ୱିସକନସିନର ଏକ ମଲ୍‌ରେ ଗୁଳିକାଣ୍ଡ : ନାବାଳକ ସମେତ 8 ଆହତ

Published: Nov 21, 2020, 11:26 am IST

ୱାଶିଂଟନ : ଆମେରିକାର ଏକ ମଲରେ ଗୁଳିକାଣ୍ଡ ଘଟି 8 ଜଣ ଆହତ ହୋଇଛନ୍ତି। ଶୁକ୍ରବାର ୱିସକନସିନରେ ରହିଥିବା ଏକ ମଲରେ ଗୁଳିକାଣ୍ଡ ଘଟିବା ସହିତ 8 ଜଣ ଲୋକ ଆହତ ହୋଇଛନ୍ତି । ତେବେ ଆତତାୟୀ ଜଣକ ଗୁଳି ଚାଳନା ପରେ ଫେରାର ହୋଇ ଯାଇଥିବା ଜଣାପଡିଛି ।  ମେ ଫେୟାର ମଲରେ ହୋଇଥିବା ଏହି ଗୁଳିକାଣ୍ଡକୁ ନେଇ ଏଫବିଆଇ ଏବଂ ମିଲଉଆକି କଣ୍ଟ୍ରି ସେରିଫ ଟ୍ୱିଟ କରି ସୂଚନା ଦେଇଛନ୍ତି ।

ଆକ୍ରମଣ ପରେ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଆତତାୟୀ ଜଣକ ଫେରାର ହୋଇଯାଇଥିଲେ । ଆକ୍ରମଣକାରୀ ଜଣ 20ରୁ30 ବର୍ଷ ବୟସ୍କର ଜଣେ ଶ୍ବେତାଙ୍ଗ ବୋଲି ଜଣାପଡିଛି । ଆକ୍ରମଣରେ ଆହତ ହୋଇଥିବା ଲୋକଙ୍କ ମଧ୍ୟରେ 7 ଜଣ ବୟସ୍କ ରହିଥିବା ବେଳେ ଜଣେ ନାବାଳକ ରହିଥିବା ଜଣାପଡିଛି । ଆହତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ କେହିବି ଗୁରୁତର ନାହାନ୍ତି ବୋଲି ୱାଉଟସୋଆ ମେୟର ଡେନିସ ମ୍ୟାକବ୍ରାଇଡ ସୂଚନା ଦେଇଛନ୍ତି । (ଏଜେନ୍ସି)

Related posts