
ଭୁବନେଶ୍ବର: ପ୍ରଥମ ଥର ପାଇଁ ଭୁବନେଶ୍ବରର ମହିଳା ମେୟର ଭାବେ ନିର୍ବାଚିତ ହୋଇଛନ୍ତି ସୁଲୋଚନା ଦାସ। ଆସନ୍ତା ନଅ ତାରିଖରେ ସେ ଶପଥ ନେବାର ସମ୍ଭାବନା ରହିଛି। ତେବେ ତା ପୂର୍ବରୁ ସେ ୱାର୍ଡ ବୁଲା କାମ ଆରମ୍ଭ କରିଦେଇଛନ୍ତି। ଆଜି ଉତ୍କଳ ଦିବସ ଥିବାରୁ ଭୁବନେଶ୍ବର ନିର୍ବାଚିତ ମେୟର ବିଭିନ୍ନ ୱାର୍ଡର ଉନ୍ନୟନ କାମ ତଦାରଖ କରିଛନ୍ତି।
ଆଜି ସକାଳୁ ସେ ୱାର୍ଡ ନମ୍ୱର 28 ଓ 29ର କ୍ଷୁଦ୍ର ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ରକୁ ଯାଇ ସେଠାରେ କାମ କରୁଥିବା କର୍ମଚାରୀମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏଥିସହିତ ଭୁବନେଶ୍ୱର ସହରକୁ ସଫା ସୁତୁରା ରଖିବା ଦିଗରେ ସେମାନଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ପାଇଁ ମଧ୍ୟ ସୁଲୋଚନା ସେମାନଙ୍କୁ ଧନ୍ୟବାଦ ଦେଇଛନ୍ତି।
Tags: ଭୁବନେଶ୍ବରର ମହିଳା ମେୟର, ସୁଲୋଚନା ଦାସ