Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ
ଆଞ୍ଚଳିକ

ବାଲୁଗାଁ ମହାବିଦ୍ୟାଳୟରେ ଅନ୍ତର୍ଜାତୀୟ ମହିଳା ଦିବସ

March 8, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ଯୁବ ରେଡ଼କ୍ରସ ପକ୍ଷରୁ ମିଳିତ ଭାବେ ଅନ୍ତର୍ଜାତୀୟ ମହିଳା ଦିବସ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଥମେ ଛାତ୍ରୀ ପ୍ରଜ୍ଞାସ୍ମିତା ସାହୁ ଏକ ମାତୃବନ୍ଦନା ଗାନ କରିବା ସହ ମହିଳା ଦିବସର ପ୍ରାସଙ୍ଗିକତା ଉପସ୍ଥାପନା କରିଥିଲେ।

ଏହାପରେ ବରିଷ୍ଠ ଅଧ୍ୟାପିକା ଡକ୍ଟର ମୋନାଲିସା ମାନସିଂ ମହିଳାମାନଙ୍କ ମର୍ଯ୍ୟାଦା ସମ୍ପର୍କରେ ପୁରୁଷମାନଙ୍କର ଦୃଷ୍ଟିକୋଣ ପରିବର୍ତ୍ତନ ହେବା ସମ୍ପର୍କରେ ଆଲୋକପାତ କରିଥିଲେ। ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ରୀନା ରାଉତ ସମ୍ପ୍ରତି ବୌଦ୍ଧିକ ଓ ସାଂସ୍କୃତିକ କ୍ଷେତ୍ରରେ ମହିଳାମାନଙ୍କର ଆଧିପତ୍ୟ ବିଷୟରେ ସୂଚନା ଦେଇଥିଲେ।

ରେଡ଼କ୍ରସ ଅଧିକାରୀ ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ ପୁରୁଷ ପ୍ରଧାନ ସମାଜରେ ଦେଖାଯାଉଥିବା ନାରୀବାଦର ସ୍ୱର ସହିତ “ଯେଉଁଠି ନାରୀ ସେଇଠି ପ୍ରଗତି”ସମ୍ପର୍କରେ ନିଜର ଶାଣିତ ସ୍ୱର ଉପସ୍ଥାପନ କରିଥିଲେ। ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ ସମଗ୍ର ବିଶ୍ୱରେ ମହିଳା ମାନଙ୍କର ସାମାଜିକ ଓ ରାଜନୈତିକ ସ୍ଥିତି ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଅଧ୍ୟକ୍ଷ ନିଜର ସଭାପତୀୟ ଅଭିଭାଷଣରେ ନାରୀମାନଙ୍କ ସମ୍ପର୍କରେ ଥିବା ନକରାତ୍ମକ ଚିନ୍ତାଧାରାକୁ ପରିହାର କରି ସେମାନଙ୍କ ପ୍ରତି ସମ୍ବେଦନଶୀଳତା ପ୍ରକାଶ କଲେ ସମାଜର ଯଥାର୍ଥ ବିକାଶ ହୋଇପାରିବ ବୋଲି କହିଥିଲେ।

ଅଧ୍ୟାପକ ମୃଡ଼ାଣି ଶଙ୍କର ପ୍ରସାଦ ମିଶ୍ର, ପତିତପାବନ ପଣ୍ଡା, ବନ୍ଦନା ଦାସ, କୀର୍ତ୍ତିମୟୀ ବାରିକ ବିଶ୍ୱ ମହିଳା ଦିବସର ବାର୍ତ୍ତା ବିଶ୍ଳେଷଣ କରିଥିଲେ। ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଏହି ଅବସରରେ ମହିଳା ଦିବସ ଉପଲକ୍ଷେ ସଭାରେ ଏକ କେକ୍ କଟାଯାଇ ସମସ୍ତଙ୍କୁ ପରିବେଷଣ କରାଯାଇଥିଲା। ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ସ୍ୱାତୀ ସ୍ଵାଗତିକା ସାହୁ।

ଅନ୍ତର୍ଜାତୀୟ ମହିଳା ଦିବସ ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ: ବାଲୁଗାଁ-ବାଣପୁର ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

August 27, 2026

ଆରଏସଏସ ତରଫରୁ ବାଣପୁରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

August 27, 2026

ଧର୍ମପରାୟଣ ସମାଜସେବୀ ମହିଳାଙ୍କ ପରଲୋକ

August 26, 2026

ବାଲୁଗାଁ: ମହିଳା ସଶକ୍ତିକରଣ ସଚେତନତା ଆଲୋଚନାଚକ୍ର

August 25, 2026
Latest News

SCO ଶିଖର ସମ୍ମିଳନୀ ପୂର୍ବରୁ ଭାରତର ରୋଡମ୍ୟାପ୍ ସେୟାର କଲେ ପ୍ରଧାନମନ୍ତ୍ରୀ ମୋଦି

August 29, 2026

ଲଗାତାର ତୃତୀୟ ଦିନ ପାଇଁ ଖସିଲା ସୁନା ଦର: ଜାଣନ୍ତୁ ଆଜିର ମୂଲ୍ୟ

August 29, 2026

ସିଟି ବସ୍‌ ଅଟକାଇ ଦାଦାବଟି ଆଦାୟ ଓ କର୍ମଚାରୀଙ୍କୁ ଆକ୍ରମଣ ଘଟଣାରେ ୩ ଗିରଫ

August 29, 2026

ଭୁଲ୍‌ ଇଞ୍ଜେକସନ୍‌ରେ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

August 29, 2026

ବ୍ରହ୍ମପୁରରେ କାର୍‌ ସୋରୁମ୍‌ରେ ଭୟାବହ ଅଗ୍ନିକାଣ୍ଡ

August 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.