Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୁଷ୍ଟିକର ଖାଦ୍ୟ ଉପରେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ସ୍ୱତନ୍ତ୍ର ଫୁଡ୍ ଫେଷ୍ଟ
ଆଜିର ଖବର

ପୁଷ୍ଟିକର ଖାଦ୍ୟ ଉପରେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ସ୍ୱତନ୍ତ୍ର ଫୁଡ୍ ଫେଷ୍ଟ

April 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଖାଦ୍ୟ ଏବଂ ସୁସ୍ଥ ଜୀବନ ମଣିଷ ପାଇଁ ଖୁବ୍ ଗୁରତ୍ୱପୂର୍ଣ୍ଣ। ତେବେ ବର୍ତ୍ତମାନ ସମୟରେ ରାସ୍ତାକଡରେ ମିଳୁଥିବା ରୁଚିକର ଖାଦ୍ୟ ଅପେକ୍ଷା ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବା ଅଧିକ ଗୁରୁତ୍ୱ ରଖେ। ତେଣୁ ଏ ଦିଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସମ୍  ଅଲ୍ଟିମେଟ୍ ମେଡିକେୟାରରେ ଏକ ଦିବସୀୟ ଫୁଡ୍ ଫେଷ୍ଟିଭାଲ୍ ଆୟୋଜିତ ହୋଇଯାଇଛି।

ବିଶ୍ୱ ସ୍ୱାସ୍ଥ୍ୟ ଦିବସର ଠିକ୍ ଗୋଟିଏ ଦିନ ପୂର୍ବରୁ ବୁଧବାର ଦିନ ପାରମ୍ପରିକ ପୁଷ୍ଟିକର ଖାଦ୍ୟ ଉପରେ ଗୁରୁତ୍ୱ ଦିଆଯାଇ ଆୟୋଜିତ ହୋଇଥିବା ଏହି ଫୁଡ୍ ଫେଷ୍ଟିଭାଲ୍‌ର ନାମ ରଖାଯାଇଥିଲା “ଫୁଡ୍‌, ଫିଟ୍‌ନେସ୍ ଆଣ୍ଡ ଫନ୍ ଫେଷ୍ଟିଭାଲ”।

ପାରମ୍ପରିକ ଓଡ଼ିଆ ଖାଦ୍ୟ ଏବଂ ଏଥିରେ ଥିବା ପୁଷ୍ଟିର ମାତ୍ରାକୁ ଗୁରୁତ୍ୱ ଦେବା ଏହି ଫୁଡ୍ ଫେଷ୍ଟିଭାଲ୍‌ର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ଏହି କାର୍ଯ୍ୟକ୍ରମକୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍  ମ୍ୟାନେଜମେଂଟର ଉପଦେଷ୍ଟା ତଥା ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିବା ବେଳେ ତାଙ୍କୁ ସମ୍ମମ୍‌ର ସିଇଓ ଡକ୍ଟର ଶ୍ୱେତପଦ୍ମା ଦାଶ ସ୍ୱାଗତ କରିଥିଲେ।

ଏହି ଅବସରରେ ହସ୍ପିଟାଲ୍‌ର ଚିଫ୍ ଅଫ୍ ମେଡିକାଲ୍ ସର୍ଭିସେସ୍ ଡକ୍ଟର (ବ୍ରିଗେଡିୟର୍‌) ବିରାଜ ମୋହନ ମିଶ୍ର, ବିଭିନ୍ନ ବିଭାଗର ମୁଖ୍ୟ, କନ୍‌ସଲ୍‌ଟାଂଟ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

ଏହି ଫୁଡ୍ ଫେଷ୍ଟିଭାଲ୍‌ରେ ୯ଟି ସ୍ୱତନ୍ତ୍ର କାଉଂଟର୍ ରଖାଯାଇଥିଲା ଯେଉଁଥିରେ କି ବିଭିନ୍ନ ପ୍ରକାରର ବିରିୟାନୀ, ଘିଅ ଭାତ ସହ ଚିକେନ୍ କିମ୍ବା ମଟନ୍ ତରକାରୀ, ପାରମ୍ପରିକ ପଖାଳ ସହିତ ବିଭିନ୍ନ ପ୍ରକାର ଓଡ଼ିଆ ଖାଦ୍ୟ, ବେକ୍‌ଡ ଖାଦ୍ୟ, ତନ୍ଦୁରୀ, ରୋଲ୍‌, ପରଟା ଏବଂ ବିଭିନ୍ନ ପ୍ରକାରର ସ୍ନାକ୍ସ ଯଥା ଦୋସା. ଦହିବରା ଓ ଚାଟ୍ ଇତ୍ୟାଦି ସାମିଲ୍ ରହିଥିଲା। ସେହିପରି ଅନ୍ୟ ଏକ ସ୍ୱତନ୍ତ୍ର କାଉଂଟରରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟକର ପାନୀୟ ଯେପରିକି ବେଲପଣା, ଆମ୍ବପଣା, ଲସି, ଫ୍ରୁଟ୍ ସେକ୍‌, ଲେମ୍ବୁପାଣି, ଫ୍ରେଶ୍ ଫ୍ରୁଟ୍ ଜୁସ୍ ଏବଂ ବଟର୍ ମିଲ୍କ ପ୍ରଭୃତି ସାମିଲ୍ ଥିଲା।

ରୁଚିକର ଏବଂ ପୁଷ୍ଟିକର ଖାଦ୍ୟ ସମ୍ମିଳିତ ଏହି ୧୨ ଘଂଟିଆ ଫୁଡ୍ ଫେଷ୍ଟିଭାଲ୍‌ର ସ୍ୱାଦ ଉଠାଇବା ପାଇଁ ଅନେକ ଖାଦ୍ୟପ୍ରେମୀ ଆସିଥିଲେ। ଏହି କାର୍ଯ୍ୟକ୍ରମକୁ ଫୁଡ୍ ଆଣ୍ଡ ବେଭେରେଜେସ୍ ବିଭାଗର ମୁଖ୍ୟ ସରୋଜ ସାହାଣୀ ଏବଂ ଲିଡ୍‌ କ୍ଲିନିକାଲ୍ ନ୍ୟୁଟ୍ରିସନିଷ୍ଟ ଶ୍ରୀମତି ସୁଶ୍ରୀ ସଂଗୀତା ଜେନା ଓ ତାଙ୍କ ଟିମ୍ ପରିଚାଳନା କରିଥିଲେ।

ସେହିପରି ଜଣେ ସୁସ୍ଥ ମଣିଷ ପାଇଁ କିଭଳି ଜୀବନଶୈଳୀ ଅବଲମ୍ବନ କରାଯିବା ଉଚିତ୍ ସେ ନେଇ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ଗୁରୁବାର ଦିନ ସମ୍ମମ୍ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଉପଯୁକ୍ତ ଖାଦ୍ୟ ଗ୍ରହଣ ଏବଂ ଶାରୀରିକ ବ୍ୟାୟାମ ଦ୍ୱାରା ଜଣେ କିଭଳି ନିଜକୁ ସୁସ୍ଥ ରଖିପାରିବ ଏହା ହିଁ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା। “ହାଓ ଫିଟ୍ ଆର୍‌
ୟୁ” ଶୀର୍ଷକ ଏହି କାର୍ଯ୍ୟକ୍ରମରେ ୮ଟି ଶାରୀରିକ ଫିଟ୍‌ନେସ୍ ପରୀକ୍ଷା କରାଯାଇଥିଲା।

ସେହିପରି ରୋଗୀ, ସେମାନଙ୍କର ଆଟେଣ୍ଡାଂଟ୍ ଓ ହସ୍ପିଟାଲ୍‌ର କର୍ମଚାରୀମାନଙ୍କର ବିଭିନ୍ନ ଶାରୀରିକ ବ୍ୟାୟାମ ମଧ୍ୟ କରାଯାଇଥିଲା।

ଏହି କାର୍ଯ୍ୟକ୍ରମକୁ ଫିଜିଓଥେରାପି ବିଭାଗର ମୁଖ୍ୟ ଡାକ୍ତର ପି. ବାଲକିଶୋର ଏବଂ ଲିଡ୍ କ୍ଲିନିକାଲ୍ ନ୍ୟୁଟିସନିଷ୍ଟ ଶ୍ରୀମତି ଜେନା ପରିଚାଳନା କରିଥିଲେ।

ପୁଷ୍ଟିକର ଖାଦ୍ୟ ସମ୍ ଅଲ୍ଟିମେଟ୍ ମେଡିକେୟାର
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026
Latest News

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.