Categories
ଆଜିର ଖବର ରାଜ୍ୟ ଖବର

ମହିଳା ଉଦ୍ୟୋଗୀଙ୍କୁ ସଶକ୍ତ କରିବା ପାଇଁ ‘ସ୍ୱକଳ୍ପ’ କାର୍ଯ୍ୟକ୍ରମ ଅଧୀନରେ ‘ଉଦ୍ୟୋଗୀ ପରାମର୍ଶ ଶିବିର’

ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ‘ସ୍ୱକଳ୍ପ’ କାର୍ଯ୍ୟକ୍ରମ ଅଧୀନରେ ଉଦ୍ୟୋଗୀ ପରାମର୍ଶ ଶିବିର ଆୟୋଜନ କରାଯାଇଛି। ସୋମବାର ଦିନ ଭୁବନେଶ୍ୱରସ୍ଥିତ ଗଙ୍ଗନଗର ଗୋଷ୍ଠୀ କେନ୍ଦ୍ରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ମହିଳା ଉଦ୍ୟୋଗୀ ଭାଗ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ‘ସ୍ୱକଳ୍ପ’ ପକ୍ଷରୁ ସେମାନଙ୍କୁ ବ୍ୟବସାୟ ସ୍ଥାପନା ଲାଗି ଆବଶ୍ୟକ ସହାୟତା ପ୍ରଦାନ କରାଯାଇଥିଲା।

ପାଲାଡିୟମ ଇଣ୍ଡିଆ ଏବଂ ହମାରା ବଚପନ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ମହିଳା ଉଦ୍ୟୋଗୀଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କ ବ୍ୟବସାୟକୁ ଆଗକୁ ନେବାରେ ଏହି କାର୍ଯ୍ୟକ୍ରମ ବେଶ୍ ସହାୟକ ହେବ।

ଏହି କାର୍ଯ୍ୟକ୍ରମରେ ଡିଏନ୍ ହୋମ୍ସର ନିର୍ଦ୍ଦେଶକ ରତ୍ନମାଳା ସ୍ୱାଇଁ ମୁଖ୍ୟ ଅତିଥି ଯୋଗ ଦେଇଥିଲେ। ସେ କହିଥିଲେ ଯେ, ‘‘ଆଗ ଭଳି ଆଉ ମହିଳାମାନେ ଘର ଭିତରେ ସୀମିତ ହୋଇ ରହି ନାହାନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଆଜି ସେମାନଙ୍କୁ ଉଦ୍ୟୋଗୀ କରିବା ପାଇଁ ବାଟ ଫିଟାଇ ପାରିଛି। ‘ସ୍ୱକଳ୍ପ’ ମାଧ୍ୟମରେ ଗାଁ ଗହଳିର ଅନେକ ମହିଳା ଆଜି ଏ ଦିଗରେ ଆଗକୁ ଆସିପାରିଛନ୍ତି।’’

ଏହି କାର୍ଯ୍ୟକ୍ରମରେ ‘ସ୍ୱକଳ୍ପ’ ଅଧୀନରେ ଉଦ୍ୟୋଗୀ ଦକ୍ଷତା ବିକାଶ ତାଲିମ ଶେଷ କରିଥିବା ଖୋର୍ଦ୍ଧା ଜିଲ୍ଲାର ମହିଳାମାନଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା। ସେହିପରି ସଫଳ ମହିଳା ଉଦ୍ୟୋଗୀ ଭାବେ ଉଦାହରଣ ସୃଷ୍ଟି କରିଥିବା ପୁରୀ ଜିଲ୍ଲାର ସୁମିତ୍ରା ସାହୁ, ସସ୍ମିତା ସାହୁ ଏବଂ ମୀନତି ମୁଦୁଲିଙ୍କୁ ବ୍ୟାଙ୍କ ୠଣ ପାଇଁ ଅନୁମତିପତ୍ର ଦିଆଯାଇଥିଲା। ଏହି ଅବସରରେ ୪ ଜଣ ମହିଳା ଉଦ୍ୟୋଗୀ ସେମାନଙ୍କ ବ୍ୟବସାୟ ବିଷୟରେ ବିଶେଷଜ୍ଞଙ୍କ ଆଗରେ ବର୍ଣ୍ଣନା କରିଥିଲେ।

ଏହି ପରାମର୍ଶ ଶିବିରରେ ‘ସ୍ୱକଳ୍ପ’ ଅଧୀନରେ ତାଲିମ ନେଇ ବ୍ୟବସାୟ ସ୍ଥାପନ କରିଥିବା ପୁରୀ ଜିଲ୍ଲାର ୩ ଜଣ ମହିଳା ଉଦ୍ୟୋଗୀ ଭାଗ ନେଇଥିଲେ। ସେମାନେ ନିଜ ନିଜର ଉଦ୍ୟୋଗ ଯାତ୍ରା ବିଷୟରେ କହିଥିଲେ। ଏହି ଅବସରରେ ସେମାନଙ୍କୁ ବ୍ୟାଙ୍କ ୠଣ ପାଇଁ ଅନୁମତିପତ୍ର ଦିଆଯାଇଥିଲା।

କାର୍ଯ୍ୟକ୍ରମରେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ୟୁକୋ ବ୍ୟାଙ୍କ ଏବଂ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କର ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ଅବସରରେ ମୁଦ୍ରା ଯୋଜନା ଅଧୀନରେ ୧୧ ଜଣ ମହିଳା ଉଦ୍ୟୋଗୀ ବ୍ୟାଙ୍କ ୠଣ ପାଇଁ ଆବେଦନ କରିଥିଲେ। ସେହିପରି ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାରେ ମିଳୁଥିବା ସୁବିଧା ପାଇବା ପାଇଁ ୫ ଜଣ ପ୍ରାର୍ଥୀ ଆବେଦନ କରିଥିବା ବେଳେ ‘ସ୍ୱୟମ୍’ କାର୍ଯ୍ୟକ୍ରମ ଅଧୀନରେ ୧୧ ଜଣ ପ୍ରାର୍ଥୀ ଆବେଦନ କରିଥିଲେ। ତା’ଛଡ଼ା କେତେକ ମହିଳା ଉଦ୍ୟୋଗୀଙ୍କର ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖୋଲାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମହିଳା ଉଦ୍ୟୋଗୀମାନେ ଉଦ୍ୟମ ଆଧାର ପଞ୍ଜୀକରଣ, ଏଫଏସଏସଏଆଇ ପଞ୍ଜୀକରଣ ଏବଂ ପ୍ୟାନ୍ କାର୍ଡ ଆବେଦନ ଆଦି ବିଷୟରେ ବିଶେଷ ଧାରଣା ପାଇଥିଲେ।

ସ୍ୱକଳ୍ପ ହେଉଛି ରାଜ୍ୟ ସରକାରଙ୍କର ଏକ ଅଭିନବ କାର୍ଯ୍ୟକ୍ରମ। ଏହା ଅଧୀନରେ ତାଲିମ ନେଇ ଉଦ୍ୟୋଗ ଯାତ୍ରା ଆରମ୍ଭ କରିଥିବା ପ୍ରମୁଖ ଉଦ୍ୟୋଗୀମାନେ ସେମାନଙ୍କ କାହାଣୀ ବର୍ଣ୍ଣନା କରିଥିଲେ।

‘‘ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଲାଗି ଆମର ଯେଉଁ ପ୍ରତିବଦ୍ଧତା ରହିଛି ତାହାକୁ ସାକାର କରିବାରେ ପରାମର୍ଶ ଶିବିର ବିଶେଷ ଭୂମିକା ଗ୍ରହଣ କରୁଛି। ଏଭଳି କାର୍ଯ୍ୟକ୍ରମରେ ଉଦ୍ୟୋଗ ସ୍ଥାପନା ପର୍ଯ୍ୟାୟକୁ ଆସିଥିବା ପ୍ରାର୍ଥୀମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରାଯାଉଛି। ଏଭଳି ସାମୂହିକ ଉଦ୍ୟମ ଫଳରେ ଅଧିକ ମହିଳା ଉଦ୍ୟୋଗ କ୍ଷେତ୍ରକୁ ଆସିବା ସହ ଏକ ପ୍ରଗତିଶୀଳ ସମାଜ ଗଠନ ହୋଇପାରିବ’’, ପରାମର୍ଶ ଶିବିର ଅବସରରେ ଏହା କହିଛନ୍ତି ପାଲାଡିୟମ ଇଣ୍ଡିଆର ନିର୍ଦ୍ଦେଶକ ସନ୍ଦୀପ ଲାଞ୍ଜେୱାର।

ଏହି କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ରର ଜେନେରାଲ ମ୍ୟାନେଜର ଜିତେନ୍ଦ୍ର ମୋହନ ସାହୁ, ହମାରା ବଚପନ ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅର୍ପିତା ପଟ୍ଟନାୟକ, ବିଶ୍ୱ ଦକ୍ଷତା କେନ୍ଦ୍ରର ଉପଦେଷ୍ଟା ଜେସଲିନ୍ ଲାଲମୁଆନାମି, ସ୍ବକଳ୍ପର ଟିମ୍ ଲିଡର ତଥା ପାଲାଡିୟମର ସହଯୋଗୀ ନିର୍ଦ୍ଦେଶକ ସୌମେନ୍ଦ୍ର ଚୌଧୁରୀ ପ୍ରମୁଖ ଯୋଗ ଦେଇଥିଲେ।

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧୀକରଣ ଅଧୀନରେ ତଥା ବିଶ୍ୱ ଦକ୍ଷତା କେନ୍ଦ୍ର ଦ୍ୱାରା ‘ସ୍ୱକଳ୍ପ’ର ପରିଚାଳନା କରାଯାଉଛି। ସ୍ୱକଳ୍ପ କାର୍ଯ୍ୟକ୍ରମର ମୁଖ୍ୟ ସହଯୋଗୀ ସଂସ୍ଥା ପାଲାଡିୟମ କନସଲ୍ଟିଂ ତଥା ଏହାସହ ଥିବା ଅନ୍ୟତମ ସହଯୋଗୀ ସଂସ୍ଥା ହମାରା ବଚପନ ଟ୍ରଷ୍ଟ ‘ଉଦ୍ୟୋଗୀ ପରାମର୍ଶ ଶିବିର’ର ପରିଚାଳନା କରୁଛନ୍ତି।

‘ସ୍ୱକଳ୍ପ’ ଅଧୀନରେ ପର୍ଯ୍ୟାୟକ୍ରମେ ଓଡ଼ିଶାର ୧୦ ହଜାର ଯୁବକ ଯୁବତୀଙ୍କୁ ଆତ୍ମନିଯୁକ୍ତି ତଥା ଉଦ୍ୟୋଗୀ ଦକ୍ଷତା ବିକାଶ ଲାଗି ତାଲିମ ଦିଆଯାଉଛି। ସେମାନଙ୍କ ମଧ୍ୟରୁ ୧ ହଜାର ବ୍ୟକ୍ତି କିପରି ନିଜ ନିଜ ଅଞ୍ଚଳରେ ବିଭିନ୍ନ ପ୍ରକାର ବ୍ୟବସାୟ ପ୍ରତିଷ୍ଠା କରିପାରିବେ ସେଥିପାଇଁ ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ବର୍ତ୍ତମାନ ସୁଦ୍ଧା ୨୭ଟି ଜିଲ୍ଲାରୁ ୮ ହଜାର ୮୦୦ ପ୍ରାର୍ଥୀ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ଭିତରେ ଅଛନ୍ତି ୬ ହଜାର ୩୦୦ ମହିଳା ପ୍ରାର୍ଥୀ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଓଟିଡିସି ପକ୍ଷରୁ ଅନ୍ତର୍ଜାତିକ ମହିଳା ଦିବସ ପାଳିତ

ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ଭୁବନେଶ୍ୱରସ୍ଥିତ ଏହାର ମୁଖ୍ୟ କାର୍ଯ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଓଟିଡିସି ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳା ଦିବସ ପାଳନ ସଂପର୍କରେ ଆଲୋକପାତ କରିଥିଲେ।

ମହିଳାମାନେ ସମାଜର ପ୍ରତ୍ୟେକ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦିତ କରିପାରିବା ସହ ସମାଜ ପରିବର୍ତ୍ତନ କ୍ଷେତ୍ରରେ ନିଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବାରେ ସକ୍ଷମ ହେଉଥିବା ଡ. ମହାନ୍ତି ଉଲ୍ଲେଖ କରିଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏବଂ ୫-‘ଟି’ ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍‌ଙ୍କ ପରାମର୍ଶରେ ରାଜ୍ୟ ସରକାର ମହିଳା ସଶକ୍ତିକରଣ କ୍ଷେତ୍ରରେ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ବର୍ତ୍ତମାନ ପ୍ରତିଟି କ୍ଷେତ୍ରରେ ମହିଳାମାନଙ୍କ ଅବଦାନ ଅବିସ୍ମରଣୀୟ ବୋଲି ସେ ପ୍ରକାଶ କରିଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଟିଡିସି ଜେନେରାଲ ମ୍ୟାନେଜର ଡ. ଲଲାଟେନ୍ଦୁ ସାହୁ କହିଲେ ଯେ ବର୍ତ୍ତମାନ ପରିବର୍ତ୍ତିତ ସମୟରେ ମହିଳାମାନେ ନିଜର ବ୍ୟକ୍ତିଗତ ଏବଂ ପେଶାଗତ ଜୀବନ ମଧ୍ୟରେ ସନ୍ତୁଳନ ରକ୍ଷା କରି ପ୍ରଗତିର ବାହକ ଭାବେ କାର୍ଯ୍ୟ କରୁଛନ୍ତି। ମହିଳାମାନଙ୍କ ନେତୃତ୍ୱ ନେବା ଓ କାର୍ଯ୍ୟ କରିବାର ଶୈଳୀ ବର୍ତ୍ତମାନ ପ୍ରେରଣାଦାୟୀ ରହିଥିବା ସେ କହିଥିଲେ।

ଏହି ଅବସରରେ ଓଟିଡିସିରେ କାର୍ଯ୍ୟରତ ମହିଳାମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଟିଡିସିର ବରିଷ୍ଠ ଅଧିକାରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Categories
ଆଜିର ଖବର ରାଜ୍ୟ ଖବର

ଆଞ୍ଚଳିକ ଜନ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ବର: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ (ଆରଓବି), ଭୁବନେଶ୍ବର ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସଭାରେ ସର୍ବପ୍ରଥମେ ଓଡ଼ିଶାର ମହିଳା ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମ ଅବସରରେ ଅନ୍ତର୍ଜାତୀୟ ମହିଳା ଦିବସ ଉପରେ ଏକ ବିଶେଷ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର, ଉତ୍କଳ ବିଶ୍ବବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗର ଅତିରିକ୍ତ ପ୍ରାଧ୍ୟାପକ ଡକ୍ଟର ତନୟା ମହାନ୍ତି, ଏନଏବିଏମ୍‌ର ଅତିରିକ୍ତ ନିର୍ଦ୍ଦେଶକ (କାର୍ଯ୍ୟକ୍ରମ) କଳ୍ପନା ପରିଡ଼ା, ବ୍ରେକ୍ ଥ୍ରୁ ଇଣ୍ଡିଆର ବରିଷ୍ଠ ପ୍ରବନ୍ଧକ ରୁକ୍ମିଣୀ ପଣ୍ଡା, ଆରଓବି ଆକାଉଣ୍ଟସ ଅଫିସର ନର୍ମଦା ରାଉତରାୟ ପ୍ରମୁଖ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ। ଅତିଥିମାନେ ବିଭିନ୍ନ କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନ ଉପରେ ଆଲୋକପାତ କରିଥିଲେ।

ସ୍ବାଧୀନତା ଆନ୍ଦୋଳନ ପର ଠାରୁ ଦେଶର ପ୍ରଗତି ପାଇଁ ମହିଳାମାନଙ୍କର ଯୋଗଦାନ ଓ ବଳିଦାନ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ଆରଓବି ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ଅଖିଳ ମିଶ୍ର ପୁରାଣ କାଳରୁ ଆରମ୍ଭ କରି ଆଧୁନିକ ସମୟ ପର୍ଯ୍ୟନ୍ତ ମହିୟସୀ ମହିଳାମାନଙ୍କ ଉଦାହରଣ ଦେଇ ନାରୀଶକ୍ତିଙ୍କ ତ୍ୟାଗ, ବଳୀଦାନ ଓ ମହନୀୟତା ସମ୍ପର୍କରେ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଆରଓବି ଏବଂ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, କର୍ମଚାରୀଙ୍କ ସମେତ ବିଭିନ୍ନ ବିଶ୍ବବିଦ୍ୟାଳୟର ମହିଳା ଗବେଷକମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Categories
ଆଜିର ଖବର ଜାତୀୟ ଖବର

ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ୭୫ ଜଣ ଆଦିବାସୀ ମହିଳାଙ୍କୁ ସମ୍ମାନିତ କଲା ଟ୍ରାଇଫେଡ୍

ନୂଆଦିଲ୍ଲୀ: ଆଜାଦୀ କା ଅମୃତ ମହୋତ୍ସବ ଧାରାରେ ଟ୍ରାଇଫେଡ୍‌ ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ଜନଜାତି ବ୍ୟାପାର ମନ୍ତ୍ରଣାଳୟ ସଚିବ ଅନୀଲ କୁମାର ଝା, ଟ୍ରାଇଫେଡର ଅଧ୍ୟକ୍ଷ ରାମ ସିଂ ରାଠୱାଙ୍କ ଉପସ୍ଥିତିରେ ମହିଳା ଦିବସ ସମାରୋହ ଅନୁଷ୍ଠିତ ହୋଇଥିଲା। ଆଦିବାସୀ ମହିଳା କାରୀଗର, ବନ ଧନ ହିତାଧିକାରୀ ଏବଂ ଜୀବିକା ସୁଯୋଗ ସୃଷ୍ଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାମାନଙ୍କ ଉପରେ ବିଶେଷ ଧ୍ୟାନ ଦିଆଯାଇ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ହାଇବ୍ରିଡ୍‌ ମୋଡ଼ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶେଷ ଉପଲବ୍ଧି ହାସଲ କରିଥିବା ୭୫ ଜଣ ସଫଳ ଆଦିବାସୀ ମହିଳାଙ୍କୁ ସମ୍ମାନିତ କରାଯାଇଥିଲା। ଆଦିବାସୀ ସମୁଦାୟ ମଧ୍ୟରେ ପରିବର୍ତ୍ତନ ଆଣିବା ଦିଗରେ ଯୋଗଦାନ ପାଇଁ ସେମାନଙ୍କୁ ସ୍ମରଣିକା ଓ ପ୍ରମାଣପତ୍ର ମାଧ୍ୟମରେ ସମ୍ମାନିତ କରାଯାଇଥିଲା।

ଜନଜାତି ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଟୁଡୁ ମୟୂରଭଞ୍ଜର ଆଦିବାସୀ ମହିଳାମାନଙ୍କ ସହିତ କଥା ହୋଇଥିଲେ। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଦିବାସୀ ବଞ୍ଚିତ ମହିଳାମାନଙ୍କୁ ସମ୍ମାନିତ କରିବା ଲାଗି ଟ୍ରାଇଫେଡ୍‌ ପକ୍ଷରୁ ପ୍ରୟାସ କରାଯାଇଥିବାରୁ ଶ୍ରୀ ଟୁଡୁ ସନ୍ତୋଷ ବ୍ୟକ୍ତ କରିଥିଲେ। ଦେଶର ଆଦିବାସୀ ଲୋକମାନଙ୍କ ପାଇଁ ଜୀବିକା ସୁଯୋଗ ବଢ଼ାଇବା କ୍ଷେତ୍ରରେ ଟ୍ରାଇଫେଡ୍‌ ପକ୍ଷରୁ ହେଉଥିବା ପ୍ରୟାସରେ ଜନଜାତି ମନ୍ତ୍ରଣାଳୟ ପକ୍ଷରୁ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।

ଜନଜାତି ବ୍ୟାପାର ସଚିବ ଅନିଲ କୁମାର ଝା କହିଥିଲେ ଯେ, ଅନ୍ତର୍ଜାତିୟ ମହିଳା ଦିବସ ଉପଲକ୍ଷେ ଆଦିବାସୀ ସମୁଦାୟରେ ଉଲ୍ଲେଖନୀୟ କାର୍ଯ୍ୟ କରାଯାଇଥିବା ମହିଳାମାନଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କୁ ସମ୍ମାନିତ କରିବା ଖୁସିର ବିଷୟ। ସେ କହିଥିଲେ ଯେ ମନ୍ତ୍ରଣାଳୟର ବନ ଧନ ଯୋଜନା ଏକ ମହତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ। ଜନଜାତି ଜନସଂଖ୍ୟାଙ୍କ ମଧ୍ୟରେ ଜୀବିକା ସୁଯୋଗ ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ।

ଟ୍ରାଇଫେଡର ଅଧ୍ୟକ୍ଷ ରାମସିଂହ ଜେଠୱା ଆଦିବାସୀ ମହିଳାମାନଙ୍କ ସହ ସେମାନଙ୍କ ସଂଘର୍ଷ, ଆହ୍ବାନ ଏବଂ ଅଭିଜ୍ଞତା ସମ୍ପର୍କରେ ଆଲୋଚନା କରିଥିଲେ। ଟ୍ରାଇଫେଡ ମହିଳାମାନଙ୍କୁ ସେମାନଙ୍କର ସର୍ବାଧିକ କ୍ଷମତା ହାସଲ କରିବା ଲାଗି ଆଗକୁ ମଧ୍ୟ ପ୍ରୋତ୍ସାହିତ କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ଜନଜାତି ସଶକ୍ତିକରଣ ଦିଗରେ ଟ୍ରାଇଫେଡ୍‌ ଏକ ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରୁଛି। ଟ୍ରାଇଫେଡ୍‌ ପକ୍ଷରୁ ଆଦିବାସୀଙ୍କ କଲ୍ୟାଣ ପାଇଁ ଅନେକଗୁଡ଼ିକ ପଦକ୍ଷେପ ଗତ ଦୁଇ ବର୍ଷ ମଧ୍ୟରେ ହାତକୁ ନିଆଯାଇଛି। ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ଜରିଆରେ ଟ୍ରାଇଫେଡ୍‌ ୩୧୭.୧୩ କୋଟି ଟଙ୍କାର ଲଘୁ ବନଜାତ ଦ୍ରବ୍ୟ କ୍ରୟ କରିଛି । ସେହିପରି ରାଜ୍ୟ ପାଣ୍ଠିର ଉପଯୋଗ କରି ୧୫୪୨.୮୮ କୋଟି ଟଙ୍କାର ବନଜାତ ଦ୍ରବ୍ୟ ଏମଏସପିରେ କିଣାଯାଇଛି।

ଦୁଇ ବର୍ଷରୁ କମ୍‌ ସମୟ ମଧ୍ୟରେ ଟ୍ରାଇଫେଡ୍‌ ୨୫ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ପ୍ରଦେଶର ୫୨, ୯୬୭ ବନ ଧନ ସ୍ବୟଂ ସହାୟକ ଗୋଷ୍ଠୀକୁ ମାନ୍ୟତା ଦେଇଛି। ଏଥିରୁ ୩୧୧୦ଟି ବନ ବିକାଶ କେନ୍ଦ୍ର ଗଠିତ ହୋଇଛି। ଫଳରେ ୯.୨୭ ଲକ୍ଷ ହିତାଧିକାରୀଙ୍କୁ ଜୀବିକା ମିଳିପାରିଛି।

Categories
ବିଶେଷ ଖବର

‘ନାରୀ ଶକ୍ତି ପୁରସ୍କାର’ ପ୍ରଦାନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ: ଓଡ଼ିଶାର ଶ୍ରୁତି ମହାପାତ୍ରଙ୍କୁ ମିଳିଲା ପୁରସ୍କାର

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନ ପରିସରରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ୨୦୨୦ ଏବଂ ୨୦୨୧ ବର୍ଷ ପାଇଁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଛନ୍ତି। ୨୦୨୦ ଏବଂ ୨୦୨୧ ବର୍ଷ ପାଇଁ ଉଲ୍ଲେଖନୀୟ ଏବଂ ପ୍ରଶଂସନୀୟ ଉପଲବ୍ଧି ହାସଲ କରିଥିବା ୨୯ ଜଣ ମହିଳାମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ନାରୀ ସଶକ୍ତିକରଣ, ବିଶେଷ କରି ଦୁର୍ବଳ ଓ ବଞ୍ଚିତ ବର୍ଗଙ୍କ କଲ୍ୟାଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ୨୯ ଜଣ ମହିଳାଙ୍କୁ ମୋଟ ୨୮ଟି ପୁରସ୍କାର (୨୦୨୦ ଏବଂ ୨୦୨୧ ବର୍ଷ ପାଇଁ ୧୪ ଜଣ ଲେଖାଏଁ) ରେ ସମ୍ମାନିତ କରାଯାଇଥିଲା।

Image

ମହିଳାମାନଙ୍କ ଉପଲବ୍ଧିକୁ ସମ୍ମାନ ଜଣାଇବା ଲାଗି, ନାରୀ ସଶକ୍ତିକରଣ ଓ ସମାଜ କଲ୍ୟାଣ ଦିଗରେ ଯୋଗଦାନ ତଥା ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିଥିବା ପ୍ରଗତିଶୀଳ ମହିଳାମାନଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରତିବର୍ଷ ସଫଳ ମହିଳା ଓ ମହିଳାଙ୍କ ଉତ୍ଥାନ ପାଇଁ କାର୍ଯ୍ୟ କରୁଥିବା ସଂଗଠନଗୁଡ଼ିକୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରାଯାଇଥାଏ। କୋଭିଡ-୧୯ ମହାମାରୀ କାରଣରୁ ଦେଖା ଦେଇଥିବା ପରିସ୍ଥିତି ଯୋଗୁ ୨୦୨୦ ଏବଂ ୨୦୨୧ରେ ପୁରସ୍କାର ବିତରଣ ସମାରୋହ ଆୟୋଜିତ ହୋଇପାରିନଥିଲା।

ନାରୀ ଶକ୍ତି ପୁରସ୍କାର ବିଜେତାମାନଙ୍କ ସମ୍ପର୍କରେ ଅଧିକ ବିବରଣୀ ପାଇଁ ଏଠାରେ କ୍ଲିକ୍‌ କରନ୍ତୁ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ସୋମବାର ଦିନ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି। ସୋଆ ଉପସଭାପତି ଶାସ୍ୱତୀ ଦାସଙ୍କ ଉପସ୍ଥିତିରେ କାର୍ଯ୍ୟରତ ମହିଳାମାନେ ଏହି ଦିବସକୁ ପାଳନ କରିଛନ୍ତି। ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟରେ ଏହି ଦିବସକୁ କେକ୍ କାଟି ପାଳନ କରାଯାଇଥିଲା। ଉପସଭାପତି ଶ୍ରୀମତି ଦାସଙ୍କ ସହିତ ସମସ୍ତ ମହିଳାମାନେ ଯୋଗ ଦେଇ କେକ୍ କାଟିବା ସହ ମହିଳା ସଶକ୍ତିକରଣ ସମ୍ବନ୍ଧରେ ଆଲୋଚନା କରିଥିଲେ।

ଏହି ଅବସରରେ ଶ୍ରୀମତି ଦାସ ମହିଳାମାନଙ୍କୁ ସବୁଠାରୁ ମହାନ୍ ଅଭିହିତ କରି ପ୍ରଶଂସା କରିଥିଲେ। ବାଲ୍ୟବିବାହକୁ ରୋକାଯିବା ସହ କିଭଳି ନାରୀମାନେ ଶିକ୍ଷା କ୍ଷେତ୍ରରେ ନିଜକୁ ସୁଦୃଢ଼ କରିପାରିବେ ସେ ସମ୍ପର୍କରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟାଳୟ ପରିସରରେ ଶ୍ରୀମତୀ ଦାସ ବୃକ୍ଷ ରୋପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୋଆ ପରୀକ୍ଷା ନିୟନ୍ତ୍ରକ ପ୍ରଫେସର ମଞ୍ଜୁଳା ଦାସ, ଆଇଡିଏସ୍ ଡିନ୍ ପ୍ରଫେସର ନୀତା ମହାନ୍ତି, ସମ୍ ନର୍ସିଂ କଲେଜ ଡିନ୍ ପ୍ରଫେସର ପ୍ରଭାତି ତ୍ରିପାଠୀ, ଆଇଟିଇଆର୍‌ର ପ୍ରଫେସର ମୀରା ଦାସ, ପ୍ରଫେସର ନିହାରବାଳା ଦେବୀ, ପ୍ରଫେସର ରେଣୁ ଶର୍ମା, ପ୍ରଫେସର ଦେବାହୁତି ମିଶ୍ର, ଏସ୍‌ଏଚ୍‌ଏମ୍‌ର ପ୍ରଫେସର ସ୍ମିତା ମହାପାତ୍ର, ପ୍ରାଚୀନ୍‌ର ମୁଖ୍ୟ ଡଃ ଗାୟତ୍ରୀବାଳା ପଣ୍ଡା ଓ ଜାଗୋର ଆବାହିକା ପ୍ରଫେସର ଅନୀତା ପଣ୍ଡାଙ୍କ ସମେତ ସୋଆରେ କାର୍ଯ୍ୟରତ ଅନେକ ମହିଳା ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଭଏସ୍ ଅଫ୍ ସୋଆ କମ୍ୟୁନିଟି ରେଡିଓ ୯୦.୪ ର ଦାୟିତ୍ୱରେ ଥିବା ହନୀ ପଟ୍ଟନାୟକ, ନ୍ୟୁଜ୍ ୭ର ମହିଳା ସାମ୍ବାଦିକା ସମୀକ୍ଷା ପଟ୍ଟନାୟକ, ଇତିଶ୍ରୀ ନାୟକ, ମୌସୁମୀ ମହାନ୍ତି ଓ ପ୍ରମେୟର ସାମ୍ବାଦିକା, ସଂଯୁକ୍ତା ସାହୁ, ପ୍ରିୟଦର୍ଶିନୀ ସାହୁ, ରାଜଶ୍ରୀ ସାହୁ ଓ ସସ୍ମିତା ମଲ୍ଲ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମହିଳାଙ୍କ ସୁରକ୍ଷା ଦେବା ପାଇଁ ରାୟଗଡା ପୋଲିସ ପ୍ରଚଳନ କଲା ସ୍ବତନ୍ତ୍ର ପାଟ୍ରୋଲିଂ ଗାଡି

ରାୟଗଡା, ଆଜି ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ରାୟଗଡା ପୋଲିସ ନେଇଛି ଏକ ଅଭିନବ ପଦକ୍ଷେପ। ଆଜିଠାରୁ ପ୍ରଚଳନ କରିଛି ମହିଳା ସୁରକ୍ଷା ପାଟ୍ରୋଲିଂ ଗାଡି। ଏହି ଗାଡିରେ ଜଣେ ମହିଳା କନଷ୍ଟେବଳ ସହତି ଅନ୍ୟ ଅଧିକାରୀ ରହିବ। ଏହି ଗାଡିଟି ସ୍କୁଲ, କଲେଜ ଏବଂ ବଜାର ଅଞ୍ଚଳରେ ତଦାରଖ କରିବ।  ମୁଖ୍ୟତଃ ମହିଳାମାନଙ୍କୁ ଆଶାଳିନ ବ୍ୟବହାର, ଦୁଃବ୍ୟବହାର ପ୍ରଭୃତି ଘଟଣାକୁ ତୁରନ୍ତ ଯାଇ ସୁରକ୍ଷା ପ୍ରଦାନ କରିବ। ଏହିପରି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ମହିଳାମାନଙ୍କୁ “ଜନ୍ମିତ ନେତା” ବୋଲି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର, ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଜୁ ମହିଳା ଜନତା ଦଳର କାର୍ଯ୍ୟକ୍ରମରେ ମୁଁ ଆପଣମାନଙ୍କୁ ସ୍ଵାଗତ କରୁଛି । ବିଜୁ ଜନତା ଦଳର ସବୁ କାର୍ଯ୍ୟକ୍ରମରେ ମା ମାନେ ହିଁ ଆଗରେ ରହିଛନ୍ତି । ନବେ ଦଶକରେ ମା ମାନଙ୍କ ଅଧିକାର ପାଇଁ ବିଜୁବାବୁ ସାରା ଦେଶରେ ଏକ ଐତିହାସିକ ନିଷ୍ପତି ନେଇଥିଲେ । ତାକୁ ଆମେ ଆହୁରି ଆଗକୁ ନେଇ ପଞ୍ଚାୟତ ଓ ପୌରାଞ୍ଚଳରେ ପଚାଶ ପ୍ରତିଶତ ସଂରକ୍ଷଣ କରିଛୁ । ମା ମାନଙ୍କ ସ୍ଵପ୍ନକୁ ସାକାର କରିବା ପାଇଁ ବିଜୁ ଜନତା ଦଳ ସମର୍ପିତ ହୋଇ କାମ କରୁଛି ।

ମା ମାନେ ହେଉଛନ୍ତି ଜନ୍ମିତ ନେତା । ଘରର ଦାୟିତ୍ଵ , ପିଲାଙ୍କ ଦାୟିତ୍ଵ ଯିଏ ଠିକ ଭାବରେ ନେଇପାରୁଛି ଦେଶ ଓ ସମାଜର ଦାୟିତ୍ଵ ନେବାରେ ତା ପାଇଁ କିଛି ଅସୁବିଧା ନାହିଁ। ପ୍ରତିଟି ମା ଭିତରେ ଅଛି ନେତୃତ୍ଵ ର କ୍ଷମତା। ଆମକୁ ତାର ପ୍ରତିଭାର ବିକାଶ ପାଇଁ ସୁଯୋଗ ସୃଷ୍ଟି କରିବାକୁ ହେବ । ତାର ଶକ୍ତିକୁ ଦେଶର ବିକାଶରେ ଉପଯୋଗ କରିବାକୁ ହେବ ।

ମା ମାନଙ୍କ ପାଇଁ ବିଧାନନସଭା ଓ ସଂସଦରେ ୩୩% ସଂରକ୍ଷଣ ପାଇଁ ବିଜୁ ଜନତା ଦଳ ଦାବି କରି ଆସୁଛି । ଏ ଦାବି ବିଷୟରେ ଆମେ ସାରା ଦେଶର ମା ମାନଙ୍କ ଭିତରେ ସଚେତନତା ସୃଷ୍ଟି କରୁଛୁ । ଗତ ନିର୍ବାଚନରେ ଆମେ ୩୩ % ଗ୍ଦରବଗ୍ଧ ରେ ମା ମାନଙ୍କୁ ଟିକଟ ଦେଇଥିଲୁ ।

ଆମେ କଥା ନୁହେଁ କାମରେ ବିଶ୍ବାସ କରୁ । ବିନା ସୁଧ ରେ ଋଣ ହେଉ ବା ୫ ହଜାର କୋଟି ଟଙ୍କାର ସରକାରୀ କାମ, ମା ମାନଙ୍କ ପାଇଁ ୭ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା, ମା ମାନଙ୍କ କଲ୍ୟାଣ ପାଇଁ ଜମି ଅଧିକାର, ସମ୍ପତ୍ତି ଅଧିକାର , ରେଶନ କାର୍ଡ , ଝିଅ ମାନଙ୍କ ପଢିବା ପାଇଁ ବୃତ୍ତି, ହଷ୍ଟେଲ, କର୍ମଜୀବୀ ମହିଳା ହଷ୍ଟେଲ ଆଦି ଅନେକ କାର୍ଯ୍ୟକ୍ରମ କରାଯାଉଛି । ମା ମାନଙ୍କ କଲ୍ୟାଣ ଓ ଅଧିକାର ପାଇଁ ବିଜୁ ଜନତା ଦଳର ଲଢେଇ ଜାରି ରହିବ ।

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଅନ୍ତର୍ଜାତୀୟ ମହିଳା ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଏମିତି କଥା

International Women’s Day: ଆଜି ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟୁଇଟରରେ ମହିଳାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ‘ମମତା, ମିସନ୍ ଶକ୍ତି, ନ୍ୟୁଟ୍ରିସନ୍ ବଜେଟ୍ ଏବଂ ବିଧାନସଭାରେ ମହିଳାଙ୍କ ଅଂଶଗ୍ରହଣ ମହିଳା ସଶକ୍ତିକରଣକୁ ସୁଦୃଢ କରିପାରିଛି। ପ୍ରତ୍ୟେକ କ୍ଷେତ୍ରରେ ମହିଳା ନେତୃତ୍ବ ପାଇଁ ସେ ଅପିଲ କରିଛନ୍ତି।