Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନେତାଜୀ ସୁଭାଷଙ୍କ ଆଦର୍ଶର ବିକଳ୍ପ ନାହିଁ: ଫରୱାର୍ଡ଼ ବ୍ଲକ୍‌
ଆଜିର ଖବର

ନେତାଜୀ ସୁଭାଷଙ୍କ ଆଦର୍ଶର ବିକଳ୍ପ ନାହିଁ: ଫରୱାର୍ଡ଼ ବ୍ଲକ୍‌

April 5, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ ‘ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌’ର ରାଜ୍ୟ ପରିଷଦ ବୈଠକ ଆଜି ୟୁନିଟ-୬ ସ୍ଥିତ ନେତାଜୀ ଭବନ ପରିଷରରେ ଅନୁଷ୍ଠିତ ହୋଇଯାଇଛି। ଫରୱାଡ଼ ବ୍ଲକ୍‌ର ରାଜ୍ୟ ସଭାପତି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ରାଜ୍ୟ ପରିଷର ବୈଠକରେ ପାର୍ଟିର ଜାତୀୟ ସଂପାଦକ ଜି. ଦେବରାଜନ୍ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବରେ ଯୋଗ ଦେଇ ସମଗ୍ର ଦେଶ ଗତ କିଛି ବର୍ଷ ଧରି ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧିନ ବି.ଜେ.ପି. ସରକାରର ଜନବିରୋଧି ନିଷ୍ପତିଗୁଡ଼ିକର ଫଳ ଭୋଗୁଛି।

ଦେଶରେ ବେକାରୀ ସମସ୍ୟା ଉତ୍କଟ ହେବାରେ ଲାଗିଛି। ଶିକ୍ଷା ଓ ସ୍ୱାସ୍ଥ୍ୟ ଭିତିଭୂମିର ଅଭାବ ଫଳରେ ସାଧାରଣ ମଣିଷ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ୱାଧିନତାର ୭୫ ବର୍ଷ ପରେ ମଧ୍ୟ ମଣିଷ ବଂଚିବା ପାଇଁ ଖାଦ୍ୟ, ବସ୍ତ୍ର, ବାସଗୃହର ଯେଉଁ ସର୍ବନିମ୍ନ ଆବଶ୍ୟକତା ରହିଛି ତାହା ପୂରଣ କରିବା ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ବିଫଳ ହୋଇଛନ୍ତି। ଶ୍ରମଜିବୀ ମଣିଷ ପ୍ରତିଦିନ ଶୋଷଣର ଶିକାର ହେଉଛନ୍ତି।

ସାରାଦେଶରେ ଦୁର୍ନିତୀ, ଭ୍ରଷ୍ଟାଚାର ବଢ଼ିବାରେ ଲାଗିଛି। ପେଟ୍ରୋଲ, ଡିଜେଲ୍‌, ଇନ୍ଧନ ଗ୍ୟାସ ସମେତ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ବୃଦ୍ଧି ଫଳରେ ସାଧାରଣ ମଣିଷ ଅସ୍ତବ୍ୟସ୍ତ ହୋଇପଡ଼ିଛି। କେନ୍ଦ୍ର ସରକାରଙ୍କ ବିମୂଦ୍ରୀକରଣ ଓ ଜି.ଏସ୍‌.ଟି. ଭଳି ଜନବିରୋଧି ନିଷ୍ପତି ଫଳରେ କ୍ଷୁଦ୍ର ବ୍ୟବସାୟୀ ଓ ସାଧାରଣ ଜନତା ଦିନକୁ ଦିନ ତଳିତଳାନ୍ତ ହେବାରେ ଲାଗିଛନ୍ତି। ଦେଶର ପୁଞ୍ଜି ହାତଗଣତି ପୁଞ୍ଜିପତିଙ୍କ ହାତରେ ଠୁଳ ହେବାରେ ଲାଗିଛି। ଗଣତନ୍ତ୍ର ଉପରେ ପୁଞ୍ଜିତନ୍ତ୍ରର ପ୍ରଭାବ ଭାରି ହେବାରେ ଲାଗିଛି ବୋଲି ନିଜର ଉôଦଘାଟନି ବକ୍ତବ୍ୟରେ ଶ୍ରୀ ଦେବରାଜନ୍ ଅଭିଯୋଗ କରିଥିଲେ।

ଏସବୁ ସମସ୍ୟାର ସମାଧାନ ପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଦର୍ଶର ବିକଳ୍ପ ନାହିଁ, ଭାରତବର୍ଷର ଜନଗଣ ନେତାଜୀଙ୍କ ଆଦର୍ଶର ପଥିକ ହୋଇ ଜନ ଆନ୍ଦୋଳନ ଗଢ଼ି ତୋଳିଲେ ଜନ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ଫରୱାର୍ଡ଼ ବ୍ଲକ୍‌ର ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଂଜନ ମହାପାତ୍ର ସାଂଗଠନିକ ଓ ରାଜନୈତିକ ରିପୋର୍ଟ ଉପସ୍ଥାପନ କରିବା ସହ ଆସନ୍ତା ଅପ୍ରେଲ୍ ୮ ଓ ୯, ୨୦୨୨ରିଖ ଦୁଇଦିନ ଧରି ଫରୱାର୍ଡ଼ ବ୍ଲକ୍‌ର ଜାତୀୟ ପରିଷଦ ବୈଠକ ଭୁବନେଶ୍ୱର ଲୋହିଆ ଏକାଡ଼େମୀ ଠାରେ ଅନୁଷ୍ଠିତ ହେବ ବୋଲି ସୂଚନା ପ୍ରଦାନ କରିଥିଲେ।

ଏହି ଜାତୀୟ ପରିଷଦ ବୈଠକରେ ଫରୱାର୍ଡ଼ ବ୍ଲକ୍ ପାର୍ଟି ସମ୍ବିଧାନରେ ପରିବର୍ତନ କରାଯିବା ସହ ଅନ୍ୟାନ୍ୟ ସାଂଗଠନିକ ବିଷୟ ଏବଂ ଜନସାଧାରଣଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରାଯାଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରଦର୍ଶିତ ପଥରେ ପାର୍ଟିର ଆଗାମୀ ଦିନର ରଣନିତୀ ନିର୍ଦ୍ଧାରଣ କରାଯିବ ବୋଲି ପ୍ରକାଶ କରିଥିଲେ।

ଫରୱାର୍ଡ଼ ବ୍ଲକ୍‌ର ରାଜ୍ୟ ଉପସଭାପତି ଗୋପାଳ ଚନ୍ଦ୍ର ଅଗ୍ରୱାଲ, ସଂପାଦକ ମଣ୍ଡଳୀ ସଭ୍ୟ ସର୍ବେଶ୍ୱର ମିଶ୍ର, ଜିତେନ୍ଦ୍ରୀୟ ବେହେରା, ରାଜ୍ୟ କମିଟି ସଭ୍ୟ ନାରାୟଣ ଡ଼ାଳୁଆ, ଲକ୍ଷ୍ମୀଧର ଗିରି, ସୁଶିଲ କୁମାର ଥାନପତି, ଆଲୋକ ମହାପାତ୍ର, ଗଦାଧର ଜେନା, ବିଜୟ ସାହୁ, ଲକ୍ଷ୍ମୀ ଦୋରା, ଗାୟତ୍ରୀ ନାଏକ, ବିଭୂତି ଭୂଷଣ ମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ବିଭିନ୍ନ ପ୍ରସ୍ତାବମାନ ଉପସ୍ଥାପନ କରିଥିଲେ। ଆଜିକାର ରାଜ୍ୟ ପରିଷଦ ବୈଠକରେ ଆସନ୍ତା ଅପ୍ରେଲ୍ ୮ ତାରିଖରେ ଆରମ୍ଭ ହେବାକୁ ଥିବା ଜାତୀୟ ପରିଷଦ ବୈଠକକୁ ସଫଳ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଇଥିଲା।

ନ‌େତାଜୀ ସୁଭାଷ ଚନ୍ଦ୍ର ବୋଷ ରାଜନୈତିକ ଦଳ
Share. Facebook Twitter LinkedIn Email WhatsApp Copy Link

Related Posts

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.