ଆକାଶରୁ ଦ୍ରୁତଗତିରେ ଆସିଲା ଜଳୁଥିବା ଏକ ଗୋଲାକାର ବସ୍ତୁ, ଭୂମିରେ ପଡ଼ିଲା ପରେ ଲୋକେ ଆତଙ୍କିତ

Published: Apr 3, 2022, 7:19 pm IST

ମୁମ୍ବାଇ: ଶନିବାର ରାତିରେ ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ଆକାଶରୁ ଏକ ଉଜ୍ଜ୍ୱଳ ରକେଟ ପରି ତଳକୁ ଆସୁଥିବାର ଦେଖାଯାଇଥିଲା। ମହାରାଷ୍ଟ୍ରର ନାଗପୁର ଏବଂ ଝାବୁଆ, ମଧ୍ୟପ୍ରଦେଶର ବଡୱାନି ଭଳି ଜିଲ୍ଲାର ଲୋକମାନେ ଏହି ଦୃଶ୍ୟର ସାକ୍ଷୀ ରହିଛନ୍ତି ଏବଂ ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ସେୟାର କରାଯାଇଛି। ଏହା ଉଲକାପିଣ୍ଡ ବୋଲି କୁହାଯାଉଛି।

ଭୂମିରେ ପଡିଥିବା ଜିନିଷଟି ଏକ ରିଙ୍ଗ ପରି ଦେଖାଯାଏ। ସୂଚନା ଅନୁଯାୟୀ, ଏହା ଉଲକାପିଣ୍ଡ ନୁହେଁ ବରଂ ଉପଗ୍ରହର ଏକ ଖଣ୍ଡ, ଯାହା ତଳେ ପଡ଼ିଯାଇଥିଲା। ତଥାପି ଏହା ନିଶ୍ଚିତ ହୋଇପାରି ନାହିଁ। କିନ୍ତୁ ଏହି ଘଟଣାରେ ତଦନ୍ତ ଚାଲିଛି। ଲଡବୋରୀ ଗାଁରୁ ଆସିଥିବା ଚିତ୍ରଗୁଡ଼ିକରେ ଏକ ବଡ଼ ଲୁହା ରିଙ୍ଗ ଦେଖାଯାଉଛି।

ଗ୍ରାମବାସୀ କହିଛନ୍ତି ଯେ, ସେମାନେ ହଠାତ୍ ଏକ ଭୟଙ୍କର ଶବ୍ଦ ଶୁଣିଥିଲେ ଏବଂ ଭୟଭୀତ ହୋଇ ଘରୁ ବାହାରକୁ ଆସିବା ପରେ ସେମାନେ ଆକାଶରେ ନିଆଁର ଏକ ଗୋଲ ଦେଖିଥଲେ। ଯେତେବେଳେ ଏହି ନିଆଁର ଗୋଲ ଭୂମି ଉପରେ ପଡ଼ିଲା, ସେତେବେଳେ ବହୁତ ଗରମ ଥିଲା। ଯେତେବେଳେ ଏହି ରିଙ୍ଗଟି ଆକାଶରେ ଦେଖାଗଲା, ଏହା ଅଗ୍ନି ପରି ଝଲସି ଉଠୁଥିଲା। ସେଥିପାଇଁ ଅନେକ ଲୋକ ଏହାକୁ ଏକ ଉଲକାପିଣ୍ଡ ବୋଲି ଭାବିଲେ।

ଏହି ଚମତ୍କାର ଦୃଶ୍ୟର ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଲୋକମାନେ ବହୁତ ଖୁସି ହୋଇଥିଲେ। ଭିଡିଓ ଦେଖିବା ପରେ, ଅନେକ ଲୋକଙ୍କ ଆଗ୍ରହ ବଢିଗଲା ଯେ, ଆକାଶରେ ଏତେ ଚମତ୍କାର ଜ୍ୟୋତି କ’ଣ ଥିଲା?

Related posts