Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କର୍ମୀଙ୍କ ଉପରେ ଆକ୍ରମଣ ପରେ ପୋଲିଓ ମିଶନ ବନ୍ଦ କଲା ପାକିସ୍ତାନ
ଆଜିର ଖବର

କର୍ମୀଙ୍କ ଉପରେ ଆକ୍ରମଣ ପରେ ପୋଲିଓ ମିଶନ ବନ୍ଦ କଲା ପାକିସ୍ତାନ

April 27, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
polio mission postpones in pakistan due to attacked on polio workers
polio mission postpones in pakistan due to attacked on polio workers

ପୋଲିଓ କର୍ମୀଙ୍କ ଉପରେ ବର୍ଦ୍ଧିତ ଆକ୍ରମଣ କାରଣରୁ ପୋଲିଓ ମିଶନ ବନ୍ଦ କରିଛି ପାକିସ୍ତାନ। ବିଗତ ୭ ବର୍ଷ ମଧ୍ୟରେ ଟୀକାକରଣ ନିମନ୍ତେ ଆସୁଥିବା ୬୮ କର୍ମୀଙ୍କ ପ୍ରାଣହାନି ପରେ ପାକିସ୍ତାନ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ୨୦୧୨ପରଠାରୁ ଦେଶର ବିଭିନ୍ନ ସ୍ଥାନରେ କର୍ମୀଙ୍କ ଉପରେ ହୋଇଥିବା ଆକ୍ରମଣରେ ୬୮ ଜଣ କର୍ମୀ ପ୍ରାଣ ହରାଇଥିବା ବେଳେ ଅନେକ କର୍ମୀ ଆହତ ହୋଇଛନ୍ତି। ପାକିସ୍ତାନରେ ୩.୯କୋଟି ପିଲାଙ୍କୁ ପୋଲିଓ ଟୀକାକରଣ ପାଇଁ ଯୋଜନା ରଖାଯାଇଥିବା ବେଳେ ଏ ନେଇ ୨ଲକ୍ଷ ୬୦ହଜାର ଟୀକାକରଣ କର୍ମୀଙ୍କୁ ନିଯୁକ୍ତ କରାଯାଇଥିଲା। ପେଶାଓ୍ବାରରେ ଟୀକାକରଣ ପରେ କିଛି ଶିଶୁ ଅସୁସ୍ଥ ହୋଇ ପଡିବା ପରେ କର୍ମୀଙ୍କ ଉପରେ ଆକ୍ରମଣ ଜୋରଦାର ହୋଇଥିଲା। ଉତ୍ତର ପଶ୍ଚିମ ପାକିସ୍ତାନରେ କିଛି କର୍ମୀଙ୍କୁ ଅଜଣା ଆତତାୟୀ ଗୁଳି କରି ହତ୍ୟା କରିବା ପରେ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ସେହିପରି ପୋଲିଓ ଅଭିଯାନକୁ ବନ୍ଦ କରିବା ପାଇଁ ବିପକ୍ଷ ଗୋଷ୍ଠୀଙ୍କର ଏହା ଚକ୍ରାନ୍ତ ବୋଲି କହିବା ସହିତ ଖୁବ୍‌ ଶୀଘ୍ର ଏହି ପ୍ରକ୍ରିୟା ପୁନର୍ବାର ଆରମ୍ଭ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ କହିଛନ୍ତି।

pakistan thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଦ୍ରୁତଗାମୀ ଟ୍ରକ୍ ଏବଂ ଟାଟା ମ୍ୟାଜିକ୍ ଭ୍ୟାନ ମୁହାଁମୁହିଁ ଧକ୍କା : ୯ ମୃତ

May 18, 2026

ତେଲ ନେଲା ଜୀବନ

May 18, 2026

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026
Latest News

+2 Result Date: ଦିନକ ପରେ ବାହାରିବ ଯୁକ୍ତ ଦୁଇ ପରୀକ୍ଷା ଫଳ, ମନ୍ତ୍ରୀ କଲେ ଘୋଷଣା

May 18, 2026

ଦ୍ରୁତଗାମୀ ଟ୍ରକ୍ ଏବଂ ଟାଟା ମ୍ୟାଜିକ୍ ଭ୍ୟାନ ମୁହାଁମୁହିଁ ଧକ୍କା : ୯ ମୃତ

May 18, 2026

ତେଲ ନେଲା ଜୀବନ

May 18, 2026

କୋର କମିଟି ବୈଠକରେ ନୀତିନ ନବୀନ

May 18, 2026

ଆଜି ଶପଥ ନେବେ ଭି.ଡି. ସତିସନ୍

May 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.