
ମୁମ୍ବାଇ: ଶିବସେନା ନେତା ସଞ୍ଜୟ ରାଉତଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପତ୍ରା ଚାଲ୍ ଲ୍ୟାଣ୍ଡ ସ୍କାମ ମାମଲାରେ ଇଡି ସଞ୍ଜୟ ରାଉତଙ୍କ କୋଟି କୋଟି ମୂଲ୍ୟର ସମ୍ପତ୍ତି ସିଲ୍ କରିଛି। ପିଏମଏଲଏ ତଦନ୍ତରେ ଇଡି ରାଉତଙ୍କ ସମ୍ପୃକ୍ତ ଆଠଟି ଆଲିବାଗ ପ୍ଲଟ ଏବଂ ମୁମ୍ବାଇରେ ଗୋଟିଏ ଫ୍ଲାଟ ସିଲ୍ କରିଛି। କୁହାଯାଉଛି ଯେ, ଏହି ଘୋଟାଲା ୧୦୩୪ କୋଟି ଟଙ୍କା ଅଟେ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏହି କାର୍ଯ୍ୟ ପରେ ସଞ୍ଜୟ ରାଉତ ଏକ ଟୁଇଟ୍ କରିଛନ୍ତି। ସେ ଟ୍ୱିଟରରେ ଲେଖିଛନ୍ତି, ‘ଅସିତ୍ୟମେବ ଜୟତେ !!’
ସୂଚନାନୁସାରେ ୧୦୩୪ କୋଟି ଟଙ୍କାର ପତ୍ରା ଚାଲ ଜମି ସ୍କାମ ମାମଲାରେ ସଞ୍ଜୟ ରାଉତଙ୍କ ସମ୍ପର୍କୀୟ ପ୍ରବୀଣ ରାଉତଙ୍କୁ ଇଡି ଦ୍ୱାରା ଗିରଫ କରାଯାଇଥିଲା। ଏହି ମାମଲାରେ ଇଡି ଏକ ଚାର୍ଜସିଟ୍ ମଧ୍ୟ ଦାଖଲ କରିଛି।