Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ
ଆଞ୍ଚଳିକ

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ
ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

ବାଣପୁର: ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ସ୍ଥାନୀୟ ଶ୍ରୀ ଅରବିନ୍ଦ ସ୍କୁଲ ଏଫ ଇଣ୍ଟେଗ୍ରାଲ ଏଜୁକେସନ ପରିସରରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଆଇନ ସଚେତନତା ସଭାର ଆୟୋଜନ ହୋଇଥିଲା। ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଉକ୍ତ ସଭାରେ ଅଧ୍ୟକ୍ଷତା କରିଥିବାବେଳେ ,ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ଦାସ ଯୋଗ ଦେଇଥିଲେ। ପ୍ରାକ ଗର୍ଭଧାରଣ ଓ ପ୍ରାକ ପ୍ରସୂତି ଲିଙ୍ଗ ଚୟନ ନିଦାନ କୌଶଳ ଅଧିନିୟମ, ଘରୋଇ ହିଂସା ଅଧିନିୟମ, ପୋକସୋ ଆଇନ,ବାଲ୍ୟ ବିବାହ ନିଷେଧ ଅଧିନିୟମ,ଯୌତୁକ ନିରୋଧ ଆଇନ, ଲିଙ୍ଗଗତ ସମ୍ମାନତା ଆଦି ବିଷୟରେ ବିଚାରପତି ଶ୍ରୀ ମହାପାତ୍ର ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ।

ଚଳିତ ବର୍ଷ ‘ଅନ୍ତର୍ଜାତୀୟ ମହିଳା ଦିବସ’ର ବିଷୟବସ୍ତୁ ଥିଲା ‘ଦିଅ ଏବଂ ପାଅ’। ଏହି ବିଷୟରେ ମାନ୍ୟବର ବିଚାରପତି ଅବଗତ କରାଇ କହିଥିଲେ ଯେ, “ଭାରତର ନାରୀମାନଙ୍କୁ ଶିକ୍ଷା ଓ ସୁରକ୍ଷା ପ୍ରଦାନ କଲେ, ତାହା ବଦଳରେ ସେମାନେ ଏକ ସୁନ୍ଦର ସମାଜ ଗଠନ କରିବା ଦିଗରେ ସହଯୋଗ କରିବେ। ତେଣୁ ସେମାନେ ଶିକ୍ଷା, ସୁରକ୍ଷା ଓ ନିଜ ଅଧିକାର କିପରି ପାଇପାରିବେ, ସେ ଦିଗରେ ଆମେ ସମସ୍ତେ ଯତ୍ନବାନ ହେବା ଉଚିତ।” ତେବେ ମୁଖ୍ୟ ଅତିଥିଙ୍କ ଠାରୁ ବହୁମୂଲ୍ୟ ତଥ୍ୟ ଗ୍ରହଣ କରି ଛାତ୍ରଛାତ୍ରୀ ମାନେ ବେଶ ଖୁସି ଅନୁଭବ କରିଥିଲେ। ପରିଶେଷରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ।

ଅନ୍ତର୍ଜାତୀୟ ମହିଳା ଦିବସ ତାଲୁକ ଆଇନ ସେବା ସମିତି ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଶକ୍ତିପୀଠରେ ଗହ୍ମା ପର୍ବ: ମା’ ଭଗବତୀଙ୍କ ‘ଗହ୍ମାଡ଼ିଆଁ’ ନୀତି ନିଆରା ପରମ୍ପରା

August 29, 2026

ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟଠାରେ ସଂସ୍କୃତ ଶିକ୍ଷଣ କେନ୍ଦ୍ର ଉଦଘାଟିତ୍

August 28, 2026

ଆରଏସଏସ ତରଫରୁ ବାଣପୁରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

August 27, 2026

ଧର୍ମପରାୟଣ ସମାଜସେବୀ ମହିଳାଙ୍କ ପରଲୋକ

August 26, 2026
Latest News

SCO ଶିଖର ସମ୍ମିଳନୀ ପୂର୍ବରୁ ଭାରତର ରୋଡମ୍ୟାପ୍ ସେୟାର କଲେ ପ୍ରଧାନମନ୍ତ୍ରୀ ମୋଦି

August 29, 2026

ଲଗାତାର ତୃତୀୟ ଦିନ ପାଇଁ ଖସିଲା ସୁନା ଦର: ଜାଣନ୍ତୁ ଆଜିର ମୂଲ୍ୟ

August 29, 2026

ସିଟି ବସ୍‌ ଅଟକାଇ ଦାଦାବଟି ଆଦାୟ ଓ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ୩ ଗିରଫ

August 29, 2026

ଭୁଲ୍‌ ଇଞ୍ଜେକସନ୍‌ରେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

August 29, 2026

ବ୍ରହ୍ମପୁରରେ କାର୍‌ ସୋରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ

August 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.