Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ୱିସକନସିନର ଏକ ମଲ୍‌ରେ ଗୁଳିକାଣ୍ଡ : ନାବାଳକ ସମେତ 8 ଆହତ

ୱାଶିଂଟନ : ଆମେରିକାର ଏକ ମଲରେ ଗୁଳିକାଣ୍ଡ ଘଟି 8 ଜଣ ଆହତ ହୋଇଛନ୍ତି। ଶୁକ୍ରବାର ୱିସକନସିନରେ ରହିଥିବା ଏକ ମଲରେ ଗୁଳିକାଣ୍ଡ ଘଟିବା ସହିତ 8 ଜଣ ଲୋକ ଆହତ ହୋଇଛନ୍ତି । ତେବେ ଆତତାୟୀ ଜଣକ ଗୁଳି ଚାଳନା ପରେ ଫେରାର ହୋଇ ଯାଇଥିବା ଜଣାପଡିଛି ।  ମେ ଫେୟାର ମଲରେ ହୋଇଥିବା ଏହି ଗୁଳିକାଣ୍ଡକୁ ନେଇ ଏଫବିଆଇ ଏବଂ ମିଲଉଆକି କଣ୍ଟ୍ରି ସେରିଫ ଟ୍ୱିଟ କରି ସୂଚନା ଦେଇଛନ୍ତି ।

ଆକ୍ରମଣ ପରେ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଆତତାୟୀ ଜଣକ ଫେରାର ହୋଇଯାଇଥିଲେ । ଆକ୍ରମଣକାରୀ ଜଣ 20ରୁ30 ବର୍ଷ ବୟସ୍କର ଜଣେ ଶ୍ବେତାଙ୍ଗ ବୋଲି ଜଣାପଡିଛି । ଆକ୍ରମଣରେ ଆହତ ହୋଇଥିବା ଲୋକଙ୍କ ମଧ୍ୟରେ 7 ଜଣ ବୟସ୍କ ରହିଥିବା ବେଳେ ଜଣେ ନାବାଳକ ରହିଥିବା ଜଣାପଡିଛି । ଆହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ କେହିବି ଗୁରୁତର ନାହାନ୍ତି ବୋଲି ୱାଉଟସୋଆ ମେୟର ଡେନିସ ମ୍ୟାକବ୍ରାଇଡ ସୂଚନା ଦେଇଛନ୍ତି । (ଏଜେନ୍ସି)

Categories
ଅନ୍ତରାଷ୍ଟ୍ରୀୟ ଆଜିର ଖବର

ଜର୍ମାନୀ ଗୁଳିକାଣ୍ଡରେ 8 ମୃତ, ଆକ୍ରମଣକାରୀ ଫେରାର

ନୂଆଦିଲ୍ଲୀ : ଜର୍ମାନୀରେ ଦୁଇ ପୃଥକ ସୁଟିଂରେ 8 ଜଣ ପ୍ରାଣ ହରାଇଛନ୍ତି । ଏହି ଆକ୍ରମଣରେ ଏକାଧିକ ବ୍ୟକ୍ତି ଆହତ ହୋଇଥିବା ବେଳେ ଆକ୍ରମଣକାରୀ ଫେରାର ଅଛନ୍ତି । ଜର୍ମାନୀର ହାନାଉର କେସେଲ୍ଟାଡ୍‌ ଅଞ୍ଚଳରେ ପ୍ରଥମ ଗୁଳିକାଣ୍ଡ ଘଟିଥିବା ବେଳେ 5 ଜଣ ପ୍ରାଣ ହରାଇଥିଲେ । ସେହିପରି ଦ୍ବିତୀୟ ଗୁଳିକାଣ୍ଡଟି ହାନାଉ ସହରରେ ସଙ୍ଘଟିତ ହୋଇଥିଲା । ଏହି ଗୁଳିକାଣ୍ଡରେ 3 ଜଣ ପ୍ରାଣହାନି ଘଟିଥିଲା । ନିହତ 3 ଜଣ ଗୋଟିଏ ପରିବାରର ବୋଲି ଖବର ପ୍ରକାଶ ପାଇଛି । ଜର୍ମାନୀର ସ୍ଥାନୀୟ ସମୟ ସକାଳ 10ଟା ସମୟରେ ଶୀଶା ବାର୍‌ରେ ଗୁଳିକାଣ୍ଡ ଘଟି ପାଞ୍ଚ ଜଣଙ୍କ ପ୍ରାଣହାନି ଘଟିଥିଲା । (ଏଜେନ୍ସି)

Categories
ଆଜିର ଖବର ଜାତୀୟ ଖବର

14 ଦିନିଆ ରିମାଣ୍ଡରେ ଜାମିଆ ଗୁଳିଚାଳନାକାରୀ

ନୂଆଦିଲ୍ଲୀ : ଜାମିଆ ଗୁଳିଚାଳନାକାରୀ ଅଭିଯୁକ୍ତକୁ 14 ଦିନିଆ ପୋଲିସ୍‌ ରିମାଣ୍ଡରେ ପଠାଯାଇଛି । 14 ଦିନିଆ ରିମାଣ୍ଡରେ ପଠାଯାଇଥିବା ବେଳେ ଦିଲ୍ଲୀ କ୍ରାଇମବ୍ରାଞ୍ଚ ପକ୍ଷରୁ ଅଭିଯୁକ୍ତର ଅସ୍ଥିମଜ୍ଜା ପରୀକ୍ଷଣ ପାଇଁ ଆବେଦନ କରାଯାଇଛି । ଉତ୍ତର ପଦେଶର ଜେଓ୍ବାରରେ ଅଭିଯୁକ୍ତଙ୍କ ସ୍କୁଲ ପକ୍ଷରୁ ସେ ନାବାଳକ ଥିବା ନେଇ ସୂଚନା ଦିଆଯାଇଛି । ନାବାଳକର ସ୍କୁଲ ପକ୍ଷରୁ ତାଙ୍କର ଜନ୍ମତାରିଖ 8 ଏପ୍ରିଲ 2002 ବୋଲି କୁହାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଅଭିଯୁକ୍ତ ଜଣକ ଜାମିଆ ମାଲିଆ ଇସଲାମିଆ ବିଶ୍ବବିଦ୍ୟାଳୟରେ ବିକ୍ଷୋଭକାରୀ ଛାତ୍ରଛାତ୍ରୀଙ୍କୁ ଗୁଳି ମାରିଥିଲେ ।

Categories
ଆଜିର ଖବର

ଜର୍ମାନୀରେ ଗୁଳିମାଡ : 6 ମୃତ, ଏକାଧିକ ଆହତ

ବର୍ଲିନ୍‌ : ଜର୍ମାନୀରେ ଏକ ଗୁଳିମାଡ ଘଟଣାରେ 6 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଦକ୍ଷଣ ପଶ୍ଚିମ ଜର୍ମାନୀର ଆଲାଏନ୍‌ ସହରରେ ଏହି ମର୍ମନ୍ତୁଦ ଘଟଣା ଘଟିଛି । ଶୁକ୍ରବାର ଅପରାହ୍ନରେ ଆଲାଏନ୍‌ରେ କିଛି ମୁଖାପିନ୍ଧା ଆତତାୟୀ ଗୁଳିମାଡ କରିବାରୁ ଏହି ମୃତ୍ୟୁ ଘଟିଥିବା ଜଣାପଡିଛି । ଘଟଣା ପରେ ଆଲାଏନ୍‌ ପୋଲି ଜଣେ ସନ୍ଦିଗ୍ଧ ଅପରାଧୀଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଅପରାଧୀଙ୍କ ସନ୍ଧାନ ଜାରି ରହିଛି । ଘଟଣାରେ ମୃତ୍ୟୁ ସଂଖ୍ୟା ସରକାରୀ ଭାବରେ ପ୍ରକାଶ ପାଇନଥିବା ବେଳେ ଆହତ ମାନଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । (ଏଜେନ୍ସୀ)

Categories
ଫଟୋ ଖବର

ଋଷର ରାଜଧାନୀ ମସ୍କୋରେ ହୋଇଥିବା ଗୁଳିକାଣ୍ଡ ସ୍ଥଳରେ ପୋଲିସ ଭ୍ୟାନ

(191219) — MOSCOW, Dec. 19, 2019 (Xinhua) — Police vehicles are seen on the site of a shooting in central Moscow, capital of Russia, on Dec. 19, 2019. An officer of the Federal Security Service (FSB) of Russia died in a shooting in the center of Moscow, TASS news agency reported Thursday, quoting the FSB. (Xinhua/Bai Xueqi)

Categories
ଆଜିର ଖବର

ଆଇଏସ୍‌ଏସ୍‌ଏଫ୍‌ ସ୍ବର୍ଣ୍ଣ ପଦକ ସହ ପଞ୍ଚମ ଭାରତୀୟ ଭାବେ ଅଭିଷେକ ବର୍ମାଙ୍କୁ ଅଲମ୍ପିକ୍ସ ଯୋଗ୍ୟତା

ଆଇଏସ୍‌ଏସ୍‌ଏଫ୍‌ ସ୍ବର୍ଣ୍ଣ ପଦକ ସହିତ ଅଲମ୍ପିକ୍ସ ଯୋଗ୍ୟତା ହାସଲରେ ସଫଳ ହୋଇଛନ୍ତି ଭାରତୀୟ ସୁଟର୍‌ ଅଭିଷେକ ବର୍ମା। ଶନିବାର ୧୦ ମି. ଏୟାର ପିସ୍ତଲ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ହାସଲ କରିବା ସହିତ ପଞ୍ଚମ ଭାରତୀୟ ଭାବରେ ଟୋକିଓ ପାଇଁ ନିଜର ଟିକେଟ ପକ୍କା କରିଛନ୍ତି ଅଭିଷେକ। ଫାଇନାଲ୍‌ରେ ୨୪୨.୭ ପଏଣ୍ଟ ସହିତ ବର୍ମା ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ ଋଷିଆର ଆର୍ଟେମ୍‌ ଚେର୍ଣ୍ଣୋସେଭ୍‌୨୪୦.୪ ପଏଣ୍ଟ ସହିତ ରୌପ୍ୟ ପଦକ ଏବଂ ୨୨୦ ପଏଣ୍ଟ ସହିତ କୋରିଆର ସଓଙ୍ଗଉ ହାନ୍‌ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ନିଜର ପ୍ରଥମ ଆନ୍ତର୍ଜାତୀୟ ମୁକାବିଲାରେ ସ୍ବର୍ଣ୍ଣ ପଦକ ହାସଲର ଉପଲବ୍ଧି ହାସଲ କରିଛନ୍ତି ବର୍ମା। ଫାଇନାଲ୍‌ ଯୋଗ୍ୟତା ପର୍ଯ୍ୟାୟରେ ସମୁଦାୟ ୫୮୫ ପଏଣ୍ଟ ଚତୁର୍ଥ ସ୍ଥାନରେ ରହିଥିଲେ ଅଭିଷେକ ବର୍ମା। ପୂର୍ବରୁ ଏସିଆନ୍‌ ଗେମ୍ସରେ ପଦାର୍ପଣରେ ବ୍ରୋଞ୍ଜ ପଦକ ହାସଲ କରିଥିଲେ ବର୍ମା।

Categories
ଆଜିର ଖବର

ଫିଲ୍ମ ସୁଟିଂରେ ଅଘଟଣ : ବିସ୍ଫୋରଣରେ ମା ଝିଅ ମୃତ

ଏକ କନ୍ନଡ ଫିଲ୍ମର ସୁଟିଂ ଚାଲିଥିବା ବେଳେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫାେରଣରେ 2 ଜଣ ପ୍ରାଣ ହରାଇଛନ୍ତି। ଏହି ବିସ୍ଫୋରଣରେ ଜଣେ 28 ବର୍ଷୀୟ ମହିଳା ଏବଂ ତାଙ୍କର 8 ବର୍ଷର ଝିଅ ପ୍ରାଣ ହରାଇଛନ୍ତି। କନ୍ନଡ ଫିଲ୍ମ ରଣମ୍‌ର ଏକ ବିସ୍ଫୋରଣ ଦୃଶ୍ୟର ସୁଟିଂ ଚାଲିଥିବା ବେଳେ ଏହି ଅଘଟଣ ଘଟିଥିଲା। ମୃତା ମହିଳାଙ୍କ ନାମ ସୁମେରା ବାନୁ ଏବଂ ଝିଅର ନାମ ଆୟେରା ବାନୁ। ଏହି ବିସ୍ଫୋରଣରେ ସୁମେରାଙ୍କ 7 ବର୍ଷର ଝିଅ ଜୈନାବ୍‌ ଗୁରୁତର ଭାବରେ ଆହତ ହୋଇଥିବା ଜଣାପଡିଛି। କେମ୍ପାଗୌଡା ଅନ୍ତର୍ଜାତୀୟ ବିମାନବନ୍ଦର ଠାରୁ କିଛି ଦୂରରେ ଥିବା କେଆଇଏଡିବି ଶିଳ୍ପାଞ୍ଚଳରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି। ଏହି ଦୁର୍ଘଟଣା ପରେ ସୁଟିଂ ସେଟ୍‌ର ସଦସ୍ୟ ମାନେ ସେଟ୍‌ ଛାଡି ପଳାୟନ କରିଥିଲେ। ସୁଟିଂ ପାଇଁ ପେଲିସ୍‌ ଏବଂ ଅଗ୍ନିଶମ ବିଭାଗ ନିକଟରୁ ଅନୁମତି ନିବଯାଇନଥିଲା ବୋଲି ଉତ୍ତର ପୂର୍ବ ଡିଭିଜନ୍‌ର ଡିସିିପି କାଲା କ୍ରିଷ୍ଣସ୍ବାମୀ ପ୍ରକାଶ କରିଛନ୍ତି।