀୟ, ଫୁଲତୋଡ଼ା ଦେଇ ବାବାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ଡଃ ଅସିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ବୁଦ୍ଧମନ୍ଦିରର କୋଷାଧ୍ୟକ୍ଷ ନବୀନ କୁମାର ସାହୁ, ଡଃ ଅସିତ ମହାନ୍ତି, ଯୋଗଗୁରୁ ନାରାୟଣ ଚନ୍ଦ୍ର ନନ୍ଦ, ଆଶ୍ରମ ପକ୍ଷରୁ ରାଜୁଭାଇ, ସ୍ୱାମୀ ଡଃ ଚିଦାନନ୍ଦ, ଯୁବ ପ୍ରବଚକ ଗୋପାଳ ଦାସ, ମନୁଭାଇ ଓ ମଣ୍ଟୁଭାଇ ପ୍ରମୁଖ ଉପସ୍ଥିତ ଥିଲେ।

ପଦ୍ମଶ୍ରୀ ବାବା ବଳିଆ ଭଗବାନ ବୁଦ୍ଧ ଭାରତ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026
Latest News

ଆସିକା SDPO ନିଲମ୍ବିତ

May 14, 2026

ସଙ୍କଟ ମଧ୍ୟରେ, ଭାରତ ପାଇଁ ଭଲ ଖବର: ହର୍ମୁଜ୍ ପ୍ରଣାଳୀ ପାର କଲା ଏମଭି ସନସାଇନ୍

May 14, 2026

କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ମହିଳା

May 14, 2026

ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ବାନ ପରେ, ଦିଲ୍ଲୀ ସରକାରୀ କାର୍ଯ୍ୟାଳୟରେ ‘ନୋ କାର ଡେ’

May 14, 2026

ପୁରୀ କୋରାପୁଟ ମଧ୍ୟରେ ଚାଲିବାକୁ ଥିବା ନୂଆ ଟ୍ରେନଟି କେଉଁ କେଉଁ ଷ୍ଟେସନରେ ରହିବ

May 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.