ସାଂସଦ ଅପରାଜିତା ଷଡଙ୍ଗୀ ବିରୋଧରେ କୋଭିଡ19 ଉଲ୍ଲଘଂନ ଅଭିଯୋଗ ଆଣିଲେ ରାଜ୍ୟ ସରକାର

Published: Oct 9, 2020, 7:23 pm IST

ଭୁବନେଶ୍ବର, ଗତ ଗୁରୁବାର ଦିନ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଜନ୍ମଦିନରେ କୋଭିଡ19 ଆଇନ ଉଲ୍ଲଘଂନ ହୋଇଛି। ଏହିପରି ଅଭିଯୋଗ କରିଛନ୍ତି ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ସେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାଇଙ୍କୁ ଏକ ଚିଠି ଲେଖି ଅଭିଯୋଗ କରିଛନ୍ତି। କେନ୍ଦ୍ର ସରକାର ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ଦିବ୍ୟଶଙ୍କର ଲେଖିଛନ୍ତି।

ଚିଠି ସହିତ ସେ ଏକ ଭିଡିଓ ମଧ୍ୟ ପଠାଇଛନ୍ତି। ଏଥିରେ ଉଲ୍ଲେଖ କରିଛନ୍ତି ଭୁବନେଶ୍ବର ସାଂସଦ ତାଙ୍କ ଜନ୍ମଦିନ ପାର୍ଟିରେ ବହୁ ମହିଳାଙ୍କ ସମାଗମ ହୋଇଥିଲା। ଏଥିରେ କେହି ହେଲେ ମାସ୍କ ପରିଧାନ କରି ନ ଥିଲେ। ଏକାଠି ସମସ୍ତେ ନାଚ କରିବା ସହ କେକ ଖାଇଥିଲେ। ଏହା କୋଭିଡ19 ଆଇନର ଉଲ୍ଲଘଂନ କରୁଛି।

କେବେଳ ସେହି ଗୋଟିଏ ନୁହେଁ, ଏହିପରି ସେହି ସାଂସଦ ବାରମ୍ବାର କୋଭିଡ19 ଆଇନ ଉଲ୍ଲଘଂନ କରିବାରେ ଲଗିଛି। ସେ ନେଇ ପୂର୍ବରୁ ଗୃହ ବିଭାଗକୁ ପଦକ୍ଷେପ ନେବା ପାଇଁ ମଧ୍ୟ ଚିଠି ଲେଖାଯାଇଛି। ହେଲେ ବିଭାଗ କୌଣସି ପଦକ୍ଷେପ ନ ନେବାରୁ ସେ ବାରମ୍ବାର ଏପରି କରୁଛନ୍ତି ବୋଲି ଦିବ୍ୟଶଙ୍କର ଲେଖିଛନ୍ତି।

ବର୍ତ୍ତମାନ ଭୁବନେଶ୍ବର କରୋନା ସଂକ୍ରାମଣରେ ହଟସ୍ପଟ ହୋଇ ରହିଛି। ରାଜ୍ୟ ସରକାର ସାମାଜିକ ଦୂରତା ସହିତ ମାସ୍କ ପିନ୍ଧିବାକୁ ଲୋକଙ୍କୁ ସଚେତନ କରୁଛନ୍ତି। ଯେଉଁମାନେ ଏହି ଆଇନି ଉଲ୍ଲଘଂନ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି। ସେହି ହିସାବରେ ସାଂସଦଙ୍କ ବିରୋଧରେ କେନ୍ଦ୍ର ଗୃହ ବିଭାଗ ନିୟମ ଅନୁସାରେ ପଦକ୍ଷେପ ନିଅନ୍ତୁ ବୋଲି ଦିବ୍ୟଶଙ୍କର ଚିଠିରେ ଉଲ୍ଲେଖ କରିଛନ୍ତି।

ଏ ସଂପର୍କରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Related posts