କଟକ ମହାନଗର ନିଗମ ନିର୍ବାଚନ ଫାଳଫଳ: ବିଜେଡି ପ୍ରାର୍ଥୀ ସୁଵାଷ ସିଂହଙ୍କ ବିପୁଳ ବିଜୟ

Published: Mar 26, 2022, 9:28 pm IST

ଭୁବନେଶ୍ବର: କଟକ ମହାନଗର ନିଗମ ନିର୍ବାଚନର ଫାଳଫଳ ଘୋଷଣା ହୋଇଛି। ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ ସୁବାସ ସିଂହ ବିଜୟ ଲାଭ କରିଛନ୍ତି। ଦ୍ଵିତୀୟ ସ୍ଥାନରେ କଂଗ୍ରେସ ଥିବା ବେଳେ ବିଜେପି ତୃତୀୟ ସ୍ଥାନରେ ରହିଛି। ବିଜେଡି ପ୍ରାର୍ଥୀ ସୁଵାଷ ସିଂହ ମୋଟ ୧ ଲକ୍ଷ ୧୩ ହଜାର ୫୬୨ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀଙ୍କ କଂଗ୍ରେସର ଗିରିବାଳା ଵେହେରାଙ୍କ ଠାରୁ ୪୫ ହଜାର ୨୦୬ଭୋଟରେ ଜିତିଛନ୍ତି। ଗିରିବାଳା ୬୮ହଜାର ୩ଶହ ୫୬ ଖଣ୍ଡ ଭୋଟ ପାଇଛନ୍ତି। ସେହିଭଳି ଵିଜେପି ପ୍ରାର୍ଥୀ ଶ୍ରୀତମ ଦାସ ୪୯ ହଜାର ୨ଶହ ୨୩ଖଣ୍ଡ ଭୋଟ ପାଇଛନ୍ତି।

ତେବେ କଟକ ମହାନଗର ନିଗମର ୫୯ଟି ଓ୍ଵାର୍ଡରୁ ବିଜେଡ଼ି ୩୮ ଟି ଓ୍ଵାର୍ଡ ଜିତି ସିଏମସି ଦଖଲ କରିଛି। ସେହିଭଳି କଂଗ୍ରେସ ୮ଟି, ବିଜେପି ୭ଟି ଓ୍ଵାର୍ଡ ଏବଂ ୬ଟି ଓ୍ଵାର୍ଡ ସ୍ଵାଧୀନ ପ୍ରାର୍ଥୀ ଜିତିଛନ୍ତି।

Related posts