ଆଇଏସ୍‌ଏସ୍‌ଏଫ୍‌ ସ୍ବର୍ଣ୍ଣ ପଦକ ସହ ପଞ୍ଚମ ଭାରତୀୟ ଭାବେ ଅଭିଷେକ ବର୍ମାଙ୍କୁ ଅଲମ୍ପିକ୍ସ ଯୋଗ୍ୟତା

Published: Apr 27, 2019, 3:27 pm IST

ଆଇଏସ୍‌ଏସ୍‌ଏଫ୍‌ ସ୍ବର୍ଣ୍ଣ ପଦକ ସହିତ ଅଲମ୍ପିକ୍ସ ଯୋଗ୍ୟତା ହାସଲରେ ସଫଳ ହୋଇଛନ୍ତି ଭାରତୀୟ ସୁଟର୍‌ ଅଭିଷେକ ବର୍ମା। ଶନିବାର ୧୦ ମି. ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିବା ସହିତ ପଞ୍ଚମ ଭାରତୀୟ ଭାବରେ ଟୋକିଓ ପାଇଁ ନିଜର ଟିକେଟ ପକ୍କା କରିଛନ୍ତି ଅଭିଷେକ। ଫାଇନାଲ୍‌ରେ ୨୪୨.୭ ପଏଣ୍ଟ ସହିତ ବର୍ମା ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଋଷିଆର ଆର୍ଟେମ୍‌ ଚେର୍ଣ୍ଣୋସେଭ୍‌୨୪୦.୪ ପଏଣ୍ଟ ସହିତ ରୌପ୍ୟ ପଦକ ଏବଂ ୨୨୦ ପଏଣ୍ଟ ସହିତ କୋରିଆର ସଓଙ୍ଗଉ ହାନ୍‌ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ନିଜର ପ୍ରଥମ ଆନ୍ତର୍ଜାତୀୟ ମୁକାବିଲାରେ ସ୍ବର୍ଣ୍ଣ ପଦକ ହାସଲର ଉପଲବ୍ଧି ହାସଲ କରିଛନ୍ତି ବର୍ମା। ଫାଇନାଲ୍‌ ଯୋଗ୍ୟତା ପର୍ଯ୍ୟାୟରେ ସମୁଦାୟ ୫୮୫ ପଏଣ୍ଟ ଚତୁର୍ଥ ସ୍ଥାନରେ ରହିଥିଲେ ଅଭିଷେକ ବର୍ମା। ପୂର୍ବରୁ ଏସିଆନ୍‌ ଗେମ୍ସରେ ପଦାର୍ପଣରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ବର୍ମା।

Related posts