ନୂଆଦିଲ୍ଲୀ: ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ଦିଲ୍ଲୀଠାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରିଛନ୍ତି। ଏଥିରେ ସାଂସଦ ଭୁବନେଶ୍ବର ନିର୍ବାଚନ ମଣ୍ଡଳୀ ପାଇଁ କେତେକ ପ୍ରସ୍ତାବ ସଂପର୍କରେ ଆଲୋଚନା କରିଥିଲେ।
ସାଂସଦଙ୍କ ଅନୁରୋଧ କ୍ରମେ ମନ୍ତ୍ରୀ ଦୁଇଟି ପ୍ରକଳ୍ପକୁ ଅନୁମତି ପ୍ରଦାନ କରିଛନ୍ତି ବୋଲି ସାଂସଦଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି। ମିଳିଥିବା ସେହି ଦୁଇଟି ପ୍ରକଳ୍ପ ହେଉଛି
1-ଏକାମ୍ର ନିର୍ବାଚନ ମଣ୍ଡଳୀସ୍ଥିତ ଲିଙ୍ଗରାଜ ମନ୍ଦିର ପାସେଞ୍ଜର ହଲ୍ଟକୁ ଷ୍ଟେସନରେ ପରିଣତ କରିବା
2- ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ କରିବା
ଏହି କାମ ଖୁବ କମ ସମୟ ମଧ୍ୟରେ ଆରମ୍ଭ ହେବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିବାରୁ ଅପରାଜିତା ଧନ୍ୟବାଦ ଜ୍ଞାପନ କରିଛନ୍ତି।



