Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଓ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଡକ୍ଟର ଗୁରୁସ୍ୱାମୀ ରବିଚନ୍ଦ୍ରନଙ୍କୁ ପ୍ରୋଭୋଷ୍ଟ୍ ଭାବେ ନିଯୁକ୍ତି ପ୍ରଦାନ
ଆଜିର ଖବର

ଜିଓ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଡକ୍ଟର ଗୁରୁସ୍ୱାମୀ ରବିଚନ୍ଦ୍ରନଙ୍କୁ ପ୍ରୋଭୋଷ୍ଟ୍ ଭାବେ ନିଯୁକ୍ତି ପ୍ରଦାନ

April 4, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ: ଜିଓ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଆଜି ଘୋଷଣା କରାଯାଇଛି ଯେ ଏହାର ଶିକ୍ଷାଦାନ ନେତୃତ୍ୱ ମଣ୍ଡଳୀକୁ ସୁଦୃଢ଼ କରିବା ଲାଗି ଏହା କାଲିଫର୍ଣ୍ଣିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (କାଲ୍‌ଟେକ୍‌)ର ପ୍ରଫେସର ଗୁରୁସ୍ୱାମୀ ରବିଚନ୍ଦ୍ରନଙ୍କୁ ପ୍ରୋଭୋଷ୍ଟ ଭାବେ ନିଯୁକ୍ତି ପ୍ରଦାନ କରିଛି। ୨୦୨୨ ଜୁଲାଇ ୧ରେ ଜିଓ ଇନଷ୍ଟିଚ୍ୟୁଟ୍‌ର ପ୍ରତିଷ୍ଠାତା ପ୍ରୋଭୋଷ୍ଟ ଓ ପ୍ରଫେସର ଅଫ୍ ଇଞ୍ଜିନିୟରିଂ ଭାବେ ପ୍ରଫେସର ରବିଚନ୍ଦ୍ରନ ଯୋଗଦେବେ। ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ସେ କାଲ୍‌ଟେକ୍‌ର ଇଞ୍ଜିନିୟରିଂ ଆଣ୍ଡ୍ ଆପ୍ଲାଏଡ୍ ସାଇନ୍‌ସ୍ ଡିଭିଜନ୍‌ର ଓଟିସ ବୁଥ୍ ଲିଡର୍‌ସିପ୍ ଭାବେ କାର୍ଯ୍ୟ କରିଛନ୍ତି। ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ କାଲିଫର୍ଣ୍ଣିଆ ଇନଷ୍ଟିଚ୍ୟୁଟ୍ କାଲିଫର୍ଣ୍ଣିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଜିଏଏଲ୍‌ସିଆଇଟି)ର ଗ୍ରାଜୁଏଟ ଏରୋସ୍ପେସ୍ ଲାବୋରେଟୋରିଜ୍‌ର ନିର୍ଦେଶକ ଭାବେ କାର୍ଯ୍ୟ କରିଥିଲେ।

ଡକ୍ଟର ରବିଚନ୍ଦ୍ରନ ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂରେ ପିଏଚ୍‌ଡି ଓ ଇଞ୍ଜିନିୟରିଂରେ ଏମ୍‌ଏସ୍ ଓ ରିଜିଓନାଲ୍ ଇଞ୍ଜିନିୟରିଂ କଲେଜ (ଏନ୍‌ଆଇଟି), ତ୍ରିଚିରୁ ମେକାନିକାଲ୍ ଇଞ୍ଜିନିୟରିଂରେ ବିଇ (ଅନର୍ସ) ଡିଗ୍ରି ହାସଲ କରିଛନ୍ତି। ଗବେଷଣା ଓ ଶିକ୍ଷାଦାନ ପ୍ରତି ଅବଦାନ ଯୋଗୁଁ ସେ ୟୁଏସ୍ ନ୍ୟାସନାଲ୍ ଏକାଡେମି ଅଫ ଇଞ୍ଜିନିୟରିଂର ସଦସ୍ୟ, ଏକାଡେମିଆ ୟୁରୋପିଆର ବୈଦେଶିକ ସଦସ୍ୟ ଆଦି ରହିଛନ୍ତି। ସେ ୱାର୍ନର ଟି କୋଇଟର ମେଡାଲ୍‌, ଆମେରିକାନ ସୋସାଇଟି ଅଫ୍ ମେକାନିକାଲ୍ ଇଞ୍ଜିନିୟର୍ସ, ୱିଲିୟମ୍ ଏମ୍ ଲେକ୍‌ଚର ମୁରେ ଲେକ୍‌ଚର ଆୱାର୍ଡ, ସୋସାଇଟି ଅଫ୍ ଏକ୍ସପେରିମେଂଟାଲ୍ ମେକାନିକ୍ସ, ଚେଭାଲିଏର ଡି ଆଇ’ଓରଡ୍ରେ ଡେସ୍ ପାଲ୍‌ମେସ୍ ଏକାଡେମିକ୍ୟୁସ୍‌, ରିପବ୍ଲିକ୍ ଅଫ୍ ଫ୍ରାନ୍ସ ଆଦି ଠାରୁ ପୁରସ୍କାର ଓ ମାନ୍ୟତା ହାସଲ କରିଛନ୍ତି।

ଡକ୍ଟର ରବିଚନ୍ଦ୍ରନଙ୍କ ନିଯୁକ୍ତି ସମ୍ପର୍କରେ ପ୍ରକାଶ କରି ଶ୍ରୀମତୀ ନୀତା ଅମ୍ବାନି, ପ୍ରତିଷ୍ଠାତା ଅଧ୍ୟକ୍ଷା, ରିଲାଏନ୍ସ ଫାଉଣ୍ଡେସନ କହିଛନ୍ତି ଯେ, “ଜିଓ ଇନଷ୍ଟିଚ୍ୟୁଟ ଓ ରିଲାଏନ୍ସ ପରିବାରକୁ ଡକ୍ଟର ରବିଚନ୍ଦ୍ରନଙ୍କୁ ସ୍ୱାଗତ କରିବା ମୋତେ ଅତ୍ୟନ୍ତ ଖୁସି ପ୍ରଦାନ କରିଛି। ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ବ୍ୟାପକ ଅଭିଜ୍ଞତାରୁ ଆମେ ସମସ୍ତେ ନିଶ୍ଚିତ ଲାଭବାନ ହେବା ବୋଲି ମୁଁ ନିଶ୍ଚିତ ଏବଂ ପରବର୍ତି ପିଢ଼ିର ବିଶ୍ୱସ୍ତରୀୟ ନେତୃତ୍ୱକୁ ପ୍ରସ୍ତୁତ କରିବାରେ ରହିଥିବା ଲକ୍ଷ୍ୟକୁ ସେ ତ୍ୱରାନ୍ୱିତ କରିବେ ଯେଉଁମାନେ ଭାରତ ଓ ଦୁନିଆର ଉନ୍ନତି ପାଇଁ ଯୋଗଦାନ ପ୍ରଦାନ କରିବେ। ସାରା ବିଶ୍ୱର ଶ୍ରେଷ୍ଠ ଅନୁଷ୍ଠାନଗୁଡ଼ିକରୁ ଫାକଲଟି ସଂଗ୍ରହ କରି ଜିଓ ଇନଷ୍ଟିଚ୍ୟୁଟ ବିଶ୍ୱସ୍ତରୀୟ ହେବା ସହିତ ଭାରତୀୟ ଭାବକୁ ବଜାୟ ରଖିବାକୁ ଲକ୍ଷ୍ୟ ରଖିିଛି।’’

ଜିଓ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଆର୍ଟିଫିସିଆଲ ଇଟେଂଲିଜେନ୍ସ ଓ ଡାଟା ସାଇନ୍ସ ଏବଂ ଡିଜିଟାଲ୍ ମିଡିଆ ଓ ମାର୍କେଟିଂ କମ୍ୟୁନିକେସନ ଭଳି ଉଦୀୟମାନ କ୍ଷେତ୍ରରେ ପୋଷ୍ଟ ଗ୍ରାଜୁଏଟ (ପିଜି) ସାର୍ଟିଫିକେଟ୍ ପ୍ରୋଗ୍ରାମରେ ନାମ ଲେଖା ବିଷୟରେ ମଧ୍ୟ ଘୋଷଣା କରାଯାଇଛି। ଏହି ବର୍ଷିକିଆ ଫୁଲ୍‌-ଟାଇମ୍ କାର୍ଯ୍ୟକ୍ରମକୁ ବିଶ୍ୱର ଲୋକପ୍ରିୟ ବିଶ୍ୱବିଦ୍ୟାଳୟର ଅଗ୍ରଣୀ ଶିକ୍ଷାବିତ ଓ ଶିଳ୍ପର ନେତୃବୃନ୍ଦ ପ୍ରଦାନ କରିବେ। ଜିଓ ଇନଷ୍ଟିଚ୍ୟୁଟ୍‌ର ନଭି ମୁମ୍ବାଇ କ୍ୟାମ୍ପସରୁ ସେମାନଙ୍କୁ ଏହି କାର୍ଯ୍ୟକ୍ରମ ପ୍ରଦାନ କରାଯିବ ଯେଉଁଥିରେ ଷ୍ଟେଟ ଅଫ୍ ଆର୍ଟ ଭିତିଭୂମିର ବ୍ୟବସ୍ଥା ରହିଛି। ଉଭୟ କାର୍ଯ୍ୟକ୍ରମ ପାଇଁ ପ୍ରାର୍ଥୀଙ୍କ ସ୍ନାତକ ଡିଗ୍ରିରେ ସର୍ବନିମ୍ନ ୫୦% କିମ୍ବା ସମାନ ପରିମାଣର ସିଜିପିଏ ଦରକାର ଏବଂ ଏହା ପରେ ଅତିକମ୍‌ରେ ଆଠ ମାସର କର୍ମ କ୍ଷେତ୍ର ଅଭିଜ୍ଞତା ମଧ୍ୟ ଆବଶ୍ୟକ। ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଜିଓ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ଟ୍ୟୁସନ ଫି’ ଉପରେ ୧୦୦% ସ୍କଲାରସିପ୍ ମଧ୍ୟ ଦିଆଯାଉଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଗୋର ସିଇଓ ପିଟର ଏଲବର୍ସଙ୍କ ଇସ୍ତଫା: ଜାଣନ୍ତୁ କ’ଣ କହିଲା ଏୟାରଲାଇନ୍ସ?

March 10, 2026

ଅପରେସନ ସାଇବର କବଚ: ୩୩୬ ଅଭିଯୁକ୍ତ ଗିରଫ

March 10, 2026

ଆତଙ୍କବାଦୀଙ୍କୁ ଗୁପ୍ତ ସୂଚନା ଯୋଗାଇବା ଅଭିଯୋଗ: ବହିଷ୍କୃତ ହେଲେ ଜମ୍ମୁ ଓ କାଶ୍ମୀର ସରକାର ତିନି କର୍ମଚାରୀ

March 10, 2026

ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

March 10, 2026
Latest News

ଇଣ୍ଡିଗୋର ସିଇଓ ପିଟର ଏଲବର୍ସଙ୍କ ଇସ୍ତଫା: ଜାଣନ୍ତୁ କ’ଣ କହିଲା ଏୟାରଲାଇନ୍ସ?

March 10, 2026

ଅପରେସନ ସାଇବର କବଚ: ୩୩୬ ଅଭିଯୁକ୍ତ ଗିରଫ

March 10, 2026

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026

ଆତଙ୍କବାଦୀଙ୍କୁ ଗୁପ୍ତ ସୂଚନା ଯୋଗାଇବା ଅଭିଯୋଗ: ବହିଷ୍କୃତ ହେଲେ ଜମ୍ମୁ ଓ କାଶ୍ମୀର ସରକାର ତିନି କର୍ମଚାରୀ

March 10, 2026

ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ‘ନ୍ୟାୟ ସଂହିତା ପ୍ରଦର୍ଶନୀ’ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.