Categories
ଆଜିର ଖବର ରାଜ୍ୟ ଖବର

ସ୍ବାମୀଙ୍କ ମଙ୍ଗଳ ପାଇଁ ସାବିତ୍ରୀ ପୂଜା କଲେ ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ବର: ଆଜି ହେଉଛି ସାବିତ୍ରୀ ବ୍ରତ ବା ପୂଜା। ହିନ୍ଦୁ ପୁରାଣରେ ସତ୍ୟବାନ ସାବିତ୍ରୀ ଉପାଖ୍ୟାନକୁ ନେଇ ସାରା ଦେଶରେ ପାଳନ ହେଉଛି ଏହି ସାବିତ୍ରୀ ପୂଜା। ବିଶ୍ବାସ ରହିଛି ଜ୍ୟେଷ୍ଠ ଅମବାସ୍ୟାରେ ମା ସାବିତ୍ରୀଙ୍କୁ ପୂଜା କଲେ ସ୍ବାମୀଙ୍କର ମଙ୍ଗଳ ହୁଏ। ସେଥିପାଇଁ ହିନ୍ଦୁ ଧର୍ମର ସମସ୍ତ ସଧବା ନାରୀ ଏହି ଦିନ ବ୍ରତ କରିଥାନ୍ତି।

ଏହି ପରିପ୍ରେକ୍ଷାରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ସାବିତ୍ରୀ ଓଷା ପାଳନ କରିଛନ୍ତି। ସେ ନିଜ ଘରେ ଥିବା ମାଙ୍କ ନିକଟରେ ବିଭିନ୍ନ ପ୍ରକାରର ଭୋଗ ସାମଗ୍ରୀ ଥୋଇ ଏହି ପୂଜା କରିଛନ୍ତି। ଏ ନେଇ ଅପରାଜିତା ନିଜ ଟୁଇଟରରେ ପୂଜା କରୁଥିବାର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡଙ୍ଗୀ, ଦେଲେ ରିପୋର୍ଟ କାର୍ଡ

ନୂଆଦିଲ୍ଲୀ: ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି  ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ସାଂସଦ ଏ ବର୍ଷର ତାଙ୍କର ରିପୋର୍ଟ କାର୍ଡ ପ୍ରଦାନ କରିଛନ୍ତି।  ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ କ୍ରମେ ଚାଲିଥିବା ବିଭିନ୍ନ କାର୍ଯ୍ୟ ଯେପରି ସ୍ୱାସ୍ଥ୍ୟ ଶିବିର, ପ୍ରଧାନମନ୍ତ୍ରୀ ଜନ ଔଷଧି ପରିଯୋଜନା ଏବଂ ସଂଗଠନ କାର୍ଯ୍ୟ ବିଷୟରେ ଆଲୋଚନା କରିଥିଲେ।

ଭୁବନେଶ୍ୱରରେ ନାଇଜରଠାରେ ନିର୍ମାଣ ହେବାକୁ ଥିବା କ୍ୟାନସର ହସ୍ପିଟାଲ ପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ବହୁ ଉପଦେଶ ଦେବା ସହ ସାଂସଦଙ୍କୁ ମାର୍ଗଦର୍ଶନ କରିଥିଲେ।

Categories
ବିଶେଷ ଖବର ରାଜ୍ୟ ଖବର

ଜଗନ୍ନାଥ ଦର୍ଶନ କରିବା ପାଇଁ ଅପରାଜିତା ପ୍ରଧାନମନ୍ତ୍ରୀଙ୍କୁ ଜଣାଇବା ପଛରେ କାରଣ କଣ ?

ଭୁବନେଶ୍ବର:  ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଏକ ଟୁଇଟକୁ ନେଇ ବର୍ତ୍ତମାନ  ଚର୍ଚ୍ଚା ଚାଲିଛି। ତାହା ହେଲା ସେ ବୁଧବାର ଦିନ ପୁରୀ ଶ୍ରୀମନ୍ଦିର ଯାଇ ଜଗନ୍ନାଥ ଦର୍ଶନ କରିବେ। ଏହା ଟୁଇଟ କରି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା, ବିଜେପି ଓଡିଶା, ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟ୍ୟାଗ କରିଛନ୍ତି।

ସାଧାରଣରେ ପ୍ରଶ୍ନ ଉଠିଛି ଯେ, ଅପରାଜିତା ଜଗନ୍ନାଥ ଦର୍ଶନ କରିବାକୁ ଯିବେ ବୋଲି କଣ ପ୍ରଧାନମନ୍ତ୍ରୀଙ୍କୁ ଜଣାଇବା ଆବଶ୍ୟକ କି ? ଏହିପରି ଅନେକ ବ୍ୟକ୍ତି ଅପରାଜିତାଙ୍କ ଏହି ଟୁଇଟରେ କମେଣ୍ଟ ଦେଇଛନ୍ତି। ସାଂସଦ ପୁରୀ ଗଲେ ହୁଏତ ସେ ଜିଲ୍ଲାପାଳ କିମ୍ବା ଏସପିଙ୍କୁ ଟ୍ୟାଗ କରିଥାଆନ୍ତେ, ହେଲେ ସେ ତାହା ନ କରି ବିଜେପିର ତୁଙ୍ଗ ନେତାଙ୍କୁ କଣ ପାଇଁ ଅବଗତ କରାଇବା ଆବଶ୍ୟକ ପଡିଲା। ତେବେ ଏପରି କରିବା ପଛରେ ଏକ ବଡ କାରଣ ରହିଛି ବୋଲି ରାଜନୈତିକ ସମୀକ୍ଷକଙ୍କ ମହଲରେ ସନ୍ଦେହ ପ୍ରକାଶ ପାଇଛି।

ଘଟଣା ହେଲା ବୁଧବାର ଦିନ ଅପରାଜିତା ଶ୍ରୀମନ୍ଦିର ପରିକ୍ରମା କାର୍ଯ୍ୟକ୍ରମକୁ ବିରୋଧ କରି ଶୋଭାଯାତ୍ରା କରିଥାଆନ୍ତେ। ଏଥିପାଇଁ ସେ ପୂର୍ବରୁ ପ୍ରସ୍ତୁତି କରିଥିଲେ। ହେଲେ ହଠାତ କଣ ହେଲା କେଜାଣି ସେ ତାହାକୁ ସ୍ଥଗିତ ରଖିଲେ। ଏହାର କାରଣରେ ଅପରାଜିତାଙ୍କ ପକ୍ଷରୁ କୁହାଗଲା ଯେ ପୁରୀ ପ୍ରଶାସନ ଅନୁମତି ପ୍ରଦାନ କଲେ ନାହିଁ। ହେଲେ ଏହାର ପଛରେ ଆଉ ଏକ ବଡ କାରଣ ରହିଛି ଯାହା କୁହାଗଲା ନାହିଁ।

ମୁଖ୍ୟକଥା ହେଲା ଅପରାଜିତାଙ୍କ ଏହି ପ୍ରତିବାଦ ଶୋଭାଯାତ୍ରା ପାଇଁ ବିଜେପି ତରଫରୁ ସମର୍ଥନ ଦିଆଗଲା ନାହିଁ। ସେତିକି ନୁହେଁ ଦଳ ତରଫରୁ କୁହାଗଲା ଯେ, ବିକାଶ କାମରେ କେହି ବାଧା ଦେବେ ନାହିଁ। ଖୋଦ ପୁରୀ ବିଜେପି ବିଧାୟକ ମଧ୍ୟ ଶ୍ରୀମନ୍ଦିର ପରିକ୍ରମା ଯୋଜନାକୁ ସମର୍ଥନ କଲେ। ତେବେ ଏ ସବୁ ବିରୋଧ ସତ୍ବେ ଅପରାଜିତା ପ୍ରତିବାଦ ଶୋଭାଯାତ୍ରା ପୁରୀରେ କରିବେ ବୋଲି ଘୋଷଣା କରି ପ୍ରସ୍ତୁତି ମଧ୍ୟ ଚଳାଇଲେ। ତେବେ କଣ ହେଲା ସେ ଏହାକୁ ହଠାତ ବନ୍ଦ କରିବା ପାଇଁ ବାଧ୍ୟ ହେଲେ।

ତେବେ ଅପରାଜିତାଙ୍କ ଟୁଇଟ ଏବଂ ବିଜେପି ଦଳର ବିରୋଧ ସତ୍ବେ ଶୋଭଯାତ୍ରା କରିବା ପାଇଁ ଅପରାଜିତାଙ୍କ ନିଷ୍ପତି ରାଜନୈତିକ ସମୀକ୍ଷକ ଭିନ୍ନ ଦୃଷ୍ଟିରେ ଦେଖିଛନ୍ତି। ସେମାନଙ୍କ କହିବା କଥା ହେଲା ଯେ, ଅପରାଜିତାଙ୍କ ଏହି ଏକଲା ଚଲୋ ନୀତିକୁ ଦଳ ତରଫରୁ ତୀବ୍ର ବିରୋଧ କରାଗଲା। ଏହା ଶୋଭାଯାତ୍ରା ବନ୍ଦ କରିବା ପାଇଁ ଦିଲ୍ଲୀରୁ ଚାପ ପ୍ରୟୋଗ କରାଗଲା। ସେହି ଚାପରେ ଦିଲ୍ଲୀର ତୁଙ୍ଗ ନେତୃବୃନ୍ଦ ଏଥିରେ ରୋକ ଲଗାଇବା ପାଇଁ ଅପରାଜିତାଙ୍କୁ ରୋକଠୋକ ଜଣାଇଦେଲେ। ପୁରୀ ନ ଯିବା ପାଇଁ ତାଗିଦ କଲେ।

କେନ୍ଦ୍ରୀୟ ବିଜେପିର ଏପରି ଆଭିମୁଖ୍ୟ ଦେଖି ଅପରାଜିତାଙ୍କ ନିଦ ହଜାଗଲା। ଏତେ ବଡ ଆୟୋଜନକୁ କିପରି ବନ୍ଦ କରିବେ ତାହା ଅକଲଗୁଡମ ହେଲା। ବାଧ୍ୟହୋଇ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ପାଖରେ ହାର ମାନି ସେ ଶୋଭାଯାତ୍ରାକୁ ବନ୍ଦ କଲେ। ହେଲେ ସେ ପୁରୀ ଯାଇ କେବଳ ଜଗନ୍ନାଥ ଦର୍ଶନ କରିବେ ବୋଲି ଅପରାଜିତା ରାଗରେ ଟୁଇଟ କରି କେନ୍ଦ୍ରୀୟ ନେତାଙ୍କୁ ଅବଗତ କରାଇବାକୁ ବାଧ୍ୟ ହୋଇଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କଲେ ସାଂସଦ ଅପରାଜିତା ଷଡଙ୍ଗୀ

ନୂଆଦିଲ୍ଲୀ: ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ଦିଲ୍ଲୀଠାରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ସାକ୍ଷାତ କରିଛନ୍ତି। ଏଥିରେ ସାଂସଦ ଭୁବନେଶ୍ବର ନିର୍ବାଚନ ମଣ୍ଡଳୀ ପାଇଁ କେତେକ ପ୍ରସ୍ତାବ ସଂପର୍କରେ ଆଲୋଚନା କରିଥିଲେ।

ସାଂସଦଙ୍କ ଅନୁରୋଧ କ୍ରମେ ମନ୍ତ୍ରୀ ଦୁଇଟି ପ୍ରକଳ୍ପକୁ ଅନୁମତି ପ୍ରଦାନ କରିଛନ୍ତି ବୋଲି ସାଂସଦଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି। ମିଳିଥିବା ସେହି ଦୁଇଟି ପ୍ରକଳ୍ପ ହେଉଛି

1-ଏକାମ୍ର ନିର୍ବାଚନ ମଣ୍ଡଳୀସ୍ଥିତ ଲିଙ୍ଗରାଜ ମନ୍ଦିର ପାସେଞ୍ଜର ହଲ୍ଟକୁ ଷ୍ଟେସନରେ ପରିଣତ କରିବା

2- ଭୁବନେଶ୍ୱର ରେଳ ଷ୍ଟେସନର ନବୀକରଣ କରିବା

ଏହି କାମ ଖୁବ କମ ସମୟ ମଧ୍ୟରେ ଆରମ୍ଭ ହେବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିବାରୁ ଅପରାଜିତା ଧନ୍ୟବାଦ ଜ୍ଞାପନ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅପରାଜିତା ଷଡଙ୍ଗୀ, ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା

ଭୁବନେଶ୍ବର: ଗତକାଲି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ସେ ଓଡିଶାର ବିକାଶ ପ୍ରସଂଗରେ ଆଲୋଚନା କରିଛନ୍ତି। ଏଥିସହିତ ବିଭିନ୍ନ ପ୍ରସଂଗରେ ସେ ପ୍ରଧାନମନ୍ତ୍ରୀଙ୍କ ଉପଦେଶକୁ ମଧ୍ୟ ଗ୍ରହଣ କରିଛନ୍ତି। ପୂର୍ବରୁ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନିଜର ରିପୋର୍ଟ କାର୍ଡ ପ୍ରଦାନ କରିଥିଲେ।

ତେବେ ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। କାରଣ ବର୍ତ୍ତମାନ ରାଜ୍ୟ ବିଜେପିର ଦିଲ୍ଲୀ ଗସ୍ତ ରାଜନୀତି ଚାଲିଛି। ଦିନେ ରାଜ୍ୟ ନେତୃବର୍ଗ ରାଷ୍ଟ୍ରୀୟ ସଭାପତିଙ୍କୁ ସାକ୍ଷାତ କରିଥିବା ବେଳେ, ଆଉଦିନେ ବିଧାୟକମାନେ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଏପରି ପରିସ୍ଥିତିରେ ଅପରାଜିତା ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ବିଜେପି ରାଜନୀତିରେ ଏକ ନୂଆ ମୋଡ ସୃଷ୍ଟି ହୋଇଛି।

ତେବେ ପ୍ରଧାନମନ୍ତ୍ରୀଙ୍କ ସହିତ ଅପରାଜିତା ରାଜ୍ୟ ବିଜେପି ରାଜନୀତି ଉପରେ କଥା ହୋଇଛନ୍ତି କି ନାହିଁ ସେ ସଂପର୍କରେ କିଛି କହି ନାହାଁନ୍ତି। ହେଲେ ବର୍ତ୍ତମାନ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପିର ପ୍ରଦର୍ଶନ ଉପରେ ନିଶ୍ଚିତ ଆଲୋଚନା କରିଥିବେ। ଏପରିକି ରାଜ୍ୟ ନେତୃତ୍ବ କିପରି ଦୃବଳ ଥିଲା ତାହା ମଧ୍ୟ ଅବଗତ କରାଇଥିବେ।

ନିକଟରେ ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଏକ ଦଳ ନୂଆଦିଲ୍ଲୀ ଗସ୍ତ କରି ରାଷ୍ଟ୍ରୀୟ ସଭାପତିଙ୍କୁ ସାକ୍ଷାତ କରିଛନ୍ତି। ଏଥିରେ ସେମାନେ କଣ କଥା ହେଲେ ତାହା କେହି କହି ନ ଥିଲେ ମଧ୍ୟ ଅପରାଜିତାଙ୍କ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି ବୋଲି କୁହାଯାଉଛି।

ଏହି ଦଳ ପରବର୍ତ୍ତି ସମୟରେ ମନ୍ତ୍ରୀ ଅଶ୍ବନୀ ବୈଷ୍ଣବ, ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ସେମାନେ ଅପରାଜିତାଙ୍କ ବିରୋଧରେ ଏକ ଅନ୍ଦୋଳନ କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହୋଇଛି।

ଏହାପରେ ପୁଣି ବିଧାୟକ ଦଳ ଏକାଠି ହୋଇ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ସାକ୍ଷାତ କରିବା ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଲା। ସେମାନେ ମଧ୍ୟ ସିଧା ଅପରାଜିତାଙ୍କ ବିରୋଧରେ କହିବାକୁ ପଛେଇଲେ ନାହିଁ। ଅପରାଜିତାଙ୍କ କହିଥିବା ରାଜ୍ୟ ନେତୃତ୍ବ ଦୁର୍ବଳ ବୋଲି କଥାକୁ ସେମାନେ ବିରୋଧ କରିଥିଲେ।

ଏ ସବୁ ଘଣ୍ଟାଚକଟା ଭିତରେ ଅପରାଜିତା ସିଧା ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପରିକି ଅନେକ ବିଜେପି ନେତା ଏହି ଭେଟଘାଟକୁ ନେଇ ଛାନିଆ ମଧ୍ୟ ହୋଇପଡିଛନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମିଳିଲା ପ୍ରଥମ ସରସ୍ବତୀ ଜୀବନ ଜ୍ଞାନ ଗୌରବ ସମ୍ମାନ

ଭୁବନେଶ୍ଵର: ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ମହାରାଷ୍ଟ୍ରର ପୁନେସ୍ଥିତ MIT ବିଶ୍ଵବିଦ୍ୟାଳୟ ତରଫରୁ ସମ୍ମାନଜନକ ଡିଲିଟ ଉପାଧି ଓ ଶ୍ରୀ ସରସ୍ଵତୀ ଦେବୀ ଜ୍ଞାନ ଜୀବନ ଗୌରବ ସମ୍ମାନ ମିଳିଛି । ଆଜି ବିଶ୍ଵବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଭୁବନେଶ୍ୱରର ଲୋକପ୍ରିୟ ସାଂସଦ ତଥା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତାଙ୍କୁ ଶ୍ରେଷ୍ଠ ପ୍ରଶାସକ ଓ ସାଂସଦ ଭାବରେ ବିବେଚିତ କରି ଦେଶର ପ୍ରତିଷ୍ଠିତ MIT ବିଶ୍ଵବିଦ୍ୟାଳୟ ଏହି ସମ୍ମାନ ପ୍ରଦାନ କରିଛି।

ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ବିଶ୍ଵନାଥ ଡି କରଟ,ପୁନାର ଲୋକପ୍ରିୟ ସାଂସଦ ଗିରିଶ ବାପତ୍,ବିଧାୟକ ସୁନିଲ କମ୍ୱଲେ ,ବିଶିଷ୍ଟ ବୈଜ୍ଞାନିକ ବିଜୟ କୁମାର ଦାସ,ମଗ୍ନେସ କାରତ ପ୍ରମୁଖଙ୍କ ଉପସ୍ଥିତିରେ MIT ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ସମ୍ମାନ ପ୍ରଦାନ କରିଛନ୍ତି ।

Categories
ବିଶେଷ ଖବର ରାଜ୍ୟ ଖବର

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଓଡିଶା ଭ୍ରମଣ, ଆଉ ରାଜ୍ୟ ବିଜେପି ନେତାଙ୍କ ଭିତିରି କଷଣ

ଭୁବନେଶ୍ବର: ଆମେ ବହୁତ ପୁରୁଣା କଥା କହିବୁ ନାହିଁ। ଏଇ ଅଳ୍ପ ଦିନର ଘଟଣା। ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ କେଉଁଝର ଗସ୍ତ କରିଥିଲେ। ଉଦ୍ଦେଶ୍ୟ ନ ଥିଲା ତାଙ୍କର ନିଜ ଅନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗଦେବା। ଉଦ୍ଦେଶ୍ୟ ଥିଲା ରାଜ୍ୟରେ ବିଜେପିକୁ କିପରି ସୁଦୃଢ କରିବା। କାରଣ କେଉଁଝରରେ ସଂପୂର୍ଣ୍ଣ ଭାବେ ବିଜେପିର ଅର୍ଥାତ ଦଳୀୟ ସଭା କରାଯାଇଥିଲା। ହେଲେ ଦଳର କୌଣସି ତୁଙ୍ଗ ନେତା ସେହି ସଭାରେ ନ ଥିଲେ। ଥିଲେ କେବଳ ଜିଲ୍ଲା ବିଜେପି କର୍ମକର୍ତ୍ତା।

ତେବେ ଏହି ଗୋଟିଏ ଘଟଣା ନୁହେଁ। ଏହିପରି ବହୁ ଘଟଣା ଅନେକ ଜିଲ୍ଲାରେ ଘଟିଛି। ପ୍ରତି ମାସରେ ଅପରାଜିତା ବିଭିନ୍ନ ଜିଲ୍ଲା ଗସ୍ତରେ ଯାଉଛନ୍ତି। ସେଠାରେ ଦଳୀୟ ସଭା କରିବାରେ ଲାଗିଛନ୍ତି। ଯଦି ସେ ତାଙ୍କ ଅନୁଷ୍ଠାନ ସଭା କରୁଥା’ନ୍ତେ ହୁଏତ ପ୍ରଶ୍ନ କରାଯାଇ ନ ଥାଆନ୍ତା। ହେଲେ ସେ ବିଜେପି ଦଳର କର୍ମିଙ୍କୁ ନେଇ ବିରାଟ ସଭା ଓ ରାଲି କରୁଛନ୍ତି। ଆଉ ସେଥିରେ ନା ବିଜେପି ସଭାପତି ଯାଉଛନ୍ତି ନା କୌଣସି ଆଗଧାଡିର ନେତା। ସେଠାରେ କେବଳ ଅପରାଜିତା ଆଉ ଅପରାଜିତା।

ତେବେ ଅପରାଜିତା ଏପରି ଏକାକି ସଂଗଠନ କରିବାର ଉଦ୍ଦେଶ୍ୟ କଣ। ସେ କଣ ବିଜେପିର ସର୍ବେସର୍ବା କି ? ଏହିପରି ବିଭିନ୍ନ ପ୍ରଶ୍ନ ସାଧାରଣରେ ଆଲୋଚନା ହେବାରେ ଲାଗିଛି। କାରଣ ଅପରାଜିତା ହେଉଛନ୍ତି ଭୁବନେଶ୍ବରର ସାଂସଦ। ସେ କେବଳ ତାଙ୍କ ନିର୍ବାଚନ ମଣ୍ଡଳିରେ ସଭା କଲେ କେହି କିଛି କହିବାର ନାହିଁ। ହେଲେ ଏକାକୀ ସାରା ଓଡିଶା ଭ୍ରମଣ କରି ବିଜେପିର ବାନା ଉଡେଇବାର କାରଣ କଣ ?

ବର୍ତ୍ତମାନ ଆଉ ଏକ ଘଟଣା ସଂପର୍କରେ ଏଇଠି ଉପସ୍ଥାପନା କରିବୁ। ତାହା ହେଲା ଅପରାଜିତାଙ୍କ ରାୟଗଡା ଗସ୍ତ। ସେ ଗତ ମାସରେ ରାୟଗଡା ଯାଇଥିଲେ। ସେ ଯିବା ପୂର୍ବରୁ ରାଜ୍ୟ ବିଜେପିର ତରଫରୁ ଫତୁଆ ଜାରି କରାଗଲା। ତାହା ହେଲା ଯେ ଅପରାଜିତାଙ୍କ ସଭାକୁ କୌଣସି ବିଜେପି କର୍ମି ଯିବେ ନାହିଁ। ଏ କଥା ଅପରାଜିତା ଜାଣିବା ସତ୍ବେ ମଧ୍ୟ ସେ ରାୟଗଡା ଗସ୍ତ କରିଥିଲେ। ସେଠାରେ ବିଜେପି କର୍ମି କମ ଥିଲେ, ହେଲେ ସାଧାରଣ ଲୋକେ ଅନେକ ଥିଲେ। ହେଲେ ସେଠାରେ ଏକ ବଡମ୍ବନାର ବିଷୟ ଘଟିଲା। ତାହା ହେଲା, ଅପରାଜିତାଙ୍କ ସଭାକୁ ଯେଉଁ କେତେଜଣ ବିଜେପି ନେତା ଯାଇଥିଲେ ସେମାନଙ୍କୁ ରାଜ୍ୟ ବିଜେପି ଦଳରୁ ନିଲମ୍ବିତ କରିଦିଆଗଲା।

ଏହି ଘଟଣାରୁ ସ୍ପଷ୍ଟ ହେଲା ଯେ, ଅପରାଜିତା ଯାହା କରୁଛନ୍ତି ତାହା ରାଜ୍ୟ ବିଜେପିର ହଜମ ହେଉ ନାହିଁ। ସେ ଯେଉଁଠି ସଭା କରୁଛନ୍ତି ତାହାକୁ ଭଣ୍ଡୁର କରିବା ପାଇଁ ଏକ ଗୋଷ୍ଟୀ ରିତମତ କସରତ କରିବାରେ ଲାଗିଛନ୍ତି। ତେବେ ସେ ସବୁକୁ ଭ୍ରୁକ୍ଷେପ ନ କରି ଅପରାଜିତା ଏକାକୀ ଲଢେଇ ଜାରି ରଖିଛନ୍ତି। ଏଥିରୁ ସ୍ପଷ୍ଟ ହେଲା ଯେ, ତାଙ୍କୁ ଯେତେ ବିରୋଧ କରାଯିବ ସେ ସେତିକି ଉତ୍ସାହିତ ହୋଇ ସଭା ରାଲି କରିବେ। କେହି ରୋକିପାରିବେ ନାହିଁ।

ତେବେ ସାଧାରଣରେ ଏକ ସନ୍ଦେହ ହେବାରେ ଲାଗିଛି ଯେ ଅପରାଜିତା ଏପରି ଏକାକୀ ଦଳିୟ ସଂଗଠନ କରିବା ପାଇଁ ତାଙ୍କୁ କିଏ ଶକ୍ତି ଯୋଗାଉଛି। କାରଣ କିଛି ଅଦୃଶ୍ୟ ଶକ୍ତି ନ ମିଳିଲେ ଧର୍ମେନ୍ଦ୍ର ପ୍ରଧାନ ପରି ନେତା ଆଉ ତାଙ୍କ ଚେଲାଚାମୁଣ୍ଡାଙ୍କୁ ଅପରାଜିତା ଟକ୍କର ଦିଅନ୍ତେ କିପରି। ଦୀର୍ଘ ବର୍ଷ ଧରି ଓଡିଶା ବିଜେପି ଅର୍ଥ ଧର୍ମେନ୍ଦ୍ର ପ୍ରଧାନଙ୍କୁ ହିଁ ବୁଝାଉ ଥିଲା। ଏବେ ବି ମଧ୍ୟ ସେହି ଅବସ୍ଥା ଅଛି। ହେଲେ ତାଙ୍କ ଚକ୍ରବୁହ୍ୟକୁ ଭେଦ କରି ଅପରାଜିତା ଆଗକୁ ବଢିବାରେ ଲାଗିଛନ୍ତି। ତେଣୁ ଏ କ୍ଷେତ୍ରରେ ଦିଲ୍ଲୀ ଆର୍ଶିବାଦ ନ ଥିଲେ ତାହା କେବେ ସମ୍ଭବ ହୁଅନ୍ତା ନାହିଁ।

ତେବେ ଏହାର କାରଣରେ ଏତିକି ଅନୁମାନ କରାଯାଇପାରେ ଯେ, ଧର୍ମେନ୍ଦ୍ରଙ୍କୁ ରାଜ୍ୟ ସଂଗଠନ କରିବା ପାଇଁ ଯେଉଁ ଭଲି ଶକ୍ତି ପ୍ରଦାନ କରାଯାଇଥିଲା, ସେଥିରେ ସେ ସଫଳ ହୋଇପାରିଲେ ନାହିଁ। ଧର୍ମେନ୍ଦ୍ର ଓଡିଶାରେ ଜଣେ ଫେଲ୍ ନେତା ଭାବେ ପରିଚିତ ହେଲେ। ବାରମ୍ବାର ନିର୍ବାଚନ ଆଉ ଉପନିର୍ବାଚନରେ ହାରିବା ଦ୍ବାରା ତାଙ୍କର ସଂଗଠନ ପ୍ରତି ଦିଲ୍ଲୀର ସନ୍ଦେହ ସୃଷ୍ଟି ହେଲା। ଫଳରେ ତାଙ୍କୁ ଶିକ୍ଷା ଦେଇ ବର୍ତ୍ତମାନ ଅପରାଜିତାଙ୍କୁ କେନ୍ଦ୍ରୀୟ ନେତୃତ୍ବ ଆଗକୁ ଆଣିଛନ୍ତି।

ତେବେ ଏହା ନିଶ୍ଚିତ କୁହାଯାଇ ପାରିବ ଯେ, ଯେ ପର୍ଯ୍ୟନ୍ତ ଧର୍ମେନ୍ଦ୍ର ଶକ୍ତିଶାଳି ଥିବେ ସେ ପର୍ଯ୍ୟନ୍ତ ଅପରାଜିତାଙ୍କୁ ସଂଗଠନ କରିବା ଭରୀ କଷ୍ଟକର ହେବ। ତଥାପି ଅପରାଜିତା ଯେତିକି ସଂଗଠନ କରୁଛନ୍ତି ତାହାକୁ ନେଇ ରାଜ୍ୟ ବିଜେପିର ବହୁ ତୁଙ୍ଗ ନେତା ଖାଲି ଦାନ୍ତ କଡମଡ କରିବା ଛଡା ଆଉ କିଛି କରିପାରୁ ନାହାଁନ୍ତି।

Categories
ଆଜିର ଖବର ରାଜ୍ୟ ଖବର

ସାଂସଦ ଅପରାଜିତାଙ୍କ ଗାଡି ଉପରକୁ ଅଣ୍ଡାମାଡ, ଥାନାରେ ବିଜେପି କର୍ମିଙ୍କ ଅଭିଯୋଗ

ଭୁବନେଶ୍ବର: ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଗାଡି ଉପରକୁ ଅଣ୍ଡା ମାଡ ହୋଇଛି। ଆଜି ସାଂସଦ ବାଲିପାଟଣା ଗସ୍ତରେ ଥିବା ବେଳେ ରାସ୍ତାରେ ତାଙ୍କ ଉପରକୁ ଅଣ୍ଡାମାଡ କରାଯାଇଛି। ଏହି ଅଣ୍ଡାମାଡ କଂଗ୍ରେସ କର୍ମି କରିଛନ୍ତି ବୋଲି ସ୍ଥାନୀୟ ବିଜେପି ତରଫରୁ ବାଲିଅନ୍ତା ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ସେମାନଙ୍କୁ ଗିରଫ କରାଯାଉ ବୋଲି ସ୍ଥାନୀୟ ବିଜେପି କର୍ମି ଅଭିଯୋଗ କରିଛନ୍ତି।

ଦେଶରେ ବର୍ତ୍ତମାନ ଦରଦାମ ବୃଦ୍ଧି ପାଇଥିବା ବେଳେ କଂଗ୍ରେସ ତରଫରୁ ଏପରି ପ୍ରତିବାଦ କରାଯାଇଛି ବୋଲି ଜଣାପଡିଛି। ନିକଟରେ ରାଜ୍ୟ ମନ୍ତ୍ରୀମାନଙ୍କୁ ବିଜେପି ତରଫରୁ ଅଣ୍ଡାମାଡ ଚାଲିଥିବା ବେଳେ ଏପଟେ ବିଜେପି ନେତାଙ୍କ ଉପରକୁ ଅଣ୍ଡାମାଡ ଚର୍ଚ୍ଚାର ବିଷୟ ହୋଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ବିଏମସିର ପୂର୍ବତନ କମିଶନର,ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ କହୁଛନ୍ତି, ରାଜଧାନୀ ସ୍ଥିତି ବେହାଲ

ଭୁବନେଶ୍ବର: ଗତକାଲିଠାରୁ ରାଜଧାନୀରେ ପ୍ରବଳ ବର୍ଷା ଜାରି ରହିଛି। କେବଳ ରାଜଧାନୀ ନୁହେଁ ଅଧା ଓଡିଶାରେ ଏହି ବର୍ଷା ଲାଗି ରହିଛି। ଏପରି ବର୍ଷାରେ ରାଜଧାନୀର ଅବସ୍ଥା ସାଂଘାତିକ ହୋଇପଡିଛି। ଏହି ଭଳି ଏକ ପରିସ୍ଥିତିକୁ ନେଇ ଆରମ୍ଭ ହୋଇଛି ରାଜନୀତି। ଆଉ ସେ ରାଜନୀତି କରିଛନ୍ତି ଖୋଦ୍ ବିଏମସିର ପୂର୍ବତନ କମିସନର ତଥା ବର୍ତ୍ତମାନ ଭୁବନେଶ୍ବରର ସାଂସଦ ଅପରାଜିତା ଷଡଙ୍ଗୀ। ବର୍ଷାରେ ରାଜଧାନୀର ଅବସ୍ଥା କିପରି ହୋଇଛି ତାହାର ଫଟୋ ନିଜ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ କରିବାରେ ଲାଗିଛନ୍ତି।

ସେତିକି ନୁହେଁ ଗଣମାଧ୍ୟମ ଆଗରେ ଭୁବନେଶ୍ବରର ଏପରି ଅବସ୍ଥାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁମ୍ଭକର୍ଣ୍ଣ ନିଦ୍ରାରୁ ଉଠନ୍ତୁ ବୋଲି କହିଛନ୍ତି। ପ୍ରକୃତରେ ଭୁବନେଶ୍ବରର ଅବସ୍ଥା ଯାହା ଏହାକୁ ଯେ କେହି ନିନ୍ଦା କରିବ ଏଥିରେ ସନ୍ଦେହ ନାହିଁ। ହେଲେ ଖୋଦ ଭୁବନେଶ୍ବର ସାଂସଦ ଏପରି କହିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଭୁବନେଶ୍ବରର ଏପରି ଅବସ୍ଥାରେ ସାଂସଦ ଅପରାଜିତା ମଧ୍ୟ ସମ ପରିମାଣରେ ଦାୟୀ, ଏ କଥା ବୋଧହୁଏ ସେ ଭୁଲି ଯାଉଛନ୍ତି। କାରଣ ନିଜ ସାଂସଦ ପାଣ୍ଠିରୁ ଆର୍ଥିକ ସହାୟତା ଦେଇଥିଲେ ହୁଏତ ଅବସ୍ଥା ଏତେ ସାଂଘାତିକ ହୋଇ ନ ଥାଆନ୍ତା। ଏ କଥା ବୋଧହୁଏ ସାଂସଦ ଅପରାଜିତା ଷଡଙ୍ଗୀ ଜାଣିପାରୁ ନାହାଁନ୍ତି।

କେବଳ ସାଂସଦ ହିସାବରେ ନୁହେଁ, ସେ ଭୁବନେଶ୍ବର ମହାନଗର ନିଗମର ପୂର୍ବତନ କମିଶନର ଭାବେ ମଧ୍ୟ ଏହି ଅବସ୍ଥା ପାଇଁ ଦାୟି ରହିବେ। କାରଣ ସେ ଯେତେବେଳେ କମିସନର ଥିଲେ ଭଲ କାମ କରିଛନ୍ତି ବୋଲି ବେଶ ପ୍ରଚାର ପ୍ରସାର କରାଯାଇଥିଲା। ସେହି ଭଲ କାମର ଅବସ୍ଥା କଣ ତାହା ଅପରାଜିତା ନିଜେ ବର୍ତ୍ତମାନ ହୃଦବୋଧ କରୁଥିବେ। ହେଲେ ଏପରି ଅବସ୍ଥାରେ ସେ ନିଜକୁ କାହିଁକି ଦୋଷମୁକ୍ତ କରୁଛନ୍ତି ତାହା ବୁଝି ହେଉ ନାହିଁ।

ନିଜେ ଯେଉଁ ଅଞ୍ଚଳର କମିସନର ଥିଲେ ଏବଂ ବର୍ତ୍ତମାନ ଯେଉଁ ଅଞ୍ଚଳର ସାଂସଦ ଅଛନ୍ତି ସେହି ଅଞ୍ଚଳର ବେହାଲ ଅବସ୍ଥାକୁ ସେ ଲୋକଲୋଚନକୁ ଆଣୁଛନ୍ତି। ଅର୍ଥାତ ନିଜ ଗୋଡରେ ନିଜେ କୁରାଢି ମାରୁଛନ୍ତି ଅପରାଜିତ ଷଡଙ୍ଗୀ। ତାଙ୍କୁ ଲୋକେ ଭୋଟ ଦେଇ ନ ଥିଲେ ଯେ ସେମାନେ ବର୍ଷାରେ ବୁଡି ରହିଥିବା ବେଳେ ତାହାର ଫଟୋ ସାମାଜିକ ଗଣମାଧ୍ୟମରେ ପ୍ରସାର କରାଇବା। ତାଙ୍କୁ ଭୋଟ ଦେଇ ନ ଥିଲେ ଯେ, କେବଳ ରାଜ୍ୟ ସରକାରଙ୍କୁ ଦାୟୀ କରି ନିଜେ ଦୋଷ ମୁକ୍ତ ହେବା।

ଏହି ସମ୍ବେଦନଶୀଳ ଘଟଣାରେ ଏପରି ଭୂମିକା ନିର୍ବାହ କରିବା ଏକ ଅପରିପକ୍ବ ନେତ୍ରୀ ଭାବେ ଅପରାଜିତା ନିଜକୁ ପ୍ରମାଣିତ କରାଉଛନ୍ତି।

Categories
ଆଞ୍ଚଳିକ

ବିଜେପି ବାଲୁଗାଁ ନଗର ମଣ୍ଡଳର କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ସୀତାରାମ ଅଗ୍ରୱାଲ

ଚିଲିକା: ଆଗକୁ ଆସୁଛି ପୌର ନିର୍ବାଚନ। ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପି ଧୀରେ ଧୀରେ ତାର ସଂଗଠନକୁ ମଜଭୁତ କରିବାରେ ଲାଗିଛି। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ମଧ୍ୟ ରାଜନୈତିକ ଉଷ୍ମତା ବୃଦ୍ଧି ପାଇବାରେ ଲାଗିଛି।

ବିଗତ କିଛି ଦିନ ହେଲା ବିଜେପି ଏହାର ସାଙ୍ଗଠନିକ ଭିତ୍ତିଭୂମିକୁ ସଜାଡ଼ିବାରେ ଲାଗିଛି ଏବଂ ନିଜକୁ ଶକ୍ତିଶାଳୀ କରିବାକୁ ପ୍ରୟାସ କରୁଛି। ପୂର୍ବରୁ ବିଭିନ୍ନ ମଣ୍ଡଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ନିଜର ଶକ୍ତି ପ୍ରଦର୍ଶନ କରିସାରିଥିବାସ୍ଥଳେ ବୁଧବାର ଦିନ ବାଲୁଗାଁ ନଗର ମଣ୍ଡଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବାଲୁଗାଁ ଏନଏସି ସ୍ଥିତ ଉମାମହେଶ୍ୱର ବଣିକ ସଂଘ ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କ ସଭାପତିତ୍ୱରେ ଉକ୍ତ ବୈଠକ ଅନୁଷ୍ଠିତ ହୋଇଥିବା ସ୍ଥଳେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଏବଂ ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର ଯୋଗ ଦେଇ ଭାରତ ମାତାଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ବୈଠକକୁ ଅନୁଷ୍ଠାନିକ ରୂପେ ଆରମ୍ଭ କରିଥିଲେ।

ଉକ୍ତ ସଭାରେ ବାଲୁଗାଁ ନଗର ମଣ୍ଡଳର ଶତାଧିକ ପୁରୁଷ ଓ ମହିଳା କର୍ମୀମାନେ ଯୋଗଦେଇ ଆଗାମୀ ପୌର ନିର୍ବାଚନରେ ବିଜେପିକୁ ବିପୁଳ ଭୋଟରେ ଜିତେଇବା ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ। ଭାରତର ଜନପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶର ମନ୍ତ୍ରକୁ ଘରେ ଘରେ ପହଞ୍ଚାଇବା ପାଇଁ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ।

ସେହିପରି ଭାବେ ଦୀର୍ଘ ବର୍ଷ ଧରି ଦୁର୍ନୀତିରେ ଜଡିତ ଥିବା ବିଜେଡି ସରକାରକୁ ଆଗାମୀ ପୌର ନିର୍ବାଚନରେ ଚିଲିକା ବାସି ପ୍ରତ୍ୟାଖ୍ୟାନ କରି ବିଜେପିକୁ ଜିତାଇବେ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ମତ ରଖିଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପରୀ ଆନ୍ଦୋଳନ ପାଇଁ ଦିଲ୍ଲୀର ନେତା ଭୁବନେଶ୍ବରେ, ହେଲେ ଭୁବନେଶ୍ବର ସାଂସଦ ଯାଜପୁରରେ, ବିଜେପିରେ ଚାଲିଛି କଣ ?

ଭୁବନେଶ୍ବର, ପରୀକୁ ନ୍ୟାୟ ଦେବା ପାଇଁ ବିଜେପି ଏକ ପ୍ରକାରର ଅଣ୍ଟା ଭିଡି ଆନ୍ଦୋଳନ କରିବାରେ ଲାଗିଛି। କେବଳ ରାଜ୍ୟ ବିଜେପି ନୁହେଁ ଦିଲ୍ଲୀରୁ ମଧ୍ୟ ନେତାମାନେ ଆସି ଏହି ଆନ୍ଦୋଳନରେ ସାମିଲ ହେବାରେ ଲାଗିଛନ୍ତି। ହେଲେ ଆଶ୍ଚର୍ଯ୍ୟର କଥା ଭୁବନେଶ୍ବରର ସାଂସଦ ଅପରାଜିତା ଷଡଙ୍ଗୀ କିନ୍ତୁ ଚୁପ। କେବଳ ଚୁପ ନୁହଁନ୍ତି ସେ ଏହି ଆନ୍ଦୋଳନରେ ନିଜକୁ ବିଲକୁଲ ସାମିଲ ମଧ୍ୟ କରାଉ ନାହାଁନ୍ତି। ତାଙ୍କର ନିର୍ବାଚନ ମଣ୍ଡଳୀ ଭୁବନେଶ୍ବରରୁ  ପରୀକୁ ନ୍ୟାୟ ଦେବା ପାଇଁ ଏକ ଶୋଭାଯାତ୍ରା ବାହାର କରାଗଲା। ଏଥିରେ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏବଂ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ଭି. ଶ୍ରୀନିବାସନ ଦିଲ୍ଲୀରୁ ଆସି ଯୋଗ ଦେଲେ। ହେଲେ ଆଶ୍ଚର୍ଯ୍ୟର କଥା ଖୋଦ୍ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ଏଥିରେ ଯୋଗ ଦେଲେ ନାହିଁ।

କେବଳ ଭୁବନେଶ୍ବରର ଘଟଣା ନୁହେଁ। ନୟାଗଡ ଜିଲ୍ଲାରେ ବିଜେପି ଦୀର୍ଘଦିନ ଧରି  ଧାରଣା ଦେଇଥିଲେ ମଧ୍ୟ ସେଥିରେ ଅପରାଜିତା ଯୋଗ ଦେଉ ନାହାଁନ୍ତି। ଏହି ଧାରଣାରେ ଦିଲ୍ଲୀରୁ ଆସି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଏବଂ ଓଡିଶା ପ୍ରଭାରୀ ଡି ପୁରନ୍ଦେଶ୍ବରୀ ଯୋଗ ଦେଇଛନ୍ତି। ହେଲେ ଅପରାଜିତା ବିଲକୁଲ ସେ ପାଖ ମାଡୁ ନାହାଁନ୍ତି। ଓଡିଶା ପ୍ରଭାରୀ ଡି ପୁରନ୍ଦେଶ୍ବରୀ ଯେଉଁ ଦିନ ଭୁବନେଶ୍ବର ଆସିଥିଲେ ସେତେବେଳେ ବିମାନ ବନ୍ଦରରେ ଅପରାଜିତା ତାଙ୍କୁ ସ୍ବାଗତ କରିବାକୁ ଯାଇଥିଲେ। ହେଲେ ତାଙ୍କ ସହିତ କିନ୍ତୁ ନୟାଗଡ ଯାଇ ନ ଥିଲେ।

ଅପରାଜିତା ଯୋଗ ଦେଇ ନ ଥିଲେ ନା ତାଙ୍କୁ ଡକାଯାଇ ନ ଥିଲା

ଅପରାଜିତା ହେଉଛନ୍ତି ଭୁବନେଶ୍ବରର ସାଂସଦ, ଆଉ ଭୁବନେଶ୍ବରରେ ବିଜେପିର ଏକ ଶୋଭାଯାତ୍ରା ହେଉଛି। ଏଥିରେ ସେ ନିଜେ ଯୋଗ ଦେଲେ ନାହିଁ ନା ତାଙ୍କୁ ଡକାଯାଇ ନାହିଁ ଏ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହେଲେ ବିଜେପିର ଜଣେ ଆଗଧାଡିର ନେତାଙ୍କ ଅନୁସାରେ ତାଙ୍କୁ ଏହି ଶୋଭାଯାତ୍ରା କରିବା ପାଇଁ ବାରମ୍ବାର କୁହାଯାଇଛି। ଏହାର ପ୍ରସ୍ତୁତି ବୈଠକରେ ମଧ୍ୟ ଯୋଗ ଦେବା ପାଇଁ କୁହାଯାଇଛି। ହେଲେ ପ୍ରସ୍ତୁତି ବୈଠକ ଦୂରେ ଥାଉ ମୁଖ୍ୟ ବୈଠକକୁ ମଧ୍ୟ ଆସିଲେ ନାହିଁ। ବିଜେପିରେ ବର୍ତ୍ତମାନ ଅପରାଜିତା ସମାନ୍ତରଳରେ ନିଜେ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ସେ ବିଜେପିର କୌଣସି ଆଗଧାଡିର ନେତାଙ୍କୁ ମଧ୍ୟ ଡାକନ୍ତି ନାହିଁ। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଅପରାଜିତା ଦଳୀୟ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖି ନିଜେ ସମାନ୍ତରଳରେ କାର୍ଯ୍ୟକ୍ରମ କରିବାରେ ଲାଗିଛନ୍ତି।

ପରୀ ଘଟଣାରେ ଅପରାଜିତା ଲୁଚୁଛନ୍ତି କାହିଁକି ?

ପରୀ ଘଟଣାରେ ବିଜେପି ଦୀର୍ଘ ଦିନ ଧରି ଆନ୍ଦୋଳନ କରିବାରେ ଲାଗିଛି। ଏ ନେଇ ଅନେକ ଥର ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରାଯାଇଛି। ହେଲେ ଏ ସବୁଥିରୁ ଅପରାଜିତା ନିଜକୁ ସଂପୂର୍ଣ୍ଣ ଭାବେ ଦୂରେଇ ରଖିଛନ୍ତି। ଏହାର କାରଣରେ ଦୁଇଟି କଥା ଆଲୋଚନାକୁ ଆସେ। ପ୍ରଥମ କଥା ହେଲା ଯେ, ଅପରାଜିତା ବୋଧହୁଏ ରାଜ୍ୟ ନେତାଙ୍କୁ ଖାତିରି କରିବାକୁ ଆବଶ୍ୟକତା ମନେ କରୁ ନାହାଁନ୍ତି। ଦଳୀୟ କାର୍ଯ୍ୟରେ ସେ ନିଜକୁ ସାମିଲ କରିବାକୁ ମଧ୍ୟ ଚାହୁଁ ନାହାଁନ୍ତି।

କେବଳ ପରୀ ଘଟଣା ନୁହେଁ, କାଁ ଭାଁ କେତୋଟି କାର୍ଯ୍ୟକ୍ରମକୁ ଛାଡି ଦେଲେ ଅପରାଜିତା ଅନେକ ଦଳୀୟ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରୁ ନାହାଁନ୍ତି। ଦ୍ବିତୀୟ କାରଣଟି ହୋଇପାରେ ଯେ, ପରୀ ଘଟଣାରେ ବିଜେପି କେତେ ଉପରକୁ ଉଡିପାରୁଛି ତାହାକୁ ଦୂରରେ ରହି ସେ ଗଣନା କରୁଛନ୍ତି। ସେ ବୋଧହୁଏ ଜାଣିଛନ୍ତି ଯେ ଏହି ଆନ୍ଦୋଳନରେ କୌଣସି ଫଳ ମିଳିବ ନାହିଁ। ସେଥିପାଇଁ ଘଟଣାରେ ଜଡିତ ରହି ଲୋକହସା ହେବା ଅପେକ୍ଷା  ନିଜକୁ ଦୂରେଇ ରଖିବା ଭଲ ବୋଲି ଅପରାଜିତା ଭାବି ନେଇଛନ୍ତି।

ବିଜେପି ନେତାଙ୍କ ଭୁବନେଶ୍ବରରେ ବନାମ ଅପରାଜିତାଙ୍କ ଯାଜପୁରରେ ଶୋଭାଯାତ୍ରା

ରାଜ୍ୟ ବିଜେପିର ତୁଙ୍ଗ ନେତାଙ୍କ ସହିତ ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ପ୍ରମୁଖ ଲିଙ୍ଗରାଜ ମନ୍ଦିର ସାମନାରେ ଗର୍ଜନ କରିଥିଲେ। ସେଠାରୁ ଶତାଧିକ କର୍ମି ପରୀକୁ ନ୍ୟାୟ ଶୋଭାଯାତ୍ରାରେ ବାହାରିଥିଲେ। ଠିକ୍ ସେତିକି ବେଳେ ଅପରାଜିତା ଷଡଙ୍ଗୀ ଭୁବନେଶ୍ବର ଛାଡି ଯାଜପୁରରେ ଶୋଭାଯାତ୍ରା କରୁଥିଲେ। ବିଜେଡିର ଶକ୍ତିଶାଳି ନେତା ବବି ଦାସଙ୍କ ଗଡରେ ଅପରାଜିତାଙ୍କ ଏହି ଶୋଭାଯାତ୍ରାକୁ ନେଇ ବିଭିନ୍ନ ପ୍ରଶ୍ନ ମଧ୍ୟ ସୃଷ୍ଟି ହେବାରେ ଲାଗିଛି। କାରଣ କୌଣସି ଉଦ୍ଦେଶ୍ୟ ନ ଥାଇ ଏପରି ଶୋଭାଯାତ୍ରା କରିବା ପଛରେ କାରଣ ହେଉଛି ନିଜକୁ ପରୀ ଘଟଣାରୁ ଦୂରେଇ ରଖିବା। ଭୁବନେଶ୍ବରରୁ ଦୂରରେ ରହିବା ପାଇଁ ଏହା ଥିଲା ଅପରାଡିତାଙ୍କ ଏକ ବାହାନା ଶୋଭାଯାତ୍ରା

ତେବେ ଅପରାଜିତାଙ୍କ ପରୀ ଶୋଭାଯାତ୍ରାରେ ଯୋଗ ନ ଦେବାକୁ ନେଇ ପୁରା ବିଜେପି ନେତୃ ମଣ୍ଡଳରେ ଟୁପୁରୁଟାପର ଆରମ୍ଭ ହୋଇଛି। ଏପରିକି ରାଜ୍ୟ ରାଜନୀତିରେ ମଧ୍ୟ ବେଶ୍ ସମାଲୋଚନା ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ଓଡିଶାରେ ପୁରା ବିଜେପି ଗୋଟିଏ ପଟେ ଯାଉଥିବା ବେଳେ ଅପରାଜିତାଙ୍କ ବିଜେପି ଆଉ ଗୋଟେ ପଟେ ଯାଉଛି। ଏପରି କାର୍ଯ୍ୟକୁ ନେଇ ରାଜ୍ୟ ବିଜେପି ବର୍ତ୍ତମାନ ସାଧାରଣରେ ସମାଲୋଚିତ ହେବାରେ ଲାଗିଛି, ଯାହା ଦଳର ଭବିଷ୍ୟତ ପାଇଁ ଭଲ ନୁହେଁ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ହ୍ରାସ ପାଉଥିବା ପତିୟାରା ପ୍ରତିଷ୍ଠା ପାଇଁ ଧର୍ମେନ୍ଦ୍ରଙ୍କର ନୂଆ ରଣନୀତି, ଏକା ଡାକିଲେ ବିଧାୟକଙ୍କ ବୈଠକ

ଭୁବନେଶ୍ବର, କିଛିଦିନ ତଳେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ବିଧାୟକ ଦଳର ବୈଠକ ଡାକିଥିଲେ। କେନ୍ଦ୍ରମନ୍ତ୍ରୀ ତଥା ରାଜ୍ୟ ନେତା ଭାବେ ସେ ବିଧାୟକ ଦଳର ବୈଠକ ଡାକିବାରେ କୌଣସି ଅସୁବିଧା ନାହିଁ। ହେଲେ ଅସୁବିଧା ହେଲା ଯେ, ସେ ଯେଉଁ ସମୟରେ ଏହି ବୈଠକ ଆହ୍ବାନ କଲେ। କାରଣ ବିଧାନସଭା ପୂର୍ବରୁ ସବୁ ଦଳ, ଗୃହ ଭିତରେ କଣ ରଣନୀତି ହେବ ସେ ନେଇ ବୈଠକ କରିଥାନ୍ତି। ସାଧାରଣତଃ ଏହି ବୈଠକ ବିଧାନସଭା ପୂର୍ବରୁ କରାଯାଇଥାଏ। ହେଲେ ବିଧାନସଭା ହେବାର ବହୁ ଦିନ ପରେ ଧର୍ମେନ୍ଦ୍ର ଏପରି ବୈଠକ କରିବାର କଣ ଆବଶ୍ୟକତା ଥିଲା। ତାହାକୁ ନେଇ ବର୍ତ୍ତମାନ ସୃଷ୍ଟି ହୋଇଛି ଚର୍ଚ୍ଚା।

ସାଧାରଣରେ ଗୋଟିଏ ଆଲୋଚନା ହେଉଛି ଯେ, ବର୍ତ୍ତମାନ ଦଳ ଭିତରେ ଧର୍ମେନ୍ଦ୍ରଙ୍କ ପତିୟାରା କମିବାରେ ଲାଗିଛି। ସେଥିପାଇଁ ସେ ନିଜର ଶକ୍ତିକୁ ବଜାଇ ରଖିବା ପାଇଁ କୁଆଡେ ଏପରି ଅବେଳାରେ ବିଧାୟକ ଦଳର ବୈଠକ ଡାକିଥିଲେ। ସେହିପରି ଏହି ବୈଠକକୁ ନେଇ ଆଉ ଏକ ପ୍ରଶ୍ନବାଚୀ ମଧ୍ୟ ସୃଷ୍ଟି ହୋଇଛି। ତାହା ହେଲା ଯେ, ଏହି ବିଧାୟକ ଦଳ ବୈଠକରେ ସବୁ ବିଜେପି ବିଧାୟକଙ୍କ ସହିତ ଧର୍ମେନ୍ଦ୍ର ଏବଂ ରାଜ୍ୟ ସଭାପତି ସମୀର ମହାନ୍ତି ଥିଲେ। ହେଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଡକାଯାଇ ନ ଥିଲା। ପ୍ରକୃତରେ ତାଙ୍କୁ ଡକା ଯାଇ ନ ଥିଲା କି ସେ ଆସିପାରି ନ ଥିଲେ ତାହା ଭିନ୍ନ କଥା। ହେଲେ ସେହି ବୈଠକରେ ଅପରାଜିତା ଅନୁପସ୍ଥିତ ଥିଲେ। ଯାହାକୁ ନେଇ ରାଜନୈତିକ ମହଲ ଭିନ୍ନ ରଂଗ ଦେବାରେ ଲାଗିଛି।

ନିକଟରେ ଦଳରେ ଖୋର୍ଦ୍ଧା ଜିଲ୍ଲା ସଭାପତିଙ୍କୁ ନେଇ ଯେପରି ନାଟକବାଜୀ ହେଲା ତାହା ବର୍ତ୍ତମାନ ଓଡିଶା ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। କାରଣ ଖୋର୍ଦ୍ଧା ଜିଲ୍ଲାର ସଭାପତି ଥିବା ରଶ୍ମୀରଂଜନ ମହାପାତ୍ରଙ୍କୁ ଦଳ ବିରୋଧୀ କାମ ପାଇଁ ସଭାପତି ପଦରୁ ହାଠାତ ହଟାଇ ଦିଆଯାଇ ଯତୀନ ମହାନ୍ତିଙ୍କୁ ନିଯୁକ୍ତ କରାଗଲା। ରାଜନୈତିକ ମହଲରେ ସମସ୍ତେ ଜାଣନ୍ତି ଯତୀନ ମହାନ୍ତି ଧର୍ମେନ୍ଦ୍ରଙ୍କ ଲୋକ ଏବଂ ରଶ୍ମୀରଂଜନ ହେଉଛନ୍ତି ଅପରାଜିତାଙ୍କ ଲୋକ।

ରଶ୍ମୀରଂଜନଙ୍କୁ ଯେତେବଳେ ସଭାପତି କରିବା ପାଇଁ ପ୍ରସ୍ତାବ ଗଲା ସେତେବେଳେ କୁଆଡେ ଧର୍ମେନ୍ଦ୍ର ବିରୋଧ କରିଥିଲେ। ହେଲେ ତାଙ୍କର ବିରୋଧ ସତ୍ବେ ରଶ୍ମୀଙ୍କୁ ସଭାପତି କରିବା ପାଇଁ ଅପରାଜିତା ଅଡି ବସିଥିଲେ ଆଉ ସଫଳ ମଧ୍ୟ ହେଲେ।ସେହି ରାଗରେ କିଛି ମାସ ପରେ ଧର୍ମେନ୍ଦ୍ର ଗୋଟି ଚାଳନା କରି ତାଙ୍କୁ ସଭାପତି ପଦରୁ ବାହାର କରି ଲୋକହସା ମଧ୍ୟ ହେଲେ। କାରଣ ସେ ଯାହାକୁ ସଭାପତି ଭାବେ ନିଯୁକ୍ତ କଲେ ତାଙ୍କୁ ଆଠଦିନ ପରେ ବାହାର କରାଗଲା। ପୁଣି ରଶ୍ମୀରଂଜନ ମହାପାତ୍ରଙ୍କୁ ସଭାପତି ଭାବେ ପୁନଃସ୍ଥାପିତ କରାଗଲା।

ଏହି ଘଟଣା ବାହାରକୁ ଜଣାପଡି ନ ଥିଲେ ମଧ୍ୟ ରାଜ୍ୟ ବିଜେପିରେ ଶକ୍ତିଶାଳୀ ଧର୍ମେନ୍ଦ୍ର ପ୍ରଧାନ ଗୋଷ୍ଠୀଙ୍କ ମୁଣ୍ଡ ଖରାପ କରିଦେଇଛି। ଖୋଦ ଧର୍ମେନ୍ଦ୍ରଙ୍କୁ ମଧ୍ୟ ବଡ ଧକ୍କା ଲାଗିଛି। ମୁଖ୍ୟତଃ ତିନୋଟି କାରଣ ନେଇ ଧର୍ମେନ୍ଦ୍ର ବେଶ୍ ବ୍ୟଥିତ ହୋଇଛନ୍ତି। ପ୍ରଥମରେ ତାଙ୍କ ଦ୍ବାରା ନିଯୁକ୍ତ ସଭାପତିଙ୍କୁ ସେ ସୁରକ୍ଷା ଦେଇପାରିଲେ ନାହିଁ। ଦ୍ବିତୀୟରେ ସେ ଯାହାକୁ ବାହାର କରିଥିଲେ ତାଙ୍କୁ ପୁଣି ନିଯୁକ୍ତି ଦିଆଗଲା।

ଅନ୍ତତଃ ପକ୍ଷେ ଆଉ ନୂଆ ଜଣଙ୍କୁ ସଭାପତି କରାଯାଇ ଥିଲେ ହୁଏତ ଧର୍ମେନ୍ଦ୍ରଙ୍କର ପତିୟାରା ଅକ୍ଷୁର୍ଣ୍ଣ ରହିଥାଆନ୍ତା। ତାହା ମଧ୍ୟ ହୋଇପାରିଲା ନାହିଁ। ତୃତୀୟରେ ଏହି ଘଟଣାଟି ଧର୍ମେନ୍ଦ୍ରଙ୍କର ପତିୟାରା ହ୍ରାସ କଲା ବୋଲି  ହାଟରେ ପଡି ଘାଟରେ ଗଡିଲା। ଯାହା ତାଙ୍କୁ ବହୁ ମାତ୍ରାରେ ବ୍ୟତିଥ କରିଦେଇଛି। ଅପରାଜିତ ଦଳରେ ଯୋଗଦେବା ପୂର୍ବରୁ ଏମିତି କେବେ ହୋଇ ନ ଥିଲା।

ଏ ସବୁ ଘଟଣା ଭିତରେ ଧର୍ମେନ୍ଦ୍ର ବର୍ତ୍ତମାନ ନିଜର ପତିୟାରାକୁ ପ୍ରତିଷ୍ଠା କରି ଅପରାଜିତାକୁ କଣଠୋସା କରିବା ପାଇଁ ଏକ ନୂଆ ରଣ କୌଶଳ ଆରମ୍ଭ କରିଛନ୍ତି। ଭିନ୍ନ ପ୍ରସଂଗରେ ବିଜେପି ବିଧାୟକମାନଙ୍କ ବୈଠକ ଡାକି ନିଜର ଭାବମୂର୍ତ୍ତିକୁ ସଜାଡିବାରେ ଲାଗିପଡିଛନ୍ତି। ଏହାପରେ ସେ ବର୍ତ୍ତମାନ ପୁରା ବିଜେପି ନେତାମାନଙ୍କୁ କିପରି ହାତରେ ରଖିବେ ସେ ନେଇ ମଧ୍ୟ ରଣନୀତି ପ୍ରସ୍ତୁତ କରିସାରିଲେଣି। କାରଣ ଧର୍ମେନ୍ଦ୍ର ଥରେ ଧକ୍କା ଖାଇଛନ୍ତି ମାନେ ସେ ଭିତରେ ଭିତରେ ଘାଇଲା ବାଘ ପରି ହେବାରେ ଲାଗିଛନ୍ତି ।

ଅନ୍ୟପଟେ ଏସବୁ ଘଟଣା ସଂପର୍କରେ ଅବଗତ ହେବାରେ ଲାଗିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। ସେ ମଧ୍ୟ ଦଳ ଭିତରେ ନିଜ ପତିୟାରା ଜାହିର ପାଇଁ ଆରମ୍ଭ କରିଛନ୍ତି ନୂଆ ରଣନୀତି। ତେବେ ବିଜେପିର ଏପରି ଡ୍ରାମାବାଜିକୁ ନେଇ ଗୋଟିଏ ଗୋଷ୍ଠୀ ବେଶ୍ ଉତଫୁଲିତ ଅଛନ୍ତି। ସେହି ଗୋଷ୍ଠୀଟି ହେଲା , ଆମେ ନା ଧର୍ମେନ୍ଦ୍ର, ଆମେ ନା ଅପରାଜିତା।

Categories
ଜାତୀୟ ଖବର ବିଶେଷ ଖବର

ସାଂସଦ ଅପରାଜିତା ଷଡଙ୍ଗୀ ବିରୋଧରେ କୋଭିଡ19 ଉଲ୍ଲଘଂନ ଅଭିଯୋଗ ଆଣିଲେ ରାଜ୍ୟ ସରକାର

ଭୁବନେଶ୍ବର, ଗତ ଗୁରୁବାର ଦିନ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଜନ୍ମଦିନରେ କୋଭିଡ19 ଆଇନ ଉଲ୍ଲଘଂନ ହୋଇଛି। ଏହିପରି ଅଭିଯୋଗ କରିଛନ୍ତି ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ସେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାଇଙ୍କୁ ଏକ ଚିଠି ଲେଖି ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାର ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦିବ୍ୟଶଙ୍କର ଲେଖିଛନ୍ତି।

ଚିଠି ସହିତ ସେ ଏକ ଭିଡିଓ ମଧ୍ୟ ପଠାଇଛନ୍ତି। ଏଥିରେ ଉଲ୍ଲେଖ କରିଛନ୍ତି ଭୁବନେଶ୍ବର ସାଂସଦ ତାଙ୍କ ଜନ୍ମଦିନ ପାର୍ଟିରେ ବହୁ ମହିଳାଙ୍କ ସମାଗମ ହୋଇଥିଲା। ଏଥିରେ କେହି ହେଲେ ମାସ୍କ ପରିଧାନ କରି ନ ଥିଲେ। ଏକାଠି ସମସ୍ତେ ନାଚ କରିବା ସହ କେକ ଖାଇଥିଲେ। ଏହା କୋଭିଡ19 ଆଇନର ଉଲ୍ଲଘଂନ କରୁଛି।

କେବେଳ ସେହି ଗୋଟିଏ ନୁହେଁ, ଏହିପରି ସେହି ସାଂସଦ ବାରମ୍ବାର କୋଭିଡ19 ଆଇନ ଉଲ୍ଲଘଂନ କରିବାରେ ଲଗିଛି। ସେ ନେଇ ପୂର୍ବରୁ ଗୃହ ବିଭାଗକୁ ପଦକ୍ଷେପ ନେବା ପାଇଁ ମଧ୍ୟ ଚିଠି ଲେଖାଯାଇଛି। ହେଲେ ବିଭାଗ କୌଣସି ପଦକ୍ଷେପ ନ ନେବାରୁ ସେ ବାରମ୍ବାର ଏପରି କରୁଛନ୍ତି ବୋଲି ଦିବ୍ୟଶଙ୍କର ଲେଖିଛନ୍ତି।

ବର୍ତ୍ତମାନ ଭୁବନେଶ୍ବର କରୋନା ସଂକ୍ରାମଣରେ ହଟସ୍ପଟ ହୋଇ ରହିଛି। ରାଜ୍ୟ ସରକାର ସାମାଜିକ ଦୂରତା ସହିତ ମାସ୍କ ପିନ୍ଧିବାକୁ ଲୋକଙ୍କୁ ସଚେତନ କରୁଛନ୍ତି। ଯେଉଁମାନେ ଏହି ଆଇନି ଉଲ୍ଲଘଂନ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି। ସେହି ହିସାବରେ ସାଂସଦଙ୍କ ବିରୋଧରେ କେନ୍ଦ୍ର ଗୃହ ବିଭାଗ ନିୟମ ଅନୁସାରେ ପଦକ୍ଷେପ ନିଅନ୍ତୁ ବୋଲି ଦିବ୍ୟଶଙ୍କର ଚିଠିରେ ଉଲ୍ଲେଖ କରିଛନ୍ତି।

ଏ ସଂପର୍କରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Categories
ବିଶେଷ ଖବର ରାଜ୍ୟ ଖବର

ଡେଣା ମେଲାଇଲେ ସାଂସଦ ଅପରାଜିତା ଷଡଙ୍ଗୀ, ଜାତୀୟ ଚ୍ୟାନେଲରୁ ଆରମ୍ଭ ହେଲା ଇନିଂସ୍

ସମକ୍ଷା ବ୍ୟୁରୋ

ଭୁବନେଶ୍ବର, ବର୍ତ୍ତମାନ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ଆରମ୍ଭ ହୋଇଛି ଚର୍ଚ୍ଚା। କାରଣ ଅପରାଜିତ ରାଷ୍ଟୀୟ ପ୍ରବକ୍ତା ଭାବେ ନିଯୁକ୍ତ ପାଇବା ପରେ ଜାତୀୟ ଗଣମାଧ୍ୟମ ଡିବେଟରେ ଅଂଶଗ୍ରହଣ କରୁଛନ୍ତି। ସେ ପ୍ରଥମ ଥର ପାଇଁ ଏକାଥରେ ତିନୋଟି ନାମକରା ଗଣମାଧ୍ୟମ ‘ଜୀ ନ୍ୟୁଜ’, ‘ଆଜତକ୍’ ଏବଂ ‘ଟାଇମସ ନାଓ’ ରେ ଅଂଶ ଗ୍ରହଣ କରିଥିଲେ। ଏସବୁ ଚ୍ୟାନେଲର ବିଷୟ ଥିଲା ଉତ୍ତର ପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ମାମଲା। ଅପରାଜିତା ଏଥିରେ ଭାଗ ନେଇ ନିଜ ଦଳ ସପକ୍ଷରେ ଉଚିତ ଜବାବ ଦେବାରେ ସମକ୍ଷମ ହୋଇପାରିଛନ୍ତି।

ତେବେ ପ୍ରଥମ ଥର ପାଇଁ ଡିବେଟରେ ଅଂଶ ଗ୍ରହଣ କରୁଥିବାରୁ ଅନ୍ୟ ଦଳର ପ୍ରବକ୍ତାମାନଙ୍କ ପାଇଁ ସେ ନୂଆ ଥିଲେ। ଫଳରେ ଅପରାଜିତାଙ୍କୁ ‘ଆଜତକ’ ଚ୍ୟାନେଲରେ କଂଗ୍ରେସ ପ୍ରବକ୍ତା ପବନ ଖେରା ଅଡୁଆରେ ପକାଇ ଦେଇଥିଲେ। ପବନ ସିଧା ପ୍ରସାରଣରେ କହିଥିଲେ ଯେ ବିଜେପିର ମହିଳା ଜଣଙ୍କ କିଏ ସେ, ତାଙ୍କ ନାମ କଣ ସେ ଜାଣନ୍ତି ନାହିଁ, ସେ କେଉଁ ରାଜ୍ୟରୁ ଆସିଛନ୍ତି ତାହା ମଧ୍ୟ ଜାଣି ନାହିଁ। ଏପରି କଥା ଅପରାଜିତାଙ୍କୁ ଅଡୁଆରେ ପକାଇ ଦେଇଥିଲେ ମଧ୍ୟ ସେ ତାହାର ଉଚିତ ଜବାବ ଦେଇଥିଲେ। ତାଙ୍କର ଉତ୍ତର ଥିଲା ଆପଣଙ୍କର କିଛି ଜାଣିବାର ଆବଶ୍ୟକତା ନାହିଁ।

ବର୍ତ୍ତମାନ ରାଷ୍ଟ୍ରୀୟ ପ୍ରବକ୍ତା ହେବା ପରେ ଅପରାଜିତା ଧିରେ ଧିରେ ଜାତୀୟ ଗଣମାଧ୍ୟମ ମାଧ୍ୟମରେ ନିଜର ସ୍ଥିତି ମଜବୁତ କରିବେ। କାରଣ ଅପରାଜିତାଙ୍କ ଯେଉଁ ଦକ୍ଷତା ସହ ପ୍ରଶାସନିକ ଅଭିଜ୍ଞତା ରହିଛି ତାହା ନିଶ୍ଚିତ ତାଙ୍କୁ ଉପରକୁ ନେବାରେ ସକ୍ଷମ ହେବ। ହେଲେ ଏହାକୁ ନେଇ ବିଜେପିର ଗୋଟିଏ ଶକ୍ତିଶାଳି ଗୋଷ୍ଠୀ କୁଆଡେ ଭାରି ଉତକ୍ଷିପ୍ତ। କାରଣ ସେମାନେ ଚାହୁଁ ନାହାଁନ୍ତି ଯେ ଅପରାଜିତା ଏପରି ଲୋକପ୍ରିୟତା ହାସଲ କରନ୍ତୁ।ଯେଉଁଦିନ ଅପରାଜିତାଙ୍କୁ ଭୁବନେଶ୍ବର ସାଂସଦ ଭାବେ ଟିକେଟ ମିଳିଲା, ସେହି ଦିନଠାରୁ ଦଳ ଭିତରେ ତାଙ୍କୁ ପରୋକ୍ଷରେ ବିରୋଧ କରିବା ଆରମ୍ଭ ହୋଇ ଯାଇଥିଲା। ଅନେକ ତାଙ୍କର ପକ୍ଷ ଛେଦନ ପାଇଁ ଚେଷ୍ଠା କରୁଥିଲେ ମଧ୍ୟ ଦିଲ୍ଲୀ ଲବି ବଳରେ ସେ ଗୋଟିଏ ପରେ ଗୋଟିଏ ପାହାଚ ଚଢିବାରେ ଲାଗିଛନ୍ତି। ଟିକେଟ ନ ପାଇବାଠାରୁ ଆରମ୍ଭ କରି ନିର୍ବାଚନରେ ହାରିବା ପର୍ଯ୍ୟନ୍ତ ଅନେକ ବିରୋଧି କାର୍ଯ୍ୟ ଦଳ ଭିତରେ ହୋଇଛି।

ସେହିପରି ଦଳ ଭିତରେ କିପରି ସେ ଗୁରୁତ୍ବହୀନ ହେବେ ସେ ନେଇ ମଧ୍ୟ କେତେକ ରିତିମତ ଲାଗି ପଡିଛନ୍ତି। ଏପରିକି ଜେ ପି ନଡ୍ଡାଙ୍କ ନୂଆ ଟିମରେ ଅପରାଜିତ କିପରି ଗୁରୁତ୍ବପୂର୍ଣ୍ଣ ସ୍ଥାନ ନ ପାଆନ୍ତୁ ତାହା ମଧ୍ୟ ଅପଚେଷ୍ଠା କରାଯାଇଥିଲା। ହେଲେ ସେସବୁକୁ ପଛରେ ପକାଇ ସେ ଦଳ ଭିତରେ ନିଜର ସ୍ଥିତିକୁ ମଜବୁତ କରିବାରେ ଲାଗିଛନ୍ତି।

ବିଜେପିର କେତେକ ନେତାଙ୍କ ଭିତିରିଆ କଥା ଯଦି ସତ ବୋଲି ଗ୍ରହଣ କରାଯାଏ ତେବେ ତାହା ବଡ ବିସ୍ପୋରକ ହେବ ହେବ ବୋଲି ଆଶଙ୍କା କରାଯିବ। ତାହା ହେଲା ଅପରାଜିତାଙ୍କୁ କୁଆଡେ ରାଜ୍ୟ ବିଜେପିରେ କଣ ସବୁ ଘଟୁଛି ତାହା ଦିଲ୍ଲୀ ଦରବାରରେ ରିର୍ପୋଟ କରିବା ପାଇଁ କୁହାଯାଇଛି। ଏହି କଥା ପଦାକୁ ଆସିବା ପରେ ବିଜେପିର କେତେକ ନେତାଙ୍କ ଭିତରେ ଛାନିଆ ମଧ୍ୟ ପଶିଯାଇଛି। ସେତେକି ନୁହେଁ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ବେଳେ ମଧ୍ୟ ଓଡିଶାରୁ ଅପରାଜିତା କିମ୍ବା ଅଶ୍ବନୀ ବୈଷ୍ଣବଙ୍କୁ ମନ୍ତ୍ରୀ ପଦ ମିଳିପାରେ ବୋଲି ଏହି ନେତାମାନେ ଆଶଙ୍କା କରିଛନ୍ତି। ଫଳରେ ସେମାନେ ବର୍ତ୍ତମାନ ଅପରାଜିତାଙ୍କୁ ବିରୋଧ ନ କରି ତାଙ୍କ ଶିବିରକୁ ଡେଇଁବାରେ ଲାଗିଛନ୍ତି।

ଯାହା ହେଲେ ମଧ୍ୟ ବର୍ତ୍ତମାନ ରାଜ୍ୟ ବିଜେପିର ଅପରାଜିତା ଆଉ ଅପରିଚିତା ହୋଇ ନାହାଁନ୍ତି। ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ସେ ଦଳ ଭିତରେ ନିଜର ସ୍ଥିତିକୁ ମଜବୁତ କରିପାରିବେ ଏଥିରେ ସନ୍ଦେହ ନାହିଁ। ଫଳରେ ଓଡିଶା ରାଜନୀତିରେ ଅପରାଜିତା ଷଡଙ୍ଗୀ ଏକ ବଡ ଫ୍ୟାକ୍ଟର ଭାବେ ଉଭା ହେବେ ତାହା ନିଶ୍ଚିତ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ସିଏଜି ଗିରିଶ ମୂର୍ମୁଙ୍କୁ ଅଭିନନ୍ଦନ ଜଣାଇଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ

ନୂଆଦିଲ୍ଲୀ, ଆଜି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଥମ ଓଡିଆ ସିଏଜି ଗିରିଶ ଚନ୍ଦ୍ର ମୂର୍ମୁଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ନୂଆଦିଲ୍ଲୀସ୍ଥିତ ସିଏଜି କାର୍ଯ୍ୟାଳରେ ଅପରାଜିତା ତାଙ୍କ ଭେଟି ବିଭିନ୍ନ ପ୍ରସଂଗରେ ମଧ୍ୟ ଆଲୋଚନା କରିଛନ୍ତି। ଜଣେ ଓଡିଆ ଭାବେ ଗିରିଶ ଏହି ପଦବୀରେ ଅଧିଷ୍ଠିତ ହୋଇଥିବାରୁ ସେ ତାଙ୍କର ଖୁସି ବ୍ୟକ୍ତ ମଧ୍ୟ କରିଛନ୍ତି।

ଗୁଜୁରାଟ କ୍ୟାଡର ଓଡିଆ ଆଇଏଏସ ଅଫିସର ଗିରିଶ ମୂର୍ମୁ ଗୁଜୁରାଟର ବହୁ ଉଚ୍ଚ ପଦବୀରେ କାର୍ଯ୍ୟ କରିଥିଲେ। ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ବେଶ୍ ସଚ୍ଚୋଟତାର ସହ କାର୍ଯ୍ୟ କରିଥିଲେ। ନିକଟରେ ଗିରିଶ ଜାମ୍ମୁ କାଶ୍ମୀରର ଉପରାଜ୍ୟପାଳ ଭାବେ ମଧ୍ୟ ନିଯୁକ୍ତ ହୋଇଥିଲେ। ହେଲେ ସେ ସେହି ପଦବୀରୁ ଇସ୍ତଫା ଦେଇ ସିଏଜି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।

 

Categories
ଆଜିର ଖବର ଜାତୀୟ ଖବର ବ୍ୟବସାୟ ରାଜ୍ୟ ଖବର

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସାକ୍ଷତ କରିଛନ୍ତି। ଏହି ଅବସରରେ ଅପରାଜିତା 3ଟି ଆସୋସିଏସନ Odisha-UCO Bank Retirees, EPF Pensioners and NABARD Retired employees, ର ବିଭିନ୍ନ ସମସ୍ୟା ବିଷୟରେ ବିଶେଷ ଆଲୋଚନା କରିଛନ୍ତି। ଏମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଅପରାଜିତା ସୀତାରମଣଙ୍କୁ ଅନୁରୋଧ କରିଥିଲେ। ବିତ୍ତ ମନ୍ତ୍ରଣାଳୟ ଏହି ସମସ୍ୟା ଗୁଡିକ ସମାଧାନ ଦିଗରେ ଆବଶକୀୟ ପଦକ୍ଷେପ ନେବ ବୋଲି ଅପରାଜିତା ଆଶା ରଖିଛନ୍ତି।

Categories
ଆଜିର ଖବର ଆଞ୍ଚଳିକ

ଭୂଷଣ୍ଡପୁର ମା’ ଉଗ୍ରତାରା ପୀଠରେ ସୌରଚାଳିତ ଆଲୋକିକରଣକୁ ସାଂସଦ ଅପରାଜିତା କଲେ ଉଦଘାଟନ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ବହୁଦିନ ପ୍ରତିକ୍ଷାର ଅନ୍ତ ଘଟିଛି। ଆଜି ଖୋର୍ଦ୍ଧା ଜିଲ୍ଲା ଭୂଷଣ୍ଡପୁରର ଶକ୍ତିପୀଠ ମା’ ଉଗ୍ରତାରାଙ୍କ ପୀଠକୁ ସୌରଚାଳିତ ବିଦ୍ୟୁତ ଆଲୋକିକରଣର ଶୁଭ ଉଦଘାଟନ ହୋଇଯାଇଛି। ଏହାକୁ ଉଦଘାଟନ କରିଛନ୍ତି ଭୂବନେଶ୍ୱର ସାସଂଦ ଅପରାଜିତା ଷଡ଼ଙ୍ଗୀ। ଜାତୀୟ ରାଜପଥ ଠାରୁ ମା ଉଗ୍ରତାରା ପୀଠ ରାସ୍ତାର ଦୁଇ ପାର୍ଶ୍ଵରେ ୧୦୦ଟି ସୌର ଚାଳିତ ଷ୍ଟ୍ରିଟ ଲାଇଟ ଲାଗିଥିବା ବେଳେ ଦୁଇଟି ବଡ ହାଇମାକ୍ସ ଲାଇଟ ମନ୍ଦିର ପରସରରେ ଲାଗିଛି।

ଏଜିଏମ ଗ୍ରୀନ ଏନର୍ଜି ସହଯୋଗ ରେ ସାସଂଦ ଅପରାଜିତା ଷଡ଼ଙ୍ଗୀଙ୍କ ସାସଂଦ ପାଣ୍ଠି ଅନୁଦାନରେ ୨୫ଲକ୍ଷ ଟଙ୍କା ବ୍ୟୟବରାଦରେ ଆଲୋକିକରଣର ବ୍ୟବସ୍ଥା ହୋଇଛି। ଏହା ସହିତ ମା ଉଗ୍ରତାରାଙ୍କ ପୀଠରେ ଥିବା ପୋଖରୀର ପୁନ୍ଃରୁଦ୍ଧାର କରିବା ପାଇଁ ମଧ୍ୟ ସାସଂଦଙ୍କ ପାଣ୍ଠିରୁ ବ୍ୟୟବରାଦ କରାଯାଇଥିବା ସାସଂଦ ପ୍ରକାଶ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ବିଜେପି ସଭାପତି ରଶ୍ମିରଂଜନ ମହାପାତ୍ର, ସାଂସଦ ପ୍ରତିନିଧି ପ୍ରଦୋଷ ହରିଚନ୍ଦନ, ଖୋର୍ଦ୍ଧା ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଆଶିଷ ବରିସଲ ଏବଂ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ।

Categories
ଆଞ୍ଚଳିକ

ଭିଡିଓ କନଫେରେନସ୍ ମାଧ୍ୟମରେ ଟାଙ୍ଗୀ ବ୍ଲକରେ କଂକ୍ରିଟ୍ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନା କଲେ ସାଂସଦ ଅପରାଜିତା ଷଡଙ୍ଗୀ

ସୀତାରାମ ଅଗ୍ରୱାଲ

ଟାଙ୍ଗୀ: ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ବଳରାମପୁର ସାହିକୁ କଂକ୍ରିଟ୍ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନା କରାଯାଇଛି। ଭିଡିଓ କନଫେରେନସ୍ ମାଧ୍ୟମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଉପସ୍ଥିତିରେ ଏହି ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନା କରାଯାଇଛି। ଭୁବନେଶ୍ୱର ସାଂସଦଙ୍କ ହାତ ପାଣ୍ଠିରୁ ମଂଜୁର ହୋଇଥିବା ୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଶ୍ରୀ ଶ୍ରୀ ବଳରାମ ଦେବଙ୍କ ମନ୍ଦିର ନିକଟରୁ ବଳରାମ ପୁର ସାହିକୁ ଏହି କଂକ୍ରିଟ୍ ରାସ୍ତା ନିର୍ମାଣ କରାଯିବ। ଆସନ୍ତା ସେପ୍ଟେମ୍ବର ମାସ ୫ ତାରିଖରେ ଏହି ରାସ୍ତାର ଶୁଭ ଉଦଘାଟନ ହେବାକୁ ସ୍ଥିର କରାଯାଇଛି। ଦୀର୍ଘ ବର୍ଷ ହେଲା ଏହି ରାସ୍ତା ନିର୍ମାଣ କରାଯିବା ପାଇଁ ସ୍ଥାନୀୟ ଲୋକ ମାନେ ଦାବି କରି ଆସୁଥିଲେ। ମାତ୍ର କୌଣସି ରାଜନେତା କିମ୍ବା ସ୍ଥାନୀୟ ପ୍ରଶାସନ ଏଥିପ୍ରତି କେହି ଦୃଷ୍ଟି ଦେଉ ନଥିବା ସାହି ବାସିନ୍ଦା ମାନେ ଅଭିଯୋଗ କରିଛନ୍ତି।

ଆଜିର ଏହି କାର୍ଯ୍ୟକ୍ରମରେ ବିଜେପିର ବରିଷ୍ଠ ନେତା ରଘୁନାଥ ସାହୁ, ସାଂସଦ ପ୍ରତିନିଧୀ ପ୍ରଦୋଶ ହରି ଚନ୍ଦନ, ସମିତି ସଭ୍ୟ ବିବି ସାହୁ, ବିଜେପି ଯୁବ ନେତା ଗୀରିଶ ବେହେରା, ପ୍ରଭାସ ପ୍ରଧାନ, କୃଷ୍ଣ ଚନ୍ଦ୍ର ସାହୁଙ୍କ ସମେତ ଅନେକ ନେତୃସ୍ଥାନୀୟ ବ୍ୟକ୍ତିମାନେ କୋଭିଡ୍ କଟକଣାକୁ ପାଳନ କରି ଯୋଗ ଦେଇଥିଲେ। ସେହିଭଳି ଟାଙ୍ଗୀ ରତ୍ନମାଳୀ ପାଟଣାର ସରୋଜ କୁମାର ପାଇକରାୟଙ୍କ ବାସ ଗ୍ରୁହ ନିକଟରୁ ସାଂସଦଙ୍କ ହାତ ପାଣ୍ଠିରୁ ୨ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି।