Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଜ୍ଞା ମାସୁଦ୍‌ ଆଝାରକୁ ଅଭିଶାପ ଦେଇଥିଲେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ଆବଶ୍ୟକ ପଡିନଥାନ୍ତା : ଦିଗ୍‌ବିଜୟ
ଆଜିର ଖବର

ପ୍ରଜ୍ଞା ମାସୁଦ୍‌ ଆଝାରକୁ ଅଭିଶାପ ଦେଇଥିଲେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ଆବଶ୍ୟକ ପଡିନଥାନ୍ତା : ଦିଗ୍‌ବିଜୟ

April 28, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
digvijay slams pragya
digvijay slams pragya

ଏଟିଏସ୍‌ ମୁଖ୍ୟ ହେମନ୍ତ କାର୍କାରେଙ୍କୁ ନେଇ ସାଧ୍ବୀ ପ୍ରଜ୍ଞାଙ୍କ ବିବାଦୀୟ ବୟାନର ଏକ ସପ୍ତାହ ପରେ ପୁନର୍ବାର ତାଙ୍କୁ ଆକ୍ରମଣ କରିଛନ୍ତି କଂଗ୍ରେସ ନେତା ଦିଗ୍‌ବିଜୟ ସିଂ। ଯଦି ପ୍ରଜ୍ଞା ମାସୁଦ୍‌ ଆଝାରକୁ ଅଭିଶାପ ଦେଇଥାନ୍ତେ ତେବେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର କୌଣସି ଆବଶ୍ୟକତା ପଡିନଥାନ୍ତା ବୋଲି ଦିଗ୍‌ବିଜୟ କହିଛନ୍ତି। ଦିଗ୍‌ବିଜୟ କହିଛନ୍ତି, ପ୍ରଜ୍ଞା କାର୍କାରେଙ୍କୁ ଅଭିଶାପ ଦେବା ପରି ଯଦି ମାସୁଦ୍‌ ଆଝାରକୁ ଅଭିଶାପ ଦେଇଥାନ୍ତେ ତେବେ ଭାରତ ଏହାର ଅନେକ ଯବାନଙ୍କୁ ହରାଇନଥାନ୍ତା ଏବଂ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ର ମଧ୍ୟ କୌଣସି ଆବଶ୍ୟକତା ପଡିନଥାନ୍ତା। ଭୋପାଳରେ ଏକ ନିର୍ବାଚନୀ ରାଲି ଅବସରରେ ସାଧ୍ବୀଙ୍କୁ ସମାଲୋଚନା କରିଛନ୍ତି ଦିଗ୍‌ବିଜୟ। ସେହିପରି ଅଶୋକା ଗାର୍ଡେନ୍‌ରେ ଦିଗ୍‌ବିଜୟ କହିଛନ୍ତି, ବିଜେପି ହର ହର ମହାଦେବ ବଦଳରେ ହର ହର ମୋଦି କହି ଦେଶବାସୀଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଉଛି। ବିଜେପି ସର୍ବଦା ସାମ୍ପ୍ରଦାୟିକତା ଭୋଟ ବ୍ୟାଙ୍କ ଉପରେ ଗୁରୁତ୍ବ ଦେଉଛି ଯାହାକି ଗଣତନ୍ତ୍ର ପାଇଁ ଅଶୁଭ ସଙ୍କେତ। ସେ କହିଥିଲେ ଦେଶକୁ ୫୦୦ ବର୍ଷ କାଳ ମୁସଲମାନ ମାନେ ଶାସନ କରିଛନ୍ତି ମାତ୍ର କୌଣସି ଧର୍ମ କ୍ଷତିଗ୍ରସ୍ତ ହୋଇନାହିଁ। ସାମ୍ପ୍ରଦାୟିକ ରାଜନୀତି କରୁଥିବା ରାଜନୈତିକ ଦଳଠାରୁ ଜନତା ସତର୍କ ରହିବା ଆବଶ୍ୟକ ବୋଲି ଦିଗ୍‌ବିଜୟ କହିଛନ୍ତି। ସୂଚନାଯୋଗ୍ୟ ଯେ, ଦିଗ୍‌ବିଜୟ ପ୍ରଜ୍ଞାଙ୍କ ବିରୋଧରେ ଭୋପାଳ ଲୋକସଭା ଆସନରୁ ପ୍ରତିଦ୍ବନ୍ଦିତା କରୁଛନ୍ତି। ମେ ୧୨ ତାରିଖରେ ଏହି ଆସନରେ ଭୋଟ ଗ୍ରହଣ ହେବ।

criticize digvijoysingh sadvi thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ଫାଇନାଲରେ ଶ୍ରୀଲଙ୍କାକୁ ୩୭୮ ରନ୍ ଟାର୍ଗେଟ ଦେଲା ଭାରତ: ବୈଭବଙ୍କ ପରେ ଅନୁକୂଳଙ୍କ ବିସ୍ଫୋରକ ପାଳି

June 21, 2026

NEET ପୁନଃପରୀକ୍ଷା ପୂର୍ବରୁ ଜୀବନ ହାରିଲେ ଆଉ ଜଣେ ଛାତ୍ରୀ: ଆତ୍ମହତ୍ୟା କଲେ ୨୦ ବର୍ଷୀୟା ସାନା 

June 21, 2026

ଇତିହାସ ରଚିଲେ ବୈଭବ ସୂର୍ଯ୍ୟବଂଶୀ: ୧୧ ବଲରେ ଅର୍ଦ୍ଧଶତକ ମାରି ସୃଷ୍ଟି କଲେ ବିଶ୍ୱ ରେକର୍ଡ

June 21, 2026

ନଡିଆ ଗଛ ପାଇଁ ଭାଇ ଭାଉଜଙ୍କୁ ଆକ୍ରମଣ

June 21, 2026
Latest News

ଫାଇନାଲରେ ଶ୍ରୀଲଙ୍କାକୁ ୩୭୮ ରନ୍ ଟାର୍ଗେଟ ଦେଲା ଭାରତ: ବୈଭବଙ୍କ ପରେ ଅନୁକୂଳଙ୍କ ବିସ୍ଫୋରକ ପାଳି

June 21, 2026

ଟ୍ରମ୍ପଙ୍କ ଧମକକୁ ଖାତିର ନାହିଁ!: ରୁଷ ତୈଳ ଉପରେ କଟକଣା ସତ୍ତ୍ୱେ ରେକର୍ଡ ଆମଦାନୀ କଲା ଭାରତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

International Day of Yoga:କୋଲକାତାରେ ବହୁ ଅଭ୍ୟାସକାରୀଙ୍କ ଗହଣରେ ଯୋଗ କଲେ ପ୍ରଧାନମନ୍ତ୍ରୀ

June 21, 2026

ଅନ୍ତର୍ଜାତୀୟ ଯୋଗ ଦିବସ: କଳିଙ୍ଗ ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଯୋଗାଭ୍ୟାସ

June 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.