Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଇଆଇଟି ଖଡ଼ଗପୁରରେ ପେଟାସ୍କେଲ୍ ସୁପର କମ୍ପ୍ୟୁଟର ପରମ ଶକ୍ତିର ଉଦ୍‌ଘାଟନ
ଆଜିର ଖବର

ଆଇଆଇଟି ଖଡ଼ଗପୁରରେ ପେଟାସ୍କେଲ୍ ସୁପର କମ୍ପ୍ୟୁଟର ପରମ ଶକ୍ତିର ଉଦ୍‌ଘାଟନ

March 28, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନ୍ୟାସନାଲ୍ ସୁପର କମ୍ପ୍ୟୁଟିଂ ମିଶନ ଅନ୍ତର୍ଗତ ଆଇଆଇଟି ଖଡ଼ଗପୁରରେ ପେଟାସ୍କେଲ ସୁପର କମ୍ପ୍ୟୁଟର ପରମ ଶକ୍ତିକୁ ଦେଶକୁ ସମର୍ପିତ କରାଯାଇଛି। ଏହା ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଓ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଭାଗ (ଡିଏସଟି) ର ସଂଯୁକ୍ତ ଉଦ୍ୟମ ଅଟେ। ଏହି ଜାତୀୟ ସୁପର-କମ୍ପ୍ୟୁଟିଂ ସୁବିଧା କେନ୍ଦ୍ରର ଲୋକାର୍ପଣ 27 ମାର୍ଚ୍ଚ, 2022 ରେ ପଶ୍ଚିମବଙ୍ଗର ମାନ୍ୟବର ରାଜ୍ୟପାଳ ଶ୍ରୀ ଜଗଦିପ ଧନଖର କରିଛନ୍ତି। ଏହି ଅବସରରେ ଆଇଆଇଟି ଖଡ଼ଗପୁରର ନିର୍ଦ୍ଦେଶକ ପ୍ରଫେସର ବି.କେ. ତିୱାରୀ, ସି-ଡାକର ମହା ନିର୍ଦ୍ଦେଶକ କର୍ଣ୍ଣଲ (ଅବସରପ୍ରାପ୍ତ.) ଏକେ ନାଥ, ଆଇଆଇଟି ଖଡ଼ଗପୁରର ଉପ ନିର୍ଦ୍ଦେଶକ ପ୍ରଫେସର ଅମିତ ପାତ୍ର, ଇଲେକ୍‌ଟ୍ରୋନିକ୍‌ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏନଏସଏମ-ଏଚପିସି ଡିଭିଜନ ର ଗ୍ରୁପ କୋର୍ଡିନେଟର ଶ୍ରୀ ଅରବିନ୍ଦ କୁମାର, ଶ୍ରୀ ଏସ.ଏ. କୁମାର, ଆଡଭାଇଜର, ଏନଏସଏମ, ଏମଇଆଇଟିୱାଇ ତଥା ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟର ଏନଏସଏମ –ଏଚପିସି ଡିଭିଜନ, ଡିଏସଟି, ଆଇଆଇଟି ଖଡ଼ଗପୁର ଏବଂ ସି-ଡାକ୍ ର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। କମ୍ପ୍ୟୁଟେସନାଲ୍ ଏବଂ ଡାଟା ଡିଭିଜନର ବହୁବିଧ କ୍ଷେତ୍ରରେ ଗବେଷଣା ଏବଂ ବିକାଶ କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ପରମ ଶକ୍ତି ସୁପର କମ୍ପ୍ୟୁଟର ସୁବିଧା ଉପଲବ୍ଧ ରହିଛି। ଏହା ଆଇଆଇଟି ଖଡ଼ଗପୁର ତଥା ପଡ଼ୋଶୀ ଆକାଡେମିକ୍ ଗବେଷଣା ଏବଂ ବିକାଶ ସଂସ୍ଥା ଗୁଡ଼ିକୁ ବୃହତ ମାତ୍ରାରେ କମ୍ପ୍ୟୁଟିଂ ଦକ୍ଷ କରୁଛି।

ଏହା ଉଲ୍ଲେଖନୀୟ ଅଟେ ଯେ 44 ଟି ଜିପିୟୁ ସହିତ 17680 ସିପିୟୁ କୋର ଯୁକ୍ତ ଉତ୍କୃଷ୍ଟ ସୁପର କମ୍ପ୍ୟୁଟିଂ ସୁବିଧା କେନ୍ଦ୍ର ସ୍ଥାପିତ କରିବା ପାଇଁ ଏମଓୟୁରେ ଆଇଆଇଟି ଖଡ଼ଗପୁର ତଥା ସେଣ୍ଟର ଫର ଡେଭଲପମେଣ୍ଟ ଇନ୍ ଆଡଭାନ୍ସଡ କମ୍ପ୍ୟୁଟିଂ (ସିଡାକ୍) ମଧ୍ୟରେ ମାର୍ଚ୍ଚ 2019 ରେ ସ୍ବାକ୍ଷର କରାଯାଇଛି। ଏହି ସୁବିଧା କେନ୍ଦ୍ରରେ ଆରଡିଏଚଏକ୍ସ ଆଧାରିତ ଦକ୍ଷ କୁଲିଂ ପ୍ରଣାଳୀର ବ୍ୟବହାର ହୋଇଛି, ଯଦ୍ବାରା ଉଚ୍ଚ ଉପାଦେୟତା କ୍ଷମତା ହାସଲ କରାଯାଇପାରିବ। ଏହି ପ୍ରଣାଳୀକୁ ଆଇଆଇଟି ଖଡ଼ଗପୁର ଏବଂ ସି-ଡାକରେ ବାଣିଜ୍ୟିକ, ମୁକ୍ତ ସ୍ରୋତ ଏବଂ ଘରୋଇ ସଫ୍‌ଟଓୟାର ପାଇଁ ଯାଞ୍ଚ କରାଯାଇଛି। ଏହି ଯାଞ୍ଚ ବିବିଧତାପୂର୍ଣ୍ଣ ଆପ୍ଲିକେସନ ସହିତ ସାମିଲ୍ ଅଟେ।

ଆଇଆଇଟି ଖଡ଼ଗପୁର ସୁପର-କମ୍ପ୍ୟୁଟିଂ ପ୍ଲାଟଫର୍ମ ପାଇଁ ଉପଯୋଗୀ ସଫ୍‌ଟଓୟାର ତଥା ଉଚ୍ଚ ମାତ୍ରାରେ ଔଦ୍ୟୋଗିକ ତଥା ବୈଜ୍ଞାନିକ ସମସ୍ୟାଗୁଡ଼ିକ ପାଇଁ ଆପ୍ଲିକେସନ ସମ୍ବନ୍ଧରେ ଏନଏସଏମର ଅଧିକାରର ପାଳନ କରିଥାଏ। ଆଇଆଇଟି ଖଡ଼ଗପୁର, ଏଚପିସି ତଥା ଏଆଇ ପାଇଁ ଏନଏସଏମ ଏକ ନୋଡାଲ କେନ୍ଦ୍ର ଅଟେ ଯାହା ସାରା ଦେଶରେ ସୁପର-କମ୍ପ୍ୟୁଟିଂ ଗବେଷଣା ପାଇଁ ଆବଶ୍ୟକ ଶ୍ରମଶକ୍ତିର ବିକାଶ ପାଇଁ କାମ କରୁଛି। ଏହି କେନ୍ଦ୍ର ପାଠ୍ୟକ୍ରମ, କର୍ମଶାଳା, ବୁଟକ୍ୟାମ୍ପ ଆଦିର ଆୟୋଜନ କରୁଛି ଯାହା ବିଭିନ୍ନ କ୍ଷେତ୍ର ସହିତ ସମ୍ବନ୍ଧିତ ଅଟେ। ଏହି କ୍ଷେତ୍ର ସୁପର କମ୍ପ୍ୟୁଟିଂର ସିଦ୍ଧାନ୍ତ, ଡାଟା ସାଇନ୍‌ସ ଏବଂ କୃଷି, ଆଷ୍ଟ୍ରୋନୋମି, ଜୀବ ବିଜ୍ଞାନ, ଯାନ୍ତ୍ରିକ ଇଞ୍ଜିନିୟରିଂ, ପଦାର୍ଥ ବିଜ୍ଞାନ  ଆଦି କ୍ଷେତ୍ରରେ ତାହାର ଉପାଦେୟତା ସହିତ ସାମିଲ୍ ଅଟେ। ଆଇଆଇଟି ଖଡ଼ଗପୁର ସେଣ୍ଟର ଫର୍ କମ୍ପ୍ୟୁଟେସନାଲ୍ ଆଣ୍ଡ ଡାଟା ସାଇନ୍‌ସକୁ ମଧ୍ୟ ସ୍ଥାପିତ କରିଛନ୍ତି। ଏଥିପାଇଁ ଏହା ପ୍ରାଧୀକୃତ ଅଟେ ଯେ ଗବେଷଣା ଏବଂ ବିକାଶରେ ତୀବ୍ରତା ଆଣିବା ପାଇଁ ସୁପର କମ୍ପ୍ୟୁଟରରେ ଗବେଷଣାକରୀମାନଙ୍କୁ ପ୍ରଶିକ୍ଷିତ କରିବ। ନୂଆ ଉଚ୍ଚ କ୍ଷମତାସମ୍ପନ୍ନ କମ୍ପ୍ୟୁଟେସନାଲ୍ ସୁବିଧା କେନ୍ଦ୍ର ଗବେଷଣାକାରୀଙ୍କୁ ସହାୟତା କରିବ ଯେପରି ବିଜ୍ଞାନ ଓ ଇଞ୍ଜିନିୟରିଂର ବିଭିନ୍ନ କ୍ଷେତ୍ରର ବଡ଼ ବଡ଼ ସମସ୍ୟାର ସମାଧାନ କରାଯାଇପାରିବ।

ଉଚ୍ଚ ମୂଲ୍ୟ ସମ୍ବନ୍ଧିତ ସୁପର କମ୍ପ୍ୟୁଟିଂ ଆଧାରିତ ଗବେଷଣାର କିଛି ବଡ଼ କ୍ଷେତ୍ରର ଚିହ୍ନଟ କରାଯାଇଛି ଯେଉଁଥିରେ କମ୍ପ୍ୟୁଟେସନ ଫ୍ଲୁଇଡ୍‌ ଡାଇନାମିକ୍‌ସ, ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍‌ସ, ବିଗ ଡାଟା ଆନାଲିଟିକ୍‌ସ, ଜଳବାୟୁ ପରିବର୍ତ୍ତନ ଏବଂ ଡିଜିଟାଲ୍ ଆର୍ଥ, କମ୍ପ୍ୟୁଟେସନାଲ୍ ବାୟୋଲୋଜି, କ୍ରିପଟୋଗ୍ରାଫି ଏବଂ ସୁରକ୍ଷା, ସ୍ମାର୍ଟ ଭିତ୍ତିଭୂମି ତଥା ସ୍ଥାୟୀ ସହର ଆଦି ସାମିଲ୍ ଅଟେ। ଏହା ବ୍ୟତୀତ ଏନଏସଏମ ସୁପର କମ୍ପ୍ୟୁଟିଂ ସୁବିଧାର ବ୍ୟବହାର କରୁଥିବା ଅନେକ ଆପ୍ଲିକେସନ ଗବେଷଣା ପ୍ରକଳ୍ପକୁ ପ୍ରାୟୋଜିତ କରିଛି। ଏଥିରେ ଆଇଆଇଟି ତଥା ଅନ୍ୟ ଭାରତୀୟ ସଂସ୍ଥାନ ଏବଂ ଉଦ୍ୟୋଗର ଗବେଷଣାକାରୀମାନଙ୍କୁ ସାମିଲ୍ କରାଯାଇଛି। ମୋଟ୍ ଉପରେ ଏହି ସୁପର କମ୍ପ୍ୟୁଟିଂ ସୁବିଧାରେ ଭାରତୀୟ ଏକାଡେମିକ୍ ଦୁନିଆ ଏବଂ ଉଦ୍ୟୋଗରେ ବିକାଶମୂଳକ ପଦକ୍ଷେପ ପାଇଁ ଗବେଷଣାକୁ ପ୍ରୋତ୍ସାହନ ମିଳିବ ଯଦ୍ବାରା ବିଶ୍ବରେ ଏହା ଏକ ଉଲ୍ଲେଖନୀୟ ସ୍ଥାନ ହାସଲ କରିପାରିବ।

ଆଇଆଇଟି ଖଡଗପୁର
Share. Facebook Twitter LinkedIn Email WhatsApp Copy Link

Related Posts

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026
Latest News

ନାକଟିଦେଉଳ ସ୍ନାତକ ମହାବିଦ୍ୟାଳୟ ରେ ଆତ୍ମ ସୁରକ୍ଷା ତାଲିମ ଶିବିର

February 20, 2026

ଶିଶୁ ଯତ୍ନ ଅନୁଷ୍ଠାନରେ ଶିଶୁମାନଙ୍କ ଦ୍ଵାରା ଆଇ ଏଚ ଏମ କ୍ୟାମ୍ପସ ଏବଂ ସାଇ ଏକ୍ସପର୍ଟ ପରିଦର୍ଶନ

February 20, 2026

ଚିଲିକା ଅଞ୍ଚଳର ବିଭିନ୍ନ ମନ୍ଦିରରୁ ଚୋରୀ କରୁଥିବା ଦୁଇ ଅଭିଯୁକ୍ତ ଧରିଲା ବାଲୁଗାଁ ପୋଲିସ

February 20, 2026

Odisha Tourism Budget: ଭୁବନେଶ୍ବରରେ 800 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଅତ୍ୟାଧୁନିକ ସଂଗ୍ରହାଳୟ

February 20, 2026

ବଜେଟରେ ନୂଆ ଯୋଜନା, କଲେଜ ପଢା ସରିବା ପରେ ଏଣିକି ଝିଅମାନଙ୍କୁ ମିଳିବ ଲକ୍ଷେ ଟଙ୍କା

February 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.