ପ୍ରକାଶ ପାଇଲା କୋଅପରଟେଭି ସୋସାଇଟ ନିର୍ବାଚନ ତାରିଖ, ଜାଣନ୍ତୁ କେବେ

Published: Apr 4, 2022, 6:29 pm IST

ଭୁବନେଶ୍ବର: ଓଡିଶାରେ ସମସ୍ତ ନିର୍ବାଚନ ସରିବା ପରେ ଏବେ କୋଅପରେଟିଭ ନିର୍ବାଚନ ପାଇଁ ଘୋଷଣା ହୋଇଛି। ଏ ନେଇ ଆଜି ରାଜ୍ୟ ସମବାୟ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହି ଅନୁସାରେ ରାଜ୍ୟରେ ଥିବା ପ୍ରାଥମିକ କୋଅପରେଟିଭ ସୋସାଇଟ କମିଟ ସଦସ୍ୟ ପାଇଁ ନିର୍ବାଚନ ହେବ।

ଏହି ବିଜ୍ଞପ୍ତି ଅନୁସାରେ ଆସନ୍ତା ଜୁନ ମାସ 19 ତାରିଖରୁ 26 ତାରିଖ ମଧ୍ୟରେ ଏହି ସବୁ ନିର୍ବାଚନ ପରିଚାଳନା କରାଯିବ। ଏନେଇ ସମବାୟ ବିଭାଗର ନିର୍ବାଚନ କମିଟ ଏକ ସୁପାରିଶ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିଲା। ତାହାରି ଆଧାରରେ ଆଜି ରାଜ୍ୟ ସରକାର ସ୍ବୀକୃତ ପ୍ରଦାନ କରିବା ପରେ ବିଜ୍ଞପ୍ତି ପ୍ରକାଶ ପାଇଛି।

Related posts