Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୟାଗଡ଼ (କେନ୍ଦୁଝରଗଡ଼)- ଯଖପୁରା ରେଳମାର୍ଗ ନୀରିକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ
ଆଜିର ଖବର

ନୟାଗଡ଼ (କେନ୍ଦୁଝରଗଡ଼)- ଯଖପୁରା ରେଳମାର୍ଗ ନୀରିକ୍ଷଣ କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

March 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ପୂର୍ବ ତଟ ଏବଂ ଦକ୍ଷିଣପୂର୍ବ ରେଳପଥ ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀଙ୍କ ଦ୍ୱାରା ଆଜି ନୟାଗଡ଼ (କେନ୍ଦୁଝର)-ଯଖପୁରା ରେଳମାର୍ଗର ବାର୍ଷିକ ନୀରିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ଗସ୍ତ ସମୟରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ପ୍ରବନ୍ଧକ ରିଂକେଶ ରାୟଙ୍କ ସହିତ ମୁକ୍ଷ୍ୟାଳୟ ତଥା ମଣ୍ଡଳର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଏହି ଗସ୍ତ ସମୟରେ ମହାପ୍ରବନ୍ଧକ ବିଭିନ୍ନ ଷ୍ଟେସନ, ରେଳ କଲୋନୀ, ବ୍ରିଜ, ଲେଭଲ କ୍ରସିଂ ଗେଟ, ରନିଂ ରୁମ୍‌, ଦୁର୍ଘଟଣା ରିଲିଫ୍ ଟ୍ରେନ୍‌, ଦୁର୍ଘଟଣା ରିଲିଫ୍ ମେଡିକାଲ୍ ଉପକରଣ, ରେଲୱେ ହସ୍‌ପିଟାଲ୍ ସହିତ ଅନ୍ୟାନ ସୁରକ୍ଷା ଓ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ଯାଞ୍ଚ୍ କାର୍ଯ୍ୟ କରିଥିଲେ।

ସେ ଏହି ଗସ୍ତ ସମୟରେ ସମସ୍ତ ରେଳ ଭିତିଭୂମିକୁ ଭଲ ଭାବରେ ଯାଞ୍ଚ୍ କରିଥିଲେ ଓ ରେଳ ସେବାରେ ଉନ୍ନତି ଆଣିବା ପାଇଁ ଆବଶ୍ୟକ ଥିବା ବିଷୟ ଉପରେ ଧ୍ୟାନ ଦେବାପାଇଁ ଉପସ୍ଥିତ ରେଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ମହାପ୍ରବନ୍ଧକ ଏହି ରେଳ ମାର୍ଗରେ କେନ୍ଦୁଝରଗଡ଼ ଓ ହରିଚନ୍ଦନପୁର ଷ୍ଟେସନ ସମେତ ବିଭିନ୍ନ ସ୍ଥାନରେ ରହି ଭିନ୍ନଭିନ୍ନ କାର୍ଯ୍ୟର ତଦାରଖ କରିଥିଲେ। ସେ ମଧ୍ୟ ବିଭିନ୍ନ ନିରାପତ୍ତା ବିଷୟ ଯଥା ଟ୍ରାକ୍‌, ଲେଭଲ କ୍ରସିଂ, ବ୍ରିଜ, ପଏଣ୍ଟ ଓ କ୍ରସିଂକୁ ଭଲ ଭାବରେ ଯାଞ୍ଚ୍ କରିଥିଲେ। ଏହି ଅବସରରେ ସେ କର୍ମଚାରୀ ବାସଗୃହ, ପିଲାମାନଙ୍କ ପାଇଁ ଚିତ୍ତବିନୋଦନ ପାର୍କ ଇତ୍ୟାଦି ଉଦ୍‌ଘାଟନ କରିଥିଲେ।

ସୁଶ୍ରୀ ଯୋଶୀ ତାଙ୍କର ଏହି ବାର୍ଷିକ ଗସ୍ତ ସମୟରେ ଯାତ୍ରୀ ସୁବିଧା ଯଥା ପ୍ଲାଟଫର୍ମ, ବୁକିଂ ଅଫିସ୍‌, ଅପେକ୍ଷା ହଲ୍‌, ଭିଆଇପି ଲାଉଞ୍ଜ ଇତ୍ୟାଦିର ସମୀକ୍ଷା କରିଥିଲେ ଓ କର୍ମଚାରୀମାନଙ୍କୁ ଏହା ଉପରେ କ୍ରମାଗତ ଭାବରେ ଧ୍ୟାନ ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ସେ ମଧ୍ୟ ବିଭିନ୍ନ ଷ୍ଟେସନରେ ଲୋକମାନଙ୍କୁ ଭେଟିଥିଲେ ଓ ଯାତ୍ରୀ ସେବାରେ ଉନ୍ନତି ଆଣିବା ପାଇଁ ସେମାନଙ୍କର ଅଭିଯୋଗ ଏବଂ ପରାମର୍ଶକୁ ଗ୍ରହଣ କରିଥିଲେ।

ଅପରାହ୍ନରେ ଶ୍ରୀମତୀ ଯୋଶୀ ଭୁବନେଶ୍ୱର ନୂତନ ଷ୍ଟେସନରେ ଚାଲିଥିବା କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଥିଲେ। ଭୁବନେଶ୍ୱର ନୂତନ ଷ୍ଟେସନକୁ ସଡକ ଯୋଗାଯୋଗ ସହିତ ଅନ୍ୟାନ୍ୟ ନିରାପତ୍ତା ଏବଂ ସୁରକ୍ଷା କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଗୁରୁତ୍ୱାରୋପ କରିଥିଲେ।

ଖୋର୍ଦ୍ଧା ରୋଡ ରେଳ ମଣ୍ଡଳ ପୂର୍ବତଟ ରେଳପଥ
Share. Facebook Twitter LinkedIn Email WhatsApp Copy Link

Related Posts

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026
Latest News

ବିକଶିତ ଓଡ଼ିଶା ଦିଗରେ ବଡ଼ ପଦକ୍ଷେପ: ୨୦୨୬-୨୭ ବଜେଟ୍‌ରେ ଗ୍ରାମୀଣ ବିକାଶକୁ ସର୍ବାଧିକ ଗୁରୁତ୍ୱ

March 18, 2026

ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ: ଚାରି ଅଧିକାରୀ ନିଲମ୍ୱିତ

March 18, 2026

ବିଜୁ ନବୀନ ଟ୍ରଷ୍ଟକୁ ନେଇ ଶେଷରେ ମୁହଁ ଖୋଲିଲେ ନବୀନ ପଟ୍ଟନାୟକ, କହିଲେ…

March 18, 2026

ଶିଶୁ ସୁରକ୍ଷା ସେବା ସହିତ ଜଡ଼ିତ ‘ମିଶନ ବାତ୍ସଲ୍ୟ ପୋର୍ଟାଲ’ ପୁନଃପ୍ରସ୍ତୁତ

March 18, 2026

ଭାରତୀୟ କପା ନିଗମକୁ ୧,୭୧୮.୫୬ କୋଟିର ଏମଏସପି ପାଣ୍ଠି ମଞ୍ଜୁର କଲା କ୍ୟାବିନେଟ୍

March 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.